ଗୃହ ଚଣ୍ଡୀ (ପ୍ରଥମ)

ଗୃହ ଚଣ୍ଡୀ

ଦେଖେ ଲୋ, କେତେ ହାଣ୍ଡସମ ହେଇଚି ନା ?
ଝିଲି : ସବୁ କ୍ୟାମେରା ବାଲା ହାଣ୍ଡସମ ରୁହନ୍ତି। ଆଉ ସେମାନଙ୍କ କାମ ହେଲା । ଷ୍ଟାଇଲ ରେ ରହିବେ ସବୁ ଝିଅ ମାନଙ୍କ ଭଲ ଭଲ ଫଟୋ ଉଠେଇ, ଝିଅ ମାନଙ୍କୁ ପଟେଇବେ।
ପଟେଇବେ…. ମାନେ ? ହେଇଟି ନାଁ ଟି ମୋର ଅନି! ଟଙ୍କା ପଇସା ହିସାବ ରଖେନି ସିନା, ଏମିତି ଫାଲତୁ ଲୋକକୁ ମନ ଦିଏନି ।

ଝିଲି: ହଁ ହଁ , ତୋ ଡାଇଲଗ ତୋ ପାଖରେ ରଖ ଅନିତା କିନ୍ତୁ ଭଲ ଟୋକା ଦେଖିଲେ ଫେସବୁକ୍ ଆଇଡି ଆଉ Insta ଆଇଡି ଫାଷ୍ଟ୍ ଦେଇ ଦେଉ ।
ଅନିତା : ଚୁପ୍ କର । ଝିଲି : ସତ କହିଲେ ବାଧି ଯାଉଛି ଲୋ, ଚାଲ ଚାଲ ଫଟୋ ଉଠେଇବା ।
ସମସ୍ତେ ଠିଆ ହେବା ପରେ କ୍ୟାମେରା ମେନ୍ ଅନିତା କୁ କହିଲା, ତମେ ଟିକେ ଭିତରକୁ ଆସ । ତମେ ବେଶୀ ସାଇଡ ରେ ରହୁଚ । ପୁଣି କ୍ୟାମେରା ସେଟ୍ କରିବା ପରେ ଅନିତା ର ଫୋଟୋ ଆସିଲା ନାହିଁ । କିନ୍ତୁ ଏଥର କିଛି ନ କହି ଫଟୋ ଉଠେଇବା ପରେ ଅନିତା ପାଖକୁ ଆସି ତାର ଫଟୋ ଦେଖିଲା । ତାର କେବଳ ଚୁଟି ଟିକେ ଆସୁଛି। ଅନିତା ଅଧା ରାଗରେ, ମୋ ଫଟୋ ତ ନାହିଁ ଏଥିରେ। ସୁଧୀର : ରାକେଶ ଆଉ ଥରେ ଉଠେଇ ଦେ। ନହେଲେ ପ୍ରଳୟ ଆସିଯିବ । ତୋ ଭାଉଜ ର ସାଙ୍ଗ ମାନେ ଟି । ସେଠୀ ବିବାହ ମଣ୍ଡପ ରେ ଥିବା ସମସ୍ତ ଲୋକ ହସିଲେ । ଅନିତା କୁ ଟିକେ ଗର୍ବ ମନେ ହେଲା । କେମେରା ମେନ୍, ରାକେଶ , ଅନିତା କୁ କହିଲା ତମେ ଏଠି ଆସ । ଫଟୋ ଉଠେଇବ ନା ? କେତେ ଉଠେଇବ କୁହ ? ଅନିତା କହିଲା ବହୁତ୍ ଫଟୋ । ରାକେଶ କହିଲା, ମୁଁ ଯେତେବେଳେ କହିବି ସେତେବେଳେ ଯାଇ ସେଠୀ ଠିଆ ହେବ । ଅନିତା ଖୁସ୍। ଯେତେବେଳେ ଲୋକ ଫ୍ରି ହୁଅନ୍ତି ରାକେଶ ଈଶାରା କରେ । ଅନିତା ଯାଇ ହାଜର । ସେଦିନ ସନ୍ଧ୍ୟାରେ ବର କନ୍ୟା ର ଯେତେ ଫଟୋ ଥିବ ତାର ଅଧା ଅନିତା ର ଫଟୋ ଉଠା ଯାଇଥିବ।

ଦେଖୁ ଦେଖୁ ରାତି ୧୧ଟା । ଅନିତା ର ମନ ଭାଙ୍ଗୁନି । ଏବେ ଲୋକ ଗହଳି କମି ଯାଇଥିଲା ଏବଂ ଭୋଜି ମଧ୍ୟ ଶେଷ । ରାକେଶ କହିଲା, ଏବେ ସୁଧୀର ଭାଇ ଆଉ ଭାଉଜଙ୍କ କ୍ଲୋଜ୍ ଫୋଟୋ ସୁଟ ଉଠା ଯିବ । ତମେ ସମସ୍ତେ ବାହାରକୁ ଯାଅ। ଅନିତା କହିଲା ନା ମୁଁ ଏଠି ରହିବି। ରାକେଶ ପୁଣି ସୁଧୀର କୁ ଚାହିଁଲା। ସୁଧୀର ମୁଣ୍ଡ ହଲେଇ କହିଲା । ରହିବାକୁ ଦେ। ଫଟୋ ଉଠା ସରିଲା । ରାତିରେ ରାକେଶ ନିଜ ଟିମ୍ ସହିତ ଯିବାକୁ ବାହାରିଲା । କାରଣ ରାତି ପହିଲେ ଆଉ ଗୋଟିଏ ବିବାହ କୁ ଯାଇ ଫଟୋ ଉଠେଇବାକୁ ହେବ ।


Click the image for read this story


ଏହି ଫଟୋ ଉଠା ସମୟ ସୀମା ଭିତରେ ଅନିତା ରାକେଶ କୁ ମନ ଦେଇ ବସିଥିଲା । ରାକେଶ କୁ କହିଲା ତମେ ଆଜି ରହି ଯାଅ। କାଲି ସକାଳେ ଯିବ । ରାକେଶ କହିଲା, ନାହିଁ ମାଡ଼ମ । ଆଜି ରାତି ରହିଲେ କାଲି ସକାଳେ ମୁଁ ଆଉ ଗୋଟିଏ ବାହାଘର ରେ ପହଞ୍ଚି ପାରିବି ନାହିଁ । ଅନିତା ର ମନ ଦୁଃଖ। କହିଲା ରାତିରେ ଯାଇ କଣ କରିବ ଯେ। ସେଠୀ ଯାଇ ଶୋଇବ ଏଠି ମଧ୍ୟ ଶୋଇ ଯାଅ । ଆମ ଘରେ ଶୋଇ ଯାଅ । ରାକେଶ ପୁଣି କହିଲା। ଏହି ଭିଡିଓ ସବୁ କୁ ମୁଁ ମୋ କମ୍ପ୍ୟୁଟର ରେ ଅପଲୋଡ଼ ଲଗେଇ ଶୋଇଯିବ ସକାଳ ହେଲା ଭିତରେ ହୋଇ ଯାଇଥିବ ଏବଂ ତାକୁ ପୁଣି ଫର୍ମାଟ କରି ଯିବାକୁ ହେବ।

ସୁଧୀର : ରାକେଶ କୁ, ଅନିତା ଯଦି ଏତେ ଅନୁରୋଧ କରୁଛି ରହି ଯା । ରାକେଶ, ଆରେ ତୁ ବୁଝୁନୁ ଯେ, ଏହି ସମୟ ଟା ରେ ମୁଁ ଯଦି ଅବହେଳା କରିବି ତେବେ ମୋର କେତେ ଟଙ୍କା ଲସ୍ ହେବ ତାହା ମୁଁ ହିଁ ଜାଣେ ।ଶେଷରେ ଅନିତା ବୁଝିଲା ଏବଂ କହିଲା ଯାଉଛ ଯଦି ପୁଣି କେବେ ଆସିବ । ରାକେଶ କହିଲା ପୁଣି କାହିଁକି ଆସିବି। ଏମାନଙ୍କ ଫଟୋ ଉଠା ସରିଛି । କେବଳ ଫେମିଲି ଫଟୋ ବାକି ଅଛି । ସୁଧୀର ଯୋଉଦିନ ଡାକିବ ସେଦିନ ଆସିବି। ଅନିତା କହିଲା ପହର ଦିନ ଆସ । ସୁଧୀର , ରାକେଶ ଆଡ଼କୁ ଚାହିଁଲା । ରାକେଶ ସୁଧୀର କୁ, କଣ ଭାଇ ତୁ କହ । ସୁଧୀର କହିଲା, ଅନିତା ତାକୁ ଏବେ 10 ଦିନ ପର୍ଯ୍ୟନ୍ତ ସମୟ ନାହିଁ । ସେ ପରେ ଆସି ଫଟୋ ନେଇଯିବ। ଅନିତା କହିଲା। କିନ୍ତୁ ମୁଁ ତ ମୋ ହଷ୍ଟେଲ ଫେରିଯିବି ନା ? ସୁଧୀର ତାର ସ୍ତ୍ରୀ ମଧୁ ଆଡ଼କୁ ଚାହିଁଲା । ମଧୁ କହିଲା । ଅନିତା ତୋର ଯଦି ରାକେଶ ସହିତ କଥା ହେବାର ଅଛି ତେବେ ତାଙ୍କ ନମ୍ୱର୍ ନେଇ ଯା । ଆଉ ତାକୁ ତୁ ପରେ ଦେଖା କରି ନେବୁ । ରାକେଶ ଆଶ୍ଚର୍ୟ୍ଯ ରେ ଚାହିଁ ରହିଥିଲା । ଅନିତା ରାକେଶ କୁ କହିଲା ନମ୍ୱର୍ କୁହ । ସେ ପୁଣି ସୁଧୀର ଆଡକୁ ଚାହିଁ ରହିଲା, ସୁଧୀର ମୁଣ୍ଡ ହଲେଇ କହିଲା, ଦେଇ ଦେ ବୋଲି ଇଶାରା କରିଲା। ରାକେଶ କହିଲା ଲେଖ ୭୯୮୫****** , କିନ୍ତୁ ମୋତେ ଏବେ ଡିଷ୍ଟର୍ବ କରିବ ନାହିଁ । ଅନିତା ମୁଣ୍ଡ ହଲେଇ ଦେଲା ଏବଂ ବାଏ କହି ଚାଲିଗଲା ।

ସମ୍ପର୍କର ଚନ୍ଦ୍ରବିନ୍ଦୁ
Click the image for read this story



ତାର ପର ଦିନ , ସକାଳ ୬ଟା ରେ ନୂଆ ନମ୍ୱର୍ ରୁ ରାକେଶ ର ମୋବାଇଲ କୁ କଲ୍ ଆସିଲା । ସେ ଭାବିଲା ମେରେଜ୍ ହେବା ଘର ଠାରୁ କେହି କଲ୍ କରିଥିବେ । ସଙ୍ଗେ ସଙ୍ଗେ ଫୋନ୍ ଉଠେଇ କହିଲେ । ଆଜ୍ଞା ଆସୁଛି। ୧୦ ମିନିଟ୍ ରେ ପହଞ୍ଚି ଯିବି । ସେପଟୁ ଅନିତା କହୁଛି । ୧୦ ମିନିଟ୍ ରେ କୋଉଠି ଆସିବ। ମୁଁ ଅନିତା କହୁଛି । କଣ ମୋତେ ଦେଖା କରିବାକୁ । ରାକେଶ ମୁଣ୍ଡରେ ହାତ ଦେଲା, ସରି ସରି , ଏଇଟା ତମ ନମ୍ୱର୍ । ହଉ ମୁଁ ପରେ କଲ୍ କରିବି। ମେରେଜ କୁ ବାହାରୁଛି । କହି ଫୋନ୍ କାଟିଦେଲା ଏବଂ ସେହି ନମ୍ୱର୍ କୁ ବ୍ଲକ ଲିଷ୍ଟ ରେ ରଖିଦେଲା । ମନେ ମନେ ଭାବିଲା, ଏ ମେଣ୍ଟାଲ କୁ ନମ୍ବର୍ ଦେଇ ଭୁଲ ହୋଇଗଲା।

ଆଗାମୀ ଅଧ୍ୟାୟରେ ପଢ଼ିବେ : ରାକେଶ ମୁଣ୍ଡରେ ହାତ ଦେଇ ବସିଲା। କଣ କରିଲ ଭାଉଜ ତମେ ? ସୁଧୀର ଆବେ କଣ ହେଲା ? ତୁ ତ କହୁଥିଲୁ ଭଲ ଝିଅ ଦେଖିଲେ ବିବାହ କରି ନେବି।

ଦ୍ଵିତୀୟ ଭାଗ

http://www.bhuyansblog.in

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading