Category Archives: #odia

Smruti Tume Sradhanjali (A true Story ) Page-170

କୁମାର:- ଓଃ ଟିକେ ଆସ୍ତେ ଲଗାଅ, ଦେଖୁଛ ପରା କେମିତି ମାଡ଼ ହେଇଛି ।
ଆଚ୍ଛା ମାଡ଼ ତ ମତେ ହେଇଛି, ତୁ ଏମିତି କାଇଁ କାନ୍ଦୁଛୁ(ସନ୍ଧ୍ୟା କୁ) ।

ସନ୍ଧ୍ୟା:-ତମେ କଣ ଜାଣିନ କି ? ତମ ଦେହରେ ଟିକେ ଦାଗ ହେଲେ ବି ତାର ପ୍ରଭାବ ମୋ ଉପରେ ପଡେ ।

ଆମେ ଦୁଇଜଣ ଦୁହେଁ ଗୋଟିଏ ତମେ ଜାଣିନ କି ?

କୁମାର:-ହଉ !! ହଉ !! ତୋ କଥା ହେଲା, ଏବେ ଖୁସି ତ ??

ଆକାଶ:- କୁମାର !! ସମୀର ତୋ ପଛରେ କେମିତି ଛାଇ ଭଳି ଲାଗିଛି ।
 ଏବେ କଣ ହବ ମୁଁ କିଛି ବୁଝିପାରୁନିରେ ।

କୁମାର:- ତମମାନେ ଏତେ ବ୍ୟସ୍ତ ହୁଅନି, ସେ ତା କାମ କରିଚାଲୁ ।
 ଆମେ ଆମ କାମ କରିବା ।
 ଆମେ ତ କାଲି ଗାଁକୁ ଯିବା ତାପରେ ଆମେ ତା ସହ ଦେଖାକରିବା ତାପରେ ଯାହା ହବ ।

ବିକ୍ରମ:- ତୁ ଠିକ୍ କହିଛୁ ଆମେ ତା ସହ ମିଶି ସମଧାନ କରିବା ନା କଣ ??

ଅଜିତ୍:- ସମାଧାନ କଣ ବେ ତାକୁ ବି ଜଣେଇବାକୁ ହବ ଯେ ଆମେ ବି ହାତରେ ଚୁଡି ପିନ୍ଧିନୁ । 

ଆମେ ବି ଦେଖେଇଦବା ଆମେ କଣ ??

କୁମାର:-ତୁ ଠିକ୍ କହିଛୁ ତା ଖବର ବୁଝିବାକୁ ପଡିବ । ବହୁତ ଟଙ୍କା ଅଛି ନା ତା ପାଖରେ ବେଶି ଗର୍ବ ହେଇଗଲାଣି ତାର, ଆଉ ସେ  ସବୁ ଜାଣି ବି ମୋ ଠୁ ସନ୍ଧ୍ୟାକୁ ଅଲଗା କରିବାକୁ ଚାହୁଁଛି ମୁଁ ବି ଦେଖେଇଦେବି ଯେ ପ୍ରେମ ବଡ଼ ନା ଟଙ୍କା ବଡ଼। 
ହଉ ଛାଡ଼ ସେ କଥା ଚାଲ ଖାଇବା ସମୟ ହେଲାଣି ।
 ହଁ ଶୁଣ ସମସ୍ତେ ନିଜ ନିଜ ଜିନିଷ Pack କରିନବ, ଆମେ କାଲି ଭୋରୁ ବାହାରିଯିବା ।

ତାପରେ ସମସ୍ତେ ଖାଇସାରିଲେ ଆଉ ନିଜ ନିଜ ଜିନିଷ ବି  Pack କରି ଶୋଇଲେ ।
 ଭୋରୁ ସମସ୍ତେ ଉଠି Ready ହୋଇ ଗାଁ କୁ ଯିବାପାଈଁ ବାହାରୁଥାନ୍ତି । 
ସେହି ସମୟରେ କୁମାର(ଶାନ୍ତନୁ) ର ମା କହୁଥାନ୍ତି ।
To be continued…….


Promo: (ସନ୍ଧ୍ୟା ର ଗାଁ କୁ ଯିବା କୁ ଇଛା ନାହିଁ , ପୁଣି ଭୁବନେଶ୍ୱର ଯିବା ପାଈଁ ଇଛା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-170



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_170
Smruti+tume+sradhanjali+in+odia+by+kumars+diary+part+170

Smruti Tume Sradhanjali (A true Story ) Page-167

ସରିତା :- ବାପା ମୋର ଭୁଲ ହେଇଯାଇଛି, ମୁଁ ତମର ଇଛା ବିରୁଦ୍ଧରେ ଯାଇ କେଶବକୁ ବାହାହେଇ ହେଇଗଲି ।
 
ସରିତାର ବାପା:-ତୁ ଯାହା କରିଛୁ ଠିକ୍ କରିଛୁ । 
ମୁଁ ସମ୍ପତ୍ତି ଲୋଭରେ ସିନା ସେଠି ତୋତେ ବାହାଘର କରିଦେଇଥାନ୍ତି, ହେଲେ କେଶବ ଠାରୁ ଅଧିକ ଖୁସି ଦେଇପାରିନଥାନ୍ତି । 
ମୋତେ ତ ମୋ ନିଜକୁ ଧିକାର ଲାଗୁଛି, ଯେ ମୁଁ ତୋତେ ପିଲାଦିନରୁ ନେଇକି ଆଜି ପର୍ଯ୍ୟନ୍ତ କେବେ ଖୁସିରେ ରଖିପାରିଲିନି ।
 
କେଶବ ମୋତେ କ୍ଷମା କରିଦବ ପୁଅ, ତମେ ମୋ ଝିଅକୁ ଯେତିକି ଖୁସି ଦେଇଛ ମୁଁ କେବେବି ଦେଇପାରିନି । 
ମୋତେ କଥା ଦିଅ ମୋ ଝିଅକୁ ସବୁବେଳେ ଖୁସିରେ ରଖିବ ।
 
କେଶବ:- ମୁଁ କଥା ଦଉଛି ବାପା !! ସରିତାକୁ ସବୁବେଳେ ଖୁସିରେ ରଖିବି ।
 
ସରିତାର ବାପା:-ମାଧବ ବାବୁ ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କୁ ବହୁତ କଟୁକଥା କହିଛି ଆଉ ହାତ ବି ଉଠେଇଛି । 
ମୋତେ କ୍ଷମା କରିଦିଅନ୍ତୁ ।
 
ସରିତାର ବାପା, ମାଧବ ବାବୁଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରୁଥାନ୍ତି ।
 
ମାଧବ ବାବୁ:-ଆରେ…. ଆପଣ ଏ କଣ କରୁଛନ୍ତି, ଉଠନ୍ତୁ । ମୁଁ ବି ତ ଆପଣଙ୍କୁ ବହୁତ କଟୁକଥା କହିଛି ।
 ଆଉ ଗୋଟେ ବାପା ହିସାବରେ ଯାହା କହିବା କଥା, ତା ଠୁ ଅଧିକା କହିଦେଇଛି, ମୋତେ ଆପଣ କ୍ଷମା କରିଦେବେ । 
କ୍ଷମା ତାକୁ ମାଗନ୍ତୁ ଯାହାପାଇଁ ଆପଣ ଆପଣଙ୍କ ଝିଅର ଖୁସି ଫେରିପାଇଛନ୍ତି ।
To be continued…….
 
 
Promo: (ସରିତା ର ବାପା ,ସରିତା ଆଉ କେଶବ କୁ ଆଶୀର୍ବାଦ କରୁଛନ୍ତି, ପଢିବା Next Page ରେ…… )
 
                
 
କୁମାର ଙ୍କ Personal Diary ରୁ……..
 
Page:-

Page-166<<>>Page-168


 
 
Follow my Blog and find Smruti Tume Sradhanjali Part-167



Follow My Pages:- 

Thanks…

Smruti_tume_sradhanjali_in_odia_by_kumars_diary_part_167
Smruti+tume+sradhanjali+in+odia+by+kumars+diary+part+167