ପ୍ରେମ ଭିକ୍ଷା

ଲଙ୍କା ର ସୁନ୍ଦରୀ ସୁର୍ପଣଖା କୁ ହେଲା ପ୍ରେମ ଜ୍ବର
ପ୍ରେମରେ ପାଗଳ ହୋଇ ସୁର୍ପଣଖା
ବୁଲିଲା ନଗର ଗିରି ବନ ଫରଫର…

ପଞ୍ଚବଟୀ ବନସ୍ତରେ ଦେଖିଲା ଛୋଟ ଘର
ଘର ପ୍ରାଙ୍ଗଣରେ ରେ ସାଧୁ ବୀର
ତାଙ୍କୁ ଦେଖି ମନେ ଭାବିଲା
ମତେ ମିଳିଲା ଆଜି ମନ ପସନ୍ଦ ବର…

ଆକାଶ ରୁ ଓହ୍ଲାଇଲା ପ୍ରାଙ୍ଗଣ ଦୁଆରେ
ଶଂଖା ବଜାଇ ଜଗାଇଲା ସାଧୁ ର ପାଖରେ
ସାଧୁ ଆଖି ଖୋଲି ଦେଖିଲେ ସୁନ୍ଦର ଏକ ନାରୀ
ପ୍ରେମ ପାଇଁ କରୁ ଅଛି ସେ ଗୁହାରୀ…

ସୁର୍ପଣଖା ବଖାଣି କି ଦେଲା ନିଜ ପରିଚୟ
ଶ୍ରୀରାମ ସୂର୍ଯ୍ୟ ବଂଶୀ କହିଲେ
ହେ ଲଙ୍କେଶ ସୁନ୍ଦରୀ
ମୁଁ ଗୋଟିଏ ସ୍ତ୍ରୀ ବିବାହ ପାଇ ନେଇ ଅଛି ଦୀକ୍ଷା
ତାକୁ ଦେଇ ପାରିବିନି ଧୋକା
ମାଗ ନାହିଁ ଗୋ ମତେ ତୁମେ ମୋତେ ପ୍ରେମ ଭିକ୍ଷା …

କିଛି କ୍ଷଣ ପରେ ଲକ୍ଷ୍ମଣ କୁ ଦେଖିଲା ସୁର୍ପଣଖା
ଶ୍ରୀରାମ କହିଲେ ହେ ଅସୁରବାଳା
ମୋ ଛୋଟ ଭାଇ ଟିଏ ଅଛି
ତାକୁ କରି ପାର ପ୍ରେମ ଭିକ୍ଷା
ସୁର୍ପଣଖା ପୁଣି ଗୁହାରିଲା ପ୍ରେମ ଭିକ୍ଷା

ଲକ୍ଷ୍ମଣ ସ୍ବୀକାର ପାଇଁ କରିଲା ମନା
ସୁର୍ପଣଖା କ୍ରୋଧେ ଭେଷ ବଦଳାଇ ଦେଖା ଇଲା ନିଜ ମାୟା
ଜଙ୍ଗଲର ପଶୁ ପକ୍ଷୀ ଦେଖି ହେଲେ ବାୟା
ତୋ ପାଇଁ ମୋତେ ସ୍ବୀକାର କରିଲେ ନାହିଁ ବୋଲି
ସୀତା କୁ କଲା ଆକ୍ରମଣ
ଶ୍ରୀରାମ କହିଲେ ଦେଖ ଭାଇ ଲକ୍ଷ୍ମଣ
ପାନେ ତ ଦେବାକୁ ହେବ ଏ ମାୟବିନୀ କୁ
ଶ୍ରୀରାମ ଙ୍କ ଆଦେଶ ରେ ଲକ୍ଷ୍ମଣ କଲା
ସୁର୍ପଣଖା ର ନାକ କଲା ଛେଦନ ।

କଟା ନାଖ କୁ ଧରି ସୁର୍ପଣଖା ରାବଣ ଦରବାରେ କଲା ରୋଦନ
ବନ ବାସୀ ରାମ କୁ ମାଗିଲି ସିନ୍ଦୁର ଶଂଖା
ନାକ କାଟି ମୋର କଲା ଲୋକ ହସା
ପ୍ରେମ ଭିକ୍ଷା ମାଗି ମୁଁ କଣ ଭୂଲ କଲି
ପ୍ରେମ ପାଇ ମୋର ନାକ ପଡି ଗଲା ବଳି
ସୁର୍ପଣଖା ର କଥା ମନେ ପକାଇ
ଆଜିର ସୁନ୍ଦରୀ ମାନେ ମାଗନ୍ତୀ ନାହି
ପ୍ରେମ ଭିକ୍ଷା,
ପାଇ ଛନ୍ତୀ କି ସୁର୍ପଣଖା ଠାରୁ ନିତୀ ଶିକ୍ଷା….

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।


One thought on “ପ୍ରେମ ଭିକ୍ଷା”

Leave a Reply

Your email address will not be published. Required fields are marked *