Category Archives: Message For You

दीपावली

Happy diwali
Diwali





दिए का उत्सव जहां हर जहां दिया की रोशनी से जग उठता है। सारा संसार इश दिन माता लक्ष्मी, माता सरस्वती और अग्र पूज्य गणेश जी को पूजा किया जाता है।  

आलोक का त्योहार है । जहां कुछ विशेष तथ्य छुपी हुई है । हिंदू धर्म की मान्यता में इश दिन से भगवान राम बनवास की अवधि पूरा करके राज्य में लौटे थे। इश खुशी में सारा राज्य बासी घर के आंगन तथा घर के ऊपर दिया लगाकर राम जी का स्वागत किए थे।  

यह भी माना जाता है । इश दिन अपने पूर्वज को आलोक के साथ याद किया जाता है। 

कुछ कुछ जगह पर माता काली की पूजा किया जाता है।  

सदा मुस्कुराए और यह आलोक पर्वको खुशी से उपभोग करें ।
  
दीपावली की हार्दिक शुभकामनाएं ।




If the contents are helpful to share them with your friends, Thanking You.

ସୀତା କୁଆଡେ ଗଲେ ???

ସୀତା କୁଆଡେ ଗଲେ, ସୀତା, odiastory, odiagalpa, oriya, galpa, galpa, odiastoryidea
ସୀତା କୁଆଡେ ଗଲେ
ବୟସ କୁ କିଏ ପଚାରେ । ବାଳୁତ ସମୟର କଥା । ଆଜି ଗାଁ ରେ ରାମାୟଣ ନାଚ ହେବ । ମନରେ କେତେ ଯେ ଆଶା ଆଉ ଅଭିଳାଷା । ରାମାୟଣ ନାଚରେ କଣ ? ତାହା ଜାଣିବାର ଇଚ୍ଛା ନଥିଲା। କେବଳ ଦୁଇଟି ଦୃଶ୍ୟ କୁ ଦେଖିବାକୁ ବହୁତ୍ ଇଚ୍ଛା ଥାଏ । ହନୁମାନ ଙ୍କ ନଡିଆ ଖିଆ ନାଚ ଏବଂ ସୀତା ଚୋରି !!
ଗୋଟିଏ ଦୃଶ୍ୟ ରେ ବହୁତ୍ ଖୁସି ଲାଗେ କିନ୍ତୁ ଅନ୍ୟ ଦୃଶ୍ୟରେ ଯେମିତି ଦୁଃଖ ଦେଇ ଚାଲି ଯାଏ। ଦୃଶ୍ୟ ଆରମ୍ଭ ହେବା ପୂର୍ବରୁ ମାଇକ ରେ କୁହାଯାଏ ଦୃଶ୍ୟ ବିଷୟରେ। ଦୃଶ୍ୟ କୁ ଦେଖିବାକୁ ଆଶା କୁ ଜାବୁଡି ଧରି ଥାଉ। ପ୍ରଥମ ଦୃଶ୍ୟ ଦେଖିବା ପରେ ଅନ୍ୟ ଦୃଶ୍ୟ କୁ ଦେଖିବାକୁ ଆତୁର ହେଉ। ଦ୍ଵିତୀୟ ଦୃଶ୍ୟ ପରେ ସମସ୍ତ ଙ୍କ ମନରେ ଦୁଃଖ ଭରି ଯାଏ। ପୁଣି ବାକି ଦୃଶ୍ୟ ଗୋଟିଏ ପରେ ଗୋଟିଏ ଚାଲିଥାଏ।
ରାତି ପାହି ସକାଳ ହୁଏ। ରଘୂପତି ରାଘବ ରାଜାରାମ… ସ୍ଵରରେ ରାମାୟଣ ନାଚ ସମ୍ପୂର୍ଣ ହୋଇ ଯାଏ । ସକାଳୁ ସମସ୍ତ କଳାକାର ନିଜ ବେଶ ଭୂଷା କୁ ବଦଳେଇ ଯେତେବେଳେ ବାହାରକୁ ଆସନ୍ତି ସେତେବେଳେ ମନରେ ପ୍ରଶ୍ନ ଉଠେ ।
ସୀତା ଅଭିନୟ କରିଥିବା ମହିଳା ଜଣଙ୍କ କୁଆଡେ ଗଲେ ??
ଝରକା ଦ୍ଵାରା ପେଣ୍ଟିଂ ରୁମ୍ ଭିତରକୁ ଦେଖିବାକୁ ଚେଷ୍ଟା କରିଲି କାଳେ ସେ ଭିତରେ ବସିଥିବେ । ସେଠୀ ମଧ୍ୟ ନାହାନ୍ତି । ମନରେ ସେହି ପ୍ରଶ୍ନ ?? ସୀତା କୁଆଡେ ଗଲେ ? ମୋ ଘନିଷ୍ଠ ବନ୍ଧୁ ସହିତ ଏହି ପ୍ରଶ୍ନ ବିଷୟରେ ଚର୍ଚ୍ଚା କରିଲି । ସେ ମଧ୍ୟ ଦ୍ଵନ୍ଦ ରେ ପଡ଼ିଗଲା। ଗୋଟିଏ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ପ୍ରାୟ ୧୫ ମିନିଟ୍ ରୁ ଉର୍ଦ୍ଧ୍ବ ସମୟ ନଷ୍ଟ କରି ସାରିଲିଣି କିନ୍ତୁ ଉତ୍ତର ପାଉନି।
ଶେଷରେ ମୋର ପ୍ରଶ୍ନ ର ଉତ୍ତର ପାଇବା ପାଇଁ ବିଳମ୍ବ ନ କରି ପହଞ୍ଚିଲି କଳାକାର ମାନଙ୍କ ପାଖରେ। କଳାକାର ମାନଙ୍କ ମଧ୍ୟରୁ ଜଣକୁ ପଚାରିଲି ଯେ ଗତ ରାତିରେ ସୀତା ଅଭିନୟ କରୁଥିବା ମହିଳା ଜଣଙ୍କ କୁଆଡେ ଗଲେ?? ଏହି ପ୍ରଶ୍ନ ପରେ ସେ କଳାକାର ଜଣଙ୍କ ହସି ହସି ମୋତେ କହିଲେ ଯେ ସୀତା କୁ ରାବଣ ନେଇ ଚାଲି ଗଲା। ପୁଣି ପ୍ରଶ୍ନ, ନା ନା, ସେ କଥା ତ ରାମାୟଣ ରେ ଥିଲା। ମାତ୍ର ସେ ମହିଳା ଜଣଙ୍କ କୁଆଡେ ଗଲେ?? କଳାକାର ଜଣଙ୍କ ଉତ୍ତର ଦେଲେ । ସେ ତ ଗତ ରାତିରୁ ନାହାନ୍ତି । ମୁଁ ମଧ୍ୟ ଖୋଜି ପାଉନି । ଏହି ଉତ୍ତର ପରେ ଶାନ୍ତ ହେବାକୁ ବାଧ୍ୟ ହେଲି ।
କିଛି ସମୟ ପରେ ସମସ୍ତେ ବସ୍ ରେ ବସି ଫେରିଗଲେ ନିଜ ଗ୍ରାମକୁ । ପ୍ରଶ୍ନ ର ଉତ୍ତର ନ ପାଇଁ ମୁଣ୍ଡ କୁ ଆଉଁସି ଘରକୁ ଫେରୁଥିଲି । ବାରଣ୍ଡାରେ ମୋ ଭାଇ ପ୍ରଶ୍ନ କରିଲେ ? ସେମାନଙ୍କୁ କଣ ପ୍ରଶ୍ନ କରୁଥିଲୁ । ମୁଁ ଭାଇ ଙ୍କୁ ମୋ ପ୍ରଶ୍ନ ବିଷୟରେ ଜଣେଇଲି । ସେ ଅଳ୍ପ ହସି ମୋତେ କହିଲେ ତୁ ଯାହା ସହିତ କଥା ହେଉଥିଲୁ ସେ ଗତ ରାତିର ସୀତା ଥିଲା । ପୁଣି ମୁଣ୍ଡ କୁ ଆଉଁସି ପ୍ରଶ୍ନ କରିଲି। ସେ ତ ପୁଅ ପିଲା ଟିଏ?
ମୋତେ ଭାଇ ବୁଝେଇଲେ ଯେ ରଙ୍ଗମଞ୍ଚ ର ରାତ୍ରରେ ଏଠି ପୁରୁଷ ରଙ୍ଗ ପିନ୍ଧି ନାରୀର ରୂପ ଧାରଣ କରନ୍ତି ଏବଂ ରାତି ପାହିବା ପରେ ରଙ୍ଗ ଲିଭିଗଲେ ସେ ନିଜର ପ୍ରକୃତ ରୂପ କୁ ଫେରି ଯାଆନ୍ତି । ଏଠି ରଙ୍ଗ ର ଶକ୍ତି ଏତେ ପ୍ରଖର ଯେ ଗୋଟିଏ ପୁରୁଷ କୁ ନାରୀ କରି ପାରେ ସେଥିପାଇଁ ତୁ ଏଠି ସୀତା କୁ ଖୋଜି ପାଇବା ବହୁତ୍ କଷ୍ଟ……
ନୀଳମାଧବ ଭୂୟାଁ (ଲେଖକ)
ଲେଖକ ଙ୍କ ଅନ୍ୟ ଲେଖନୀ…

If the contents are helpful to share them with your friends, Thanking You.