
ସେଦିନ ସାର୍ ଙ୍କୁ ଦେଖି ବହୁତ୍ ବିଚଳିତ ହୋଇ ପଡିଲି । ନାଇଟ୍ ଡିଉଟି ରେ ପୁଣି ରାତି ଦୁଇଟା । ସାର୍ ଙ୍କୁ ମେଡିକାଲ ନେଇ ଆସିଥିଲେ ତାଙ୍କ ଭଣଜା। ହଠାତ୍ ଆପାତ କାଳିନ ୱାର୍ଡ ରେ ଭର୍ତ୍ତି କରାଗଲା। ସଙ୍ଗେ ସଙ୍ଗେ ଡାକ୍ତର ଆସି ଚେକ୍ ଅପ୍ କରିଲେ। ଭେଣ୍ଟିଲେଟର ପାଇଁ ଯୋଗାଡ କରାଗଲା ଏବଂ ଚିକିତ୍ସା ମଧ୍ୟ ଆରମ୍ଭ କରାଗଲା। କିଛି ସମୟ ପରେ ତାଙ୍କ ଚେତା ଫେରିଲା। ଅଳ୍ପ ଆଖି ଖୋଲି ଦିପୁ ଦିପୁ ବୋଲି କହିବା ପରେ ତାଙ୍କ ଭଣଜା ଙ୍କୁ ଡାକି ଆଣିଲି । ଭଣଜା ଆସିଲେ ସାର୍ ଙ୍କ ହାତକୁ ଧରି ପଚାରିଲେ ମାମୁ ଏବେ ଠିକ୍ ଅଛନ୍ତି ? ଅଳ୍ପ ମୁଣ୍ଡ ହଲେଇ ସାର୍ ହଁ କହିଲେ। ସାର୍ ଙ୍କ ଭଣଜା ଅଳ୍ପ କଥା ହୋଇ ବାହାର କୁ ଆସିଲେ ଏବଂ ଡାକ୍ତର ଙ୍କ ସହ କଥା ହେଲେ। ସେ ଡାକ୍ତର ଙ୍କୁ ହାତ ଯୋଡ଼ି କହୁଥିଲେ ଯେ ତାଙ୍କର ସକାଳେ ଫ୍ଲାଇଟ୍ ଅଛି ସେ ଦିଲ୍ଲୀ ଯିବେ ଏବଂ ସକାଳ ସାତ ଟା ରେ ତାଙ୍କ ପୁଅ ବୋହୂ ଆସିବେ । ମୁଁ ବୁଲିବାକୁ ଆସିଥିଲି କିନ୍ତୁ କାଲି ମୋତେ କମ୍ପାନୀ ରେ ଜଏନ କରିବାକୁ ହେବ। ଆପଣ କିଛି ବ୍ୟବସ୍ଥା କରନ୍ତୁ । ଡାକ୍ତର ବାବୁ କହିଲେ। କେହି ଜଣେ ତ ରହିବାକୁ ହେବ । ନହେଲେ କିଛି ଅସୁବିଧା ଯଦି ହେବ କିଏ ବୁଝିବ ?? ତାଙ୍କ ଭଣଜା ଚିନ୍ତାରେ ଥିଲେ । ତାଙ୍କର ଅନୁରୋଧ ଯୁକ୍ତ କଥା ବାର୍ତା ଭିତରେ ମୁଁ କହି ଉଠିଲି । ସାର୍ ଟିକେ ଶୁଣିବେ। ଡାକ୍ତର ବାବୁ ଉଥି ଆସିଲେ ଚାମ୍ବର ରୁ ଏବଂ ମୋ ପାଖକୁ ଆସିଲେ। ମୁଁ କହିଲି ସାର୍ ତାଙ୍କୁ ଛାଡି ଦିଅନ୍ତୁ । ମୁଁ ଅଛି ନା?? ଡାକ୍ତର ବାବୁ କହିଲେ, ତମେ ମେଡିକାଲ ଷ୍ଟାଫ୍, କିନ୍ତୁ ତାଙ୍କ ନିଜ ଲୋକ କେହି ରହିବା ଦରକାର ନା?? ମୁଁ କହିଲି ନା ସାର୍, ସେ ମୋ ସ୍କୁଲ ଶିକ୍ଷକ। ସେ ମୋତେ ପଢେ଼ଇ ମଣିଷ କରିଛନ୍ତି ଆଉ ତାଙ୍କୁ ସେବା କରିବାର ଆଜି ମୋତେ ଭଗବାନ ଦେଇଛନ୍ତି ତେବେ ମୋତେ ଏହି ୱାର୍ଡ ରେ ରହିବାକୁ ଦିଅନ୍ତୁ। ମୁଁ ରାତି ସାରା ମୋ ସାର୍ ଙ୍କ ପାଖେ ରହିବି। କିଛି ଅସୁବିଧା ହେଲେ ମୁଁ ସେ ଦାଇତ୍ୱ ନେବି। ଡାକ୍ତର ମୋତେ ପୁଣି ପଚାରିଲେ । ତମେ ସିରିଆସ ଅଛ ନା ?? ମୁଁ ପୁଣି କହିଲି , ହଁ ସାର୍, ଗୁରୁ ଙ୍କ ସେବା କରିବା ର ଲାଭ ସମସ୍ତଙ୍କୁ ମିଳେ ନାହିଁ । କିନ୍ତୁ ମୋର ଅନୁରୋଧ ଆଜି ମୋତେ ଏହି ସେବା ରୁ ବଞ୍ଚିତ କରନ୍ତୁ ନାହିଁ। କେବଳ ରାତି ଘଡିକ , ତାପରେ ତାଙ୍କ ପୁଅ ଆସିଯିବେ ନା ? ଡାକ୍ତର ବାବୁ ମୋ ମୁଣ୍ଡକୁ ଆଉଁସି କହିଲେ ଠିକ୍ ଅଛି ରାଣୀ ତମେ ଯଦି ଅନୁରୋଧ କରୁଛ ତେବେ ମୁଁ ଅନୁମତି ଦେଉଛି।
ତଳେ ପେଜ ୨ କୁ କ୍ଲିକ୍ କରି ପଢନ୍ତୁ….