ମୁଁ ଜିବନରେ ଚାହିଁଥିଲି ଗୋଟିଏ ନର୍ସ ହେବି ଏବଂ ଆଜି ତାହା ହୋଇ ପାରିଛି ଏବଂ ସବୁଠୁ ସୌଭାଗ୍ୟ ମୋର ଯେ ମୋର ଏହି ନର୍ସ ଜୀବନୀ କାଳ ଭିତରେ ଆପଣକୁ ସେବା କରିବି, ତାହା ମୁଁ ଭାବି ନଥିଲି। ସତରେ ମୁଁ ଆଜି ବହୁତ୍ ଖୁସି । ସାର୍ କହିଲେ, ମୋର ବର୍ତମାନ ଦେହ କେମିତି ଅଛି ?? ମୁଁ କଣ ଘରକୁ ଯାଇ ପାରିବି ? ମୁଁ କହିଲି , ନା ସାର୍ ଆଉ ଗୋଟିଏ ରୁ ଦୁଇ ଦିନ ଆପଣକୁ ଏଠି ରହିବାକୁ ପଡ଼ିବ । ସାର୍ ଙ୍କ ମୁଖରେ ହସ ଲିଭିଗଲା। ମୁଁ ପଚାରିଲି କଣ ହେଲା ସାର୍ ? ନା ରାଣୀ , ଆଜି ଗୁରୁ ଦିବସ ନା ? ମୋତେ ସ୍କୁଲ ରେ ସମସ୍ତେ ଅପେକ୍ଷା କରିଥିବେ। ରାଣୀ କହିଲା, ସାର୍ ଆଜି ମଧ୍ୟ ଗୁରୁ ଦିବସ ପାଳନ କରାଯିବ କିନ୍ତୁ ଏହି ମେଡିକାଲ୍ ରେ । ଆଜି ଏହି ସୌଭାଗ୍ୟ ଦିନ ରେ ମୋ ପ୍ରିୟ ଶିକ୍ଷକ ଙ୍କୁ ମୁଁ ଗୁରୁ ପୂଜନ କରିବାର ସୌଭାଗ୍ୟ ମୋତେ ମିଳିବ ସେଥିପାଇଁ ମୁଁ ଗର୍ବିତ । ରାଣୀ କହିଲା , ସାର୍ ମୁଁ ଆପଣଙ୍କ ଠାରୁ ଗୋଟିଏ ଘଣ୍ଟା ପାଇଁ ବିରତି ଚାହୁଁଛି। ସାର୍ ଅନୁମତି ଦେଲେ ଏବଂ ସଙ୍ଗେ ସଙ୍ଗେ ମୋ ଗାଁ ସାଙ୍ଗ ଦୁଇ ଜଣ ଏବଂ କିଛି ମେଡିକାଲ୍ ଷ୍ଟାଫ୍ କୁ ନେଇ ଗୁରୁ ପୂଜନ ପାଇଁ ପହଞ୍ଚିଲୁ ସାର୍ ଙ୍କ ପାଖରେ ।
ସେତେବେଳେ ସାର୍ ଙ୍କ ପୁଅ ଏବଂ ବୋହୂ ପହଞ୍ଚି ସାରିଥିଲେ । ସମସ୍ତେ ମିଶି ସାର୍ ଙ୍କ ପୂଜନ ରେ ଲାଗି ପଡ଼ିଲେ । ସାର୍ ମଧ୍ୟ ବହୁତ୍ ଖୁସି ଥିଲେ । ସବୁଠୁ ଅଧିକା ଖୁସି ଥିଲି ମୁଁ । ସାର୍ ବେଡ୍ ଉପରେ ବସି , ମୋର ପିଲା ଦିନ ର ପାଠ ପଢା ଏବଂ ଦୁଷ୍ଟାମୀ ତଥା ବେତ ମାଡ କଥା କହିଲେ । ସମସ୍ତେ ଖୁସି ହେଲେ ଏବଂ ତାଙ୍କ କଥା ଗୁଡ଼ିକ ମୋତେ ଖୁସିର ଲୁହ ଦେଉଥିଲା। ମୋତେ ସାର୍ ତାଙ୍କ ପାଖକୁ ଡାକି ପୁଣି ମୋ ମୁଣ୍ଡକୁ ଆଉଁସି କହିଲେ । ତୁମ ଭଳି ଛାତ୍ରୀ ପାଇଁ ମୋ ଶିକ୍ଷକ ଜୀବନ ଧନ୍ୟ ହୋଇ ଯାଇଛି। ସବୁ ଶିକ୍ଷକ ଚାହାନ୍ତି ଯେ ତାଙ୍କ ଶିଷ୍ୟ ପାଠ ପଢ଼ି ମଣିଷ ହୁଅନ୍ତୁ ଏବଂ ଆଜି ତୁମକୁ ଦେଖି ବହୁତ ଗର୍ବ ମନେ କରୁଛି । ତୁମେ ବହୁତ୍ ଉପରକୁ ଯାଅ। ମୋର ଏତିକି ଆଶୀର୍ବାଦ ସଦା ତୁମ ସାଙ୍ଗରେ ଅଛି ।
ପ୍ରାୟ ତିନି ଦିନ ପରେ ସାର୍ ସୁସ୍ଥ ହୋଇ ଘରକୁ ଫେରିଲେ ଏବଂ କିଛି ଔଷଧ ନେବା ପାଇଁ ସାର୍ ଙ୍କୁ କହିଲି । ସାର୍ ଙ୍କୁ କହିଲି କିଛି ଅସୁବିଧା ହେଲେ ମୋତେ ଫୋନ୍ କରିବା ପାଇଁ । ସେଦିନ ଠାରୁ ବେଳେ ବେଳେ କଥା ହୁଏ ଏବଂ ମାର୍ଗ ଦର୍ଶକ ପାଇଁ ସେ ସବୁବେଳେ ମୋତେ ସାହାଯ୍ୟ କରନ୍ତି ।
ତେଣୁ କଥା ରେ ଅଛି ଗୁରୁ ଙ୍କ ଆଶୀର୍ବାଦ କେବେ ବୃଥା ଯାଏନି ତାହା ସବୁବେଳେ ଫଳପ୍ରଦ ହୋଇ ଦିନେ ନା ଦିନେ ଆମ ପାଖକୁ ଫେରି ଆସେ ।
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…