ବୁଲା କୁକୁର (କବିତା)

ବୁଲା କୁକୁର
ବୁଲା କୁକୁର

ପଶୁ କୂଳରେ ଜନ୍ମ ନେଇଥିବା
ଏକ ପାପୀ ସନ୍ତକ
ନା କାହାର ପ୍ରିୟ
ନା କାହାର ନିଜର
ନାଆଁ ଟି ମୋର ବୁଲା କୁକୁର ।

କେବେ ଭୋକରେ ଦିନ କଟେ ତ
ଆଉ କେବେ ଅଚିହ୍ନା ଘର ଆଗରେ
ଗୁହାରି ପଡେ,
କିଏ ଦିଏ ଅଳ୍ପ ତ କିଏ ବେଶୀ
ଖାଇବା ନୂଆ ଆଜ୍ଞା, ମାଡ ସହିତ ଗାଳି 
କାରଣ ମୁଁ ଗୋଟିଏ ବୁଲା କୁକୁର।

ମୋର ମଧ୍ୟ ଇଚ୍ଛା ହୁଏ 
ମନୁଷ୍ୟ ର ଦାସ ହୋଇ ରହିବାକୁ
କିନ୍ତୁ ଏମିତି କୂଳରେ ଜନ୍ମ ମୋର
ଆମ ସ୍ଥାନ କୁ ପୂରଣ କରନ୍ତି
ବିଦେଶୀ ଜାତି ଭାଇ
କାରଣ ଆମେ ହେଉଛୁ ବୁଲା କୁକୁର ।

ମୁକ ହୋଇ ବୁଲୁଥାଏ ସବୁବେଳେ
କେ ଅବା ଶୁଣିବ, ନା ବୁଝିବ
ଆମ ଦୁଃଖ ଦରଦ
କାରଣ ମୁଁ ଜଣେ ବୁଲା କୁକୁର ।

ରାସ୍ତାରେ ପଡ଼ି ରହେ
ଜଣା ପଡ଼େ ନାହିଁ ଦିନ ଅବା ରାତି
ଖରା, ବର୍ଷା, ଶିତ ସବୁ ସହି ଯାଏ
କାହିଁକି ନା ସମସ୍ତେ ଭାବନ୍ତି ପର
ନାଆଁ ଟି ମୋର ବୁଲା କୁକୁର ।

କେତେବେଳେ ଗରମ ପାଣି
ତ ଆଉ କେବେ ଗରମ ଚା ରେ
ଜଳି ଯାଏ ଆମ ଦେହ
କାହିଁକି ନା
ପାଖେ ଚାଲିଯାଉ କିଛି ପାଇବା ଆଶାରେ
କାରଣ ଆମେ ହେଉଛୁ ବୁଲା କୁକୁର ।

ପଡ଼ି ରହେ କାହା ଘର ଆଗରେ
କେବେ କିଛି ମିଳେ ତ କେବେ 
ଧେତ୍ ମାର୍ ର ଶବ୍ଦ ଶୁଣେ
କାରଣ ମୁଁ ଜଣେ ଅଭିଶପ୍ତ ବୁଲା କୁକୁର ।

ଭଗବାନ ନ ଦିଅନ୍ତୁ ଏମିତି
ଜୀବନ କାହାକୁ
ଯାହା ନର୍କ ଜୀବନ ଠୁ ମଧ୍ୟ ଅଧିକା କଷ୍ଟ
କାରଣ ମୁଁ ଜଣେ ବୁଲା କୁକୁର ।

ଆତ୍ମା ରୂପେ ମନୁଷ୍ୟ କେବେ
ସଦ୍ ବୁଦ୍ଧି ପ୍ରାପ୍ତି ହେବେ କେଜାଣି
କାରଣ ମୋ ମଧ୍ୟ ଅଛି ଏକ ଆତ୍ମା
ଯାହା ନାମ ପାଇଛି ଏକ ବୁଲା କୁକୁର ।

ଧନ୍ୟବାଦ ଦେବାକୁ ଚାହିଁବି ସେ
ମହାନ୍ ବ୍ୟକ୍ତି ଙ୍କୁ 
ଯିଏ ବିନା ସ୍ୱାର୍ଥରେ ଆମକୁ
ଖାଦ୍ୟ ଦେବାକୁ ଇଛା ରଖୁଛନ୍ତି
କାରଣ ଆମେ ହେଉଛୁ ବୁଲା କୁକୁର ।

ହେ ମନୁଷ୍ୟ
ଆମେ ମଧ୍ୟ ଚାହୁଁ ଆପଣଙ୍କ
ସେବା କରିବା ପାଇଁ
ନିଜର ବୋଲି ଭାବି ଟିକେ 
ଭଲ ପାଇବା ଦେଇଦିଅ
କାରଣ ଆମେ ହେଉଛୁ ବୁଲା କୁକୁର ।

ନାଆଁଟି ମୋର ବୁଲା କୁକୁର ।




ରୁବି ନାହାକ(ଲେଖିକା)
ବୁଗୁଡ଼ା, ଗଞ୍ଜାମ ।