ମିଛ ଶ୍ୱାନ୍ତନା



ସମସ୍ତେ ଅଲଗା ଅଲଗା ଆଶ୍ଵାସନା ଦେଇ କୁହନ୍ତି
ସବୁ ଠିକ୍ ହୋଇଯିବ, ଯାହା ହେଲା ବହୁତ୍ ଖରାପ ହେଲା , ଏମିତି ଲୋକ ଟିଏ ଦୁନିଆରେ ମିଳିବନି !!!!

ଆଉ କେତେ କଣ ଆଶ୍ଵାସନା, କେତେ ଯେ ଶ୍ୱାନ୍ତନା,
ହେଲେ ଏ ଶ୍ୱାନ୍ତନା କଣ ଚିର ଅମର ?

ନା କେବଳ କିଛି ଦିନ ପାଇଁ ???
ନା କେବଳ ସେ ଲୋକ ଟିକୁ ଭୁଲିବା ପାଇଁ ???
କେବଳ ଶ୍ୱାନ୍ତନା ହିଁ ଦିଅନ୍ତି ସେମାନେ !

ସମସ୍ତେ ଜାଣନ୍ତି, କେହି ଏଠି କାହାର ନୁହଁ
ସବୁ ମିଛ ଭରସା, ଆଉ ମିଛ ପ୍ରତିଶ୍ରୁତି ର
ଆସର ରେ ଆସି ପାଖେ ବସନ୍ତି।
ଏମିତି କି ଲୋକେ ନାକରେ ଆଙ୍ଗୁଠି ଦେଇ
ହସିବା କାମ ମଧ୍ୟ ଆଖି ଆଗରେ କରି ଦିଅନ୍ତି ।

ମୋର ଯଦି ଗୋଡ ଭାଙ୍ଗିଛି ତେବେ
ମୋତେ ହିଁ ଆଶା ବାଡ଼ି ଧରି ଚାଲିବାକୁ ହେବ ।

କାଳେ କାଲୀ କେହି ମୋର ଆଶା ବାଡ଼ି ହେବ
ସେ ଆଶା ରଖି ନାହିଁ ମୁଁ,
ଆଜି ଯଦି ମୁଁ ଅସହାୟ ତେବେ ଆଗକୁ ମୋତେ
ହିଁ ସବୁ ସମସ୍ୟା ର ସମାଧାନ ସାଜିବାକୁ ହେବ।

ହେ ପରମ ପିତା ପରମେଶ୍ବର,
ମୋତେ ନିଜର ସନ୍ତାନ ଭଳି
ଶକ୍ତି ଏବଂ ସାମର୍ଥ୍ୟ କରାଇ
ମୋର ସବୁ ସ୍ଥିତି କୁ ଯେମିତି
ପୁନଃ ଜୀବିତ କରାଇ
ମୋତେ ପ୍ରେରଣା ଦିଅ,
ଯାହା ଏ ନିଷ୍ଠୁର ମୟ ଦୁନିଆରେ
ବିଜୟ ର ଦୃଷ୍ଟାନ୍ତ ଉଦାହରଣ ସାଜି ପାରିବି ।

ନୀଳମାଧବ ଭୂୟାଁ

Put your Valuable feedback