ସାର୍…



ତାପରେ ଡାକ୍ତର ବାବୁ ତାଙ୍କ ଭଣଜା ଙ୍କ ଠାରୁ କଂସେଣ୍ଟ ପେପର ହସ୍ତାକ୍ଷର କରେଇ ତାଙ୍କୁ ଛାଡ଼ିଦେଲେ। ମୁଁ ଆସିଲି , ସାର୍ ଙ୍କ ପାଖକୁ। ପ୍ରଥମେ ମୁଁ ସାର୍ ଙ୍କ ଗୋଡ କୁ ଛୁଇଁ ପ୍ରଣାମ କରିଲି। ଏତିକି ବେଳେ , ସାର୍ ଙ୍କ ସେଇ ପୁରୁଣା ଶବ୍ଦ ଟିକୁ ଧିର ସ୍ଵରରେ ଶୁଣିବାକୁ ପାଇଲି ” ହଁ.. ହଁ.. ହେଲା ଏବେ ଉଠ ” ଏତିକି ଶୁଣି ସତରେ ମୋ ଦେହରେ ଶିହରଣ ଖେଳିଗଲା। ରାତି ୨.୪୫ , ସତେ ଯେମିତି ମୁଁ ଅନୁଭବ କରିଲି ଯେ ସାର୍ ଠିଆ ହୋଇ ମୋତେ ଆଶୀର୍ବାଦ କରୁଛନ୍ତି । କିନ୍ତୁ ତାହା ମୋର ଭ୍ରମ ଥିଲା । ସାର୍ ଏତିକି କହି ପୁଣି ନିଦରେ ଶୋଇ ପଡିଲେ । ମୁଁ ସାର୍ ଙ୍କ ପାଖେ ଯାଇ ବସିଲି । ସାର୍ ଙ୍କ ଅକ୍ସିଜେନ ଏବଂ ଶ୍ୱାସ ଠିକ୍ ଭାବରେ ଚାଲିଥିଲା । ଅସଲ ରେ ସାର୍ ହୃଦଘାତରେ ପୀଡ଼ିତ ହୋଇ ସେ ବେହୋସ୍ ହୋଇ ଯାଇଥିଲେ ଏବଂ ତାଙ୍କୁ ଠିକ୍ ସମୟରେ ମେଡିକାଲ ଆଣି ଥିଲେ । ମୁଁ ସାର୍ ଙ୍କ ବେଡ୍ ରେ ମୁଣ୍ଡ ରଖି ଅଳ୍ପ ଆଖି ବନ୍ଦ କରିଲି । ଦେଖୁ ଦେଖୁ କେତେବେଳେ ସକାଳ ୫.୨୦ ହୋଇଗଲା ମୁଁ ଜାଣିନି ।



ସକାଳ ୫.୨୦ ରେ ସାର୍ ମୋ ମୁଣ୍ଡ କୁ ଆଉଁସି କହିଲେ। ଝିଅ.. !! ହଠାତ୍ ମୋ ନିଦ ଭାଙ୍ଗିଗଲା । ମୁଁ କହି ଉଠିଲି ସାର୍ ଏବେ ଆପଣ କେମିତି ଅଛନ୍ତି ? ସାର୍ ଙ୍କ ମୁଖରୁ ଅକ୍ସିଯେନ ମାସ୍କ ବାହାର କରି କହିଲେ । ମୁଁ ଏବେ ଠିକ୍ ଅଛି ବୋଲି କହିଲେ । ତମେ ରାଣୀ ନା ? ମୁଁ ଆଶ୍ଚର୍ଯ୍ୟ । ସାର୍ ମୋତେ ମନେ ରଖି ଛନ୍ତି। ମୁଁ ପଚାରିଲି ସାର୍ ଆପଣ କେମିତି ଚିହ୍ନି ପାରିଲେ । ସାର୍ ଉତ୍ତର ଦେଲେ ଯେ, ସମୟ ସ୍ରୋତ ର ପ୍ରଭାବ ରେ ସମସ୍ତେ ଧୀରେ ଧୀରେ ଜଣେ ଅନ୍ୟ ଜଣଙ୍କୁ ଭୂଲି ଯାଆନ୍ତି କିନ୍ତୁ ଶିକ୍ଷକ ଏବଂ ଶିଷ୍ୟ ର ସମ୍ପର୍କ ଏମିତିକା ଯେ ଜଣେ ଉତ୍ତମ ଶିଷ୍ୟ କୁ ତାଙ୍କ ଶିକ୍ଷକ ଏବଂ ଜଣେ ଉତ୍ତମ ଶିକ୍ଷକ ଙ୍କୁ ତାଙ୍କ ଶିଷ୍ୟ କେବେ ଭୁଲି ପାରନ୍ତି ନାହିଁ । ଏତିକି ଶୁଣି ମୋ ଆଖିରୁ ଲୁହ ବାହାରି ଗଲା। ତମେ ମୋ ପ୍ରିୟ ଛାତ୍ରୀ ଥିଲ । ସ୍କୁଲ ଠୁ ଆରମ୍ଭ କରି କଲେଜ୍ ପର୍ଯ୍ୟନ୍ତ ତୁମର ପାଠ ପଢା ମୁଁ ସବୁଥିରେ ସଫଳ ହେବାର ଦେଖି ବହୁତ୍ ଗର୍ବ ମନେ କରିଛି । କିନ୍ତୁ କିଛି ବର୍ଷ ପୂର୍ବରୁ ତୁମେ ନର୍ସିଂ ପଢ଼ିବା ପାଇଁ ସହରକୁ ଆସିଗଲ ସିନା କିନ୍ତୁ ଏ ରମଣ ସାର୍ ନିଜ ଛାତ୍ରୀ ରାଣୀ କୁ କେମିତି ଭୁଲି ପାରି ଥାନ୍ତେ। ରାଣୀ ର ମୁଖରେ ଉତ୍ତର ନଥାଏ। ରାଣୀ ର ଆଖିରେ ଆଖିଏ ଲୁହ କୁ ବାମ ହାତରେ ପୋଛି କହି ଉଠିଲା । ସାର୍ ଆପଣଙ୍କୁ ମଧ୍ୟ ମୁଁ କେବେ ଭୂଲି ନାହିଁ । ନା କେବେ ଭୂଲି ପାରିବି। ଆପଣଙ୍କ ପାଠ ପଢା ଆଉ ଆପଣଙ୍କ ସେ ବେତ ପାହାର ମୋତେ ଆଜି ଏହି ଶିଖର ରେ ପହଞ୍ଚେଇ ପାରିଛି।

Leave a Reply

Your email address will not be published. Required fields are marked *