ପୁରୁଣା ଦିନ…

ମୁଖରେ ମିଛର ହସ ଆଉ ହୃଦୟରେ ଗଭୀର ଯନ୍ତ୍ରଣା ନେଇ ଜୀବନ ବିତାଇବା ଭାରି କଷ୍ଟ,
ଇଛା ହୁଏ ଦୁନିଆର ଭିଡ ଭିତରୁ ବହୁ ଦୁରକୁ ଯାଇ ସବୁ ଦିନ ପାଇଁ ହଜି ଯାଆନ୍ତି କି?
ଜୀବନର ସବୁ ଦାୟୀତ୍ୱ ରୁ ମୁକ୍ତ ହୋଇ ଅନନ୍ତ ନିଦ୍ରାରେ ଚିର ଦିନ ପାଇଁ ଶୋଇ ଯାଆନ୍ତି କି?

ଗାଁର ବଣ ପର୍ବତ ଛାଡି ବହୁ ଦୂରରେ ଆଜି ସହରର ପ୍ରଦୂଷଣ ବାତାବରଣରେ,
ଇଛା ହୁଏ ପୁଣି ସେହି ଜନ୍ମଭୁମିକୁ ଫେରି ଯାଆନ୍ତି କି?
ସନ୍ଧ୍ୟା ସମୟର ସୁଲୁସୁଲିଆ ପବନରେ ମନ ଭରି ଦୀର୍ଘ ଶ୍ୱାସ ନେଇ ପାରନ୍ତି କି?

କଥା କଥାରେ ମାରପିଟ ହାଣମରା, ଏଠି ଘଡିଏ ମୁହୂର୍ତ୍ତ ବି ଅଣ ନିଃଶ୍ୱାସୀ ଲାଗିଲାଣି,
ଇଛାହୁଏ ସେଇ ପିଲାବେଳକୁ ପୁଣି ଫେରି ଯାଆନ୍ତି କି?
ସାଙ୍ଗ ସାଥି ମେଳେ ପୁଣି ସେଇ ଖୁସିର ଦିନକୁ ଫେରି ପାଆନ୍ତି କି?

ଜୀବନରେ ସଂଘର୍ଷ କରି କରି ଥକି ଗଲିଣି, ସାହାରା ବୋଲି କେହିନାହିଁ,
ଇଛା ହୁଏ ମାଆର ସେଇ ସ୍ନେହଭରା ପଣତ କାନିରେ ଲୁହ ଦୁଇ ଧାରକୁ ପୋଛି ଦିଅନ୍ତି କି?
ତା ହାତରୁ ଗୁଣ୍ଡାଏ ଭାତ ଖାଇ ପେଟ ଆଉ ମନକୁ ଟିକେ ଶାନ୍ତି କରନ୍ତି କି?

ମୋ ପୁରୁଣା ପିଲାଦିନ କୁ ଫେରି ପାଆନ୍ତି କି ?
ମୋ ପୁରୁଣା ଦିନକୁ ଫେରି ପାଆନ୍ତି କି ?

ନରେନ୍ଦ୍ର କୁମାର ସ୍ବାଇଁଗୋଳାବନ୍ଧ, ଗଞ୍ଜାମ ।।

Leave a Reply

Your email address will not be published. Required fields are marked *