ଆହା କି ସୁନ୍ଦର ମଣିଷ ଜୀବନ
ସଭିଙ୍କୁ କରିବା ମିଶାଣ ।
ଦେବା ନାଇଁ କାହା ମନରେ କଷଣ
ହୋଇବା କାହିଁକି ଫେଡାଣ ।।
ଗୁଣନ କରି ଆମେ ଲିଭାଇ ଦେବା ଯେ
ହିଂସା ଛଳ କପଟ ନିଆଁ ।
ସତ୍ କରମେ କରୀକି ଯିବା ହେ
ବିଳମ୍ବ କରିବା କିଆଁ ।।
ହରଣ କରିବ କିଏ ଯେ ଆମର
ମନ କୁ କରିବ ଚୋରି ।
ତାହାରି ହାତରେ ରହିଛି ପରା ଏ
ସଂସାରର ପ୍ରେମ ଡୋରି ।।
ସମୟ ଆମକୁ ଶିଖାଇ ଦିଏ ଯେ
ଜୀବନର ଅଙ୍କ ହରଣ ।
ମାତା ପିତା ଗୁରୁ ସାକ୍ଷାତ ଇଶ୍ବର
ଚାଲ ପୂଜୀବା ତାଙ୍କ ଚରଣ ।।
ଭଲ କାମ ପାଇଁ ଆସିଛୁ ଆମେ ଯେ
ଦେବା ଟି ଉଚିତ୍ ଦର ।
କାଳ ଚକ୍ରରେ ଛନ୍ଦୀ ହୋଇ ଆମେ
କିଆଁ ହେବା ଯେ ଯମ ର ଦ୍ଵାର । ।
ମିଳିବ ନାହି ଏହି ସୁନ୍ଦର ସଂସାର
ଉଜାଡି ଯିବ ଏ ବାଲି ଘର।
ମିଶାଣ ଫେଡାଣ ଗୁଣନ ହରଣ
କଲେ ଜଣା ପଡେ ଏଠି
କିଏ ଆପଣାର ଆଉ କିଏ ପର ।।
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା।
If the contents are helpful to share them with your friends, Thanking You.
Nice
Fantastic