
ପ୍ରେମ
ଦୁଇଟି ମନ ଦୁଇଟି ହୃଦୟର ଆକର୍ଷଣ ଅଟଇ ପ୍ରେମ ।
ପ୍ରେମ କୁ ପାଇବା ପାଇଁ କରିବା କଠିନ ପରଶ୍ରମ।
ପ୍ରେମରେ ଝରେ ଆଖିରେ ଲୁହ ପ୍ରେମରେ ଫୁଟେ ଓଠ ରେ ହସ ।
ପ୍ରେମ ପାଇଁ ମଣିଷ ଭୁଲିଯାଏ ପେଟର ଭୋକ ଶୋଷ ।
ପ୍ରେମ ରେ ଲୁଚି ରହିଅଛି ଅମୃତ ଓ ବିଷ।
ପ୍ରେମ ଆରମ୍ଭ ହୁଏ ଉଠିଲେ ଦାଢ଼ି ନିଶ।
ପ୍ରେମ ସତ୍ୟ ପ୍ରେମ ସୁନ୍ଦର ପ୍ରେମ ପରେମଶ୍ବର।
ପ୍ରେମ ପାଇଁ ଆପଣାର ହୁଏ ଅଜଣା ଲୋକ ପର ।
ପ୍ରେମ ନଥିଲେ ସାରା ଦୁନିଆ ଘନ ତମସା ।
ପ୍ରେମ ଆଣିଥାଏ ଜୀବନ ର ବଂଚିବା ର ନୂଆ ଆଶା ।
ଧନ ଦୌଲତରେ କେବେ କିଣି ହୁଏନା ପ୍ରେମ ।
ଯୁଦ୍ଧ କରି କେବେ ଜିତି ହୁଏନା ପ୍ରେମ।
ପ୍ରେମରେ ବନ୍ଧା ପଡ଼ିଛି ସାରା ଦୁନିଆ ।
ପ୍ରେମର ଯେଉଁଠି ପତନ ହେଲେ ଜଳି ଉଠୁଛି ନିଆଁ।
ପ୍ରେମ ହିଁ ପୂଜା ପ୍ରେମ ହିଁ ସମ୍ମାନ ପ୍ରେମ ଅଟଇ ସୁଖ ।
ପ୍ରେମ ନ ପାଇଁ ମଣିଷ ଭୋଗୁ ଅଛି ଦୁଃଖ ।
ବିର ଭଗତ ସିଂହ ଫାସିରେ ଚଢିଲେ ମାତୃଭୂମି ପ୍ରେମ ପାଇଁ ।
ପ୍ରେମ କୁ ଛାଡ଼ି ଦେଲେ ଦୁନିଆରେ କାହାଣୀ ଲେଖା ନାହିଁ ।
ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା
ଅନ୍ୟ ଲେଖା ଗୁଡ଼ିକ ପଢନ୍ତୁ
Mana chhuan kabita
Thank u