ହେ ପ୍ରଭୁ ଶ୍ରୀ ଜଗନ୍ନାଥ

ହେ ପ୍ରଭୁ ଶ୍ରୀ ଜଗନ୍ନାଥ

ସମୟ ଚକରେ ଚଲାଉଛ ପ୍ରଭୁ
ତୁମ ସଂସାର ରଥ ନନ୍ଦିଘୋଷ ।

ବିଶ୍ବ ବ୍ରମାଣ୍ଡର ପାଳକ ତୁମେ
ହେ ପ୍ରଭୁ ଶ୍ରୀ ଜଗନ୍ନାଥ।

ତୁମେ ହିଁ ସମୟ ତୁମେ ହିଁ ସତ୍ୟ
ତୁମେ ନିରାକାର ପଥ
ତୁମେ ହିଁ ସାକାର ତୁମେ ହିଁ ଆକାର
ହେ ପ୍ରଭୁ ଶ୍ରୀ ଜଗନ୍ନାଥ ।

ଗୋଡ ଅଛି ହେଲେ ପାଦ ନାହିଁ
ହାତ ଅଛି ହେଲେ ପାପୁଲି ନାହିଁ
ଆଖି ଅଛି ହେଲେ କେବେ ବୁଝୁ ନାହିଁ
ପ୍ରଭୁ ତୁମ ଦାରୁ ବ୍ରହ୍ମ ।

ବିକଳାଙ୍ଗ ମାନେ ଦୋଷ ଦେବେ ବୋଲି
ନିଜକୁ କଲ ଦିବ୍ୟ ଅଙ୍ଗ,
ପୁରା କରି ନିଅ ଭକ୍ତ ଙ୍କ
କାମନା କର ନାହିଁ ମନ ଭଙ୍ଗ ।

ବଡ ଦେଉଳରୁ ଉଠି ଆସ ପ୍ରଭୁ
କର ନାହିଁ କେବେ ମନା,
ବଡ ଦାଣ୍ଡେ ତୁମେ ଝୁଲି ଝୁଲି
ପୁରା କର ଆମ୍ଭ ମନୋସ୍କାମନା ।

ତ୍ରେତୟା ରେ ଗଲ ବନବାସ
ପାଇଁକି ପିତାଙ୍କ ବଚନ,
ତଥାପି ଦ୍ବାପରେ କାରାଗାରେ
ହସି ହସି ନେଲ ଜନମ ।

ଅନାଥ ମାନେ ଦୋଷ ଦେବେ ବୋଲି
ନିଜକୁ କଲ ହେ ଅନାଥ,
ଦାରୁ ବ୍ରହ୍ମ ହୋଇ ପୁରୀ ରେ ରହିଲ
ବୋଲାଇଲ ଶ୍ରୀ ଜଗନ୍ନାଥ ।

ପ୍ରେମିକ ମାନେ ଦୋଷ ଦେବେ ବୋଲି
ଛାଡିଲ ରାଧା ରାଣୀ ର ହାତ,
ଗୃହସ୍ତି ମାନେ ଦୋଷ ଦେବେ ବୋଲି
ଛାଡିଲ ତୁମେ ପ୍ରଭୁ ମହାଲଖ୍ମି ସାତ।

ସଂସାର ର ଲୋକ ଦୋଷ ଦେବେ ବୋଲି
ରଚିଲ ହେ ମାୟାଜାଲ,
ମାନ ରକ୍ଷା ପାଇଁ
ବନ୍ଦି ହୋଇ ନାଗଫାସେ ହେଲ ହେ କଲବଲ।

ଜଗତର ବଡ ଜଣାଣ ତୁମେ ହେ
ଦେଲ ଅର୍ଜୁନ କୁ ଧର୍ମ ବାର୍ତ୍ତା
ଶ୍ରୀକ୍ଷେତ୍ର ତୁମ ଆଗେ ମିନତି କରୁଛି
ହେ ଦାରୁବ୍ରହ୍ମ ଜଗନ୍ନାଥ ।

ତୁମେ ହିଁ ଦାରୁ
ତୁମେ କଳା ଶ୍ରି
ଦିବ୍ୟ ଅଙ୍ଗ ଧାରି ଦେବ
ତୁମ ବିନା ଏ ସଂସାର ଯେମିତି
ଲାଗେ କେବଳ ଅନାଥ ।

ଦାରୁବ୍ରହ୍ମ ରୂପେ ଚଳାଅ ହେ ବିଶ୍ଵ
ତୁମ ନନ୍ଦିଘୋଷେ ବସି
ଦୁଃଖ ନିବାରୁଛ କ୍ଷଣକ ମଧ୍ୟେ ହୋ
ଟାଣୁଛନ୍ତି ମହା ଅଶ୍ଵ।

ହୃଷିକେଶ କୁଶୁଲିଆ(ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

ଓଁ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ

Leave a Reply

Your email address will not be published. Required fields are marked *