ମିନି (ଏକ ସର୍ତ୍ତ ସମ୍ପର୍କ )…Last

ମିନି (ଏକ ସର୍ତ୍ତ ସମ୍ପର୍କ )...Last
ମିନି (ଏକ ସର୍ତ୍ତ ସମ୍ପର୍କ )…Last

Click here for part 5

ମୁଁ ମୋ ଭୁଲ ର ଅନୁତାପ କରି ସାରିଛି ମୋତେ ଶିଶିର ଗୋଟିଏ ସୁଯୋଗ ଦେଇଛନ୍ତି ତାଙ୍କ ଘର ର ବୋହୂ ହୋଇ ପ୍ରମାଣ କରିବି ।ଯୋଉ ପର୍ଯ୍ୟନ୍ତ ଶିଶିର ମୋତେ ଗ୍ରହଣ କରିବେ ନାହିଁ ସେ ପର୍ଯ୍ୟନ୍ତ ଏ ଘରକୁ କେବେ ଫେରିବି ନାହିଁ ।
ମୁଁ ମୋ କର୍ତ୍ତବ୍ୟ କରିବି । ଯଦି ସେ ମୋତେ ଗ୍ରହଣ କରିବେ ନାହିଁ ତେବେ ସେଠୀ ତାଙ୍କ ଘରେ ଦାସୀ ହୋଇ ରହିବି ସିନା ଏଠି ମୁହଁ ଦେଖାଇବି ନାହିଁ ।
ଏତିକି ଶୁଣି ବାପା, ମା ଙ୍କ ମୁହଁରେ ହସ ଫେରି ଆସିଲା । ବାପା କହିଲେ ମୁଁ ମଧ୍ୟ ତୋତେ ତୋ ଶାଶୂ ଘରେ ଛାଡ଼ିବାକୁ ଅନୁମତି ଦେ ।
ମିନି ଦଉଡ଼ି ଆସିଲା ବାପା ପାଖକୁ, ବାପା କୁଣ୍ଢେଇ ନେଲେ ମିନି କୁ , ମା ମଧ୍ୟ ମିନି କୁ କୁଣ୍ଢେଇ ନେଲେ। ଦୁହେଁ ଆଶୀର୍ବାଦ ଦେଇ ଶାଶୂ ଘରକୁ ଯିବାକୁ ଦେଲେ । ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲେ ।
ସେ ଦିନ ଭାଇ ଡ଼ିଉଟି ରେ ଥିଲେ । ମିନି କଥା ଶୁଣି ସେ ମଧ୍ୟ ବହୁତ୍ ଖୁସି ହେଲେ ।
ବାପା ମିନି କୁ ନେଇ ଶିଶିର ଘରେ ପହଞ୍ଚିଲା ପରେ ମିନି ର ବାପା ଲଜ୍ଜ୍ୟା ରେ ମୁଣ୍ଡ ନଇଁ ପଡୁଥାଏ। ଶିଶିର ର ବାପା ମିନି ର ବାପା କୁ କୁଣ୍ଢେଇ ପକେଇଲେ। ମିନି ର ବାପା କହିଲେ । ମୋ ଝିଅ ର ଭୁଲ ପାଇଁ ମୁଁ ଭୁଲ ମାଗୁଛି ।
ପ୍ଲିଜ୍ ନିଜ ଝିଅ ଭାବି ତା ଭୁଲ କୁ କ୍ଷମା କରିଦିଅ। ଶିଶିର ର ବାପା କହିଲେ । ସେ ଘଟଣା ବିଷୟରେ ଆମ ଘର ଲୋକେ କେବେଠୁ ଭୁଲି ସାରିଲେଣି। ଆପଣ ଚିନ୍ତା କରନ୍ତୁନି । ମିନି ଏହି ଘରେ ଆଗରୁ ଝିଅ ହୋଇ ଥିଲା ଏବଂ ଏବେ ମଧ୍ୟ ଝିଅ ହୋଇ ରହିବ ।
ମିନି ର ବାପା ନମସ୍କାର କହି ସେଠୁ ବିଦାୟ ନେଲେ ।
ମିନି ର ଦିନ ଆରମ୍ଭ ହେଲା ଏବଂ ସବୁ କାମ ସରିବା ପରେ ସେ ଶୋଇବାକୁ ଯାଉଥିଲା । ରିନା ମଧ୍ୟ ମିନି କୁ ସବୁ କାମରେ ସାହାଯ୍ୟ କରୁଥାଏ ।
ଶିଶିର ପ୍ରତ୍ୟେକ ଦିନ କଲ୍ କରି କଥା ହେଉଥାଏ। ଏମିତି ଦିନ ଗଡି ଚାଲିଥାଏ । ମିନି ଘର ର ବୋହୂ ନୁହଁ ଝିଅ ରୂପରେ ତାକୁ ଭଲ ପାଇବା ମିଳିବାକୁ ଲାଗିଲା ।
ବେଳେବେଳେ ଶାଶୂ ଏବଂ ରିନା କାମ କରନ୍ତି ମିନି କୁ କୁହନ୍ତି ତୁ ରେଷ୍ଟ୍ କରେ ଆମେ କରିଦେବୁ କିନ୍ତୁ ମିନି ସବୁ କାମ କରୁଥାଏ ।
ମିନି ର ଏତେ ଭଲ ପରିବର୍ତ୍ତନ ଦେଖି ଘରେ ସମସ୍ତେ ଖୁସି ଥିଲେ ।
ମିନି ଆସିବାର ୧୫ ଦିନ ପରେ ହଠାତ୍ ଶିଶିର ଆସି ଘରେ ପହଞ୍ଚିଲା । ଶିଶିର ଆସିବା ଖବର ଘର ଲୋକେ ଜାଣିଥିଲେ କିନ୍ତୁ ମିନି କୁ କହି ନଥିଲେ ।
ଶିଶିର କୁ ଦେଖି ମିନି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଶିଶିର ଆସିବାର ଦେଖି ସେ ଖୁସିରେ କାନ୍ଦି ପକେଇଲା ।
ଶିଶିର ଘର ଲୋକ ସହିତ କିଛି ସମୟ କଥା ହେବା ପରେ ମିନି ପାଖକୁ ଗଲା । ମିନି କିଛି କହିବା ପୂର୍ବରୁ ଶିଶିର ର ଗୋଡ଼ ତଳେ ପଡ଼ିଗଲା ଏବଂ କାନ୍ଦି କାନ୍ଦି କହିଲା ପ୍ଲିଜ ମୋତେ କ୍ଷମା କରିଦିଅ ।
ମିନି ଗୋଡ଼ ତଳେ ପଡ଼ିବା ଦେଖି ଶିଶିର ତାକୁ ଉଠେଇ ଆଣି କୁଣ୍ଡେଇ ପକାଇଲା । ତାକୁ କୁଂଢ଼େଇ କହିଲା ତମେ ଯୋଉ ଦିନ ନିଜ ଭୁଲ ବୁଝି ପାରିଲ ତମକୁ ସେଦିନ ମୁଁ କ୍ଷମା କରି ସାରିଥିଲି ।
ଆଉ ଦେଢ଼ ମାସ ବାକି ଅଛି ତାପରେ ମୋ ସର୍ତ୍ତ ପୂରଣ ହେବା । ମିନି କହିଲା ଦେଢ଼ ମାସ ନୁହଁ ସାରା ଜୀବନ ମୁଁ ତୁମ ସର୍ତ୍ତ ମାନିବାକୁ ରାଜି ଅଛି ।
ଶିଶିର ପୁଣି ଥରେ ମିନି କୁ କୁଣ୍ଢେଇ କହିଲା । ତମେ ବଦଳି ଯାଇଛ ସେଥିପାଇଁ ମୁଁ ବହୁତ୍ ଖୁସି । ଦୁହେଁ ନିଜ ବେଡ ରୁମ୍ କୁ ଗଲେ । ସେଠି ଦୁହେଁ ବସି କଥା ହେଲେ ।
ଶିଶିର ଆମେରିକା ରୁ ମିନି ପାଇଁ ଗୋଟିଏ ନେକ୍ ଲେସ ଆଣିଥିଲା। ତାକୁ ସେ ଗିଫ୍ଟ କରିଲା । ସେ ଗିଫ୍ଟ ଦେଖି ମିନି ବହୁତ୍ ଖୁସି ହେଲା ।
ମିନି ପୁରା ବଦଳି ଯାଇଥିଲା । ଶିଶିର ଗୋଟିଏ ମାସ ଛୁଟି ପରେ ମିନି କୁ ନିଜ ସହିତ ଆମେରିକା ନେଇ ଗଲା । ସେଠି ସେ ରହି ବୁଲାବୁଲି କରିଲେ । ମିନି ସବୁବେଳେ ରୋଷେଇ କରେ ଏବଂ ଶିଶିର ର ମଧ୍ୟ ସେବା କରେ । ବେଳେବେଳେ ଦୁହେଁ ରୋଷେଇ କରନ୍ତି ।
କିଛି ମାସ ପରେ ମିନି ପୁଣି ଖୁସି ଖବର ଦେଲା ଏବଂ ଦଶ ମାସ ପରେ, ମିନି ଗୋଟିଏ ସୁନ୍ଦର ପରି କୁ ଜନ୍ମ ଦେଲା ।
କିଛି ମାସ ପରେ ସେମାନେ ସମସ୍ତେ ଗାଁ କୁ ଆସିଲେ । ଶିଶିର ର ବାପା କହିଲେ ବୋହୂ କିଛି ଦିନ ଘରେ ରହିଥିଲେ କେମିତି ହୁଅନ୍ତା।
ମିନି ମଧ୍ୟ କହିଲା ହଁ ବାପା ମୁଁ ଏବେ ଗୋଟିଏ ବର୍ଷ ଗାଁ ରେ ରହିବି ସେ ଯାଆନ୍ତୁ ।
ଏହି କାହାଣୀ ଲେଖୁ ଲେଖୁ ରୋଜି ର ଆଖିରୁ ଖୁସିରେ ଲୁହ ବାହାରି ଯାଉଥାଏ । ମିନି ଏତେ ଚଣ୍ଡୀ ଝିଅ। ତା ମନ ବଦଳି ଯିବ ବୋଲି କେହି ବିଶ୍ୱାସ କରି ନଥିଲେ ଏବଂ ସେ ବଦଳି ଗଲା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ତାର ଏତେ ପରିବର୍ତ୍ତନ ଦେଖି ଆମେ ସବୁ ସାଙ୍ଗ ମଧ୍ୟ ବହୁତ୍ ଖୁସି ଅଛୁ ।
ଏବେ କିଛି ଦିନ ତଳେ ଆମେ ସମସ୍ତେ ମିଶି ପାର୍ଟି କରିଥିଲୁ । ସେ ପାର୍ଟି ରେ ମିନି ସବୁ ରୋଷେଇ କରିଥିଲା । ସେଦିନ ମିନି ତା ଝିଅ କୁ ନେଇ ଆସିଥିଲା । ମିନି ର ଝିଅ ମଧ୍ୟ ବହୁତ୍ ସୁନ୍ଦର୍ ସେ ଦେଖିବାକୁ ଠିକ୍ ମିନି ଭଳି। ନାମ ତାର ଇଶ୍ମିତା ।
କାହାଣୀ ଶେଷରେ ଗୋଟିଏ କଥା କହିବାକୁ ଚାହେଁ । ଯେଉଁ ସ୍ଥାନରେ ଆମେ ରହିବା ତା ସହିତ ଆମେ ଖାପ ଖୁଆଇ ଚଳିବା ଉଚିତ୍ ନହେଲେ ଆମେ ବହୁତ୍ ବଡ ସମସ୍ୟା ର ସମ୍ମୁଖୀନ ହେବା।
ଆଜିକାଲି କିଛି ବୋହୂ ଏମିତି ଭୁଲ କରି ବସନ୍ତି କିନ୍ତୁ କିଛି ସ୍ବାମୀ ସେମାନଙ୍କୁ କ୍ଷମା କରନ୍ତି ତ ଆଉ କେତେ ଜାଗାରେ ସମ୍ପର୍କ ଭାଙ୍ଗିବାକୁ ସମୟ ଲାଗେନି ।
ସମ୍ପର୍କ ଯୋଡିବା ବହୁତ୍ କଷ୍ଟ କିନ୍ତୁ ସମ୍ପର୍କ ଭାଙ୍ଗିବା ବହୁତ୍ ସହଜ । ସମ୍ପର୍କ କୁ ଯୋଡ଼ି ରଖିବାକୁ ଚେଷ୍ଟା କରନ୍ତୁ ।
ଏହି କାହାଣୀ ରେ ବୋହୂ ର ଉଦାହରଣ ଦିଆଯାଇଛି କିନ୍ତୁ କେତେକ କ୍ଷେତ୍ରରେ ଶାଶୂ ଶଶୁର ମାନେ ବୋହୂ ପ୍ରତି ମଧ୍ଯ ଖରାପ ବ୍ୟବହାର କରନ୍ତି ।
ସେମାନଙ୍କୁ ମଧ୍ୟ ସଚେତ ହେବା ଦରକାର । ବେଶୀ କିଛି କହିବି ନାହିଁ । ସବୁ ଭୁଲ କୁ ଯଦି କ୍ଷମା କରାଯାଏ ତେବେ ସମ୍ପର୍କ ରେ କେବେ ବିଚ୍ଛେଦ ଘଟିବ ନାହିଁ ।
ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଏହି କାହାଣୀ ଟି ପଢ଼ିଥିବାରୁ ଆପଣଙ୍କୁ ଧନ୍ୟବାଦ ।
କାହାଣୀ ଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ ।

ନୀଳମାଧବ ଭୂୟାଁଙ୍କ କଲମରୁ

If you like this Story so share to your friends, Thanking You.