ତୁମର କିଛି ଜିନିଷ…

ବହୁତ୍ ଦିନ ପରେ କପ୍ ବୋର୍ଡ ରେ ଥିବା ମୋର ପୁରୁଣା ଡାଏରୀ କୁ ଖୋଲିଲି । ସେଠି କିଛି ଜରୁରୀ କଥା ଲେଖିଥିଲି ତାକୁ ଦେଖିବା ପାଇଁ ମୁଁ ପୃଷ୍ଠା ଓଲଟେଇ ଚାଲିଲି । ମୁଁ ଲେଖିଥିବା ତଥ୍ୟ ତ ପାଇଗଲି ଏବଂ ଡାଏରୀ ସହିତ କିଛି ମୂଲ୍ୟବାନ ଜିନିଷ ଟିଏ ମଧ୍ୟ ରଖିଥିଲି ତାକୁ ମଧ୍ୟ ପାଇଲି। ଯାହାକୁ ଦେଖିଲା ପରେ ମୋ ଆଖିରୁ କେତେ ଯେ ଅନବରତ ଲୁହ ବହିଗଲା, ତାର ହିସାବ ନାହିଁ ।

ଶେଷ ଥର ପାଇଁ ଦେଖା ହୋଇଥିଲା ମୋ ସାଙ୍ଗ ସହିତ । ଗାଁ ପାଖ ବଜାର ଠାରୁ କିଛି ଦୂରରେ ବସି କଥା ହେବା ପାଇଁ ଯୋଜନା ହେଲା। ତାହା ପୁଣି ଗୋଟିଏ ବରଗଛ ମୂଳେ । ଚାରି ସାଙ୍ଗ ଆସି ପହଞ୍ଚିଲୁ । ବହୁତ୍ କଥା ହେଲୁ ସାଙ୍ଗରେ ଆଣିଥିବା ସେଓ ମିକ୍ସଚର୍ ଏବଂ ମାଉଣ୍ଟେନ୍ ଡିଉ ର ମଧ୍ୟ ମଜା ନେଉଥିଲୁ ।

ସେଠି ମୋ ସାଙ୍ଗ, ମୁଁ ଆଗରୁ କହିଥିବା କିଛି ଜିନିଷ ମୋ ପାଇଁ ନେଇ ଆସିଥିଲା ଏବଂ ମୋତେ ଦେବା ସମୟରେ ସେଥିରୁ ଦୁଇଟି ଜିନିଷ ଅନ୍ୟ ଏକ ସାଙ୍ଗ ନେବା ପାଇଁ ଜିଦ୍ କରିଲେ । ମୋ ସାଙ୍ଗ କହିଲେ, ତୁମ ପାଇଁ ଆର ଥରକୁ ଆଣିଦେବି । ଏବେ ଏଗୁଡିକ କେବଳ ମାଧବ ବାବୁ ପାଇଁ ଆଣି ଦେଇଛି ।

କିନ୍ତୁ ମୋ ସାଙ୍ଗ ର ଜିଦ୍ କୁ କାଟି ପାରିଲେ ନାହିଁ। ସେଥିରୁ ତାଙ୍କୁ ମଧ୍ୟ ଦୁଇଟି ଦେଲେ । ସେଦିନ କଥା ବାର୍ତା ପରେ ମୋ ସାଙ୍ଗ ଦେଇଥିବା ଉପହାର ବଦଳରେ ମୁଁ କିଛି ଟଙ୍କା ଦେଲି କିନ୍ତୁ ସେ ମୋତେ ଫେରେଇ ଦେଲେ । କହିଲେ ଯେ ଏହି ଜିନିଷ ଗୁଡ଼ିକ କେବେ କାହାକୁ ଦେବ ନାହିଁ। ସବୁବେଳେ ତୁମ ପାଖରେ ରଖିଥିବ। ମୋତେ କହିଲେ ଯେ ମାଧବ ବାବୁ ତୁମର ଆଉ ମୋର ସବୁବେଳେ ଦେଖା ହୋଇ ପାରିବ ନାହିଁ ଏବଂ ଏହି ସମସ୍ୟା ର ସମାଧାନ ଏହା ଯେ ଯେବେ ମଧ୍ୟ ଜୀବନରେ ମୋ କଥା ମନେ ପଡ଼େ ତେବେ ଏହି ଜିନିଷ କୁ ଥରେ ଦେଖି ଦେବ । ମୁଁ ତୁମ ଆଖି ଆଗରେ ନଥିବ କିନ୍ତୁ ତୁମକୁ ଜୀବନ୍ତ ଅନୁଭବ ହେବ। ସତରେ ସେ ବିସ୍ମିତ ଶବ୍ଦ ଗୁଡ଼ିକ ଆଜି ମଧ୍ୟ ମୋ କାନରେ ଗୁଞ୍ଜରି ଉଠୁଛି । ସମୟ ମଧ୍ୟ କେତେ ନିଷ୍ଠୁର ଯେ ଯିବା ଲୋକ ମଧ୍ୟ ଜାଣିଥିଲା, ଯେ ମୋର ବିଦାୟ ସମୟ ପାଖେଇ ଆସୁଛି । ସେଥିପାଇଁ ନିଜ ଘନିଷ୍ଠ ସଂପର୍କ ଙ୍କ ପାଖରେ ଏମିତି କିଛି ସ୍ମୃତି ଛାଡ଼ି କରି ଯିବି ଯାହା ସର୍ବଦା ମୋତେ ମନେ ରଖିଥିବେ ।

ସାଙ୍ଗ, ଆଜି ମଧ୍ୟ ତୁମେ ଜୀବିତ ଅଛ ଏହି ମନରେ, ସ୍ୱର୍ଗ ବାସି ହେବାର ଦୁଃଖ ଟା ବହୁତ୍ ଅଛି ଏ ମନରେ । କିନ୍ତୁ ତୁମେ ଚିର ଦିନ ପାଇଁ ଆମ ମନରେ ସ୍ଥାନ ନେଇ ଯାଇଛ ।

ଜାଣିଛ ତୁମେ ଗଲା ପରେ, କିଛି ଲୋକ ଖୁସିରେ ଥିବେ ମାତ୍ର ତାଙ୍କ ଛଡ଼ା ବହୁତ୍ ଜଣ ଆଜି ମଧ୍ୟ ଦୁଃଖର ସନ୍ତାପ ରେ ଦିନ କାଟୁଛନ୍ତି ।

ତୁମେ ଗଲା ପରେ ଦୁନିଆ ବଦଳିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ସତରେ ମଣିଷ ଚିହ୍ନିବା କୁ ମଧ୍ୟ ମିଳିଗଲା । କିଏ କେମିତି ??

ସତରେ ତୁମେ ଆଜି ଏଠି ରହିବାର ଥିଲା, ବାସ୍ତବ ଦୁନିଆରେ କେତେ ଲୋକ ତୁମକୁ ନିଜର ଭାବୁଥିଲେ ଆଉ କେତେ ଲୋକ ତୁମକୁ ହିନ ଦୃଷ୍ଟିରେ ଦେଖୁଛନ୍ତି ଆଜି ଏକ ଦୃଷ୍ଟାନ୍ତ ଉଦାହରଣ ହୋଇ ଯାଇଛି ।

ମୁଁ ଜାଣେ ଯେ ମୋର ଏହି ଶବ୍ଦ ଗୁଡ଼ିକ ତୁମେ ପାଖେ ପହଞ୍ଚି ପାରିବ ନାହିଁ କିନ୍ତୁ କଣ ଅବା କରି ପାରିବି। ମନ ଭିତରେ ବାନ୍ଧି ରଖିଥିବା ଧର୍ଯ୍ୟ ର ପୁଟୁଳି ରେ ଛିଦ୍ର ହେବାକୁ ଲାଗିଲାଣି ।

ବହୁତ୍ କଥା ଅଛି ହେ ବନ୍ଧୁ, ପୁଣି ମନେ ପଡ଼ିଲେ କେବେ ଲେଖିବି ।

ରହୁଛି….

।। ଧନ୍ୟବାଦ ।।