ଶବ ଯାତ୍ରା

ଗାଁ ଘର ଚାରି ପଟେ ଶୋକ ର ଛାୟା
ସତ କାନ୍ଦଣା ମିଛ କାନ୍ଦଣା
କୋଳାହଳ ବିଶାଳ କାୟା…

ଶବ ଘର ଦାଣ୍ଡରେ ବାଜୁଛି ବାଜା
କିଏ ବିଲାପେ ଯାଉଛି ମୋ ରଜା
ବଞ୍ଚି ଥିବା ବେଳେ ସେବା କରିବାକୁ
କିଏ ଦେଲେ ନାହିଁ ଏଠି ଦେଖା…

ଛାଡି ଚାଲିଗଲେ ସଭିଏଁ,
ପଡି ଥିଲା ସେ ଏକା…

କଣ ହୋଇ ଥିଲା ବୋଲି ପଚାରନ୍ତି
ସାହି ପଡିଶା ଗାଁ ପରିବାର ଲୋକ
ଶବକୁ ଦେଖି ଭାଙ୍ଗି ପଡନ୍ତି କରି କି ଶୋକ…

କିଏ କହେ ଭଲ ଲୋକ ଚାଲିଗଲା ଆଜି
କିଏ କହେ ଜିବନ ଯନ୍ତ୍ରଣା କୁ ମାରି ଦେଲା ବାଜି
କିଏ ମନେ ପକାଏ ସମ୍ପତି ର କଥା
କିଏ ମନେ ପକାଏ ସ୍ନେହ ମମତା ପ୍ରେମ
କିଏ ମନେ ପକାଏ କର୍ମ ତାର
କିଏ ମନେ ପକାଏ ଧର୍ମ ତାର…

ଶବଯାତ୍ରା ର ଶୋକ ଦୃଶ୍ୟ
ଭାବି ହୁଏ ମନେ ମନେ
ମତେ ବି ଏମିତି ଯିବାକୁ ହେବ
ଦିନେ ନା ଦିନେ…

ମଶାଣି କୁ ଗଲେ ଜଣା ପଡୁଅଛି
ନିଜର ନିଜର ଓକାତ୍ କଥା
ବୀର ମହାବୀର ଶବ ପଡି
ଅଛି ଟେକିକି ନିଜ ମଥା…

ଇତିହାସ ରେ ଲେଖା ଅଛି
ଅମର ଲୋକର ଅମର କାହାଣି
ଶବ ଯାତ୍ରା ପରେ ଶବ କୁ
ବୋଲି ବା ଡୁମ୍ବା ଦେବତା ଡାହାଣୀ…

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।


One thought on “ଶବ ଯାତ୍ରା”

Leave a Reply

Your email address will not be published. Required fields are marked *