ନାରୀ ବଞ୍ଚାଅ


ନାରୀ ଆମ ମାତା,
ନାରୀ ଆମ ଭଗିନି
ନାରୀ ଆମ ଜୀବନ ରେଖା
ନାରୀ ଆମ ଝିଅ,
ନାରୀ ଆମ ପ୍ରେମିକା
ନାରୀ ଆମ ଅର୍ଦ୍ଧାଙ୍ଗିନୀ ପ୍ରାଣ ଶଖା
ନାରୀ ଜନମ ଦାତ୍ରି
ନାରୀ ପାଳନ କରତା
ନାରୀ ପରା ଆମ ଭାଗ୍ୟ ବିଧାତା
ନାରୀ ଆମ ଶିକ୍ଷକ
ନାରୀ ଆମ ରକ୍ଷକ
ନାରୀ ପରା ସର୍ବସୟା ମାଆ ବସୁନ୍ଧରା
ନାରୀ ମାନଙ୍କୁ ଯୌତୁକ ପ୍ରଥା ପାଇଁ
ମଣିଷ ସମାଜରେ ଦେଉଛନ୍ତି ନିର୍ଯାତନା, ପ୍ରାଣ ଦଣ୍ଡ
ନାରୀ ନ୍ୟାୟ ପାଇବା ପାଇଁ ନ୍ୟାୟାଳୟ ଅଫିସ୍ ବୁଲୁଛି ଦାଣ୍ଡ ଦାଣ୍ଡ
ନାରୀକୁ ସମ୍ମାନ ନାରୀକୁ ସୁରକ୍ଷା
ଯୋଗାଇ ଦେବ ଆମ ସମାଜରେ କିଏ
ସମାଜରେ ବଡ ଲୋକମାନେ କୁମ୍ଭକର୍ଣ୍ଣ ନିଦ୍ରାରେ
ସୋଇଛନ୍ତି ପରା ସେ
ନାରୀ ନିର୍ଯାତନା ଯୌତୁକ ପ୍ରଥା ନ ହଟିଲେ ଦେଶେ
ଜନମିବେ କେମିତି ବିର
ମାତୃଭୂମି ର ରକ୍ଷା ପାଇଁ କିଏ ଦାନ କରିବ ନିଜର ସିର
ସତୀଦାହ ପ୍ରଥା ହଟିଲା ବୋଲି ନାରୀ ମାନେ ଟିକେ ଶାନ୍ତି
ନାରୀ ସୁରକ୍ଷା ପାଇଁ ଦିନେ ହେବ ସମାଜରେ ବଡ କ୍ରାନ୍ତି
ମଣିଷ ରୂପ ଦାନବ ମାନେ ନାରୀ ବୃଣକୁ ଦେଉଛନ୍ତି ମାରି
ଯୌତୁକ ପ୍ରଥା ହଟାଅ ନାରୀ ମାନଙ୍କୁ ବଞ୍ଚାଅ କରୁଛୁ ଆମେ ଗୁହାରି।

ହୃଷୀକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା

କେବଳ ହୃଷୀକେଶ କୁଶୁଲିଆ ଙ୍କ ସମସ୍ତ କବିତା ଗୁଡ଼ିକ ପଢନ୍ତୁ

2 thoughts on “ନାରୀ ବଞ୍ଚାଅ”

  1. ଅତି ଉଚ୍ଚ କୋଟୀର ଚିନ୍ତାଧାରା, ଲେଖାଟି ହୁର୍ଦୟ ସ୍ୱର୍ଶି ହୋଇଛି

Leave a Reply

Your email address will not be published. Required fields are marked *