ଗୃହ ଚଣ୍ଡୀ (ଶେଷ ଭାଗ)

Part-5

ଅନିତା ସଙ୍ଗେ ସଙ୍ଗେ ନିଜ ମୁଣ୍ଡ ଖଟେଇ କହିଲା, ମୁଁ କିଛି କରିନି ଯାହା କରିଛି ସବୁ ଏ ସିପ୍ରା କରିଛି । ସିପ୍ରା ରାଗରେ ଅନିତା ଆଡକୁ ଚାହିଁ ରହିଥାଏ। ପୋଲିସ କହିଲା ତମର ସବୁ ଭୁଲ ର ହିସାବ ଜେଲ୍ ଭିତରେ ହେବ। ଅନିତା ରାକେଶ ର ଗୋଡ଼ ତଳେ ପଡିଗଲା ଏବଂ ମୋର ଭୁଲ ହୋଇଗଲା ମୋତେ କ୍ଷମା କରିଦିଅ। ମୁଁ ଜେଲ୍ ଯିବାକୁ ଚାହୁଁ ନାହିଁ। ଆଉ ଭୁଲ କରିବି ନାହିଁ । ମୁଁ ବାପାଙ୍କୁ ସେବା କରିବି। ମୁଁ ତମ ଠାରୁ ଅଲଗା ହେବାକୁ ଚାହୁଁ ନାହିଁ । ବାକି ସମସ୍ତେ ମଧ୍ୟ ଆସି ପହଞ୍ଚି ଗଲେ। ଅନିତା, ମଧୁ ଏବଂ ସୁଧୀର କୁ ଦେଖି ଟିକେ ସାହାସ ପାଇଲା । ସେ ମଧୁ ଏବଂ ସୁଧୀର କୁ ଅନୁରୋଧ କରି କହିଲା, ଜିଜୁ ତମେ ତାଙ୍କୁ ଟିକେ ବୁଝାଇ କୁହ। ମଧୁ, ତୁ ତ କହ। ମଧୁ କହିଲା, ଛି..ତୋତେ ମୋ ସାଙ୍ଗ କହିବାକୁ ଖରାପ ଲାଗୁଛି । ଆଜି ତୋର ସବୁ କଳା କର୍ମ ମୁଁ CCTV ରେ ଦେଖି ମୋତେ ବିଶ୍ୱାସ ହେଉ ନଥିଲା। ତୁ ଏମିତି ଗୃହ ଚଣ୍ଡୀ ପାଲଟି ଯିବୁ ବୋଲି ମୁଁ କେବେ ଭାବି ନଥିଲି । ତୋର ଭୁଲ କୁ ଲୁଚେଇ ମୁଁ ରାକେଶ ର ଜୀବନ ନଷ୍ଟ କରିଛି ବୋଲି ମୋତେ ଏବେ ଅନୁତାପ ହେଉଛି । ରାକେଶ ଆଗରେ ମଧୁ ହାତ ଯୋଡ଼ି କହିଲା । ରାକେଶ ମୋତେ କ୍ଷମା କରିବ ମୋ ସାଙ୍ଗ ପାଇଁ ମୁଁ ବହୁତ୍ ଲଜ୍ଜିତ । ଅନିତା କୁ କେବେ କ୍ଷମା କରିବ ନାହିଁ। ସେ କଲେଜ ସମୟରୁ ଖରାପ ଥିଲା କିନ୍ତୁ ମୁଁ ଭାବିଥିଲି କାଳେ ସେ ସୁଧୁରି ଯିବ କିନ୍ତୁ ମୋ ଭାବନା ଭୁଲ ଥିଲା। ରାକେଶ କହିଲା, କିଛି ନାହିଁ ଭାଉଜ। ତମେ କାହିଁକି କ୍ଷମା ମାଗୁଛ। ଏ ଗୃହ ଚଣ୍ଡୀ କୁ ଦଣ୍ଡ ଦରକାର। ପୋଲିସ ବାବୁ ଅନିତା କୁ ନେଇ ଯାଆନ୍ତୁ। ପ୍ରମାଣ ମୁତାବକ ଯାହା ଦଣ୍ଡ ଦେବାର ଅଛି ଆଇନ ଦେବ । କିନ୍ତୁ ଅନିତା ଅନୁରୋଧ କରି ଚାଲିଥାଏ ପ୍ଲିଜ୍ ରାକେଶ ମୋତେ କ୍ଷମା କର, ମୋତେ କ୍ଷମା କର। ରାକେଶ ରାଗରେ ଅନିତା ଆଡକୁ ଚାହିଁ ରହିଥାଏ, କିଛି କହୁ ନଥାଏ।

Click the image for read this story



ତାପରେ ମହିଳା ପୋଲିସ ଅଫିସର ଅନିତା ଆଉ ସିପ୍ରା କୁ ଜେଲ୍ ନେଇ ଗଲେ। ରାକେଶ ମଧ୍ୟ ନିରୁପାୟ ଥିଲା । ସେ ବାଧ୍ୟ ହେଲା ଯେ ଏମିତି ଗୃହ ଚଣ୍ଡୀ କୁ ଉଚିତ୍ ଦଣ୍ଡ ଯଦି ଦିଆ ନ ଯିବ ତେବେ କାଲି ସେ ମୋ ଜୀବନ ସହିତ ଖେଳିବ । ଅନିତା ଏବଂ ସିପ୍ରା ର ଜେଲ୍ ପରେ କେସ କୋର୍ଟ ରେ ଯାଇ ପହଁଚିଲା । ସେଠି ମଧ୍ୟ ଅନିତା ଏବଂ ସିପ୍ରା ଦୋଷୀ ସାବ୍ୟସ୍ତ ହେଲା ଏବଂ କିଛି ବର୍ଷ ପାଇଁ କାରାଗାର ର ଶୁଣାଣି ହେଲା ।

ଏପଟେ ରାକେଶ ମଧ୍ୟ ଛାଡ଼ପତ୍ର ପାଇଁ ଅପିଲ କରିଥିଲା ଏବଂ ପରେ ଦୁହିଁଙ୍କ ଛାଡ଼ପତ୍ର ମଧ୍ୟ ହୋଇଗଲା। ବର୍ତ୍ତମାନ୍ ରାକେଶ ସ୍ଥିର କରିଲା ଯେ ସେ ଏକା ରହିବ ଏବଂ ନିଜ ଘର ମଧ୍ୟ ବଦଳି କରି ଷ୍ଟୁଡ଼ିଓ କରିଥିବା ଘରରେ ବାପାଙ୍କ ସହିତ ରହିଲା। କାମବାଲୀ ଆସେ କେବଳ ବାପାଙ୍କ ସେବା ଏବଂ ରୋଷେଇ କରିବା ପାଇଁ । ଯେବେ ରାକେଶ ବାହାରକୁ ଯାଏ କାମବାଲୀ ନିଜ ବାପା ଭଳି ରାତି ରହି ବାପାଙ୍କ ସେବା ମଧ୍ୟ କରେ ।

ତେବେ କାହାଣୀ ଟି ଏତିକି ଥିଲା ଏଵଂ ଏହି କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ଅଟେ ଏଠି ଲେଖକ କୌଣସି ବ୍ୟକ୍ତି ବିଶେଷ କୁ ଇଙ୍ଗିତ କରି ଏହି କାହାଣୀ କୁ ପଦାର୍ପଣ କରିବାକୁ ଚେଷ୍ଟା କରି ନାହାନ୍ତି ।

ତେବେ କାହାଣୀ କୁ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ର ସହିତ ପଢ଼ି ଥିବାରୁ ଆପଣଙ୍କୁ ଲେଖକ ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

ଆପଣଙ୍କ ପ୍ରିୟ ଗାଳ୍ପିକ
ନୀଳମାଧବ ଭୂୟାଁ

.

.

.

.

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

Click the image for read this story

Part-1 କୁ ପୁଣି ଥରେ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading