କେତେ ଭଲ ଥିଲା ମୋ ପିଲାଦିନ



କେତେ ଭଲ ଥିଲା ମୋ ପିଲାଦିନ,
ଥିଲା ମୋର ଅବୟବ ଛୋଟ ଛୋଟ ପାଦ ଚିହ୍ନ।

କାନ୍ଦି ଦେଲେ ପୂରଣ ହୁଏ ମନର ମୋ ସବୁ ଇଛା,
ବାୟା ସାପ କୁ ଚଢ଼େଇ ଡରେ ଡରେ ମୁଁ କଙ୍କଡା ବିଛା ।

ପ୍ରାଚୀର ଉଦୟ ରବି କୁ ଦେଖିଲେ ଲାଗୁଥିଲା ଭଲ,
ଭାବୁଥିଲି ମୁଁ କିଏ ରଖିଲା ଆକାଶ ରେ ଲାଲ୍ ବଲ୍ ।

ଖେଳୁ ଥିଲୁ ଗାଁ ପିଲାମାନେ ଏକାଠି ମିଶି,
ଜାଣି ପାରୁନଥିଲୁ ଦିବାନିଶି କେମିତି ଆକାଶେ ଉଡେ ଶଶି।

ଫଳ ଫୁଲ ତୋଳା ନଦୀ ପହଁରି ଯାଇଥିଲୁ ଆମେ ସ୍କୁଲ,
ବାପା ମା ଭାଇ ଭଉଣୀ ଏକାଠି ଥଲୁ ସତେ ଯେମିତି ମାଟି କଣ୍ଡିରେ ଟଙ୍କା ଠୁଲ ।

ବଦଳି ଗଲା ମୋ ପିଲାଦିନ ଶରୀର ଲିଭିନି ସେ ଦିନ କଥା,
ବର୍ଷା ପାଣିରେ କାଗଜର ଡଙ୍ଗା ଛାଡୁଥିଲୁ ଗୋଟେ ହାତେ ଧରି ଛତା ।

ଭାରତ ବର୍ଷର କୋଣ ଅନୁକୋଣେ ଆମେ ହେଇଗଲୁ ଭାଗବଣ୍ଟା,
କାହାକୁ କିଏ ସମୟ ଦେଇପାରୁନୁ ତଥାପି ହାତରେ ବାନ୍ଧିଛୁ ଘଣ୍ଟା ।

ମୋ ପରିବାର ପାଇଁ ଯୋଗାଡ କରୁଛୁ ଖାଦ୍ୟ ବସ୍ତ୍ର ଘର ପାତ୍ର ଖାଲି,
କାହା ଘରେ ପୂର୍ଣ୍ଣିମା କାହା ଘରେ ଅମାବାସ୍ୟା କିଏ ଭଙ୍ଗା ହୁର୍ଦୟେ ଫୁଟାଇ ମଲ୍ଲୀ ।

ମୋ ହୃଦୟରେ ନଥିଲା ଛଳ କପଟ ହିଂସା ଅହଂକାର କ୍ରୋଧ ହିଂସା ର ଝଡ,
ଆମ ଜୀବନ ନଦୀ ଗୋଟିଏ ପାଣି ଫୋଟୋକା ପ୍ରେମ ସ୍ନେହ ମମତା ରେ ବାନ୍ଧିବା ବାଡ ।

ମାଆ ର ପଣତ କାନି, ମାର ସ୍ନେହ, ମମତା ମା କୋଳ, ଥିଲା ମୋ ପାଇଁ ଛତ୍ର ଛାୟା,
ଆଜି ଆମେ ସମସ୍ତେ ମାୟା ରେ ହେଲୁ ବାୟା ।

ହୃଷିକେଷ କୁସୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

2 thoughts on “କେତେ ଭଲ ଥିଲା ମୋ ପିଲାଦିନ

Leave a Reply

Your email address will not be published. Required fields are marked *