ହଳଦୀ ବସନ୍ତ Part-1( A sucessful Love Story)


ହଳଦୀ ବସନ୍ତ ( A sucessful Love Story) Part-1
ହଳଦୀ ବସନ୍ତ ( A sucessful Love Story) Part-1
ବହୁତ୍ ଦିନ ପରେ ସୁମନ୍ତ ମହାରାଷ୍ଟ୍ର ରୁ ଫେରିଛି । ବହୁତ୍ ଆଶା ସାକାର କରିବା ପରେ ଆଜି ଆଉ ଗୋଟିଏ ଆଶା ରଖିଛି ତାହା ହେଲା ନିଜ ପାଇଁ ଗୋଟିଏ ବାଇକ୍ କିଣିବ । ଘର ତ ହେଇଗଲା ଏବେ ଗୋଟିଏ ବାଇକ୍ କିଣିବାକୁ ମଉସା ମାଉସୀ ସୁମନ୍ତ କୁ ଅନୁମତି ଦେଲେ । ଦୁଇ ଦିନ ପରେ ଦୁହେଁ ବ୍ରହ୍ମପୁର ନିଜ ସାଙ୍ଗ ସିତୁ ସାଙ୍ଗରେ ନେଇ ଗଲା । ବାଇକ୍ ପସନ୍ଦ ହେଲା ଏବଂ କିଣିବା ସରିଲା । ଦୁହେଁ ହୋଟେଲ ରେ ଖାଇବା ସାରି V2 Mall କୁ କିଛି କପଡା କିଣିବାକୁ ଗଲେ । ସଂଧ୍ୟା 4ଟା ହେବାକୁ ଲାଗିଲାଣି ଯେତେ ଶୀଘ୍ର ସରିବ ସେତେ ଶୀଘ୍ର କିଣା ସାରି ଘରକୁ ଫେରିବାର ଅଛି। ସାମାନ ବାସ୍କେଟ ଧରି ବିଲିଂ କାଉଣ୍ଟର ରେ ଧାଡ଼ିରେ ଠିଆ ହୋଇଛି। ସୁମନ୍ତ ର ଠିକ୍ ଆଗରେ ଗୋଟିଏ ସୁନ୍ଦର ଝିଅ , ବ୍ଲୁ ଜିନ୍ସ କୁ ହଳଦିଆ ରଙ୍ଗର ଟପ୍ ରେ ପୁରା ଚମକୁ ଥିଲା। ଲାଗୁଥିଲା ମଲ୍ ରେ ଗୋଟିଏ ହଳଦୀ ବସନ୍ତ କୁଆଡୁ ଉଡ଼ି ଆସିଛି ।
ସୀତୁ : ଧିର ଶବ୍ଦ ରେ ” ଆବେ ଦେଖ୍ ଦେଖ୍ ତୋ ଆଗରେ ଗୋଟିଏ ଚୋଖା ମାଲ୍ ଟେ ବେ, ପୁରା ହଳଦୀ ବସନ୍ତ”
ସୁମନ୍ତ : ” ଆବେ ଚୁପ୍… ଆବେ ଏଠି ସେ ଝିଅ ଶୁଣିବ ନା ସବୁ ଗଡବଡ ହେଇଯିବ “।
ଠିକ୍ ୦୨ ସେକେଣ୍ଡ ପରେ ଆଗରେ ଥିବା ଝିଅ ପଛକୁ ବୁଲି ସିଧା ସୁମନ୍ତ କୁ ବଡ ବଡ ଆଖିରେ ଚାହିଁ ରହିଲା। ସେ ସୁନ୍ଦର ଝିଅଟି ହେଉଛି ” ଲିନା” ।
ଲିନା : ( ରାଗରେ ) କଣ ଝିଅ ଦେଖିନ କି?? ବେକାରିଆ କୋଉଠି କାର। ତାପରେ ପୁଣି ଯେମିତି ସେମିତି । ସୁମନ୍ତ ଶିତୁ କୁ ରାଗି କହିଲା ‘ ଆବେ କିଳା କରୁଛୁ ତୁ ଶୁଣିବାକୁ ପଡୁଛି ମୋତେ ‘ । ଦୁଇ ଜଣ ଚୁପ୍ । ୩-୪ ମିନିଟ୍ ଭିତରେ ଲିନା ର ବିଲିଂ ପାଇଁ ନମ୍ବର୍ ଆସିଲା ସବୁ ଚେକ୍ ଆଉଟ୍ ହେଲା ପରେ ଲିନା ର ଏଟିଏମ୍ କାର୍ଡ କାମ କରୁ ନଥାଏ । ବାରମ୍ବାର ସ୍ୱାଇପ କରିବା ପରେ ବ୍ଲକ ର ମେସେଜ ଆସିଗଲା ।
କାଉଣ୍ଟର ବାଲା : Cash ଦିଅନ୍ତୁ ।
ଲିନା : Cash ତ ନାହିଁ।
କାଉଣ୍ଟର ବାଲା: କାହାକୁ କହି ପେମେଣ୍ଟ କରିଦିଅନ୍ତୁ । ଆପଣ ପାଇଁ ଅପେକ୍ଷା କରି ହେବନି। ବହୁତ୍ କଷ୍ଟମର ଲାଇନ୍ ରେ ଅଛନ୍ତି।
ଲିନା କିଛି ସମୟ ଭାବି ପଛକୁ ବୁଲି ଦେଖିଲା , ତାର ଜଣାଶୁଣା ଲୋକ ଦେଖା ଦେଲେନି।
କାଉଣ୍ଟର ବାଲା ପୁଣି ଥରେ କହିବା ପରେ ଲିନା ମନ ଦୁଃଖରେ କହିଲା ଭାଇ କ୍ୟାନ୍ସଲ କରିଦିଅନ୍ତୁ । ମୁଁ ପରେ ଆସିବି । କହି ଲାଇନ୍ ରୁ ବାହାରକୁ ଆସିଗଲା ।
ଏବେ ଆସିଲା ସୁମନ୍ତ ର ନମ୍ବର୍।
କାଉଣ୍ଟର ବାଲା: ଭଉଣୀ ଏ ଭାଇ ଆପଣଙ୍କ ସାଙ୍ଗରେ ଆସିଛନ୍ତି ନା ? ଏ ପେମେଣ୍ଟ୍ ଟା ସେ କରି ଦେଲେ ହେବନି।
ଲିନା ସୁମନ୍ତ କୁ ଅନୁରୋଧ ଭରା ଆଖିରେ ଚାହିଁ ରହିଲା ।
ସୁମନ୍ତ : କେତେ ପେମେଣ୍ଟ୍ କରିବାର ଅଛି।
କାଉଣ୍ଟର : “Total 7500.00 ଟଙ୍କା ।
ସୁମନ୍ତ : ଠିକ୍ ଅଛି ମୋ କାର୍ଡ ରୁ ପେମେଣ୍ଟ୍ କରିଦିଅନ୍ତୁ। ଲିନା ନା.. ନା… କହୁଥିଲା କିନ୍ତୁ ସୁମନ୍ତ ନ ଶୁଣି ପେମେଣ୍ଟ୍ କରିଦେଲା । ସୁମନ୍ତ ର ମଧ୍ୟ ପେମେଣ୍ଟ୍ ସରିଲା। ମଲ୍ ବାହାରକୁ ଆସିଲେ ।
ଲିନା : ସରି… ମୁଁ ତମକୁ କେତେ କଣ କହିଥିଲି କିନ୍ତୁ ମୋତେ ତମେ ସାହାଯ୍ୟ କରିଲ।
ସୁମନ୍ତ: ସେମିତି କିଛି ନାହିଁ ।
ଲିନା : ( ମଜାରେ )” ମାତ୍ର ମୋତେ ନ ପଚାରି ମୋ ପେମେଣ୍ଟ୍ କାହିଁକି କରିଲ, ମୁଁ ତମକୁ ଏହି ଟଙ୍କା ବିଲକୁଲ ଦେବିନି ”
ସୁମନ୍ତ: ଏଇଟା ମୋ ତରଫରୁ ଗୋଟିଏ ଗିଫ୍ଟ ଭାବି ରଖିନିଅ,
ସୁମନ୍ତ ମଲ୍ ର ପାହାଚରେ ଓହ୍ଲାଇବାକୁ ଲାଗିଲା ।
ଲିନା: ( ପଛପଟୁ) ହେଲ୍ଲୋ, ମିଷ୍ଟର ମୁଁ ମଜା କରୁଥିଲି । ୫ ମିନିଟ୍ ଅପେକ୍ଷା କରିବ ପ୍ଲିଜ, ମୁଁ ମମି ଙ୍କୁ କଲ୍ କରିଥିଲି ସେ ଟଙ୍କା ନେଇ ଆସୁଛନ୍ତି । ସେ ଆସିଲେ ଚାଲିଯିବ।
ସୁମନ୍ତ: ହଉ ଠିକ୍ ଅଛି !!!
ସୀତୁ: ଆବେ ସୁମନ୍ତ ତୋର ଏହି ଦାନି ଚରିତ୍ର ଟା ପ୍ରଥମ ଥର ଦେଖିଲି।
ସୁମନ୍ତ: ଚୁପ୍ କର!!!
ସୁମନ୍ତ: ଶୁଣ ଆମେ ‘ ଚା ‘ ପିଉଛୁ । ଯେତେବେଳେ ତମ ମା ଆସିବେ ଆମକୁ ଡାକି ଦେବ। ଏତିକି କହି ଯାଉ ଯାଉ, ହଠାତ୍ ଲିନା ର ମମି ଆସି ପହଞ୍ଚିଲେ ।
ପଛପଟୁ ଲିନା ସୁମନ୍ତ କୁ ‘ ଶୁଣ ସୁମନ୍ତ ‘ କହି ଡାକିଲା । ଲିନା : ମମି ଆସିଗଲେ । ଟଙ୍କା ଟା ନେଇଯାଅ।
ମା ଙ୍କୁ ଦେଖି ସିତୁ ଆଉ ସୁମନ୍ତ ନମସ୍କାର କରିଲେ । ମା : ସୁମନ୍ତ କୁ ପଚାରିଲେ । କେତେ ଟଙ୍କା ହେଲା ପୁଅ?? ସୁମନ୍ତ, ବିଲ ଟା ଆପଣଙ୍କ ଝିଅ ପାଖରେ ଅଛି, ଲିନା : ମା… 9000.00 ଟଙ୍କା ।
ସୁମନ୍ତ ଆଶ୍ଚର୍ଯ୍ୟ ରେ ଏବଂ ବଡ ବଡ ଆଖିରେ ,ଲିନା କୁ ଚାହିଁ ରହିଲା, ଲିନା ଇଶାରା ରେ ସୁମନ୍ତ କୁ ଅଳ୍ପ ଆଖି ଠାର ଦେଇ ଚୁପ୍ ରହିବାକୁ କହିଲା । ସଙ୍ଗେ ସଙ୍ଗେ ମା, 9000.00 ଟଙ୍କା ବାହାର କରି ସୁମନ୍ତ ହାତରେ ଦେଇ ଦେଲେ । ଏବେ ସମସ୍ୟା ହେଲା ଯେ ବାକି 1500.00 ଟଙ୍କା ଲିନା ର ପକେଟ୍ ମନି ଥିଲା ସେ କେମିତି ପାଇବ ?? କିନ୍ତୁ ଭାଗ୍ୟ ବଶତଃ ମା ସୁମନ୍ତ କୁ ପଚାରିଲେ , ପୁଅ ତମ ଘର କୋଉଠି ?
ସୁମନ୍ତ: ଆମର ଆସିକା ”
ସୁମନ୍ତ: ମାଉସୀ,, ଏବେ ଆମେ ଆସୁଛୁ।
ମାଉସୀ: ଆଉ କଣ କିଣିବାକୁ ଅଛି କି?
ସୁମନ୍ତ: ନା ନା, କିଣା କିଣି ସରିଲାଣି। ମୋତେ ବହୁତ୍ ଭୋକ ଲାଗିଲାଣି । କିଛି ଜଳଖିଆ କରି ଗାଁ କୁ ଫେରିଯିବୁ ।
ମାଉସୀ : ପୁଅ ଗୋଟିଏ କାମ କର , ଚାଲ ଆମ ଘରକୁ ଯିବା , ମୁଁ ଜଳଖିଆ ରେ ପକୋଡି କରିଛି , ସେଠୀ ଜଳଖିଆ ହେଇଯିବ । ତାପରେ ଚାଲିଯିବ। ସୁମନ୍ତ : ନା ନା , ମାଉସୀ , ଧନ୍ୟବାଦ୍ । ଘରୁ ବାରମ୍ବାର କଲ୍ ଆସୁଛି………

One thought on “ହଳଦୀ ବସନ୍ତ Part-1( A sucessful Love Story)”

Put your Valuable feedback