Tag Archives: #poem

Even So,

Even so,

There are smiles and tears.

Losing its form sometimes,

Whether in the storm of hope or the tide of dreams

The intact remains intact

Distorted forms of depression,

Ever since the sea Crying.

to touch the sky,

And faint memories arise

In the cold touch of tears…

Every wave of my naked heart

How golden are the memories of dreams

The irony is this

All around my thick poison…

Excruciating pain and other pains

Gets up

Devoted at what time

Farewell

The voice of madness so tender as to bleed….

ऐसा ही होता है

फिर भी,

मुस्कान और आंसू हैं।

कभी अपना रूप खोता है,

चाहे उम्मीदों की आँधी में हो या सपनों के ज्वार में

बरकरार बरकरार रहता है

अवसाद के विकृत रूप,

जब से समुद्र भी रोता है।

आसमान छूने के लिए,

और धुंधली यादें उभर आती हैं

आंसुओं के ठंडे स्पर्श में…

मेरे नंगे दिल की हर लहर

सपनों की यादें कितनी सुनहरी होती हैं

विडम्बना यह है की

चारों ओर मेरा

कष्टदायी दर्द और अन्य दर्द

उठता रहता है

निर्वाण किस समय बिदाई लेगा

पागलपन की आवाज इतनी कोमल है कि खून भी बहने लगा ।

Time

An eye for full of eye
Even while asleep
Eyes turning
He is sleepy.

Eyes widened
Sees again and again
Mobile time.

No one’s opinion on time
restriction
He is the unbounded path
passes through

A sphere
Rub back the thorns
Turned around in a series of dreams.

Looking forward to the future
And now
After a while the past
will turn into
He kept saying.

He continued to move in one direction
Which is a true instrument
What time is not ours
Gives evidence of weakness..

Author: Nilamadhab

ପ୍ରିୟା ମୋ ପ୍ରୀତି

ଯେବେ ମୁଁ ତୁମକୁ ପ୍ରଥମେ ଦେଖିଲି
ସ୍ଥାନ ନେଲ ମୋ ହୃଦୟେ ।।



ଭାବିଲି କିଛି ମୁଁ କରିବାକୁ ପଣ
ଭୁଲିଲି ତୁମ ସୌନ୍ଦର୍ଯ୍ୟ ଦର୍ଶନେ ।।


ପ୍ରେମ ର ଉଜ୍ଜଳ ପରଶି ଦେଲ ହେ
ମୋ ବ୍ୟତୀତ ବିବ୍ରତ ଜୀବନେ ।।



ଆସିବ ବୋଲି ମୁଁ ଭାବିଥିଲି ଦିନେ
ଆସିଗଲ ଆଜି ତୁମେ।।



ନିଜର କରି ମୋ ଅଜଣା ପଥରେ
              ତୁମ ସାଥେ ପ୍ରିୟା ମୋତେ,
ସବୁଦିନ ପାଇଁ ଏମିତି ରହିବ
             ଏ ଜୀବନର ରଙ୍ଗମଞ୍ଚେ।।



ତୁମର ଯେତେକ ଆଶା ଅଭିଳାଷା
               ଦେଇଛି ମୁଁ ତୁମ ମନେ,
ସାଇତିଛି ପ୍ରିୟା କିଛି ଅଗ୍ରୀମ ଆଲୋକ
              ଆଶାର ଜ୍ୱଳନ୍ତ ଫଳକେ ।।



ପ୍ରତିଟି କାର୍ଯ ରେ.. ପ୍ରତିଟି ଦିଗରେ..
              ରହିଥିବୀ ତୁମ ମନେ,
ସବୁଦିନ ପାଈଁ ଏମିତି ରହିବ
              ମୋ ଔଲକିକ ସ୍ଵର୍ଣ୍ଣ ଭବନେ।।



ତୁମ ସାଥେ ପ୍ରିୟା ଏମିତି ଚାଲିବି,
              ଜୀବନର ପ୍ରତି କ୍ଷଣେ..



ଚାଲିଲେ ଚାଲିବି….
ହଜିଲେ ହଜିବି….
ଜୀବନର ଅନ୍ତରାଳେ…..
ଜୀବନର ଅନ୍ତରାଳେ…..।
              

ରାମକୃଷ୍ଣ ବାଡତ୍ୟା (ଲେଖକ)

ନାଁଟି ମୋର ନଈ

ନାଁଟି ମୋର ନଈ
ନାଁଟି ମୋର ନଈ
ବଣ ପାହାଡ ତରୁ ଲତା ତଳେ
ଯାଉଥାଏ ମୁହିଁ ବହି
ନାଁଟି ମୋର ନଈ….

ଯେବେ ମୋ ଜଳ କାଟିଣ ଶୁଅ
ଆଗକୁ ଆସଇ ବୋହି
ସବୁରୀ ବାଧା ବିଘ୍ନ କୁ ତେଜି
ଆଗକୁ ଚାଲଇ ଧାଇଁ
ନାଁଟି ମୋର ନଈ….

ଯେବେ ଗ୍ରୀଷ୍ମ ଆସେ ଧରାକୁ
ଜୀବଜନ୍ତୁ ଧାଇଁ ଆସନ୍ତି ପାଖକୁ
ସଭିଙ୍କ ତୃଷ୍ଣା କୁ ମେଣ୍ଟାଇ ଥାଏ ମୁହିଁ
ନାଁଟି ମୋର ନଈ….

ମୋ କୂଳ ଦୀପରୁ ନାଉରୀ ଭାଇ
ଆସେ ସବୁ ଦିନେ ନଉକା ନେଇ
କାତରେ ଜଳକୁ ଖେଳାଇ ଖେଳାଇ
ଆର ପାରିରେ ଲୋକ ଛାଡ଼ିବା ପାଇଁ
ନାଁଟି ମୋର ନଈ….

ଆସଇ ଜଣେ କେଉଟ ଭାଇ
ଜାଲକୁ ତାର ହାତରେ ନେଇ
ମାଛ କଇଁଛ ଧରିବା ଲାଗି
ନିଜର ପେଟ ପୋଷିବା ପାଇଁ
ନାଁଟି ମୋର ନଈ….


ଯେବେ ନ ହୁଅଇ ବରଷା ଝଡି
କୃଷକ ଭାଇ ବସେ ମନ ମାରି
ବିଲ ବଣ ସବୁ ଶୁଖିଲା ଥାଇ
ଆବଶ୍ୟକତା ପୂରଣ କରେ ମୁହିଁ
ନାଁଟି ମୋର ନଈ….


ଏହି ପାଣି ଦେଖି କୃଷକ ଭାଇ
ଚାଷ କାମରେ ସେ ଆଗକୁ ଜାଇ
ଖୁସି ରେ ପରିବାର ସହ ରୁହଇ
ଜୀବନ ଦାନର ପ୍ରକୃତ ଭାଇ
ନାଁଟି ମୋର ନଈ….
ନାଁଟି ମୋର ନଈ….

ପୂଜା ସ୍ୱାଇଁ (ଲେଖିକା)





If the contents are helpful to share them with your friends, Thanking You.

ବିଚିତ୍ର ଅଭିନୟ

ବିଚିତ୍ର ଅଭିନୟ, unconditional act, Manoj kumar
ବିଚିତ୍ର ଅଭିନୟ
ମତେ କିଏ ଜଣେ ମନେ ପକାଏ
ଆଜି ପ୍ରଥମ କରି ଜାଣିଲି ,
ହଜାରେ.. ପ୍ରତିସ୍ମୁତିର
ନିଃସଂଗତ ମଖମଲ୍ ଚଟାଣ ଉପରେ
କାହାର ପାଦ ଶବ୍ଦ ଶୁଭେ ;
ଜହ୍ନ ଆଲୁଅରେ ଆଲୋଡନ ହୁଏ
ଶ୍ରୀ ଅଙ୍ଗର କୋଣ ଅନୁକୋଣରେ..।
 ଲୋଭନୀୟ ସମୟଟା.. ଯାଚିଦିଏ
ଗୋଟେ ସୁନ୍ଦର ନାଟକର ବିଚିତ୍ର ଅଭିନୟ
ମିଳିଥିଲା ପରଷ୍ପରକୁ ଚିହ୍ନି ବାର
ଆପଣେଇବାର ଅଦ୍ଭୁତ ପରିଚୟ…।
 ମୋ ପାଇଁ..” ତୁମ ପରଠୁଁ ଯେଉଁ ବାକିତକ ସମୟ”
ପୁରୁଣା ଫଗୁଣ – ନୂଆଁ ବସନ୍ତର  ନିଃସଙ୍ଗତା..;;
ପ୍ରେମରେ , ପ୍ରତିଶୋଧରେ, ଦୁଃଖରେ…
ଦହଗଞ୍ଜରେ ଜାଳିବା ଢେର୍ ହେଲା
ଢେର ହେଲା ଅମଣିଷ ମାନଙ୍କ ଦୁଃଖରେ…
ଭିଜା ଭିଜା ଆଖିରେ ;
ଜହ୍ନ ରାତି ଆଉ ପାହାନ୍ତି ତାରାର
ମୋହ ସବୁ ଭୁଲିଯିବ ।
ତୁମେ ଜିତିବାର ମଧୁର ଉଲ୍ଲାସ
ସେଥିରେ ଜୀବନ ନଥିଲା,
ଥିଲା କେବଳ …
ନଷ୍ଟ  ଧ୍ବଂସର ..  ବିଧ୍ବସ୍ତ ପ୍ରଳୟ..
ଥିଲା ଇର୍ଷIର –  ହିଂସାର   ଆଗ୍ନେୟ ବଳୟ ।।
            * ମନୋଜ କୁମାର ବେହରା (ଲେଖକ)*

If the contents are helpful to share them with your friends, Thanking You.

ବିଶ୍ୱାସ (Believe)

 ବିଶ୍ଵାସ 
             

ସମ୍ପର୍କ ଏଭଳି ସୁନ୍ଦର ଶବ୍ଦ ଯେ
ବନ୍ଧା ସିଏ ବିଶ୍ଵାସରେ..
ବିଶ୍ଵାସ ଅର୍ଜି ହିଁ ଧୋକା ଖାଉଅଛି
ଭାବ ରଙ୍ଗ ଭୂଇଁ ତଳେ …..

ବିଶ୍ଵାସ କରି ସେ ରାଧା ରାଣୀ ପୁଣି 
ମୋହନକୁ ଚାହିଁ ଥିଲେ
ଦଗା ଦିଆ କାହ୍ନୁ ଫେରିଲେନି ଆଉ 
ବିଶ୍ଵାସ ତ ଭାଙ୍ଗି ଦେଲେ…..

କେତେ ସରଧାରେ ମାତା ପିତା ପୁଣି 
ଶିଶୁଟି କୁ ବଡ଼ କଲେ 
ସେହି ଶିଶୁ ଆଜି ବଡ଼ ହୋଇ ପୁଣି 
ବିଶ୍ୱାସରେ ବିଷ ଦେଲେ …..

ବିଶ୍ୱାସରେ ଆଜି ସବୁଆଡେ ବିଷ 
ଭାବି ଭାବି ଦୀନ ସରେ 
ବିଶ୍ୱାସରେ ପରା ଜଗତ ଚାଲିଛି 
ଚାଲୁଥିବ ବିଶ୍ଵାସରେ…..

ସମାଜର ଶିକ୍ଷା ସମାଜର ନୀତି
ଭୁଲି ତ ଗଲେଣି ଲୋକେ
ବିଶ୍ଵାସ ଆଜି ବି ଅପେକ୍ଷା କରିଛି 
ଭଲଲୋକ ମିଳିବ ଅବା କେବେ…
   
             
ରାମକୃଷ୍ଣ ବାଡତ୍ୟା (ଲେଖକ)
              
       
         

If the contents are helpful to share them with your friends, Thanking You.

ମୋ ଗୋଲାପ (Rose)

Rose, ଗୋଲାପ, ପୂଜାସ୍ୱାଇଁ, ପୁଜା
Rose
ପ୍ରଥମ ଦେଖାରେ ମୋତେ କରିଲ ନିଜର
ଆଖିରେ କେବଳ ତୁମର ଛବି
ଯୋଡ଼ି ହୋଇଗଲା ସେବେଠୁ ସମ୍ପର୍କ ଆମର…
ଦୁନିଆ ହେଉଛି ଆମର ପ୍ରତ୍ୟକ୍ଷ ଦର୍ଶୀ 
ଆମ ସମ୍ପର୍କ ର ମୁକ ସାକ୍ଷୀ….
ସକାଳୁ ଉଠି ଯେବେ ଯାଏ ତୁମ ବଗିଚା କୁ
ନାଲି ନୀଳ ରଙ୍ଗର ସୌନ୍ଦର୍ଯ୍ୟ ମନ କିଣି ନିଏ 
ତୁମର ପୁଷ୍ପ ବନାନୀ….
ତୁମେ ହେଉଛ ସବୁଠୁ ନୀଆରା 
ମନ କିଣି ନିଅ ପ୍ରତି ମୁହୂର୍ତ୍ତରେ,
ତୁମର ଦର୍ଶନ ସତେକି ମନରେ ନୂଆ ଶକ୍ତି ର 
ଆଭାସ ଦିଏ…
ତୁମେ ହେଉଛ ପୁଷ୍ପ ସମାହାର
ସୁନ୍ଦର ପାଖୁଡ଼ା ର ସର୍ଜନ
କିନ୍ତୁ ତାହା ହେଉଛି ମୋର କୋମଳ ଶରୀର….
ସେ ପାଖୁଡ଼ା ଉପରେ ମହୁମାଛି, ପ୍ରଜାପତି ର ସ୍ପର୍ଶ ମୋତେ ଯେମିତି ସ୍ବର୍ଗ ସୁଖ ର ଆନନ୍ଦ ଦିଏ….
କାହିଁକି ଯେ ତୁମେ ସମସ୍ତଙ୍କ ମନଙ୍କୁ 
ଛୁଇଁ ଯାଅ ମୁଁ ଜାଣେନା
କିନ୍ତୁ ତୁମ ସହିତ ମୋର 
ନିବିଡ ପ୍ରେମ ସମ୍ପର୍କ ର ଉନ୍ମାଦନା…
ମୋତେ ଇର୍ଷା ହୁଏ,
ଯେତେବେଳେ ତୁମେ 
ପ୍ରେମୀ ଯୁଗଳ ଙ୍କ ହସ୍ତ ସ୍ପର୍ଶରେ
ପ୍ରେମ ଜାଗ୍ରତ କୁ ଜନ୍ମ ଦିଅ….
ମୁଁ ଜାଣେନା 
ମୋ ହ୍ରୁଦୟର ସ୍ପନ୍ଦନ ରୂପରେ
ତୁମେ ସ୍ଥାନ ନେଇ ସାରିଛ..
ତୁମର ସୁନ୍ଦରତା
ତୁମର ମନ ମୋହି ବାସ୍ନା ରେ
ସମସ୍ତଙ୍କୁ ଯେମିତି ମୋହି ଦେଉଛ
ଏବଂ ଭଗବାନ ଙ୍କ ପାଦତଳେ 
ସ୍ଥାନ ପାଉଛ
ସତେ ଯେମିତି 
ମୋର ସେଠୀ ସ୍ଥାନ ବୋଲି ମୁଁ ମନେ କରୁଛି….
ତୁମେ ପୁଷ୍ପ ରୂପକ 
ମୋ ହ୍ରୁଦୟ
ଯଦି ତୁମକୁ କେବେ କେହି
ତୋଳିବାକୁ ଚେଷ୍ଟା କରେ ମୋ
ମନକୁ କଷ୍ଟ ଅନୁଭବ ହୁଏ। 
ତମେ କେବଳ ପୁଷ୍ପ ନୁହଁ 
ତମେ ହେଉଛ ମୋ ହୃଦୟ
ମୋ ପ୍ରାଣ ପ୍ରିୟତମା…
ମୋ ପ୍ରତିରୁପି..
ତୁମେ ହେଉଛ ମୋ ଗୋଲାପ…
ପୂଜା ସ୍ୱାଇଁ (ଲେଖିକା)

If the contents are helpful to share them with your friends, Thanking You.

କାହାଣୀ ଟିକେ ଅଲଗା…

https://www.bhuyansblog.com/2021/09/Kahani.html
କାହାଣୀ ଟିକେ ଅଲଗା
କାହାଣୀ ଟିକେ ଅଲଗା
ତୁମେ ବୁଝ କି ନବୁଝ…
ଶୁଣ କି ନଶୁଣ…
ଆଖି ଫେରାଇ ନିଅ
ଭାବର ପଂକ୍ତି ଶବ୍ଦରୁ ।
ମୁଁ କିନ୍ତୁ କହିବି 
କହି ଚାଲିବି ଅନତି ଭବିଷ୍ୟତ ଯାଏଁ
ତୁମେ ବାଧ୍ୟ ହେବ 
ବୁଝିବା ପାଇଁ 
ଗ୍ରହଣ କରିବା ପାଇଁ
ପ୍ରତ୍ୟେକଟି ଭାବନାକୁ 
ପ୍ରତ୍ୟେକଟି ଶବ୍ଦର ସରଂଞ୍ଚନା ।
ତୁମେ ବି ଦିନେ ପାଗଳ ହେବ
ଫେରିବା କୁ ଅତୀତକୁ 
ଭାବିବାକୁ ବାଧ୍ୟ ହେବ
ଅଶ୍ରବ୍ୟ ଶବ୍ଦ ସବୁକୁ
ସ୍ୱର୍ଣ୍ଣକ୍ଷର ରେ ଲିପ୍ତବଦ୍ଧ ନଥିବା
କାହାଣୀଟି ହିଁ ଅତୀତ ହୋଇଯାଇଥିବ
ଅଦୃଶ୍ୟ ଅସ୍ପଷ୍ଟ ଭାବେ ।
ମନୋଜ କୁମାର ବେହେରାଙ୍କ କଲମରୁ…
If the contents helpful so share to your friends, Thanking You.

ଅଟଳ ସମ୍ପର୍କ ( Atal Sampark)

ଅଟଳ ସମ୍ପର୍କ
ଅଟଳ ସମ୍ପର୍କ




କିଛି କ୍ଷଣ ହେଉପଛେ
ଭରିଥିଲା ମଳୟ ପବନ
ମାଦକତା ର ମଧୂପ ମୁହୂର୍ତ୍ତ
ଆତ୍ମିୟତା ର ଆଶ୍ୱାସନା
ସମ୍ବାବନାର ସଂଯୋଗ ।
କେଜାଣି କାହିଁକି ସେଦିନଠୁ
ମୋ ଠୁ ଦୂରେଇ ଗଲା ଆକାଶ
ଘୁଞ୍ଚି ଗଲା ପାଦତଳୁ ମାଟି
ଆଗାମୀ କାଲିର ସ୍ଥାପତ୍ୟ ;
ସଂଧ୍ୟା ଲଗ୍ନ ଯନ୍ତ୍ରଣା ରେ ଜର୍ଜରିତ
ନିମିଷକେ ଆଙ୍କିଦେଲା
ଧ୍ୱଂସ ସ୍ତୁପର ଭୟଙ୍କର ନକସା
ପରାସ୍ତ ପୁରୁଷର
ଶେଷ ହସ୍ତାକ୍ଷର ପୂର୍ଣ୍ଣଛେଦ ପରି ।
ଭିଜେଇ ଦେଲା ପ୍ରତିଟି
ସଂଜ୍ଞାହୀନ ଚେତନାକୁ
ସୃଜନ ଶୀଳ ସୃଷ୍ଟିର ସୁତ୍ର ସବୁ ।
ମର୍ଯ୍ୟାଦା ର ମିଥ୍ୟା ଆଡ଼ମ୍ବର
ଆଗ୍ନେୟ ସ୍ୱାହା କହି ଜାଳିଦେଲ
ଇର୍ଷା-ଅବିଶ୍ୱାସ-ଛଳନାରେ
ଅତିତର ସମୃଦ୍ଧ ଇତିହାସ
ଶାନ୍ତିର ସଂହିତା
ଅଟଳ ସମ୍ପର୍କ…


ମନୋଜ କୁମାର ବେହେରା
ଙ୍କ କଲମ ମୁନରୁ….

ସମୟ ( Time)

Time(Odia poem)
Time


ଆଖିରେ ଆଖିଏ
ନିଦ ଥାଇ ମଧ୍ୟ
ଆଖି ଫେରେଇ ଦେଉଛି 
ସେ ନିଦ୍ରା କୁ।

ଆଖି ମଳି ମଳି 
ବାରମ୍ବାର ଦେଖୁଥାଏ
ମୋବାଇଲ ର ସମୟ ।

ସମୟ ଉପରେ କାହାର ଅବା
ପ୍ରତିବନ୍ଧକ
ସେ ଅଖଣ୍ଡ ଅସୀମିତ ପଥ
ଦେଇ ଗତି କରୁଥାଏ ।

ଏକ ଗୋଲାକାର
କଣ୍ଟା ପରତ କୁ ରଗଡ଼ି
ଘୁରି ବୁଲେ ଏକ ଧାରାଗତ ସୁଅ ରେ ।

ଆଗକୁ ଭବିଷ୍ୟତ କୁ ଦର୍ଶାଇ
ତଥା ଏହି ବର୍ତ୍ତମାନ 
କିଛି ସମୟ ପରେ ଅତୀତ 
ରେ ପରିଣତ ହୋଇଯିବ 
ବୋଲି କହି ଚାଲେ ।

ସେ ଏକ ଦିଗକୁ ବଢିଚାଲେ 
ଯାହା ଏକ ସତ କୁହା ଯନ୍ତ୍ର
ଯାହା ସମୟ ନୁହଁ ଆମକୁ ଆମ 
ଦୁର୍ବଳତା ର ପ୍ରମାଣ ଦିଏ । 


ନୀଳମାଧବ ଭୂୟାଁ
ଙ୍କ କଲମରୁ…

ବୁଲା କୁକୁର (କବିତା)

ବୁଲା କୁକୁର
ବୁଲା କୁକୁର

ପଶୁ କୂଳରେ ଜନ୍ମ ନେଇଥିବା
ଏକ ପାପୀ ସନ୍ତକ
ନା କାହାର ପ୍ରିୟ
ନା କାହାର ନିଜର
ନାଆଁ ଟି ମୋର ବୁଲା କୁକୁର ।

କେବେ ଭୋକରେ ଦିନ କଟେ ତ
ଆଉ କେବେ ଅଚିହ୍ନା ଘର ଆଗରେ
ଗୁହାରି ପଡେ,
କିଏ ଦିଏ ଅଳ୍ପ ତ କିଏ ବେଶୀ
ଖାଇବା ନୂଆ ଆଜ୍ଞା, ମାଡ ସହିତ ଗାଳି 
କାରଣ ମୁଁ ଗୋଟିଏ ବୁଲା କୁକୁର।

ମୋର ମଧ୍ୟ ଇଚ୍ଛା ହୁଏ 
ମନୁଷ୍ୟ ର ଦାସ ହୋଇ ରହିବାକୁ
କିନ୍ତୁ ଏମିତି କୂଳରେ ଜନ୍ମ ମୋର
ଆମ ସ୍ଥାନ କୁ ପୂରଣ କରନ୍ତି
ବିଦେଶୀ ଜାତି ଭାଇ
କାରଣ ଆମେ ହେଉଛୁ ବୁଲା କୁକୁର ।

ମୁକ ହୋଇ ବୁଲୁଥାଏ ସବୁବେଳେ
କେ ଅବା ଶୁଣିବ, ନା ବୁଝିବ
ଆମ ଦୁଃଖ ଦରଦ
କାରଣ ମୁଁ ଜଣେ ବୁଲା କୁକୁର ।

ରାସ୍ତାରେ ପଡ଼ି ରହେ
ଜଣା ପଡ଼େ ନାହିଁ ଦିନ ଅବା ରାତି
ଖରା, ବର୍ଷା, ଶିତ ସବୁ ସହି ଯାଏ
କାହିଁକି ନା ସମସ୍ତେ ଭାବନ୍ତି ପର
ନାଆଁ ଟି ମୋର ବୁଲା କୁକୁର ।

କେତେବେଳେ ଗରମ ପାଣି
ତ ଆଉ କେବେ ଗରମ ଚା ରେ
ଜଳି ଯାଏ ଆମ ଦେହ
କାହିଁକି ନା
ପାଖେ ଚାଲିଯାଉ କିଛି ପାଇବା ଆଶାରେ
କାରଣ ଆମେ ହେଉଛୁ ବୁଲା କୁକୁର ।

ପଡ଼ି ରହେ କାହା ଘର ଆଗରେ
କେବେ କିଛି ମିଳେ ତ କେବେ 
ଧେତ୍ ମାର୍ ର ଶବ୍ଦ ଶୁଣେ
କାରଣ ମୁଁ ଜଣେ ଅଭିଶପ୍ତ ବୁଲା କୁକୁର ।

ଭଗବାନ ନ ଦିଅନ୍ତୁ ଏମିତି
ଜୀବନ କାହାକୁ
ଯାହା ନର୍କ ଜୀବନ ଠୁ ମଧ୍ୟ ଅଧିକା କଷ୍ଟ
କାରଣ ମୁଁ ଜଣେ ବୁଲା କୁକୁର ।

ଆତ୍ମା ରୂପେ ମନୁଷ୍ୟ କେବେ
ସଦ୍ ବୁଦ୍ଧି ପ୍ରାପ୍ତି ହେବେ କେଜାଣି
କାରଣ ମୋ ମଧ୍ୟ ଅଛି ଏକ ଆତ୍ମା
ଯାହା ନାମ ପାଇଛି ଏକ ବୁଲା କୁକୁର ।

ଧନ୍ୟବାଦ ଦେବାକୁ ଚାହିଁବି ସେ
ମହାନ୍ ବ୍ୟକ୍ତି ଙ୍କୁ 
ଯିଏ ବିନା ସ୍ୱାର୍ଥରେ ଆମକୁ
ଖାଦ୍ୟ ଦେବାକୁ ଇଛା ରଖୁଛନ୍ତି
କାରଣ ଆମେ ହେଉଛୁ ବୁଲା କୁକୁର ।

ହେ ମନୁଷ୍ୟ
ଆମେ ମଧ୍ୟ ଚାହୁଁ ଆପଣଙ୍କ
ସେବା କରିବା ପାଇଁ
ନିଜର ବୋଲି ଭାବି ଟିକେ 
ଭଲ ପାଇବା ଦେଇଦିଅ
କାରଣ ଆମେ ହେଉଛୁ ବୁଲା କୁକୁର ।

ନାଆଁଟି ମୋର ବୁଲା କୁକୁର ।




ରୁବି ନାହାକ(ଲେଖିକା)
ବୁଗୁଡ଼ା, ଗଞ୍ଜାମ ।

ଆତ୍ମଲିପି

ଆତ୍ମଲିପି atmalipi
ଆତ୍ମଲିପି
ତୁମେ ବହୁତ୍ ଚାଲାକ୍
ତେଣୁ ବୁଝିପାରନି ମୋ ଶବ୍ଦର ସରଞ୍ଚନା
ମୋ ଭାଷାର ଭାବନା କୁ
ପୂର୍ଣ୍ଣତାର ପଂକ୍ତି ସବୁ;
ବିସର୍ଜନ କରିଦେଲ
ପାଗଳାମି ର ଆଖ୍ୟା ଦେଇ
ତୁମେ ନ ବୁଝିବାଟା ହିଁ ଭଲ ।
ହୃଦୟର ଅପ୍ରକାଶିତ ପାଣ୍ଡୁଲିପି
ଭିନ୍ନ ଏକ ଜହ୍ନ ରାତିର ଗଳ୍ପ
ବର୍ଷା – ବସନ୍ତ – ବୈଶାଖୀ ର କାହାଣୀ ।
ମୋ ଗଳ୍ପର ପ୍ରଥମ ପାଠିକା ଭାବେ
ପୁରୁଣା ଜହ୍ନ କୁ ଦେଖି
ତୁମେ ପରାସ୍ତ ହେବାକୁ ଚାହୁଁନ
ଭାବନାରେ…..
ସ୍ବପ୍ନ ପ୍ରଲେପ ରାତିରେ
ମୋ ଆତ୍ମ ପ୍ରତ୍ୟେୟ
ଆତ୍ମଲିପି ପାଖରେ……
ତୋ ସ୍ମୃତିରେ…..!!!!!
ମନୋଜ କୁମାର ବେହେରା ଙ୍କ
କବିତା ସଂକଳନ ରୁ……..  

ରୂପାନ୍ତରିତ ମଣିଷ ( Man of Change)

ରୂପାନ୍ତରିତ ମଣିଷ ( Man of Change)
ରୂପାନ୍ତରିତ ମଣିଷ ( Man of Change)


*ରୂପାନ୍ତରିତ ମଣିଷ*

ସମସ୍ତଙ୍କୁ ଜଣାଅଛି
ମାଂସର ଉପଭୋଗରେ ଜୀବନର
ଜଳପରି ସ୍ୱଚ୍ଛ ଆଉ ପବିତ୍ରତା
ନଷ୍ଟ କରିବାରେ ……।
ସମସ୍ତେ ଓସ୍ତାଦ
କେତେ ପ୍ରକାର ……
କେତେ ଭାଗରେ……
‘ ଚକ୍ରବ୍ୟୁହ ‘ ଚଳାଇବାକୁ ,
‘ ସମାଜ’ ଠୁ ସଭ୍ୟତା ଯାଏ
ମାଟି ଠୁ ମଙ୍ଗଳ ଯାଏ.. କିନ୍ତୁ
ଜନତା ଆଖିରୁ ନିଦ ହଜାଇ
ଚୁପଚାପ୍ ଶୋଇ ରହନ୍ତି
“ରୂପାନ୍ତିତ ମଣିଷ”
ମିଥ୍ୟା – ଛଳନା – ପ୍ରତିସ୍ମୃତିର
ଯୁଦ୍ଧ କ୍ଷେତ୍ରରେ ହାରୁ କିମ୍ଵା ଜିତୁ…
ସବୁଠି ଚର୍ଚ୍ଚାର ପାତ୍ର ସାଜି ଯାଏ ।
ସତରେ ! ମାନବିକତା କେତେ ପଛରେ…..
ଜନ୍ମ ହେବା ଶିଶୁଟିଏ…….
ବଂଚି ପାରେନି ‘ହତ୍ୟା’ ଶବ୍ଦ ଆଗରୁ
ନିଜକୁ ନିଜେ ଜାଣିପାରେନି…. ମୁଁ କିଏ?
ଗୋଟିଏ ବିରାଟ ପ୍ରଶ୍ନବାଚି ହୋଇଯାଏ ।

ମୁଁ କେବଳ…
ମୁଁ ହିଁ ରକ୍ଷକ…
ମୁଁ ହିଁ ଭକ୍ଷକ….
ସମସ୍ତଙ୍କ ଈର୍ଷା ଜର୍ଜରିତ ଦୃଷ୍ଟି
ଏହି ସମାଜ ଉପରେ ।
ଭାଙ୍ଗୁ କି ଭୁଶୁଡ଼ି ପଡୁ
‘ଏ ସମାଜ – ଏ ସଭ୍ୟତା
କାହାରି ଖିଆଲ ନାହିଁ
କାହାର ଶୁଣିବାର ନାହିଁ
ଅନ୍ତଫଟା ବିକଳ କ୍ରନ୍ଦନ
ଧର୍ଷଣ ହୁଏ ଖୁସି-ଆନ୍ଦନ
ଆଗକୁ ଯିବାର ଚେଷ୍ଟା ପାଖରେ
କିନ୍ତୁ…..
ସେପଟେ ଅସଭ୍ୟଙ୍କ ବିକଟାଳ ହସ
ଗୋଟେ ପଟେ ସୁଖର ସୌଧତ
ଅନ୍ୟପଟେ ଲୁହର ସମୁଦ୍ର
ଏହି ମାନବ ସମାଜରେ
ତାପରେ …….
ଏକ ହୋଇଯାଏ
ରାଜନୀତି….
ଅର୍ଥନୀତି….
କୂଟନୀତି…..’
By. Manoj…(Writer)

Prema Eka Bhabanara – 04 (Parichaya"ପରିଚୟ")

parichaya_odia_poem
Prema Eka Bhabanara – 04 (Parichaya”ପରିଚୟ”)

ପରିଚୟ


ଆବେଗର ବିଭୋର ହୋଇ ଭାବନାର ମୌସୁମୀ ସିଂହରଣ ଖେଳାଇ ଖେଳାଇ ଦିଏ ବିଶ୍ଳେଷଣ କରିବାକୁ ଯାଇ ତୁମେ ତୁମ ମନର ସାନ୍ତ୍ୱନା ପାଇଁ ବିରକ୍ତିରେ ଭାଙ୍ଗିପଡ଼; ବ୍ୟସ୍ତ ବିବ୍ରତରେ ଆଖିରେ ଆଖିଏ ଲୁହ ଓଦା ଓଦା ଓଠର କରୁଣ ରାଗରେ । ହେଲେ ତୁମ ପାଇଁ  ମୁଁ ଲଗ୍ନ ତାଜମହଲ ଭିତରେ ନିରୁଦ୍ଧିଷ୍ଟ । ଅନ୍ୟ ଏକ ପ୍ରେମର ମନ୍ଦିର ମୂର୍ତ୍ତିଟିଏ । ତୁମ ପାଇଁ କିଛି ସମୟର ଅତିଥିଟିଏ ତୁମପ୍ରେମ ହେଉଛି ସ୍ମୃତିମୟ ମୋ ପାଇଁ ନୁଆଁ ଜୀବନର ସନ୍ଦେଶ ।

 କେମିତି କହିବି କେଉଁଠି ଆରମ୍ଭ କରିବି, କେଉଁଠି ଶେଷ କରିବି; ନିର୍ଲୁପ୍ତ ସେହି,  ସେହି ଅଜଣା ତିଥିର ମହେନ୍ଦ୍ର ଲଗ୍ନରେ ହୋଇଥିବା ଅବୁଝା ଅଝଟ ମୁହୂର୍ତ୍ତ ସବୁ ପ୍ରେମ ଏକ ଭାବନାର’ ।

ଅଳି ଅଝଟ ବୟସରୁ ହିଁ ମୋ ମନଭିତରେ ପ୍ରେମର ଐଶ୍ୱର୍ଯ୍ୟମୟ ସ୍ନାୟବିକ ସଂବେଗ ତାଙ୍କ ପ୍ରତି । ଚାଟଶାଳୀର ବର୍ଣ୍ଣମାଳାରେ, ପଣିକିଆର କ୍ଲାସ ରୁମର ମଝି ଧାଡ଼ିରୁ କୋଳାହଳର ସେହି ବୈଚିତ୍ରମୟ ପୁଲକିତ ଅନୁଭବର ଉଲ୍ଲାସ ଓ ଉତ୍ତରଣ ତାଙ୍କ ପ୍ରତି । କେତେ ଗତାୟୁ ବର୍ଷରୁ ସମ୍ପର୍କ ଆମର ଛୋଟ ମୋର ଗାଁଟି ରେ ବରଗଛ ଓହଳରେ ଦୋଳି ଖେଳିବା ଲୁଚି ଲୁଚି ବଣ ବୁଦାରୁ କୋଳି ଖାଇବା ପ୍ରଜାପତି ଧରିବା ଠାରୁ ଆଜି ଯାଏ ସେ ଛାଇପରି ଜଗିରହିଛି ମନରେ ଭାବନାରେ ତାଙ୍କ ପାଖରୁ ହିଁ  ଗୋଟେ ନୁଆଁ ପରିଚୟ ପାଇଛି ତାଙ୍କ ସହ ବଞ୍ଚିବାର । ସ୍ୱପ୍ନ ଶ୍ରୀ ମନ ମନ୍ଦିରରେ ଉଦ୍ଭସିତ ହେଇ ଉଠୁଛି ଏକ ଅଭୁଲା ମୁହୂର୍ତ୍ତ । ପ୍ରତ୍ୟେକଟି ଶବ୍ଦ, ପ୍ରତ୍ୟେକଟି ସଂଳାପ ମଧୁର ବିମଧୁର ଏକ ନୂତନ ଦିଗନ୍ତର କଳ୍ପନା ସେ ନହଲେ କାହିଁକି ତାଙ୍କ ପ୍ରତି ଏକ ଦୁର୍ବଳତା ଏତେ ମଦକତା; ତାପରେ ବି ଶହ ଶହ ବର୍ଷ ଧରି ଭଗ୍ନ ଶରୀରରେ ପ୍ରାଣ ସଞ୍ଚାର କରେ ଆଲୋଚନା କରେ, ସେଇ ଟିକେ ପ୍ରେମପାଇଁ  ନହଲେ ଶୀତରାତିରେ ସେଫାଳିର ଗନ୍ଧବାରି ବିମୋହିତ  ହୋଇନଥାନ୍ତି; ରାତିର ଇଚ୍ଛା ମନର ଭାରକ୍ରାନ୍ତକୁ ଶାନ୍ତ କରି ନୂଆ ଜିବନ ସଞ୍ଚାର କରୁନଥାନ୍ତା । ତାଙ୍କୁ ନେଇ ତାଙ୍କ ଜୀବନର ଚରମ ତୁପ୍ତିର ଉପଲବ୍ଧି ଅନନ୍ୟ ।

ତାଙ୍କୁ ନେଇ ଲେଖାରେ ହେଉ ବା କଥାରେ ହେଉ, ନିଜକୁ ପ୍ରକାଶ କରିବା ଏକ ପ୍ରକାର ସଯ୍ୟ ଧର୍ମ । ସେ ଆଲୋକ ଦିଏ କି ଉତ୍ତାପ ଦିଏ ମୁଁ ଜାଣେନା । ତାର ଫଳାଭିସନ୍ଧି ନଥାଏ ତା ପାଇଁ ଗୋଟିଏ ମାତ୍ର ସତ୍ୟ ନିଷ୍ଠାର ସହିତ ଜଳିଯିବା ବୋଧେ ଏହା ହିଁ ତାଙ୍କ ପାଖରେ ମୋର ପରିଚୟ, ଜୀବନରେ ବଞ୍ଚିବାର ପ୍ରେରଣା ଟିଏ ଏବଂ ଲକ୍ଷ୍ୟଟିଏ ତାଙ୍କୁ ନେଇ ।

ଜୀବନର ପରିଚୟ ଓ ପ୍ରେରଣା କୁ କେନ୍ଦ୍ର କରି ଯେଉଁ ରୂପାୟିତ ସୃଷ୍ଟି ତାହା ହିଁ ଆମ ପାଇଁ ଏକ ସାହିତ୍ୟ ।।
କ୍ରମଶଃ…..
ପ୍ରେମ ଏକ ଭାବନାର…….

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

parichaya_odia_poem



Follow My Pages:-

Bhuyans blog

Utkal Divas (ଉତ୍କଳ ଦିବସ)


utkala_divasa_odia_poem
Utkal Divas (ଉତ୍କଳ ଦିବସ)





ଲେଖୁ ଲେଖୁ ସରିଯିବ
ସାତ ସପନ ଆଉ ଅଠର ରାତି
ସେ ଭିତରେ ନ ଥିବ
ଆଶା ହୀନ ଭରସା ର କାହାଣୀ
ବର୍ଷା -ବସନ୍ତ ର ସମ୍ପର୍କ ;

କାହାଣୀ ତ ଭିନ୍ନ ଧରଣର
ଉତ୍ସାହ ନାହିଁ କି ଉତ୍ସ ନାହିଁ
ପୂର୍ଣ୍ଣ ମର୍ଯ୍ୟାଦା ଦେବାକୁ 
ପଢିବାକୁ ଅସମର୍ଥ,
ହୃଦୟର ବନ୍ଧୁରତା କୁ ସମତଳ କରି
ସତ୍ୟ-ଅତୀତ-ଲୁହ-କାରାଗାର
ସମ୍ପର୍କ ଯୋଡି ଦେଇ 
ମଇଳା ଚିରା କାଗଜ ଭିତରେ
ନିସ୍ତେଜ ହୋଇ ପଡ଼ିଲା ପରେ
ସବୁତକ ମାଟିରେ ମିଶିବା ବ୍ୟତୀତ
କଣ ବା ମିଳିବ ;

ସେମାନଙ୍କ ପାଈଁ
ସେହି ଟିକକ ଶ୍ରଦ୍ଧାରେ
ସେଇ ଶେଷ ନିଃଶେଷ ହୋଇଥିବା
କାଗଜ ଭିତରୁ
ଉତ୍କଳ ଦିବସରେ….

ଓଡ଼ିଶାର ବରେଣ୍ୟ ବିର ପୁତ୍ର ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି

ଉତ୍କଳ ଦିବସ ର ହାର୍ଦିକ ଶୁଭକାମନା..


ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

utkala_divasa_odia_poem

Follow My Pages:-

Bhuyans Blog

Prema Eka Bhabanara – 03 (Anutapa "ଅନୁତାପ")

anutapa_odia_poem
Prema Eka Bhabanara – 03 (Anutapa “ଅନୁତାପ”)

ଅନୁତାପ


ଯେବେ ତୁମେ ମୋ ପାଇଁ ସଂଜ ସଳିତା ଜାଳୁଥିଲ, ଶୁଭ ମନାସୁ ଥିଲ, ମୁଁ ବୁଝି ପାରିନଥିଲି ତୁମକୁ । 


ତୁମେ ମତେ ନେଇ ଯେଉଁ ଇଚ୍ଛାର-ଭାବନାର ଘରଟିଏ କରି ନିକଟ ତର ହେବାକୁ ଚେଷ୍ଟା କରୁଥିଲ, ମୁଁ କିନ୍ତୁ ଅନୁଭବ କରି ନଥିଲି ତୁମେ ମନ ଭିତରେ ମତେ ନେଇ କେତେ ଅନେକ ସ୍ୱପ୍ନ ଦେଖିଥିଲ; ମୁଁ ବାସ୍ତବତା ବୁଝି ପାରିନଥିଲି । 

ତୁମେ ଅନେକ ଅଭିମାନ କରିଛ-ଶାନ୍ତ-ନିରବତା ଭିତରେ ମତେ ବହୁବାର ମୋତେ ଖୋଜିଛ । 

ଏକାନ୍ତ ନୀରବତାରେ ମୋ ପାଇଁ ବହୁତ କଷ୍ଟ ପାଇଛ କିନ୍ତୁ ମୁଁ….. ହୁଏତ, ମୁଁ ଓ ମୋ ଅଜାଣନ୍ତରେ ଦେଇଥିବା କଷ୍ଟ ଆଜି ମୁଁ ଅନୁଭବ କରେ । 

ମୋ ପାଇଁ ଦୀପାଳିରେ ସଳିତା ଯୋଗାଡୁ ଯୋଗାଡୁ ବହୁଥର ହାତ ପୋଡି ଦେଇଛ…….ମୁଁ ଦେଖିପାରିଛି ତୁମର ସେ ପୋଡ଼ା ଚିହ୍ନ କିନ୍ତୁ ସେତେବେଳେ ବୁଝିପାରିନି ଏବଂ ବୁଝିବାକୁ କେବେ ଚେଷ୍ଟା ବି କରି ନଥିଲି କାହିଁକି କଣ ପାଇଁ ଏତେ କଷ୍ଟକର ମୋ ପାଇଁ ।

କେତେ ବାହାନା କର ମିଶିବାକୁ, ଦି ପଦ କଥା ଦେବାକୁ ଆଉ ମୁଁହ ରେ ଚେନାଏ ହସ ରଖି ବୋଧହୁଏ ଆତ୍ମ ତୃପ୍ତିର ନିଦଟିଏ ପାଇଁ; ବାସି ସେଜରେ ବସି ମୁରୁକି ହସି ଦେବା ଭିତରେ ସେଇ ମୁହଁ କୁ ମୁଁ କେବେ ଧ୍ୟାନ ବି ଦେଇନି…..।
           
  ସମସ୍ତେ ଚାହାନ୍ତି ସେମାନଙ୍କ ପ୍ରିୟ ପୁରୁଷ ପୃଥିବୀର ସର୍ବଶ୍ରେଷ୍ଠ ହେବାପାଇଁ । 

“କିନ୍ତୁ ତୁମେ ମୋ ପାଇଁ ଯେତିକି ଲୁହଲୁହାଣ ହୋଇଛ” ତା ବାସ୍ତବତା ପୂର୍ବରୁ ବୁଝିନଥିଲି ।

 ତୁମେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲ ମୋର ସଦ୍ୱୀପ ଆଦର୍ଶ ମୟ ଜୀବନ ପାଇଁ । 

ହୁଏତ ତୁମ ଆଶା-ଭାବନା ପୂର୍ଣ୍ଣ ହେବ….. 
ମତେ ନେଇ…..
କିନ୍ତୁ ମୁଁ ତୁମକୁ ନିଜର ବୋଲି ଭାବି ପାରିନଥିଲି , ଏବେ ସେଇ ଅନୁତାପ ମୋତେ ବହୁତ ଦୂରକୁ ନେଇଯାଇଛି ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

anutapa_odia_poem



Follow My Pages:-

Bhuyans blog

ଅଦୃଶ୍ୟ ତାରା By Manoj

Prema Eka Bhabanara – 02 (Adrushya Tara “ଅଦୃଶ୍ୟ ତାରା”)

ଅଦୃଶ୍ୟ ତାରା

ମତେ ନେଇ ତୁମେ ତୁମର ଯେଉଁ ନୁଆଁ ଦିନଟି ଆରମ୍ଭ କରିବାକୁ ଭାବିଥିଲ ତାହା ତୁମ ଖୁସିର ବାହାରେ ଆଉ ତୁମ କଳ୍ପନାର ବହୁତ ଦୂରରେ !!

“ମୁଁ ନିର୍ବିକାର ସମୟ ପାଖରେ ଯେମିତି ଅଜଣା ଏକ ଭବିଷ୍ୟତ ପାଖରେ ପହଂଚି ଯାଇଛି ” କିପରି କାହିଁକି ଅନେକ ପ୍ରଶ୍ନ ବାଚିର ସୌଧ ଭିତରେ ବନ୍ଦି ହୋଇ ସେଇ ପ୍ରଶ୍ନର ପୁଷ୍ପ ଗୁଚ୍ଛାରୁ ସୁଗନ୍ଧ ବାଛିବାକୁ ଲାଗିଛି ।

ତୁମେ ତ ନିଳ ଆକାଶ, ସେଇ ଆକାଶ ତଳେ ରଶ୍ମିଟିଏ ହୋଇ ଗୋଧୂଳି ସନ୍ଧ୍ୟାର ମୁଁ ମୁକ୍ତା ହେବାକୁ ଚାହେଁ ! କିନ୍ତୁ ମୋ ଜୀବନରେ ତାହା ପୂର୍ଣ୍ଣିମା ରାତିରେ ଜହ୍ନ ଆଲୁଅ ର ଛାୟା ହୋଇଯାଇଛି !!!

ମୋ ପାଖରେ ନିର୍ମଳ ହୃଦୟଟେ ନାହିଁ ଯେ ତୁମକୁ ନେଇ ନୀଳାମୟୀ କୃଷ୍ଣଙ୍କ କ୍ରିଷ୍ଣା ଭଳି ଏବଂ ଗୌତମ ବୁଦ୍ଧଙ୍କ ପରି ତୁମକୁ ସଜାଇ ପାରିବି । ସେଥିପାଇଁ ବୋଧେ ସାହସ କରିପାରୁନି ତୁମର ସେଇ ନିସ୍ୱାର୍ଥପର ପ୍ରେମକୁ ।

ତୁମେ ଗ୍ରହଣ କରିବ ସେ ଭାବନା ମୋ ପାଈଁ ଅନ୍ଧକାର ର ସ୍ୱପ୍ନ ପାଲଟି ଯାଇଛି । ତୁମେ ରାଧା ଓ ମିରାର ଏବଂ ସଞ୍ଜୁକ୍ତ ରେ ଏକ ପ୍ରେମ ଓ ଭକ୍ତି ଭରା ନିରର୍ବଛିନ ବର୍ଷା ।

ମୁଁ ଇନ୍ଦ୍ରଧନୁର କିରଣ ଭଳି ମୌସୁମୀ ର ଫୁଲ ପାଖୁଡା ସାଜି ତୁମ ସହ ମିଶି ଯିବାକୁ ଚାହେଁ ଏବଂ ଭିଜିଯିବାକୁ ଚାହେଁ । କିନ୍ତୁ ତୁମର ଉତ୍ତପ୍ତ ନିଶ୍ୱାସକୁ ଯେତେଥର ମୁଁ ଶୀତଳ କରିବାକୁ ଚାହିଁଛି ମୁଁ ସେତେଥର ନିଜର ଅନୁତାପ ରେ ଜଳିଯାଇଛି ।

ତୁମେ ଆଜି ଯାଏ ଭାବୁଥିବ ମୁଁ ସବୁ ଜାଣିବି ତୁମକୁ କାହିଁକି ଗ୍ରହଣ କରୁନି-ନିଜର କରିପାରୁନି !!

ଏହି ପ୍ରଶ୍ନ ତୁମ ମନ ଭିତରେ ବାରମ୍ବାର ଉଙ୍କି ମାରୁଥିବ ଏବଂ ଏକ ବିରାଟ ପ୍ରଶ୍ନ ର କାଚ ଘର ଗଢି ଉଠିଥିବ ।

ମୁଁ ଜାଣେ ତୁମକୁ କେତେ କଷ୍ଟ ଆଉ କେତେ ଭାବନା ତୁମ ହୃଦୟରେ ଜାତ ହେଉଥିବ । ତୁମେ କଣ ଜାଣିଛ ଯେ ଏହି ଭାବନା କୁ ସତ୍ୟ ରେ ପରିଣତ କରିବା ପାଈଁ ମୁଁ କେତେଥର ପ୍ରୟାସ କରିନଥିବି ।

ହଁ ଏହା ସତ୍ୟ ଯେ ବହୁତ ଥର ସେଇ ତାରା ପୁଞ୍ଜରୁ ତୁମ ଚାରିପାଖେ ଆଲୋକିତ କରିବା ପାଈଁ ସୁର୍ଯ୍ୟ ର ଜ୍ୱଳନ୍ତ ଆଲୋକ କୁ ମୁଁ ସହ୍ୟ କରିଛି । କିନ୍ତୁ ପାରିନି, କାରଣ ମୁଁ ଅନନ୍ତ ଆକାଶ ର ଗୋଟିଏ ଅଦୃଶ୍ୟ ତାରା ଟିଏ ।

ମନୋଜ କୁମାର ବେହେରାଙ୍କ

କବିତା ପୃଷ୍ଠାରୁ……..

adrushya_tara_odia_poem



Follow My Pages:-

Bhuyans blog

Sarapancha Bhai ( ସରପଞ୍ଚ ଭାଇ )

Sarapancha_bhai_by_manoj_kumar_behera
Sarapancha Bhai ( ସରପଞ୍ଚ ଭାଇ )
ଭାଇ ଆସିବେ ଆମ ଗାଁ କୁ
ଆମ ଗରିବ ବସ୍ତିକୁ …
ବୋଧେ…… ହୁଏ ସିଏ
ଆମ ପାଇଁ ଭଗବାନ !
ଦାନପାଣି ମୁଠାଏ ଯୋଗାଡ଼ କରିଦେବେ ।
ତା ପରି କେତେ
ଅନାମ……ଦାମ……ପଞ୍ଚୁ ….
ପଞ୍ଚାୟତ ଜିତି ଚଳୁ କଲେ
ପାଞ୍ଚଖଣ୍ଡ ଗାଁ ର…..
ସାତଟି ନଳକୂପ ଦୁଇଟି ପୋଖରୀ;
ଠୁଳ କରିଦେଲେ ନାତି ପଣନାତି ଯାଏ
ଅଟେଇ ଘରଠାରୁ ଇଶାଣ ଘର ଯାଏ
ଆଗ ପରି ସେମିତି ସେମାନେ ଆସିବାପୁର୍ବରୁ
ଗାଁ ରାସ୍ତା ସଫା କରା ସରିଗଲାଣି ।
ଗାଁରେ ସବୁଠି ହୁରିପଡୁଛି
ଭାଇ ଆସିବେ…. ନିଶ୍ଚୟ ଚିନ୍ତା ହଟିବ….
ବାକିଥିବା ଅଭାବକୁ ପୂରଣ କରିବେ
କିନ୍ତୁ କାହିଁ ବିଶ୍ଵାସ ହୁଏନି…..
ଏମିତିକା କେତେ ପଞ୍ଚାୟତ ଜିତିଲେଣି
କେତେ ବିଶ୍ୱାସ ସରିଛି
କେତେ ନିଶ୍ୱାସ ପଡିଛି
ଏଥର ଦେଖିବା ଭାଇ ….
ଆମ ପାଈଁ କଣ କରୁଛନ୍ତି
ଅଭିଯୋଗ ପୂର୍ଣ୍ଣ କରୁଛନ୍ତି ନା……
ମଶାଣି ତିଆରି କରୁଛନ୍ତି ।
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ଶିଶୁଟିଏ ହସି ଦେଲେ By. Manoj

When_a_Child_Smile_by_manoj_kumar_behera
When a Child Smile
ଶିଶୁଟିଏ ହସି ଦେଲେ
କେତେ ମାଦକତା, କେତେ ନିଷ୍କପଟତା
ପୂର୍ଣ୍ଣ କରିଦିଏ ଭାରକ୍ରାନ୍ତ ମନକୁ
ନା ଅଛି ଅଭିମାନ……. ନା…………
ଅଛି ଅଭିଯୋଗ ………..
ଅଭିଯୋଗ ଅଭିମାନକୁ ପଦାଘାତ କରି
ଚାଲିବା ଶିଖିବାଠାରୁ ………..
କେଜାଣି କେତେବେଳେ ତା ମନ ଭିତରେ
ବାରମ୍ବାର ପ୍ରତିଧ୍ୱନିତ କରେ……….
ବିବ୍ରତ କରେ……..
ଭୁଲିଯାଏ; ଅତୀତର ଘଟଣାସବୁ ….
ବର୍ତ୍ତମାନ ପାଖରେ ହଜାଇଦିଏ;
ଖୋଜିବାକୁ ଲାଗେ ଆଗାମି ଦିନର
ସୁନେଲି ସୂର୍ଯ୍ୟର ଉଦିୟମାନ
ରଶ୍ମି ପରି….
ଭବିଷ୍ୟତକୁ ।
ସେଇଠି ସେତେବେଳରୁ ବଦଳି ଯାଏ
ମାଦକଭାର ହସ ଟିକକ
କିଛି ସ୍ୱପ୍ନିଳ, କିଛି ଅନାଦୃଶ୍ୟ ଭାବେ…..
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ଖେଳ ଘର (Khela Ghara)

Khela_ghara_by_manoj_kumar_behera


khela Ghara
ଖେଳ ଘର



ଛୋଟ ବେଳେ ଖେଳ ଘର କୁ ନେଇ
କେତେ ବିଶ୍ୱାସ,
ସାନ୍ତନା…ଆଉ ଅଭିମାନ…. ।

ଛୋଟ ବେଳର ସେହି ଲୁଚି ଲୁଚିକା ଖେଳରେ 
ହାରିବା ଆଉ ଜିତିବା
ମିଳନ….ବିଚ୍ଛେଦ….
ସବୁଠୁ ନିଆରା……. ।

ଅନ୍ଧାର ରେ ଖୋଜୁ ଖୋଜୁ 
ଆଖିରେ ଲୁହ…… ଛାତିରେ କଷ୍ଟ………
ଆଉ ମନରେ ଭୟ…..
ତଥାପି ଚାଲି ଆସୁ 
ସେହି ସ୍ଥାନକୁ ମନରେ ଆଶା ନେଇ…. 
ଅଳ୍ପ ସମୟକୁ ସୁମଧୁର କରିବା ପାଈଁ….।

ଏବେ କିନ୍ତୁ ସେଗୁଡିକ ମନେ ପଡେନି
କାରଣ ସେ ସବୁ ଅତୀତ ….।
ଖାଲି ରହିଯାଇଛି ତାର ଅଙ୍ଗେନିଭା ସ୍ମୃତି…..।

ବୟସ ବଢିଗଲା ପରେ …….
ହୃଦୟ ଭିତରେ……
ମନରେ…. 
 ଅନ୍ୟ ଏକ  ମଣିଷକୁ ନେଇ ।
ସୌଧଟିଏ ଗଢ଼ିଲା ପରେ …..
ଅତୀତ ର ସେହି ସମୟକୁ 
ଲୁହରେ ପୂର୍ଣ୍ଣାହୁତି ଦେଇ
କବର ଭିତରେ ରଖିବାକୁ ପଡେ ।

ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ତୁମେ ପ୍ରଥମ ଆଉ ତୁମେ ଶେଷ……..

Tume_pratham_aau_tume_sesha_odia_poem




Tume pratham aau Tume Sesha
Tume pratham aau Tume Sesha




ତୁମ ଆଖିର ଲୁହ
ତୁମ ଅଭିମାନ
ତୁମ ଅବିଶ୍ୱାସ
ତୁମ ରାଗ, ରୋଷ ଆଉ ଇର୍ଷା ;
ମୋ ଜୀବନର ସବୁଠୁ ବଡ଼ କଷ୍ଟ !
ମୋ ଅବଚେତନ ମନରେ,
ଗୋଟିଏ ଅଦଭୁତ ଶୂନ୍ୟତା ପରି ।
ତୁମେ ଯେତେ ମନା କଲେ ବି,
ତୁମ ମନ, ତୁମ ହୃଦୟ, ତୁମ ଆତ୍ମା
ତୁମ ଭାବନା, ତୁମ ବିଶ୍ୱାସ ;
ମୋ ହୃଦୟରେ
ମନରେ – ପ୍ରାଣରେ
ଆତ୍ମାରେ
ଦିନ – ରାତି
ସ୍ୱପ୍ନରେ ଜାଗ୍ରତରେ
ଆମ ସମ୍ପର୍କ…….
ମତେ ପୂର୍ଣତୋୟା କରିଦିଏ
ଯାହା ମୋ ଜୀବନର
ତମାମ ହୃଦ ସ୍ପନ୍ଦନ ର
ତୁମେ ପ୍ରଥମ ଆଉ ତୁମେ ଶେଷ……..


ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଠାରୁ……..

Tuma Katha Mane Pade (ତୁମ କଥା ମନେ ପଡେ)


tuma katha mane pade

ତୁମ କଥା ମନେ ପଡେ
Tuma_Katha_Mane_Pade

ତୁମ କଥା ମନେ ପଡେ ପ୍ରିୟା !!
ମନେ ପଡେ ପୁରୁଣା ଦିନର ସ୍ମୃତି
ଆମ କଲେଜ ଜୀବନ ।
କଲେଜ ରାସ୍ତାରେ ଯେବେ ଘରକୁ ଫେରୁଛି
ତୁମ କଥା ମନେ ପଡେ ପ୍ରିୟା
ଯେଉଁ ଦିନ ସମୟକୁ ଅପେକ୍ଷା ମୁଁ କରିଥାଏ
ଅସହ୍ୟ ଉତ୍କଣ୍ଠା ମନରେ !
କିନ୍ତୁ ଆସ ନାହିଁ ତୁମେ ?
ସତେ କି ଏମିତି ଲାଗେ,
ଫୁଲ ବିନା ଫଗୁଣ !!
ମେଘ ବିନା ଶ୍ରାବଣ !!
ସାଥି ବିନା ଭ୍ରମଣ କି !!
ବଞ୍ଚି ରହିପାରେ ?

ତୁମ କଥା ମନେ ପଡେ ପ୍ରିୟା
ଯେବେ ରାସ୍ତାରେ ଯାଅ ତୁମେ ପ୍ରତିଦିନ
ତୁମ ସାଥି ସହ !
କରିଥାଏ ମୁଁ ଅନୁସରଣ
ନଥାନ୍ତି ଟି କେହି
ଶୋଇଥାଏ ନିରୋଳା ରାସ୍ତା ଟି
ଖାଲି ଥାଅ ତୁମେ ଆଉ ମୁଁ !!
ଆଉ ଏ ନିରୋଳା ପୃଥିବି
ଶାନ୍ତି ପୂର୍ଣ୍ଣ ପରିବେଶ
ହାଏ ସବୁ ସ୍ବପ୍ନ ଆଜି
ସ୍ମୃତି ପଟେ ସେଇକଥା ଭାବି !!

ଯେଉଁ ଦିନ ମନେ ପଡେ ତୁମ କଥା
ନିରୋଳା ବର୍ଷା ଭରା
ଶ୍ରାବଣ ରାତିରେ
ଝରିଆସେ ମୋ ଆଖିରେ
ଦୁଇ ଟୋପା ଶ୍ରାବଣ ର ଧାରା !!
ଆଜି ଅଛି ସେହି ପୁରୁଣା କଲେଜ
କିନ୍ତୁ ନାହିଁ ତୁମ ଉପସ୍ଥିତି
ସ୍ମୃତି ପଟେ ଯାହା ସାଇତିଛି।।

ଗୌତମ କୁମାର ନାୟକ ଙ୍କ
କବିତା ପୃଷ୍ଠାରୁ……

ଧନ୍ୟବାଦ….

Follow my Blog for ever new contents.