ଖୁସି

ଆମେ ଆମ ଜୀବନରେ ବହୁତ୍ କିଛି ପାଇବା ପାଇଁ ଆଶା ରଖୁଛୁ।  ଏହା ନାହିଁ ତ ତାହା ହେବ ନାହିଁ। ଏହା ନହେଲେ ମୁଁ ଖାଇବି ନାହିଁ।  ଏହି ଜିନିଷ ମୋତେ ନିହାତି ଦରକାର। ଏମିତି ବହୁତ୍ କିଛି ଜିନିଷ ଆମ ଜୀବନରେ ବହୁତ୍ ସମୟରେ ଖୁସି ର ସମୟ କୁ ପୂରଣ କରିବା ପାଇଁ ଆମେ ଆଶା ରଖିଥାଉ।  କିନ୍ତୁ ସେହି ଖୁସି ର ସମୟ ମାତ୍ର କିଛି କ୍ଷଣ ପାଇଁ ଟା କିଛି ସମୟ ପାଇଁ।  ମାତ୍ର ଆମେ ସେହି ଜିନିଷ କୁ ପୁଣି ଥରେ ବ୍ୟବହାର କରିବା ପାଇଁ ଆମ ମନରେ ସଙ୍କୋଚ ମନେ କରୁ। ତେଣୁ ମୁଁ ଛୋଟିଆ ଉଦାହରଣ ଟିଏ ରଖିବାକୁ ଯାଉଛି ଯାହା ଦ୍ଵାରା ମୋ ମନରେ ପରିବର୍ତ୍ତନ ଦେଖା ଦେଇଛି।  ମୋ ପୁଅ ସହିତ ମୁଁ ପ୍ରତି ସନ୍ଧ୍ୟାରେ ପାଖ ବାଲି ପଡିଆ କୁ ବୁଲିବାକୁ ଯାଉ। ସେଠି ମୋ ପୁଅ ଦୁଇଟି କାଗଜ ର କପ୍ କୁ ନେଇ ଯାଏ। କାରଣ ସେଥିରେ ସେ ବାଲି ଖେଳେ । ସେଥିରେ ସେ ବାଲି ଉଠାଇ ପୁଣି ବାହାର କରେ ଏବଂ ବିଭିନ୍ନ ସ୍ଥାନରେ ତାକୁ ରଖେ ଯେମିତି କି ରୋଷେଇ କରେ କେବଳ ଦୁଇଟି କପ୍ ମାଧ୍ୟମରେ।  ସେ ସେଥିରେ ସବୁକିଛି କରେ।  ଏବଂ ପ୍ରତିଟି କଥା ମୋତେ କୁହେ । ମୁଁ ମଧ୍ୟ ତାର ପ୍ରତିଟି କଥା କୁ ଶୁଣେ ଏବଂ ମୋ ମନରେ କେବଳ ଦୁଇଟି କପ୍ ଥାଏ।  ସେ ସେହି ଦୁଇଟି କପ୍ ମାଧ୍ୟମରେ ସବୁ କିଛି କରିବାକୁ ଇଚ୍ଛା ରଖେ।  ମୁଁ ଭାବିଲି ଦୁଇଟି କପ୍ ର ଦାମ ହାରାହାରି 4 ଟଙ୍କା ମାତ୍ର । ଏବଂ ସେ କପ୍ ର ମୂଲ୍ୟ କୁ ସେ ଜାଣିନାହିଁ। ସେ କେବଳ ସେ ଦୁଇଟି କପ୍ ମାଧ୍ୟମରେ ନିଜକୁ ଖୁସି କରିବାକୁ ଚାହେଁ । ଏପଟେ ଘରେ ବହୁତ୍ ସାରା ଖେଳନା ଅଛି କିନ୍ତୁ ସେ ସେଗୁଡିକୁ ଘରେ ଆସିଲେ ଖେଳେ। ତେବେ ମୁଁ ଭାବିଲି ଆମେ ପ୍ରତ୍ୟେକ ସମୟରେ କିଛି ନା କିଛି ପାଇବା ର ଆଶା ରଖୁଛୁ ଏବଂ ସେଥିରୁ ଖୁସି ପାଇବାକୁ ଚେଷ୍ଟା କରୁଛୁ ମାତ୍ର ତାହା ଆମକୁ ସବୁ ସମୟରେ ଲାଭ ହୁଏ ନାହିଁ କିନ୍ତୁ ମୋ ପୁଅ କେବଳ ଦୁଇଟି କାଗଜ କପ୍ ରେ ଖୁସି ଖୋଜିବାକୁ ଚେଷ୍ଟା କରେ।  ସେଥିପାଇଁ ନିଜକୁ ସୀମିତ ରଖିବାକୁ ଚେଷ୍ଟା କରିଲେ ଆମ ପାଇଁ ବହୁତ୍ ଲାଭ ଦାୟକ ଅଟେ।  ଆମେ ଯେତେ ଅଧିକ ଆଶା ରଖିବା ସେତେ ଅଧିକ ଜିନିଷ ବଢିବ ସିନା ଖୁସି କୁ ସବୁ ଜିନିଷ ମାଧ୍ୟମରେ ପାଇ ପାରିବା ନାହିଁ। ତେବେ ଏହି ଆର୍ଟିକଲ ଟି କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଧନ୍ୟବାଦ

Message for you (Odia)

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading