ଏତିକି କଥା ଥିଲା ମୋ ମନେ…



ସ୍ବପ୍ନ ଦେଖିବା ହିଁ ଭୁଲ ଥିଲା
ତୋ ପାଇଁ,
କଣ ପାଇଁ ଆଶା ହୋଇ ଆସି ଥିଲୁ
ମୋ ଦୁନିଆ କୁ..
ମୁଁ ତ କେବେ କହିନି
ନା କେବେ କହିଛି..
ତୋ ସାଥେ ଯିବା ଟା ହିଁ ଭୁଲ ଥିଲା..
ମୁଁ ଜାଣେ ତୁ ଫେରେଇ
ଦେବୁ ତୋର କାମ ସରିଗଲା ପରେ..
କେବେ ଥରେ ଚିନ୍ତା କରିଛୁ ମୋ ପାଇଁ
ଏବେ ତୋର ପରିବାର ବଡ
ହୋଇଗଲା ଆଉ ମୁଁ ହିନ..
ପ୍ରତାରଣା ନିଆଁ ରେ ଦୁହେଁ
ଜଳିବା ପାଇଁ ଶପଥ କରିଥିଲେ ନା..
କିନ୍ତୁ ଅଧା ବାଟେ
ହାତ ଛାଡ଼ି ଯିବା ଟା
ଠିକ୍ ହେଲା କି ତୋର..
ମୋ ପାଇଁ ଚାନ୍ଦ ତାରା
ଆଣିବୁ ବୋଲି କେତେ ଥର କହିଛୁ..
କିନ୍ତୁ ଶେଷରେ ଦୁଃଖ ଗୁଡାକ
ଆଣି ମୋ ଆଞ୍ଜୁଳା ରେ
ଭରି ମୋତେ ବିଦାୟ ଦେଲୁ
ଏକ ଅଚିହ୍ନା ହୃଦୟ ସଙ୍ଗେ..
କେତେ ଦିନ ଏମିତି ବଞ୍ଚିବି ଜାଣିନି,
କିନ୍ତୁ ଆଜି ମଧ୍ୟ ମନେ ପଡେ
ସେ ଅଭୁଲା ଦିନ ଗୁଡ଼ିକ
ବିତେଇଥିବା ତୋ ବାହୁ ତଳେ..
ସେ ଉଷ୍ମତା ଆଜି ମଧ୍ୟ ଅନୁଭବ ହୁଏ
କିନ୍ତୁ ତୁ ନାହୁଁ..
ସେ ସ୍ଥାନରେ ଆଉ କିଏ
କେତେ ବୁଝେଇବି
ମୋ ମନକୁ..
ଆଜି ମାତୃତ୍ଵ ଲାଭ କରି
ମୁଁ ବହୁତ୍ ଖୁସି ରେ
କିନ୍ତୁ ପିତୃତ୍ଵ ପଦ ରେ
ତୋରି ନାମ ଲେଖା ନାହିଁ
ବୋଲି ମୋର ଭାରି ଦୁଃଖ..
ଜାଣିଛି ଭୁଲି ଯାଇଥିବା
ପୁରୁଣା ଦିନକୁ
ଫେରେଇ ଆଣିବା କଷ୍ଟ କର
କିନ୍ତୁ ଭୁଲି ପାରିବି ନାହିଁ ତୋତେ
ଚେଷ୍ଟା କରିବୁ ନାହିଁ ମୋତେ
କେବେ ଫେରେଇ ନେବା କୁ
ପୁଣି ସେ ସମୟକୁ…
ଏତିକି କଥା ଥିଲା ମୋ ମନେ
ପଢ଼ିବୁ ଯଦି ଦୁଃଖ କରିବୁ ନାହିଁ କେବେ
ଆଜି କହିବାକୁ ବାଧ୍ୟ ହେଲି
ଏତିକି କଥା ଥିଲା ମୋ ମନେ…



ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…

One response

  1. Bass etiki hin jathesta Jane premi pain se Pau ko na Pau …durata ra jantrana kami gala se rahu ki na rahu

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading