
ଦୁନିଆରେ ସବୁ ସ୍ଥିତିରେ ଆମେ କିଛି ନା କିଛି ସଂଘର୍ଷ ରେ ଲିପ୍ତ ରହି ଥାଉ। କିନ୍ତୁ କିଛି ସଂଘର୍ଷ ଆମ ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରି ଥାଏ। ତେବେ ଆପଣଙ୍କ ଜୀବନର ସଂଘର୍ଷ ବିଷୟରେ ଆପଣ ନିଜେ ଉଚିତ୍ ପଦକ୍ଷେପ ନେବା ଉଚିତ୍ ।
By. Nilamadhab Bhuyan
ହସ ହିଁ ଜୀବନର ଏକ ମାତ୍ର ସାହାରା ଯେଉଁଠି ଦୁଃଖ କୁ ହଜେଇବାର ଅସୀମ ଶକ୍ତି ରଖି ଥାଏ। ତେବେ ପ୍ରତ୍ୟେକ ସମୟରେ ହସିବା ଏବଂ ଅନ୍ୟକୁ ହସେଇବା ଉଚିତ୍ ।
By. Nilamadhab Bhuyan
ନିଜକୁ ହାର ମାନିବା ବ୍ୟକ୍ତି କେବେ ଦୁନିଆ ସହିତ ଲଢି ପାରିବ ନାହିଁ। ଦୁନିଆ ସବୁବେଳେ ତୁମକୁ ଘୃଣିତ ଦୃଷ୍ଟିରେ ଦେଖିବ କିନ୍ତୁ ଦୁନିଆ ତୁମକୁ ଦେଖିବା ଶୈଳୀ କୁ ବଦଳେଇବା ପାଇଁ ହେବ । ଉଚିତ୍ ସମୟ ନେଇ କଡ଼ା ପଦକ୍ଷେପ ନିଅନ୍ତୁ ।
By Nilamadhab Bhuyan
ସବୁ ରାତି ଅମାବାସ୍ୟା ଭଳି ତୁମ ସହିତ ସମସ୍ୟା ହୋଇ ରହିବ ନାହିଁ । ତାକୁ ଉଜ୍ଜଳ କରିବା ତୁମର କାମ, ଦେଖିବ ଆଗାମୀ ପୂର୍ଣ୍ଣିମା ରାତି ତୁମକୁ ଉତ୍ସବ ଭଳି ମନେ ହେବ।
By Nilamadhab Bhuyan
ନିଜକୁ ଚାଲାକ୍ ଭାବି ଏବଂ ତୁମକୁ ବୁଦ୍ଧୁ ଭାବୁଥିବା ମଣିଷ ର ସମୟ ସବୁବେଳେ ଠିକ୍ ଚାଲେ ନାହିଁ । ଅପେକ୍ଷା କର ତୁମ ର ସମୟ ମଧ୍ୟ ଆସିବ।
By. Nilamadhab Bhuyan
..
ଖୁସି ସର୍ବଦା ପାଖେ ରହେନି, ବେଳେ ବେଳେ ଦୁଃଖ ଆଉ ଚିନ୍ତାମୟ ଜୀବନ କୁ ମଧ୍ୟ ଉପଭୋଗ କରିବା ଆବଶ୍ୟକ ।
By Nilamadhab Bhuyan
