ଛାଡ଼ପତ୍ର



ପାଖ ପଡ଼ିଶା ର ଲୋକ ଦେଖୁଛନ୍ତି ହୋଇକି ଅଗଣା ଠିଆ
କେତେ ସୁନ୍ଦର ସୁନାର ସଂସାରେ ଲାଗିଛି ହିଂସାର ନିଆଁ ।

ଦମକଳ ନିଆଁ ଲିଭାଇ ପାରୁନି ଆସିଛନ୍ତି ପୋଲିସ ବାବୁ,
ବହୁ ବର୍ଷର ପରିଶ୍ରମ ଧନକୁ ଓକିଲ ନେବ ସବୁ ।

ସୁଖ ଶାନ୍ତିରେ ରହୁଥିଲେ ଦୁହେଁ ଜଣେ ରାଜା ଆଉ ରାଣୀ
ଦୁହିଁଙ୍କ ମୁହଁରୁ ବାହାରୁଛି ଆଜି ଗରଳ ବିଷ ବାଣୀ ।

ପ୍ରଚୁର ଗାଳି ଶୁଣୁ ଅଛି ଯିଏ କରିଥିଲା ଘଟ ସୂତ୍ର
ଫିକା ପଡିଗଲା ଆଜି ଶଙ୍ଖା ସିନ୍ଦୂର ଓ ପବିତ୍ର ମଙ୍ଗଳ ସୂତ୍ର ।

କାଗଜ କଲମ ହସ୍ତାକ୍ଷରେ ଯୋଡ଼ା ହୋଇଥିଲା ନକ୍ଷତ୍ର ତିଥି
ସେ କାଗଜ କଲମ ଆଜି ଛାଡ଼ ପତ୍ର ହେଲା ଲାଗିଲା କାନୁନ୍ ନୀତି ।

ପୋତିବେ ପୋତିବେ ଅଲଗା ଅଲଗା କେଉଁ ଦିନ କେଉଁ ରାତ୍ରି
କିଛି ଦିନର କୁଣିଆ ଆଉ ହେବେ କାଲିର ବର ଯାତ୍ରୀ ।

ଘର କଳି କୁ ଘରେ ନ ସୁଧୁରି ଗଲାଣି କୋର୍ଟ କଚେରି ଥାନା

ନ୍ୟାୟ ପାଇଁ ଦୁହେଁ ଧନ ସାରିବେ ବିକି ଜମି ବାଡ଼ି ଘର ଓ ପେଟର ଦାନା।

ସୁଖ ଓ ଦୁଃଖ ଲାଗିଛି ଏ ଜୀବନେ କର ନାହିଁ ଏହି କାମ
ମଣିଷ ଜୀବନ ଥରେ ତ ମିଳିଛି କରି ନିଅ ସମାଧାନ

ବୁଝିବାକୁ ହେବ ଭୁଲ ପରସ୍ପର ର ରାଗକୁ କର ଯେ ଶାନ୍ତ
ଥରେ ଭାଙ୍ଗିଗଲେ ଏ ପବିତ୍ର ସମ୍ପର୍କ ହେବ ସୁଖର ଅନ୍ତ ।

Hrusikesh Kushulia
Muniguda, Rayagada.

Facebook Comments

One thought on “ଛାଡ଼ପତ୍ର”

Put your Valuable feedback