ରାତି ପାହି ଯାଉଛି (Rati Pahi Jauchhi)

ଥିଲା କେତେ ଯେ ଆଶା
କିନ୍ତୁ ଆଖିରେ ନିଦ ନାହିଁ
କେବଳ ଜ୍ୱଳନ୍ତ ସ୍ଵପ୍ନ ।
ଶୋଇବାକୁ ଯାଏ ଯେତେବେଳେ
ଦେଖାଯାଏ ମୋର ଲକ୍ଷ୍ୟ
ଏବଂ ଭବିଷ୍ୟତ ର ଚାବି କାଠି ।
କଣ ଯେ ସେଠୀ ଅଛି
କଣ ପାଇଁ ଏତେ ଯେ ଆତୁର
ତାହା ସବୁ ଅସ୍ପଷ୍ଟ।
ଦିବା ର ପ୍ରଥମ ପ୍ରହର ରୁ
ଅନ୍ତିମ ପ୍ରହର ପର୍ଯ୍ୟନ୍ତ
ସ୍ଵପ୍ନ ର ନିଶାଚର ହୋଇ
ପହଞ୍ଚି ଯାଏ ସେହି ସମୟରେ ।
ବେଳେବେଳେ ବୁଲି ଆସେ
ବାଲକୋନି କୁ….
ଅନୁଭବ କରେ ସେ
ଶୀତୁଆ ମହକ ତା ସହିତ
ଆବର୍ତ କରିଥିବା ଷ୍ଟିଲ ଛଡ଼ ;
ଯେମିତି ମୋତେ ରାଜ ଦଣ୍ଡ
ଭଳି ମନେ ହୁଏ ।
ଡର ଲାଗେ କଣ
ହେବ ମୋ ଭବିଷ୍ୟତ
କିଏ ଦବ ତାର ହିସାବ
କିଏ ରଖିଛି ତାର ପ୍ରକୃତ ମୂଲ୍ୟ ।
ଜାଣିନି ଏମିତି କେତେ ରାତି
ବିତି ଯିବ ମୋ ସ୍ଵପ୍ନ ର ଅନ୍ତ
ହେବ କି ନାହିଁ
ଏବଂ ତାହା ମଧ୍ୟ
ଦିବା-ରାତ୍ରୀ କୁ ଏକ କରିଦେବ ।
ପୁଣି ଥରେ ଗୋଟିଏ ଦିନର
ଆରମ୍ଭ ହୋଇଯାଏ…
ମୋ ସ୍ଵପ୍ନ ର ଆରମ୍ଭ ହୋଇ
ପୁଣି ଅନ୍ତ ବେଳକୁ
ଅନ୍ୟ ଏକ ରାତି ପାହି ଯାଉଛି…
ପୁଣି ସେ ସ୍ଵପ୍ନ କୁ ମଜବୁତ୍ କରିବା ପାଇଁ
ମୁଁ ଆଶା ରଖେ ଅନ୍ୟ ଏକ
ରାତ୍ରି ପାଇଁ…….
ନୀଳମାଧବ ଭୂୟାଁଙ୍କ କଲମରୁ…

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading