Tag Archives: #andhar

ଅନ୍ଧାର ରାତିର ଦୀପ ଟିଏ

ଆମେ ଶିଖିତ ମନୁଷ୍ୟ ସମାଜ
ଜାତି ବ୍ୟବସ୍ଥା ଛୁଆଁ ଛୁତ ପାଇଁ
ନିଜ ନିଜ ଭିତରେ ଭେଦଭାବ କରୁ
ଏହା ବଡ ବିଚିତ୍ର କଥା ।

ମନୁଷ୍ୟ ସମାଜ ର ଏହିଁ ଅବସ୍ଥା ଦେଖି
ଜଙ୍ଗଲ ର ପଶୁ ହସିଲେ
ପକ୍ଷୀ ହସିଲେ
ହସି ଉଠିଲେ ବୃକ୍ଷ ଲତା ।

ଆକାଶ ସୂର୍ଯ୍ୟ ଚନ୍ଦ୍ର ଏବଂ କୋଟି କୋଟି ତାରା
ଏହି ମାଟି ପାଣି ପବନ ଭେଦ ଭାବ କରୁ ନାହାନ୍ତି ପରା।

ମାଟି ପାଣି ପବନ ନିଆଁ ରେ ଗଢା ଏ ଶରୀର
କିପରି ଆମେ ଅଛୁତ ହେଲୁ ଟିକେ କରିଲ ବିଚାର ।

କାହାକୁ ଛୁଇଁଲେ ଆମକୁ ମାଡ ମାରୁଥିଲେ
ଆମ ପ୍ରଛାୟା କାହା ଉପରେ ପଡିଲେ ଦୂରେଇ ଯାଉଥିଲେ ।

ପଶୁ ପକ୍ଷୀ ଠୁ ବି ହିନସ୍ଥା ଜୀବନ ରହିଥିଲା ଆମର
କିଏ ଆମ ପାଇ ପଦେ କହୁ ନ ଥିଲେ
ସମସ୍ତେ କରିଲେ ପର
କିନ୍ତୁ ଆମେ ଚାହୁଁ ନିଜର ।

ବିଦ୍ୟାଳୟରେ ପ୍ରବେଶ ନଥିଲା
ନା ଆମକୁ ପ୍ରବେଶ ଥିଲା ମନ୍ଦିର
ବାଟ ରେ ଚାଲିବା ଅଧିକାର ନାହିଁ
ଭରିଯାଉଥିଲା ରକ୍ତରେ ଆମ ଶରୀର ।

କୁଅ ନଳକୁଅ ର ପାଣି ପିଇବା ମନା
କେମିତି ମେଣ୍ଟିବ ଆମର ଶୋଷ
ଦଳିତ ପରିବାରେ ଜନମ ହେଲୁ
ଆମର କଣ ଯେ ଦୋଷ ।

ଘୋର ଅନ୍ଧାର ରାତିରେ ଜଳିଲା
ଗୋଟିଏ ଦୀପ ଆମ ଦଳିତ କୂଳେ
ପାଠପଢୁ ଥିଲେ ଛୁଆ ଛୁତ ଭେଦଭାବ ପାଇ
ବିଦ୍ୟାଳୟ ପରିସର ଗଛ ମୂଳେ
ପିଉ ଥିଲେ ପାଣି ଚପରାସି
ହାତେ ଦେଲେ ଢାଳି ପାଣି ।

ବହୁତ ଦୁଃଖ ଯନ୍ତ୍ରଣା ର ଆମ ଜୀବନ କାହାଣୀ
ଦେଶ ବିଦେଶ ବୁଲି ବୁଲି ନିଜେ ପଢିଲେ ପାଠ
ଖୋଜିବେ ବୋଲି ଜାତି ଛୁଆ ଛୁତ ମୁକ୍ତିର ବାଟ ।

32ଡିଗ୍ରୀ ହାସିଲ କରି ଶିଖିଲେ ଭାଷା ନଅ
ମାନସ ସୃତି ପୁସ୍ତକ କୁ ନିଆ ରେ ଜଳାଇଲେ ଡହଡହ ।

ଆଜାଦ ଭାରତ ର ଆଇନ ମନ୍ତ୍ରୀ ହୋଇ
ଲେଖିଲେ ଭାରତ ର ସମ୍ବିଧାନ
ଦେଖାଇ ଦେଲେ କଲମର ତାକତ ଭୀମ ରାଓ ମହାନ
ଦଳିତ ଶୋଷିତ ଅଛୁତ ପଛୁଆ ବର୍ଗ କୁ ଦେଲେ ଆରକ୍ଷଣ  ।

ଶିଖିତ ସଜାଗ ସଂଗଠିତ ହେବା କୁ ଦେଲେ
ଆମ ସମାଜେ ଧ୍ୟାନ
ହିନ୍ଦୁ ଧର୍ମ ତ୍ୟାଗ କରି
ନେଲେ ବୌଦ୍ଧ ଧର୍ମ ।

ଦଳିତ ଶୋଷିତ ପଛୁଆ ବର୍ଗ ର ଲୋକ କୁ
ମିଳିଲା ମାନ ସମ୍ମାନ
ମୃତ୍ୟୁ ପରେ କରି ଥିବା କାମ ପାଇଁ
ପାଇଲେ ଭାରତ ରତ୍ନ ସବୋର୍ଚ ସମ୍ମାନ
ଆମ ଭାରତର ଦଳିତ ର ସ୍ୱାଭିମାନ ।

ଗୋଟେ ହାତ ରେ ସମ୍ବିଧାନର ଧାରା
ଅନ୍ୟ ହାତରେ ଉଚିତ୍ ମାର୍ଗ ର ରୁଖ ।
କାହିଁକି ନା ସମ୍ବିଧାନ ଦେବ
ଆମକୁ ଅସୀମ ସୁଖ ।

ପାଠ ଯଦି ଆମେ ନ ପଢିବା ତେବେ
ମନୁଷ୍ୟ ସମାଜର ଲୋକ ଆମକୁ କରିବେ ଲୁଟ
ଚିରା ଫଟା ମଇଳା ପୁରୁଣା ପୋଷାକ
ଛାଡି ପିନ୍ଧିବା ଆମେ ସୁଟ ବୁଟ ।

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।