ଜଳ ହିଁ ଜୀବନ

ଚାରିପଟେ ପାଣି ରେ ଘେରା ହେ
ମଝି ରେ ଅଛି ମେଦିନି,
ତାକୁ ଯେ ଆଲୋକ ପ୍ରଦାନ କରୁଛି
ସୂର୍ଯ୍ୟ ତାରା ଆଉ ଚାନ୍ଦିନି ।

ଆକାଶ ରୁ ତୁମେ ବରଷି ଯାଅ ହେ
ହୋଇକି ବରଷା ରାଣି,
ପାତାଳ ରୁ ତୁମେ ଫୁଟି ଉଠି ଯାଅ
ହୋଇକି ଅମୃତ ପାଣି ।

ବଣ ପାହାଡ ର ପର୍ବତ ମଝିରେ
ତୁମେ ଝର ହୋଇ ଝରଣା
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରେ
ତୁମେ ଯେ ଆମ ସୁନା ଗହଣା।

ସାଗରେ ନଦୀ ମହାନଦୀ ର
ପୋଖରୀ ରେ ଯେ ତୁମରି ବାସ
ତୁମ ଆଶିର୍ବାଦ ରେ କୃଷକ ଜଗତ କୁ
ଯୋଗାଏ ଅନ୍ନ ବସ୍ତ୍ର କରିକି ଚାଷ ।

କେତେ ବେଳେ ତୁମେ ବନ୍ୟା ହୋଇ
ଉଜାଡି ଦେଉଛ ଧନ ଜୀବନ
କେତେବେଳେ ତୁମେ ମାଆ ପରି
ହୋଇ ପ୍ରଫୁଲ୍ଲିତ କର ଆମ ମନ ।

ଆମକୁ ପରିଷ୍କାର କରି
ନର୍ଦମା ରେ ତୁମେ ବୋହି ଯାଅ ବୋଲି
ଆମେ କରୁଛୁ ତୁମ କୁ ବାରଣ,
ତୁମ ପାଇ ମେଦିନି ସବୁଜ ବସ୍ତ୍ର ପିନ୍ଧି
ରଙ୍ଗ ବେରଙ୍ଗ ଫୁଲଫଳ
କରିଛି ପରା ଧାରଣ।

ତୁମ ରି ଗର୍ଭ ରେ ବିଜୁଳି ର ଜନ୍ମ
ତୁମ ବିନା କିଛି ଜଗତ ର ନାହି କର୍ମ
ପାଣି ର ସୁରକ୍ଷା ସଂରକ୍ଷଣ କରିବା
ଆସ ଆମେ ନେବା ଶପଥ,
ପାଣି ଥିଲେ ହିଁ ହଟିବ ଆମର
ଆସୁଥିବା ସବୁ ବିପଦ ।

କେଉଠି ଲୁଣିଆ ଓ କେଉଁଠି ମଧୁର
ନାହି ଯେ ତୁମର ଆକାର
ତୁମେ ହିଁ ଆମ ଜୀବନ ଆଉ ତୁମେ ହିଁ ସବୁଠି କାରଣ
ହେଉ ଅମୃତ ମୟୀ ମା
ତୁମ କୁ ହେ କୋଟି କୋଟି ନମସ୍କାର।

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

Leave a Reply

Your email address will not be published. Required fields are marked *