(ଏହି କାହାଣୀ ଟି ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ । ଦୟାକରି କେହି ଦେହକୁ ନେବେ ନାହିଁ । )
ଫଟୋ ଷ୍ଟୁଡିଓ କଥା ହେଉଥିବାବେଳେ ପଛପଟୁ,,, ଆରେ ଦୀପକ ?? ତୁ କେବେ ଆସିଲୁ ମୁମ୍ବାଇ ରୁ ? ସେ ଥିଲା ବିନାୟକ । +2 ରୁ ଆରମ୍ଭ କରି +3 ଶେଷ ବର୍ଷ ପର୍ଯ୍ୟନ୍ତ ଘନିଷ୍ଠ ବନ୍ଧୁତ୍ୱ ଥିଲା ସେମାନଙ୍କ ମଧ୍ୟରେ। +3 ପରେ ଯିଏ ଯୁଆଡେ ଏବଂ ତୃତୀୟ ନମ୍ବର୍ ରେ ଆଉ ଗୋଟେ ବନ୍ଧୁ ଥିଲା ରାକେଶ (ରାକା ବାୟା) ।
ବିନାୟକ ଆରେ ଆସିବୁ ବୋଲି ତ କହି ନଥିଲୁ, ଆଜି ହଠାତ୍।
ଦୀପକ : ଆରେ କାମ ବନ୍ଦ ଥିଲା ନା ସେଥିପାଇଁ ଆସିଗଲି । କାଲି ସକାଳେ ଭଉଣୀ ର ସ୍କୁଲ ରେ ପାସ୍ ଫଟୋ ଦରକାର ଥିଲା ତ, ତାର ଗୋଟିଏ ଫଟୋ ଆଣି ସେଥିରୁ ଆଉ ଦଶ ଟା ଫଟୋ କରୁଥିଲି ।
ହଉ କାମ ହେଲା ନା ନାହିଁ । ନା ପରା, କମ୍ପ୍ୟୁଟର ରେ କାମ ହୋଇ ଯାଇଥିଲା ଖାଲି ପ୍ରିଣ୍ଟ ବାକି ଥିଲା ଠିକ୍ ସେତିକିବେଳେ ଲାଇଟ୍ ଚାଲିଗଲା । ଅପେକ୍ଷା କରିଛି। ହଉ ଚାଲ ଚିକେନ ପକଡା ଟିକେ ଖାଇବା ଆଉ ସେଠି ଦେଖ୍ !!!
ଦୀପକ : ଆରେ ରାକା ବାୟା, ତୁ ହେଲେ ଆସିଛୁ ?? ରାକେଶ, ଆବେ ତୁ ଯଦି ଏମିତି ଡାକିବୁ ତେବେ ମୁଁ ଚାଲିଲି । ବିନାୟକ ହଉ ଛାଡ଼ ଚାଲ ପକଡା ଖାଇବା !!
ରାକେଶ: ପକଡ଼ା… ଚାଲ ଚାଲ ଏଥିରେ ଡେରି କଣ !!
ଦୀପକ : ଆଉ କହ ତୋର କନଷ୍ଟ୍ରକ୍ସନ ଚାକିରି କେମିତି ଚାଲିଛି ??
ବିନାୟକ : ତୋର ଯେମିତି ଆମର ମଧ୍ୟ ସେମିତି, ବର୍ଷା ଟାଇମ୍, ସବୁ କାମ ବନ୍ଦ ରେ। ତୋର କମ୍ପାନୀ ଚାଲିଛି କି ? ନା ନା same to same ।
ଦୀପକ : ଆମର କଲେଜ ଲାଇଫ୍ କେତେ ମଜା ଥିଲା ନା ??
ରାକେଶ : ହଁ ୟାର, ଭାରି ମନେ ପଡୁଚି ସେ ଦିନ ଗୁଡ଼ିକ।
ବିନାୟକ : ହଁ ୟାର, ଗୋଟିଏ ରୁମ୍ ରେ ଜାଗା ହେଉ ନଥିଲା ତଥାପି ସେ ରୁମ୍ ରେ ତିନି ଜଣ ରହୁଥିଲେ ନା ?? ହଁ ୟାର,
ଦୀପକ: ଆରେ ରାକେଶ ଥରେ ବେଡ୍ ରେ ଚିଚି…କରିଦେଇଥିଲା ମନେ ପଡୁଛି ?? ଏକଥା ଶୁଣି ସମସ୍ତେ ହସିଲେ।
ରାକେଶ : ହଁ ୟାର୍ , ମୋତେ ଲାଗିଲା, ମୁଁ ପଡିଆ ରେ ଚିଚି… କରୁଛି ମାତ୍ର ତାହା ଥିଲା ସ୍ବପ୍ନ । ସେଦିନ ରାତିରେ ତମେ ଦୁଇ ଜଣ ଯାକ ମୋତେ ଏତେ ଗାଳି କରିଥିଲ ଯେ, ମୋର ଏବେ ମଧ୍ୟ ମନେ ଅଛି ରେ।
ଦୀପକ : ହଉ ସେଦିନ ର ଗାଳି ପାଇଁ ଆଜି Sorry ମାଗୁଛି। ହଉ ଭୁଲି ଯାଆ।
ବିନାୟକ : ଆଉ ଠାକୁରାଣୀ ଯାତ୍ରା ର ରାମ ଦୋଳି କଥା ???
ଦୀପକ : ଛି ଛି, କଣ ବେ.. କହି ଦେଲୁ। ସେଦିନ ସେ ଚିଚି… ଆମ ଦେହ ସାରା ହୋଇ ଯାଇଥିଲା ନା । ସେ ଦୁଇ ଜଣ ଆମ ପାଖ ଝୁଲା ରେ ବସିଥିଲେ ।
ରାକେଶ : ସେ ସ୍ତ୍ରୀ ଲୋକ ଦୁଇଟା ମଧ୍ୟ କଣ କରିଥାନ୍ତେ କହ, ସେମାନେ ତ କହିଲେ ଭାଇ ରଖିଦିଅ । ସେଠି ତମେ ଦୁହେଁ କହିଲ, ନା. ନା..ଭାଇ ରଖ ନାହିଁ। ଅଧିକ Speed କର । ଆଉ ଅଧିକ Speed ଯୋଗୁଁ ତାଙ୍କର ଡର ରେ ଚିଚି… ବାହାରି ପଡ଼ିଲା । ଆଉ କଣ କରିଥାନ୍ତେ ସେମାନେ । ସେ ଟ୍ରିପ ରେ ଯେତିକି ଲୋକ ବସିଥିଲେ ସମସ୍ତଙ୍କ ଉପରେ ପଡିଥିଲା, ଚିଚି… ।
ବିନାୟକ : ହେଲେ ତୁ ଚାଖିଛୁ ରାକା ବାୟା ???? ନା ବେ, ମୁଁ କାହିଁକି ଚାଖିବି!! ସମସ୍ତେ ହସିବାକୁ ଲାଗିଲେ ।
ରାକେଶ : ସେଦିନ ର ଗୋଟିଏ ସତ କଥା ଟିଏ ମୁଁ ଲୁଚେଇ ରଖିଛି ରେ, ଲାଜ ତ ଲାଗୁଛି, କହିବି କି ??
ଦୀପକ : କହ କହ ,
ରାକେଶ : କହିବି ତ !! ପକ୍କା…
ବିନାୟକ : ଜଲ୍ଦୀ କହ, (ଭାଇ ଆଉ ଗୋଟିଏ ପକଡ଼ା ପ୍ଲେଟ ଟେ ଦିଅ, କାହାଣୀ ବାକି ଅଛି) ।
ରାକେଶ : ରାମ ଦୋଳି ପରେ ତ ସିଧା ରୁମ୍ କୁ ଆସିଲେ କେତେ ଇଚ୍ଛା ଥିଲା ନା ସେଦିନ ମଥୁରା କେକ୍ ଆଉ ବିରୀୟାନି ଖାଇବା ବୋଲି। କେତେ କଣ ଭାବିଥିଲେ, କିଛି ଖାଇ ପାରିଲେ ନାହିଁ ।
ବିନାୟକ : ସେଇଟା ଆମେ ଜାଣିଛୁ, ଆଉ କଣ ଥିଲା କହ ?
ରାକେଶ : ରାମ ଦୋଳି ପୂର୍ବରୁ ଆମେ ବ୍ରେକ ଡାନ୍ସ ରେ ବସିଥିଲେ ନା ।
ଦୀପକ : ହଁ ସେଠି ତ ତୋର ଅବସ୍ଥା ଖରାପ ହୋଇ ଯାଇଥିଲା, ପାଟିରୁ ଲାଳ ସବୁ ଆମ ଉପରେ ଆସି ପଡିଥିଲା ଆଉ ତୋର ମୁଣ୍ଡ ବୁଲା ବାହାରି ପଡ଼ିଲା ।
ରାକେଶ : ସେଇଟା ତ ହୋଇଥିଲା ଆଉ ଦୁଇଟି ଜିନିଷ ମଧ୍ୟ ହୋଇଥିଲା ।
ବିନାୟକ : କଣ ରେ ??
ରାକେଶ : କେହି ରାଗିବନି ନା, ଜାଣିଛ ସେଠି ମୋର ମଧ୍ୟ ଡରରେ ଚିଚି… ସହିତ ପାଣିଆ ଝାଡ଼ା ଟିକେ ବାହାରି ଯାଇଥିଲା।
ଦୀପକ : ଛି ଛି….. , ଛି ଛି……..
ନେ ରେ ଭାଇ ପକଡା ଆଉ ଖାଇବିନି । ଆଉ ତୁ ସତରେ ବାୟା ଟା, ତୋତେ ଯିଏ ନାଁ ଦେଇଛି, ଭାବି ଚିନ୍ତି ଦେଇଛି ।
ବିନାୟକ : ବ୍ରେକ ଡାନ୍ସ ପରେ ସେଥିପାଇଁ କହୁଥିଲୁ ଯେ, ଚାଲ ଯିବା ମୋର ପେଟ ଗୁଳୁଗୁଳି ହେଲାଣି, ଆବେ ତୁ କଲେଜ ପିଲା ହେଇକି ଡର ରେ ତୋର ଝାଡ଼ା ବାହାରି ପଡୁଛି। ଲାଜ ଟିକେ ଲାଗିଲାନି।
ରାକେଶ : ଲାଜ କଣ ? ହେଇତ ଗଲା…
(ଟିକେ ସମୟ ପରେ ସମସ୍ତେ ହୋ ହୋ ହୋଇ ହସିବାକୁ ଲାଗିଲେ। )
ବିନାୟକ : ଡରରେ ବହୁତ୍ କିଛି ହୋଇ ଯାଏ ମାତ୍ର ତୋର ଭଳିଆ ଝାଡ଼ା ବାହାରିବ ନାହିଁ ରେ,
ସମସ୍ତେ ପୁଣି ହସିଲେ… ପକଡା ଦୋକାନୀ ବାଲା ପଚାରିଲା, ଭାଇ କଣ ହେଲା,ଏତେ ଜୋର୍ ରେ ହସୁଛ ଯେ,
ଦୀପକ : ନାହିଁ ଭାଇ ତମେ ବୁଝିବ ନାହିଁ, ଯିଏ ଏହି କାହାଣୀ କୁ ଏବେ ପଢୁଛି ସେ ତ ନିଶ୍ଚୟ ବୁଝି ଯାଇଥିବ।
ବିନାୟକ : ଭାଇ କାହାଣୀ ତ ସରିଲା, ରେଟ୍ କେତେ ହେଲା କୁହ ??
ଦୀପକ : ମୁଁ ମଧ୍ୟ ଆସୁଛି ରେ ଭାଇ ମାନେ, ହେଇ ଷ୍ଟୁଡିଓ ବାଲା ମଧ୍ୟ ଫୋନ୍ କରିଲା, ବୋଧେ ହୋଇଗଲା ।
ତାପରେ ଦୀପକ ନିଜ ବାଇକ୍ ରେ ଆଉ ବିନାୟକ ଆଉ ରାକେଶ ଅନ୍ୟ ଏକ ବାଇକ୍ ରେ।
ବାଇକ୍ ରେ ବସିଲା ପରେ ବିନାୟକ ରାକେଶ କୁ କହୁଛି , ତୁ ମୋ ଠାରୁ ଛାଡ଼ି କରି ବସ୍, ଗନ୍ଧିଆ କୋଉଠି କାର….
ତେବେ ସମୟ ସମୟ ର କଥା, ଏହି କାହାଣୀ ମଧ୍ୟ ତିନି ସାଙ୍ଗ ର କାହାଣୀ । ସେମାନେ ଦୀର୍ଘ 5 ବର୍ଷ ପରେ ଦେଖା ହୋଇଥିଲେ । ସମୟ ସନ୍ଧ୍ୟାରେ ଦେଖା ହୋଇ ଏତିକି କଥା ହୋଇ ପୁଣି ଫେରିଗଲେ । ଜୀବନରେ ବହୁତ୍ ଲୋକ ସହିତ ବହୁତ୍ କିଛି ହୋଇ ଯାଏ କେହି କହି ପାରେ ତ କେହି ଲୁଚେଇ ରଖେ । ଯେମିତି ରାକା ବାୟା କହିଦେଲା । ତାର ଜୀବନରେ ଘଟିଥିବା କିଛି ସମୟ କୁ ବର୍ତ୍ତମାନ ରେ କହିବାକୁ ଚେଷ୍ଟା କରିଲା । ଠିକ୍ ସେମିତି ଆପଣ ମଧ୍ୟ ମୋତେ ପଠେଇ ପାରନ୍ତି। ଏହି ସାଇଟ୍ ରେ ଗୋଟିଏ ଲିଙ୍କ୍ ଅଛି ସେ ଲିଙ୍କ୍ ମାଧ୍ୟମରେ ମୋତେ ପଠାନ୍ତୁ ମୁଁ ଆପଣଙ୍କ କାହାଣୀକୁ ସେୟାର କରିବି ।
ତେବେ, କାହାଣୀ ଟି ଏତିକି ହିଁ ଥିଲା ବନ୍ଧୁ ମାନେ, ଭଲ ଲାଗିଛି ଯଦି କମେଣ୍ଟ ଗୋଟିଏ କରିଦେବେ ଏବଂ ନିଜ ବନ୍ଧୁ ମାନଙ୍କୁ ମଧ୍ୟ ଏହି ଲିଙ୍କ୍ ଟିକୁ ସେୟାର କରିଦେବେ । ସେ ମଧ୍ୟ ଟିକେ ପଢ଼ି ହସନ୍ତୁ…
ଧନ୍ୟବାଦ
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….