
ସମୟ 02:10 ଟ୍ରେନ ଠିକ୍ ଟାଇମ ରେ ରାଉରକେଲା ରୁ ବାହାରିଲା । ସସ୍ମିତା ଭୁବନେଶ୍ୱର ରେ ଗୋଟିଏ ଘରୋଇ ଆଇଟି କମ୍ପାନୀ ରେ ଚାକିରୀ କରେ । ବେଶ ଭୁଷା କହିବାକୁ ଗଲେ । ନୀଳ ଫେଡ଼ ଜିନ୍ସ ରେ ଅଳ୍ପ ଅଳ୍ପ ରାଫ ଅଛି ଏବଂ ଲାଲ ରଙ୍ଗର ଟପ୍ ସହିତ କଳା ଚଷମା ଟିଏ ପିନ୍ଧି ଥାଏ । ଦୁଇ ଦିନ ପୂର୍ବରୁ ରାଉରକେଲା ରେ ଗୋଟିଏ ସାଙ୍ଗ ର ବିବାହ ରେ ଯୋଗ ଦେବା ପାଇଁ ଆସିଥିଲା । ସସ୍ମିତା ବସିଥିବା ଡିବା ରେ ଯୁବ ବୟସ୍କ ର ଅଧିକ ବ୍ୟକ୍ତି ଯାତ୍ରା କରୁଥିଲେ । ସମସ୍ତଙ୍କ ବୟସ ହାରାହାରି 25-35 ବୟସ ର ହେବ । ଭୋଟ ସମୟ ଆସିଲାଣି ନା, ଭୁବନେଶ୍ୱର ରେ କିଛି ମନ୍ତ୍ରୀ ଙ୍କର ପ୍ରୋଗ୍ରାମ ଥିବା ଯୋଗୁ ସମସ୍ତେ ଆତୁର ହୋଇ କଥା ହେଉଥିଲେ । ଦେଖୁ ଦେଖୁ ଦେଢ଼ ଘଣ୍ଟା ବିତିଗଲା। ସସ୍ମିତା ଅନୁଭବ କରିଲା ଯେ ଆଗରେ ବସିଥିବା ଦୁଇ ଜଣ ବ୍ୟକ୍ତି ତାଙ୍କ ଆଡକୁ ବହୁତ ସମୟ ହେଲା ଚାହିଁ ରହିଛନ୍ତି । ସେ ଦୁହେଁ ତାକୁ ଭଳି ଭଳିକି ଢଙ୍ଗରେ ତଥା ଖରାପ ଭାବରେ ଦେଖୁଥାନ୍ତି । ପାଖରେ ବସିଥିବା ଆଉ ଜଣେ ବ୍ୟକ୍ତି ବାରମ୍ବାର ତାକୁ ଲାଗି ରହିବାକୁ ଚେଷ୍ଟା କରୁଥାଏ । ବାକି କିଛି ଲୋକ ସେମାନଙ୍କୁ ସପୋର୍ଟ କରୁଥିଲେ।
କିଛି ସମୟ ପରେ ସମ୍ବଲପୁର ରେଳ ଷ୍ଟେସନ ରେ ପହଁଚିଲା। ସେଠୁ ଜଣେ ଯୁବକ ଟ୍ରେନ ରେ ଚଢିଲେ। ବୟସ 30 ପାଖାପାଖି। ଲାଗୁଥିଲା ଯେମିତି ଜଣେ Gym Boy। ସେ ସସ୍ମିତା ଆଗ ସିଟ୍ ରେ ଖାଲି ଥିବା ଯୋଗୁ ସେଠି ଆସି ବସିବାକୁ ଲାଗିଲା। ଟ୍ରେନ୍ ପୁଣି ଚାଲିଲା । ସେ ଲୋକଟି ଦେଖିଲା ଯେ ପାଖରେ ବସିଥିବା ଯୁବକ ମାନେ ଝିଅ ଟିକୁ ଖରାପ ଦୃଷ୍ଟି ରେ ଦେଖିବାକୁ ଲାଗିଛନ୍ତି। କିଛି କ୍ଷଣ ପରେ ହଠାତ ଯୁବକ ଜଣକ ସସ୍ମିତା କୁ କହିଲା । ଭଉଣୀ ଗୋଟିଏ କଥା କହିବି ଖରାପ ଭାବିବ ନାହିଁ ତ ? ସସ୍ମିତା ଅଳ୍ପ ଭୟରେ ମୁଣ୍ଡ ହଲେଇ ” ହଁ “ ବୋଲି ଇସାରା ଦେଲା। ଯୁବକ ନିଜ ପରିଚୟ ଦେଇ କହିଲେ, ମୁଁ ଆକାଶ, ଜଣେ Gym ଟ୍ରେନର, ମୋର ଭୁବନେଶ୍ୱର ରେ ବହୁତ ବଡ଼ Gym ଅଛି। ସେଠି ସାନିୟା ବୋଲି ଜଣେ ଝିଅ ମୋ Gym ର ମେମ୍ବର୍ ଅଛି। ସେ ଦେଖିବାକୁ ଠିକ୍ ତୁମ ଭଳି। ସସ୍ମିତା ପୁଣି ମୁଣ୍ଡ ହଲେଇ ହଁ କରିଲା। ଆକାଶ ପଚାରିଲା ଆପଣଙ୍କୁ ଲାଗୁଥିବ ମୁଁ ମିଛ କହୁଛି ନା ? ସସ୍ମିତା ପୁଣି ଚୁପ୍ । ଆକାଶ ମୋବାଇଲ୍ ବାହାର କରି ଗୋଟିଏ ଝିଅ ର ଫୋଟୋ ଦେଖେଇ ବାକୁ ଲାଗିଲା । ଫୋଟୋ ଦେଖି ସସ୍ମିତା କହିଲା, ସେ ତ ଦେଖିବାକୁ ପୁରା ପୁରି ଅଲଗା । ଆକାଶ ପୁଣି କହିଲା, ମୁଁ କେତେବେଳେ କହିଲି ଯେ ଆପଣ ଦୁଇ ଜଣ ସେମ୍ ଟୁ ସମ୍ ବୋଲି । ମୁଁ କହିଲି, ସେ ଦେଖିବାକୁ ତୁମ ଭଳି, ତୁମ ଭଳି ଡ୍ରେସ ପିନ୍ଧେ ଆଉ ତୁମ ଭଳି ଆଇ ଲାଇନେର ଲଗାଏ ଆଉ ତୁମ ଭଳି ନାକ ମଧ୍ୟ ! ସସ୍ମିତା ପୁଣି ମୋବଇଲ ମାଗିଲା, ସସ୍ମିତା ଦେଖିଲା, ତା ଫେସ୍ ସହିତ ସେ ଝିଅ ର କିଛି ମଧ୍ୟ ମେଚ୍ ହେଉନି । ସସ୍ମିତା, ମୋବାଇଲ ଫେରାଇ କିଛି କହିବା ପୂର୍ବରୁ ଆକାଶ କହିଲା, ତମେ ଏବେ କଣ କହିବାକୁ ଚାହୁଁଚ ମୁଁ ଜାଣିଛି । ସସ୍ମିତା କହିଲା, ନା.. ନା.. ମୋର କହିବା କଥା ହେଲା, ଆକାଶ ପୁଣି କହିଲା, ପ୍ରଥମେ ମୁଁ କହିବି ତା ପରେ ତମେ କହିବ । ଦେଖ ସାନିୟା ମୋ ସାନ ଭଉଣୀ ଭଳି । ତେବେ ମୋତେ ଲାଗେ ତମେ ଆଉ ସାନିୟା ବୋଧେ ଗୋଟିଏ ପରିବାର ର ? ସସ୍ମିତା ବଡ଼ ବଡ଼ ଆଖି କରି ଚାହିଁ ରହିଲା । ତେବେ ସେ ଦୃଷ୍ଟିରୁ ତମେ ମୋର ସାନ ଭଉଣୀ ହେଲ ନା ?? ଠିକ୍ କହିଲି ନା ? ସସ୍ମିତା “ହଁ” କରିବ ନା “ନାହିଁ” କରିବ ଭାବି ଶେଷରେ “ହଁ” କରିଲା ।
ଆକାଶ ପଚାରିଲା ତୁମ ନାମ କଣ ? ସସ୍ମିତା ମିଛ ରେ କହିଲା, ମୋର ନାମ ସୁନିତା, ଆକାଶ କହିଲା, ବାଓ , ତାହା ହେଲେ ସାନିୟା ଆଉ ସୁନିତା ପୁରା ମେଚ୍, ହଉ ଛାଡ଼ । ଗୋଟିଏ କଥା ଶୁଣ, ସସ୍ମିତା ର ପୁଣି ଇଛା ନଥାଇ ଶୁଣିବାକୁ ଲାଗିଲା । ଏବେ କିଛି ଦିନ ପୂର୍ବରୁ ଆମ Gym ର 5 ଟି ଝିଅ ଆଉ 20 ଜଣ ପୁଅ ମିଶି ପୁରୀ ବୁଲିବାକୁ ଯାଇଥିଲୁ । ସେଠି ବହୁତ ମଜା ମସ୍ତି କରିଲୁ । ଦର୍ଶନ କରିଲା ପରେ ପୁରୀ ବେଳା ଭୂମି ରେ ପହଞ୍ଚିଲୁ । ସେଠି କିଛି ସମୟ ବୁଲା ବୁଲି ପରେ ତିନି ଜଣ ମଦୁଆ ଆସି ଆମ ଭଉଣୀ ମାନଙ୍କ ପାଖକୁ ଆସି ଭଳି ଭଳି କି କମେଣ୍ଟ ଆଉ ଖରାପ କହୁଥିଲେ । ଜାଣିଛ କଣ ହେଲା ? ସାନିୟା, ସେ ବହୁତ ସାହସୀ, ସେ ସିଧା ଚପଲ ଉଠେଇ ପିଟିବାକୁ ଲାଗିଲା । ତା ସହିତ ଆଉ ଚାରି ଜଣ ଝିଅ ମଧ୍ୟ ପିଟି ବାକୁ ଲାଗିଲେ । ସାନିୟା ର ସାହସ ଦେଖି ପାଖରେ କିଛି ଲୋକ ଆସି ସେ ମଦୁଆ ମାନଙ୍କୁ ବହୁତ ମାଡ଼ ମାରିଲେ । ଆମେ ଜାଣିଶୁଣି ଚୁପ୍ ହୋଇ ସାଇଡ୍ ରେ ଠିଆ ହୋଇଥିଲୁ । ଆଉ ଜାଣିଛ, ତାକୁ ସେ ସାହସ ମୁଁ ଦେଇ ଥିଲି, ସେ କଥାଟି ଥିଲା, ଯୋଉ ପର୍ଯ୍ୟନ୍ତ ତୁମ ପାଖରେ ବୁଦ୍ଧି ଆଉ ଶକ୍ତି ଅଛି ତାର ପ୍ରକୃତ ଉପଯୋଗ କରିବ ନାହିଁ, ତେବେ ତୁମେ ଝିଅ ହେବା ର ଲାଭ କଣ ? ଏହି ଶବ୍ଦ ମୁଁ କେବଳ ଗୋଟିଏ ଦିନ ପୁର୍ବରୂ କହିଥିଲି। ଆଉ ତାର ପର ଦିନ ତାର ଓରିଜିନାଲ ରୂପ ଦେଖେଇ ଦେଲ। ସେ ଆସି କହିଲା, ଆକାଶ ଭାଇ, ସତରେ ତମ ଆଇଡିଆ ଯୋଗୁ ମୁଁ ଷ୍ଟ୍ରଙ୍ଗ ହୋଇ ପାରିଲି ।
ମୁଁ ତାକୁ କହିଲି, ଏମିତି ସବୁବେଳେ ଷ୍ଟ୍ରଙ୍ଗ ହୋଇ ଥାଅ । ସସ୍ମିତା, ଅଳ୍ପ ଅଳ୍ପ ବୁଝି ପାରୁଥାଏ, ପୁଣି ଭାବୁଥାଏ ଏ ମୋତେ ଫ୍ଲର୍ଟ କରୁନି ତ? ତାପରେ ଭୁବନେଶ୍ୱର ପର୍ଯ୍ୟନ୍ତ ଆକାଶ ହିଁ ବକ୍ ବକ୍ ହେଉଥାଏ କିନ୍ତୁ ସସ୍ମିତା ବହୁତ୍ କମ୍ ଉତ୍ତର ଦେଉ ଥାଏ। ଶେଷରେ ଠିକ୍ ଟାଇମ୍ ରେ ଟ୍ରେନ୍ ଭୁବନେଶ୍ୱର ରେ ପହଞ୍ଚିଲା। ଭୁବନେଶ୍ୱର ରେ ପହଞ୍ଚିଲା ପରେ ସେ ଲୋକ ଗୁଡ଼ିକ ଓହ୍ଲାଇ ଅନ୍ୟ ଗେଟ୍ ରେ ଯିବାକୁ ଲାଗିଲେ । ସସ୍ମିତା, ବାହାରକୁ ଆସି ଆକାଶ କୁ ଅପେକ୍ଷା କରିଥିଲା । ଆକାଶ ଯେତେବେଳେ ବାହାରକୁ ବାହାରିଲା। ସସ୍ମିତା କୁ ବାଏ କହି ଚାଲି ଯିବାକୁ ବାହାରିଲା। ସସ୍ମିତା ପଛେ ପଛେ ଦଉଡି ଆସି ଆକାଶ ଭାଇ !! ଆକାଶ ଭାଇ !! ବୋଲି ଡାକିବାକୁ ଲାଗିଲା। ଆକାଶ ରହିଲା ଏବଂ ସସ୍ମିତା କହିଲା ଅଳ୍ପ ଶୁଣିବେ। ସସ୍ମିତା ପଚାରିଲା ଦୁଇ ମିନିଟ କଥା ହୋଇ ପାରିବା? ଆକାଶ କହିଲା, ଟିକେ ଶୀଘ୍ର କହିବ। ସେପଟେ ବୋଉ ମୋତେ ଖାଇବା ରେ ଅପେକ୍ଷା କରିଛି। ସସ୍ମିତା, ଥେଙ୍କ୍ ୟୁ ଆକାଶ ଭାଇ, ଆକାଶ ପଚାରିଲା କଣ ପାଇଁ ?? ସସ୍ମିତା, କିଛି ଘଣ୍ଟା ପାଇଁ ମୋ ଭାଇ ହୋଇ ଥିବାରୁ ? ଆକାଶ ମୁରୁକି ହସି, ବାୟେ କହି ପୁଣି ଚାଲି ଯିବାକୁ ବାହାରିଲା । ସସ୍ମିତା, ଭାଇ ଟିକେ ଶୁଣ, ଏତେ ଘଣ୍ଟା ଭାଇ ହୋଇ ରହିଲେ, ଆଉ ପାଞ୍ଚ ମିନିଟ୍ ଦେଇ ପାରିବେ ନାହିଁ ?? ଆକାଶ କହିଲା, ମାତ୍ର ଏବେ ତମେ କହିବ ଆଉ ମୁଁ ଶୁଣିବି । ତାପରେ ଦୁହେଁ ପ୍ଲାଟଫର୍ମ ରେ ପଡ଼ିଥିବା ବେଞ୍ଚ ରେ ବସିଲେ।
ସସ୍ମିତା ପଚାରିଲା, ତମ ଯୋଗୁ ମୋ ଯାତ୍ରା ଟା ଭଲରେ ଭଲରେ ବିତିଗଲା । ନହେଲେ ସେମାନେ ଯେମିତି ଦେଖୁଥିଲେ ନା ମୋ ମନ ଭିତରେ ଯେମିତି ଭୟ ସୃଷ୍ଟି ହୋଇ ଯାଇଥିଲା । ଆଉ ଗୋଟିଏ କଥା ନୋଟିସ୍ କରିଛ? ତମ ଭଉଣୀ ସାନୀୟା ର ପିଟିବା କଥା ଶୁଣି ସେମାନେ ଅଳ୍ପ ଚୁପ୍ ହୋଇଗଲେ ଏବଂ ତମ ପାଖ ଲୋକ ଏବଂ ମୋ ପାଖରେ ବସିଥିବା ଲୋକଟି ଯେମିତି ଦୂରେଇ ଗଲା। ଆକାଶ କହିଲା ଆଛା, ଏମିତି କଥା, ତେବେ ତୁମେ ମିଠା ଦେବା କଥା ? ତାପରେ ସସ୍ମିତା ବ୍ୟାଗ୍ ଭିତରୁ ଗୋଟିଏ Dairy milk ର ଚକୋଲେଟ୍ ଟେ ବାହାର କରି ଦୁଇଟି ପିସ୍ ଆକାଶ କୁ ଦେଲା । ଆକାଶ କହିଲା, ଗୋଟିଏ କଥା କହିବି । ସସ୍ମିତା କହିଲା କୁହ ? ମୁଁ ତୁମକୁ କିଛି କିଛି କଥା ମିଛ କହିଛି । ପ୍ରକୃତରେ ମୋର ନାମ ଆକାଶ ନୁହଁ ନା ତାର ନାମ ସାନିୟା ଆଉ ସେ ଆମ Gym ମେମ୍ବର ନୁହଁ, ହଁ ମୁଁ ଜଣେ Gym ଟ୍ରେନର ମାତ୍ର ମୋର Gym ନାହିଁ । ମୁଁ ଅନ୍ୟ Gym ରେ ଯାଇ ସିଖାଏ। ସସ୍ମିତା ହସିଲା, ତେବେ ତୁମ ନାମ କଣ ? ଆଉ ସେ ଝିଅ କିଏ ? ମୋର ନାମ ସମରେଶ ଏବଂ ସେ ଝିଅ ହେଉଛି ମୋ ନିଜ ଭଉଣୀ ଆଉ ତାର ନାମ ହେଉଛି ସୌମ୍ୟା । ସସ୍ମିତା ହସି ହସି କହିଲା ମୋର ନାମ ମଧ୍ୟ ସୁନୀତା ନୁହଁ !! ମୋର ନାମ ସସ୍ମିତା। ସମରେଶ ହସି ହସି କହିଲା, ବାଓ, ଦୁହେଁ ପୁରା ସେମ୍ ଟୁ ସେମ୍। ଦୁହେଁ ପୁଣି ହସିଲେ । ସସ୍ମିତା ପଚାରିଲା । ହେଲେ ତୁମ ନିଜ ଘର ଭୁବନେଶ୍ୱର ରେ ?? ସମରେଶ ହଁ କରିଲା । ତେବେ ତମେ ସମ୍ବଲପୁର କାହିଁକି ଆସିଥିଲ? ସମରେଶ କହିଲା, ସେଠି ଗୋଟିଏ ନୂଆ Gym ଓପେନ୍ ହେଲା ତ, ମୋତେ ଡାକିଥିଲେ । 10 ଦିନ ରହି ଗାଇଡ୍ କରି ଆସିଲି । ସସ୍ମିତା କହିଲା interesting। ତେବେ ଯୋଉ କାହାଣୀ ଟି ଥିଲା ସେଇଟା ସତ ନା ମିଛ ? ସମରେଶ କହିଲା, ସେଗୁଡିକ ସବୁ ମିଛ । ସେ କାହାଣୀ ଥିଲା କେବଳ ତୁମକୁ ସାହସ ଦେବା ପାଇଁ ଆଉ ସେମାନଙ୍କ ମନରେ ଅଳ୍ପ ଭୟ ସୃଷ୍ଟି କରିବା ପାଇଁ । ସସ୍ମିତା, ତେବେ ତୁମର ଆଇଡିଆ ବଢିଆ କାମ ଦେଲା। ଆଛା ସମରେଶ ଭାଇ ତମେ ମୋର ଧରମ ଭାଇ ହେଇ ଯାଉନ?? ଯେତେବେଳେ ମୋର ଅସୁବିଧା ପଡ଼ିଲେ । ତୁମେ ମୋର ସାହାଯ୍ୟ କରୁଥିବ। ଦୁହେଁ ପୁଣି ହସିଲେ। ନା ନା, ସେମିତି କିଛି ଦରକାର ପଡ଼ିବ ନାହିଁ । ତୁମେ ବହୁତ୍ ସାହସୀ ଝିଅ। ତୁମକୁ କେବଳ ମୁଁ ଟିକେ ହୋପ୍ ଦେଉଥିଲି ଏବଂ କୌଣସି ସ୍ଥାନରେ ମଧ୍ୟ ନିଜକୁ ଦୁର୍ବଳ ମନେ କରିବ ନାହିଁ। ଯେଉଁଠି ଦୁର୍ବଳ ହେବ ସେଠି ଅତ୍ୟାଚାରୀ ସବଳ ମାନଙ୍କ ଆକ୍ରମଣ ନିଶ୍ଚୟ ହେବ । ସେଥିପାଇଁ ତ ବହୁତ୍ ସମୟରେ ଝିଅ ମାନଙ୍କ ସହିତ ଅମାନବୀୟ ଘଟଣା ଘଟି ଯାଏ । ଭଉଣୀ ମୋର ଗୋଟିଏ ଛୋଟ ଅନୁରୋଧ ଭରା ଉପଦେଶ ରଖିବ । ପ୍ଲିଜ୍ ଖରାପ ଭାବିବ ନାହିଁ । ମୋର କହିବା କଥା ହେଲା କିଛି କିଛି ସ୍ଥାନରେ ଯଦି ଆମେ ଆମ ପିନ୍ଧିବା ଶୈଳୀ କୁ ଟିକେ ବଦଳେଇ ଦେଇ ପାରିବା ତେବେ କିଛି କ୍ଷେତ୍ରରେ ଏମିତି ଲୋକ ମାନଙ୍କ ଖରାପ ଦୃଷ୍ଟି କେବେ ପଡ଼ିବ ନାହିଁ ବୋଲି ମୋର ଆଶା। ସସ୍ମିତା, ଠିକ୍ କହିଲ ଭାଇ, ମୁଁ ଭାବୁଥିଲି, ଚୁଡ଼ିଦାର୍ ପିନ୍ଧି ଆସିବି ବୋଲି କିନ୍ତୁ ଆସିଲା ବେଳେ ଏମିତି ଆସିଥିଲି ନା, ସେ ସମୟରେ କିଛି ହୋଇ ନଥିଲା ତେବେ ଏବେ ମଧ୍ୟ ଭାବିଲି କିଛି ହେବନି ବୋଲି । ହଉ ମୁଁ ଏହି କଥା କୁ ନିଶ୍ଚୟ ଧ୍ୟାନ ଦେବୀ । ଆଉ ମୁଁ ଖରାପ କାହିଁକି ଭାବିବି ଯେ। କାରଣ ମୋ ଭାଇଙ୍କ ଉପଦେଶ, ମୁଁ ନିଶ୍ଚୟ ପାଳନ କରିବି । ତେବେ ଚାଲ ଏବେ ଯିବା। ମାତ୍ର ତୁମର ମୋବାଇଲ୍ ନମ୍ବର୍ ମୋତେ ଦରକାର । ସମରେଶ, ଦେଖ ମୁଁ ପୁରା ବ୍ରହ୍ମଚାରୀ । ସସ୍ମିତା ହସି କହିଲା, ବ୍ରହ୍ମଚାରୀ କାହାର ଭାଇ ହୁଅନ୍ତି ନାହିଁ କି ?? ସମରେଶ ଅଳ୍ପ ଭାବି କହିଲା ହଉ ନମ୍ବର୍ ଟାଇପ୍ କର । ଦୁହେଁ ଦୁହିଁଙ୍କ ମୋବାଇଲ୍ ନମ୍ବର ସେୟାର କରି । ବାଏ କହି ନିଜ ନିଜ ଘରକୁ ଚାଲିଗଲେ ।
ତେବେ ସବୁ ସମୟରେ ସସ୍ମିତା କୁ ସମରେଶ ଭଳି ଭାଇ ସାହାଯ୍ୟ କରିବାକୁ ଆସିବେ ନାହିଁ। ତେବେ ଆମେ ଯଦି ଆମ ବେଶ ଭୂଷା ଅଳ୍ପ ବଦଳେଇ ଦେଇ ପାରିବା ତେବେ ବହୁତ୍ କ୍ଷେତ୍ରରେ ଆମେ ନିରାପଦ ରହିବା।
ଏହା ଏକ କାହାଣୀ ନୁହଁ, ଏମିତି ଏକ ଘଟଣା ଯାହା ବହୁତ୍ ସ୍ଥାନରେ ଘଟିଥାଏ । ଏହା ଏକ ସଚେତନ ମୂଳକ ବାର୍ତ୍ତା ଟିଏ ମଧ୍ୟ ।
ପଢନ୍ତୁ ନିଜ ବନ୍ଧୁ ଏବଂ ଭଉଣୀ ମାନଙ୍କୁ ସେୟାର କରନ୍ତୁ ।
ଧନ୍ୟବାଦ ।
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…

Duskrmi mananka kabalaru rakhya paiba pain nijaku hin mental strong karibaku heba..bahut bhala msg ti
Thank you Narendra, for your hopefully feedback