ବାହାଘର ଆଲବମ୍..(ଶେଷ)

ବାହାଘର ଆଲବମ୍..(ଶେଷ)
ବାହାଘର ଆଲବମ୍..(ଶେଷ)
ଝିଅ ଦେଖା ସରିବା ପରେ ଠିକ୍ ୩ମାସ ପରେ ଏଙ୍ଗେଜମେଣ୍ଟ ଏବଂ ୯ ମାସ ପରେ ବାହାଘର । ଧାର୍ଯ୍ୟ ତିଥି ଏବଂ ଦିନ ଅନୁଯାୟୀ ଠିକ୍ ସମୟରେ ବାହାଘର ମଧ୍ୟ ସରିଲା ।
ସୁକାନ୍ତ ର ବାହାଘର କୁ ୩ ମାସ ବିତିଗଲାଣି । ସୁକାନ୍ତ ଏବଂ ତା ସ୍ତ୍ରୀ ଦୁହେଁ ବହୁତ୍ ଖୁସିରେ ଅଛନ୍ତି । ସୁକାନ୍ତ ର ସ୍ତ୍ରୀ ମଧ୍ୟ ସୁକାନ୍ତ ର ବାପା ମା ଙ୍କୁ ବହୁତ୍ ସମ୍ମାନ ଦିଏ ଏବଂ ସେବା ରେ କେବେ ଅବହେଳା ନଥିଲା ସେମିତି ସୁକାନ୍ତ ପ୍ରତି ନିଜ ସ୍ତ୍ରୀ ର ପ୍ରତ୍ୟେକ କର୍ତ୍ତବ୍ୟ ସେ ସୁଚାରୁ ରୂପେ ପାଳନ କରୁଥାଏ ।
କିନ୍ତୁ କଥା ପହଞ୍ଚିଛି ଏଠି ଯେ ରୋଜି ର ସ୍ବାମୀ ଇଞ୍ଜିନିୟର ଥିଲେ ସତ କିନ୍ତୁ ତାହା ଅଳ୍ପ ସତ ଏବଂ ଅଳ୍ପ ମିଛ । ଗତ ଛଅ ମାସ ହେଲା ରୋଜି ଏବଂ ତା ସ୍ବାମୀ ନିଜ ଘରେ ଅଛନ୍ତି।
ରୋଜି ର ସ୍ବାମୀ ଚାକିରି କରିବା ପାଇଁ ଆଉ ଇଚ୍ଛା କରୁ ନାହାନ୍ତି ତଥା ସେ ପ୍ରତିଦିନ ମଦ ପିଇ ଆସି ରୋଜି କୁ ଏବଂ ଘର ଲୋକ କୁ ଖରାପ ଖରାପ ଗାଳି ଦେଉଛି ।
ତାର ଏହି ଉପଚାର ପାଇଁ ରୋଜି ବହୁ ପ୍ରୟାସ କରିବା ପରେ ସେ ବିଫଳ ହୋଇଛି। ରୋଜି ରାଗରେ ଶାଶୂ ଘର ଛାଡ଼ି ନିଜ ଘରକୁ ଚାଲି ଆସିଲା ।
ଆଜି ସକାଳୁ ଲକି ରୋଜି କୁ ଫୋନ୍ କରି ଘରକୁ ଡାକିଲା । କାରଣ ଲକି ଏବଂ ରୋଜି ଦୁହେଁ ଭଲ ସାଙ୍ଗ । ରୋଜି ର ଅନିଚ୍ଛା ସତ୍ତ୍ୱେ ରୋଜି ଲକି ଘରକୁ ଆସିଥିଲା।
ସେଠି ଲକି ର ଘର ଲୋକ ସହିତ ଦେଖା ସାକ୍ଷାତ ପରେ ଲକି ର ବେଡ ରୁମ୍ କୁ ଗଲା । ସେଠି ବଡ ଫୋଟୋ ଫ୍ରେମ୍ ରେ ଲକି ସହିତ ସୁକାନ୍ତ କୁ ଦେଖି ରୋଜି ବହୁତ୍ ଦୁଃଖୀ ହୋଇଗଲା । କିନ୍ତୁ ସେ ନିଜ ଦୁଃଖ କୁ ଲୁଚେଇ ରଖିଲା ।
ରବିବାର ଯୋଗୁ ସୁକାନ୍ତ ମାନେ ମୁଁ ଘରେ ଥିଲି । ରୋଜି ପ୍ରଥମେ ମୋତେ ଦେଖି ମୁହଁ ତଳକୁ କରି ଲକି ସହିତ ଘର ଭିତରକୁ ଚାଲିଗଲା । ମୁଁ ଟିଭି ଦେଖିବାରେ ବ୍ୟସ୍ତ ରହିଲି।
ମୋ ବେଡ ରୁମ୍ ଏବଂ ଟିଭି ରୁମ୍ ପାଖରେ ଥାଏ । ଲକି ଏବଂ ରୋଜି ର ପ୍ରତ୍ୟେକ ଟି କଥା ମୋତେ ଶୁଣା ଯାଉଥାଏ । ସେଠି ଦୁହେଁ କିଛି ସମୟ କଥା ବାର୍ତ୍ତା ପରେ ମୋର ବାହାଘର ଆଲବମ୍ ଦେଖି ରୋଜି ନିଜ କାନ୍ଦ କୁ ରୋକି ପାରିଲା ନାହିଁ । ସେ ବାଥ୍ ରୁମ୍ କୁ ଯାଇ ବହୁତ୍ କାନ୍ଦିଲା । ଏବଂ ସେଠୁ ଆସି ଲକି କୁ ସବୁ କଥା କହିଲା।
କିନ୍ତୁ ଏହି ସମସ୍ତ ଘଟଣା ବିଷୟରେ ଲକି ମାନେ ମୋ ସ୍ତ୍ରୀ କୁ ମୁଁ ବାହାଘର ପୂର୍ବରୁ କହି ସାରିଥିଲି । ଲକି ମୋ ସହିତ ଘଟିଥିବା ଘଟଣା ବିଷୟରେ ଜାଣି ପ୍ରଥମେ ଦୁଃଖୀ ହୋଇଥିଲା କିନ୍ତୁ ପରେ ନିଜ ମନକୁ ବଦଳାଇ ଅତୀତ ଭାବେ ସେ କଥା କୁ ଗୁରୁତ୍ଵ ଦେଲା ନାହିଁ ।
କାରଣ ଲକି, ରୋଜି ର ବ୍ୟବହାର ବିଷୟରେ ଜାଣି ବହୁତ୍ ରାଗ ହୋଇଥିଲା କିନ୍ତୁ ରୋଜି ଏବଂ ଲକି ବାହାଘର ପର ଠାରୁ ଦୁହେଁ ପ୍ରତିଦିନ କଥା ହେଉଥାନ୍ତି।
କଥାବାର୍ତ୍ତା ପରେ ରୋଜି କିଛି ନ ଖାଇ ନିଜ ଘରକୁ ଫେରିଗଲା ।
ସନ୍ଧ୍ୟାରେ ମୁଁ କମ୍ପ୍ୟୁଟର ରେ ବସି ଉଇକିପିଡ଼ିଆ ରେ କିଛି ଖୋଜୁଥିଲି । ପଛପଟୁ ଲକି ଆସି ମୋ କାନ୍ଧ ଉପରେ ଭରା ଦେଇ ଠିଆ ହେଲା ।
କହିଲା କଣ ପତି ଦେବ ଆଜି ତୁମ ପୂର୍ବ ପ୍ରେମିକା ଆସିଥିଲେ । ମୁଁ ପଚାରିଲି , ତମେ ଡାକିଥିଲ ସେଥିପାଇଁ ସେ ଆସିଥିଲା।
ଲକି କହିଲା ନା ନା , ସେ ପ୍ରତ୍ୟେକ ଦିନ କହେ ମୁଁ କେବେ ତୋ ଘରକୁ ଯିବି ବୁଲିବା ପାଇଁ । ସେ କେତେ ଦିନ ହେଲା କହୁଥିଲା। ଗତ କାଲି ରାତିରେ ମୁଁ ତାକୁ ଡାକିଲି ଆସନ୍ତା କାଲି ଆସେ। ସେଥିପାଇଁ ସେ ଆସିଥିଲା ।
ମୁଁ କହିଲି, ଡାକିଲ କିନ୍ତୁ କନ୍ଦେଇ କି ଛାଡ଼ିଲ । ଲକି କହିଲା, ମୁଁ କଣ କନ୍ଦେଇବି । ସେ ନିଜ ଦୁଃଖୀ ହୋଇ ନିଜେ କାନ୍ଦିଲା । ସେ ନିଜ ଭୁଲ ପାଇଁ ବହୁତ୍ ଦୁଃଖୀ ଅଛି ।
ମୁଁ ପଚାରିଲି କଣ ଭୁଲ ??? ଲକି କହିଲା , ତମ ସହିତ କରିଥିବା ଖରାପ ବ୍ୟବହାର ତଥା ତମକୁ ଇଗ୍ନୋର କରି ନିଜ ଇଚ୍ଛାରେ ବାହା ହେଲା ସତ କିନ୍ତୁ ସେ ଖୁସିରେ ନାହିଁ ।
ମୁଁ ପଚାରିଲି ଏଥି ପାଇଁ ଦାୟୀ କିଏ? ଲକି କହିଲା , କାହାର ଭୁଲ , କିଏ ଭୁଲ କରିଛି ଆଜି ସେ ଜାଣି ସାରିଛି କିନ୍ତୁ ମୋତେ ମୋ ମନ ବୁଝୁଥିବା ସ୍ବାମୀ ଟେ ମିଳିଯାଇଛି।
ଜାଣିଛ ପ୍ରକୃତରେ ତମେ ଆଗରୁ ମୋତେ ଭଲ ପାଇବା କଥା । ମୁଁ କହିଲି ତମ କୁ ରୋଜି ସହିତ କଲେଜ୍ ରେ ଦେଖୁଥିଲି କିନ୍ତୁ ତମ ପ୍ରତି ଭଲ ପାଇବା କେବେ ଆସି ନଥିଲା ।
ଲକି କହିଲା କିନ୍ତୁ ମୁଁ ତମକୁ ମନେ ମନେ ଭଲ ପାଉଥିଲି । ମୁଁ ଭାବୁଥିଲି ରୋଜି ବଦଳରେ ସେ ଭଲ ପାଇବା ଯଦି ମୋତେ ମିଳି ଥାନ୍ତା ନା ଆଜି ଆଉ ଟିକେ ମଜା ଲାଗନ୍ତା।
ମୁଁ ଆଶ୍ଚର୍ଯ୍ୟ!!! ଯଦି ଭଲ ପାଉଥିଲ ତେବେ କାହିଁକି କହୁ ନଥିଲ । ଲକି କହିଲା, ମୋ ଭାଗ୍ୟରେ ଯାହା ଥିବା ତାହା ହିଁ ହେବ ବୋଲି ମୁଁ ଭାବୁଥିଲି ।
ଜାଣିଛ , ଆମର ପାଠ ପଢା ସରିବା ପରେ ମୁଁ ତମକୁ ଫଲୋ କରୁଥିଲି । ରୋଜି ଏବଂ ତମର ଝଗଡା ବିଷୟରେ ମୁଁ ଆଗରୁ ଜାଣିଥିଲି କେବଳ ଏହି କଥା ଟା ତମ ମୁହଁରୁ ଶୁଣିବାକୁ ଚାହୁଁଥିଲି ।
ମୁଁ ପଚାରିଲି , ତମେ ଏତେ ସବୁ ଜାଣି ନଥିବ ବୋଲି କହିଲି । ଲକି କହିଲା, ପ୍ରକୃତ କଥା କହିବାକୁ ଗଲେ ମୋ ଭଲ ପାଇବା ମୋତେ ମିଳିଛି ।
ତମକୁ +୩ ର ପ୍ରଥମ ବର୍ଷରୁ ଏକ ତରଫା ଭଲ ପାଇ ବସିଲି ଏବଂ ଶେଷରେ ମୋ ଭଲ ପାଇବା ସଫଳ ହେଲା ଏବଂ ଜୀବନ ସାଥି ଭାବେ ତମେ ପାଇ ଗଲ ।
+୩ ର ପ୍ରଥମ ବର୍ଷ ଠାରୁ ବାହାଘର ପର୍ଯ୍ୟନ୍ତ ତମର ସବୁ ଖବର ମୁଁ ରଖିଥିଲି । ତମର ଦୁଇଟି ଜାଗାରେ ଝିଅ ଦେଖିବା କଥା ମୁଁ ଜାଣିଥିଲି।
କିନ୍ତୁ ଭାଗ୍ୟ ବଶତଃ ମାମୁଁ ତମ ବାବା ଙ୍କୁ ଜାଣିଥିଲେ ସେ ଯେତେବେଳେ ତମ କଥା କହିଲେ , ପ୍ରଥମେ ମୁଁ ଘରେ ହଁ କରିଲି ।
ଏବଂ ମୋ ହଁ ଜାଣି ଘର ଲୋକେ ଏହି ବାହାଘର ରେ ରାଜି ହୋଇଗଲେ ।
ମୁଁ ପଚାରିଲି ଏତେ ସବୁ କଥା ମୋତେ ଆଗରୁ କହି ନଥିଲ ତ?? ଲକି କହିଲା , ତମକୁ କହିବାକୁ ଏହି ଦିନକୁ ଅପେକ୍ଷା କରିଥିଲି ।
କେବଳ ତୁମର କଣ ଏକ୍ସପ୍ରେଶନ ଆସିବ ରୋଜି କୁ ଦେଖିଲା ପରେ ତାହା ଜାଣିବାକୁ ଚାହୁଁଥିଲି କିନ୍ତୁ ତମେ ଆଜି ମୋ ପରୀକ୍ଷାରେ ପାସ୍ କରିଛ ।
ମୁଁ କହିଲି ମୋ ସ୍ତ୍ରୀ ମୋ ଠାରୁ ବହୁତ୍ ଚାଲାକ୍ । ଆଜି ତମେ ମୋତେ, ତମ ପ୍ରତି ଭଲ ପାଇବା ଚେକ୍ କରୁଥିଲ । ଲକି କହିଲା, ଠିକ୍ କଥା ଏବଂ ମୁଁ ଜାଣିଥିଲି ତମେ ରୋଜି କୁ ଦେଖିଲା ପରେ କିଛି ଅଲଗା ଏକ୍ସପ୍ରେଶନ ଆସିବ ନାହିଁ ଏବଂ ତାହା ସତ ରେ ପରିଣତ ହୋଇଛି ।
ଏତିକି କହି ଲକି ମୋତେ କୁଂଢ଼େଇ ନେଇ ମୋ ପ୍ରତି ଭଲ ପାଇବା ର ପ୍ରମାଣ ଦେଇ କହିଲା । ତମେ ହେଉଛ ମୋର ପରଫେକ୍ଟ ଲାଇଫ ପାର୍ଟନର ଏବଂ ଆଜି ପ୍ରମାଣ ହୋଇଗଲା ।
ଏବଂ Thank you Sukant and my Super Hero, and I Love You So much.
ଏଇ ନିଅ ଆମ ବାହାଘର ଆଲବମ୍ , ୟାର କାମ ସରିଲା ।
ନୀଳମାଧବ ଭୂୟାଁ
ଙ୍କ କଲମରୁ….
ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣେଇବେ ।
ଏହା ମଧ୍ୟ ଏକ ସତ୍ୟ ଘଟଣା ଉପରେ ଆଧାରିତ ।

ବାହାଘର ଆଲବମ୍…(ଆରମ୍ଭ)

ବାହାଘର ଆଲବମ୍...(ଆରମ୍ଭ)
ବାହାଘର ଆଲବମ୍…(ଆରମ୍ଭ)

କଣ ପାଇଁ କାନ୍ଦୁଛୁ?
ନା କିଛି ନାହିଁ, କହି ରୋଜି ବାଥ୍ ରୁମ୍ କୁ ଚାଲିଗଲା, କିନ୍ତୁ ରୋଜି ବାଥ୍ ରୁମ୍ ରେ ବହୁତ୍ ସମୟ କାନ୍ଦିଲା।

ଏପଟେ ଲକି ବାରମ୍ଵାର କବାଟ ଠକ୍ ଠକ୍ ପରେ ସେ କବାଟ ଖୋଲିଲା । ରୋଜି ନିଜ ମୁହଁ କୁ ଏତେ ଥର ଧୋଇଥିଲା ଯେ କିଛି କିଛି ସାବୁନ ଫେଣ ତାର କାନ ପାଖରେ ରହି ଯାଇଥିଲା।
ଲକି ପଚାରିଲା କଣ ହେଲା ତୁ ଭିତରେ ଏତେ କାନ୍ଦୁଥିଲୁ କଣ ପାଇଁ । ରୋଜି କହିଲା ମୁଁ ବହୁତ୍ ବଡ ଭୁଲ କରିଦେଲି ସେଥିପାଇଁ ମନ ହାଲୁକା କରିବାକୁ ଯାଇଥିଲି।

ଲକି ପଚାରିଲା ଆମର ବାହାଘର ଆଲବମ୍ ଦେଖି ତୋତେ କାହିଁକି କାନ୍ଦ ଲାଗିଲା? ରୋଜି କହିଲା , ସେ କଥା ତୋତେ କହି ପାରିବିନି ଲୋ, ତୁ ବହୁତ୍ ମନ ଦୁଃଖ କରିବୁ ।

ଲକି କାହିଁକି , ତୁ କହ, ତୁ ମୋର ବେଷ୍ଟ ଫ୍ରେଣ୍ଡ୍ । ତୋତେ କହିବାକୁ ହେବ । ରୋଜି କହିଲା , ନା ଲୋ ମୋ କଥା ଶୁଣ, ତୁ ଯଦି ଶୁଣିବୁ ତେବେ ତୋର ଘର ଉଜୁଡ଼ି ଯିବ ।

ଲକି , କାହିଁକି ମୋ ଘର ସହିତ କିଛି କଥା ଅଛି କି ?? ରୋଜି ହଁ!!!।
ଲକି ପଚାରିଲା ତୋତେ ଆଜି କହିବାକୁ ପଡ଼ିବ, ମୋର କିଛି ହେବନି। ତୁ ମୋ ଉପରେ ବିଶ୍ୱାସ ରଖ।

ତାପରେ ରୋଜି ତାର ଅତୀତ କୁ ଶୁଣେଇବା ପାଇଁ ପାଞ୍ଚ ବର୍ଷ ପଛକୁ ଯାଇ ଲକି କୁ ନିଜ କାହାଣୀ ବିଷୟରେ କହିବାକୁ ଆରମ୍ଭ କରିଲା କିନ୍ତୁ ତା ସହିତ ଆଉ କିଛି ଘଟିଥିବା ଘଟଣା ମୁଁ କହିବାକୁ ଯାଉଛି । ଚାଲନ୍ତୁ ଜାଣିବା କଣ ହୋଇଥିଲା ।

ରୋଜି ଏବଂ ସୁକାନ୍ତ ଦୁହେଁ ଭଲ ସାଙ୍ଗ । ସେ ଦୁହେଁ ଭଲ ଛାତ୍ର ଛାତ୍ରୀ । ସାଙ୍ଗ ହେଉ ହେଉ ସୁକାନ୍ତ ରୋଜି କୁ ଭଲ ପାଇ ବସିଲା । କାରଣ ରୋଜି ହେଉଛି , ସୁକାନ୍ତ ର ବାପା ଙ୍କ ସାଙ୍ଗ ଙ୍କ ଝିଅ ।

+୩ ସରିବା ପରେ ସୁକାନ୍ତ ରୋଜି ବହୁତ୍ କଥା ହେବାକୁ ଲାଗିଲେ । ଇତି ମଧ୍ୟରେ ରୋଜି ଏବଂ ସୁକାନ୍ତ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଲାଗିଲେ କିନ୍ତୁ ସମୟର ବିଡମ୍ବନା , ଦିନେ ସୁକାନ୍ତ ରୋଜି ଘରକୁ ଆସିଥିଲା ସେଠୀ ସେ ରୋଜି କୁ ପ୍ରୋପୋଜ୍ କରିଦେଲା ।

ଏହି ସମୟରେ ରୋଜି ନିଜ ଅସଲ ରୂପ ଦେଖାଇଲା । ରୋଜି ଡାଇରେକ୍ଟ କହିଲା। ତୁ ଲିମିଟ୍ କ୍ରସ କରୁଛୁ। ତୁ ସାଙ୍ଗ ହୋଇ ରହିବୁ ଯଦି ରହ ତା ଠୁ ଅଧିକା ମୋ ଠାରୁ କିଛି ଆଶା କରିବୁ ନାହିଁ ।

ଏହି କଥା ପରେ ସୁକାନ୍ତ, ରୋଜି କୁ ବହୁତ୍ ବୁଝେଇଲା। ଦେଖ ରୋଜି ତୋ ବାପା ମୋ ବାପା ଭଲ ସାଙ୍ଗ ଏବଂ ଆମ ପରିବାର ମଧ୍ୟ ଏହି ପ୍ରସ୍ତାବ କୁ ମନା କରିବେ ନାହିଁ ।

ତୁ କାହିଁକି ମନା କରୁଛୁ । ସେତେବେଳେ ରୋଜି ସୁକାନ୍ତ କୁ କହିଲା , ନିଜ ଚେହେରା ଦେଖିଛୁ । ତୁ କୋଉ କୋଣ ରେ ମୋ ସହିତ ଫିଟ୍ ହେବୁନି ।

ବାକି କଥା ହେଲା ମୁଁ ତୋତେ ଲାଇଫ୍ ପାର୍ଟନର କେବେ କରିବାକୁ ଚାହିଁବି ନାହିଁ । ସୁକାନ୍ତ ପଚାରିଲା ? କଣ ଅସୁବିଧା କହ ଏବଂ ମୋ ଠାରେ କଣ କମ୍ ଅଛି ।

ରୋଜି କହିଲା କଣ କମ୍ ଅଛି । ମୁଁ ଗୋଟିଏ କଥା କହୁଛି ଶୁଣ। ମୋର ଯିଏ ଲାଇଫ ପାର୍ଟନର ହେବ ସେ ହାଣ୍ଡସମ, ତଥା ସରକାରୀ ଚାକିରିଆ ହୋଇଥିବା ଦରକାର ।

ସୁକାନ୍ତ କହିଲା ମୁଁ ଚେଷ୍ଟା କରିବି ସରକାରୀ ଚାକିରି ପାଇଁ କିନ୍ତୁ ତୋତେ ଗାରେଣ୍ଟି ଦେଇ ପାରିବିନି । ଆଉ ରହିଲା ହାଣ୍ଡସମ୍ । ତୁ ଯଦି କହିବୁ , ମୁଁ ପ୍ରତିଦିନ ଜିମ୍ ଯିବି ଏବଂ ତୁ ଯେମିତି ଚାହିଁବୁ ସେମିତି ହୋଇ ଦେଖେଇବି।

ରୋଜି ହସି ହସି କହିଲା । ତୋର ପୁଣି ସରକାରୀ ଚାକିରୀ । ହା ହା ହା, ତୁ ହେଉଛୁ ପାଗଳ । ତୋର ପୁଣି ସରକାରୀ ଚାକିରୀ । ସୁକାନ୍ତ ଅଳ୍ପ ମୁଡ୍ ଅଫ ହୋଇ କହିଲା । ଏଥିରେ ହସିବାର କଣ ଅଛି ମୋ ଭାଗ୍ୟରେ ଯଦି ଚାକିରି ଥିବ ତେବେ ନିଶ୍ଚୟ ହେବ ।

ରୋଜି ସୁକାନ୍ତ ର କଥା କୁ କାଟି। ମୁଁ ଲେଖି କି ଦେଉଛି ତୋର କେବେ ଚାକିରି ହେବ ନାହିଁ । ସୁକାନ୍ତ କହିଲା , ବହି ମଲାଟ ଦେଖି ବହି ଭିତରେ ଥିବା କାହାଣୀ କହିବା ଏତେ ସହଜ ନୁହେଁ । ପୁରା ପଢିଲା ପରେ ଜାଣିବୁ ଯେ ବହି ଭିତର କାହାଣୀ କଣ?

ରୋଜି କହିଲା, ତୁ ମୋତେ ଫିଲ୍ମ ଡାଇଲଗ ମାରେନି । ସୁକାନ୍ତ କହିଲା, ଆରେ ଆମ ପାଞ୍ଚ ବର୍ଷ ର ବନ୍ଧୁତା ରେ ତୁ କଣ ମୋତେ ଚିହ୍ନି ପାରିଲୁନି ଏବେ +୩ ପରେ ୨ ବର୍ଷ ହେଲା ଆମେ ଫୋନ୍ ରେ କଥା ହେଉଛୁ। ତୁ ଭଲ କରି ଜାଣିଛୁ ।

ଆଉ କଣ ତୋତେ ମୋ ବିଷୟରେ କହିବି। ରୋଜି କହିଲା , ସେଥିପାଇଁ ତ ତୋତେ କହିଲି ତୋର କେବେ ମଧ୍ୟ ଚାକିରି ହେବ ନାହିଁ ।

ଏମିତି ପ୍ରାୟ ଏକ ଘଣ୍ଟା କଥା ଯୁଦ୍ଧ ପରେ ସୁକାନ୍ତ ରାଗି କହିଲା । ହଉ ତୁ ଯଦି ମୋ ସହିତ ବ୍ରେକ ଅପ୍ କରିବାକୁ ଚାହୁଁଛୁ କର କିନ୍ତୁ ତୋ ଜୀବନରେ ଏମିତି ସମୟ ନ ଆସୁ କି ଆଜିର ଦିନ ପାଇଁ ତୋତେ ଲୁହ ଗଡେଇ ବାକୁ ପଡ଼ିବ ।

ରୋଜି ରାଗରେ ଜବାବ୍ ଦେଇ କହିଲା । ତୋ ପାଇଁ, ପୁଣି ମୁଁ କାନ୍ଦିବି । ଚାଲ ହଟ, ଏଇଟା କେବେ ହେବ ନାହିଁ ।

ସୁକାନ୍ତ ରାଗରେ ଉଠି ଚାଲିଗଲା । ସୁକାନ୍ତ ଏବଂ ରୋଜି ର କଥା ବାର୍ତ୍ତା କେହି ଶୁଣି ନାହାଁନ୍ତି କି ଜାଣି ନାହାନ୍ତି। ସୁକାନ୍ତ ଉଠି ଯିବାର , ରୋଜି ର ମମି ପଚାରିଲେ । କଣ ବାବୁ ଖାଇକି ଯିବ।

ସୁକାନ୍ତ କହିଲା, ନା ମାଉସୀ ଆଜି ଭୋକ ନାହିଁ । ମୁଁ ଆସୁଛି କହି ସେଠୁ ସୁକାନ୍ତ ଫେରିଗଲା ନିଜ ଘରକୁ। ସୁକାନ୍ତ ଏବଂ ରୋଜି ର ସାତ ବର୍ଷର ସମ୍ପର୍କ କ୍ଷଣକ ମଧ୍ୟରେ ଭାଙ୍ଗିଗଲା ।

ଏହି ଘଟଣା ପରେ ସୁକାନ୍ତ କୁ ବହୁତ୍ ଦୁଃଖ ହେଲା । କିନ୍ତୁ ସେ ହାରିଲା ନାହିଁ । ସେ ନିଜ ଜୀବନର ପ୍ରାୟ ସମୟ ନିଜ ଭବିଷ୍ୟତ ଗଢିବାରେ ରେ ଲାଗିପଡିଲା ।

ପ୍ରାୟ ୩ ବର୍ଷର କଡ଼ା ପରିଶ୍ରମ ପରେ । ସେ ବ୍ୟାଙ୍କ୍ ର ଆକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ପାଇଲା । ଏହି ୩ ବର୍ଷ କେବଳ ପାଠ ପଢା ଛଡ଼ା କେବେ ମଧ୍ୟ ରୋଜି କଥା ଚିନ୍ତା କରିନି।

କହିବାକୁ ଗଲେ କେବଳ ନିଜ ଜିଦ୍ ରେ ଅଟଳ ହୋଇ ପାଠ ପଢୁଥାଏ । ସୁକାନ୍ତ ଚାକିରି ପାଇବା ପୂର୍ବରୁ ରୋଜି ର ବାହାଘର ଠିକ୍ ହୋଇଗଲା । ତାହା ମଧ୍ୟ ଗୋଟିଏ ଇଞ୍ଜିନୟର ସହିତ ।

ଦେଖନ୍ତୁ ଏମିତି ସମୟ ଆସି ପହଁଚିଲା ରୋଜି ର ବାହାଘର ପୂର୍ବ ଦିନ ସୁକାନ୍ତ ବ୍ୟାଙ୍କ୍ ରେ ଜଏନ କରିଲା। ସୁକାନ୍ତ ର ଘରକୁ ନିମନ୍ତ୍ରଣ ଥିଲା କିନ୍ତୁ ସୁକାନ୍ତ ସେ ବାହାଘର ରେ ଉପସ୍ଥିତ ହେଲା ନାହିଁ ।

ବାହାଘର ସରିବା ପରେ ରୋଜି ନିଜ ସ୍ବାମୀ ସହିତ ହାଇଦ୍ରାବାଦ ଚାଲିଗଲା । ଏପଟେ ସୁକାନ୍ତ ରୋଜି ସବୁ ଖବର ଜାଣୁ ଥାଏ ଏବଂ ସୁକାନ୍ତ ର ପ୍ରତ୍ୟେକ ଖବର ରୋଜି ପାଖରେ ଥିଲା କିନ୍ତୁ ଦୁହେଁ ସେ ଝଗଡା ପର ଠାରୁ କେବେ କଥା ହୋଇ ନଥାନ୍ତି ।

ସୁକାନ୍ତ ନିଜ ଘର ଠାରୁ ୧୦୦ କିମି ଦୂର ଏକ ବ୍ୟାଙ୍କ୍ ରେ ଚାକିରି କରି, ବର୍ଷେ ପରେ ସେ ନିଜ ଘର ଠାରୁ ୧୦ କିମି ଦୂର ଏକ ବ୍ୟାଙ୍କ୍ ରେ ରହି ଚାକିରୀ କରିଲା।

ସେ ସବୁବେଳେ ଘରୁ ଯିବା ଆସିବା କରୁଥାଏ ।
ଏତେ ସମୟ ଗଡିଲା ପରେ ସୁକାନ୍ତ ର ଘର ଲୋକେ ସୁକାନ୍ତ ପାଇଁ ଝିଅ ଖୋଜିବା ଆରମ୍ଭ କରିଦେଲେ ।

ଦୁଇଟି ଜାଗାରେ ଦେଖିବା ପରେ ତୃତୀୟ ଜାଗାରେ ଝିଅ ପସନ୍ଦ ହେଲା। ଝିଅ ଦେଖିବାକୁ ବହୁତ ସୁନ୍ଦର। ବାପା ଅବସର ପ୍ରାପ୍ତ ଶିକ୍ଷକ ଥିଲେ ।

ବାକି କାହାଣୀ ତଳେ ଦିଆ ଯାଇଥିବା Link ରେ ଅଛି :