All posts by Narendra Kumar

ମଶା…(Returns)

ଦିନଥିଲା ଟିକେ ଧୁଆଁ ବାଜିଗଲେ
ମଶା ହେଉଥିଲେ ବାୟା।
ହେଲେ ଆଜି କାଲି କିଛି ଫରକ୍ ପଡୁନି
ବଢୁଛି ମଶାଙ୍କ କାୟା ।।

ଦିନରେ କୋଉଠି ଲୁଚିକି ରୁହନ୍ତି
ଦର୍ଶନ ଦିଅନ୍ତି ନାହିଁ ।
ସନ୍ଧ୍ୟା ହୋଇଗଲେ ଆସନ୍ତି ସଭିଁଏ
ରକତ ପିଇବା ପାଇଁ।।

କେତେ ମଶା ଧୂପ, ଅଗରବତୀ
କରୁନାହିଁ ଜମା କାମ ।
ଦିନକୁ ଦିନ ଶକ୍ତ ହୋଇଲେଣି
କେମିତି ଲିଭିବ ନାମ ।।

ଏମିତି ମାରନ୍ତି ଡଙ୍କ ସେମାନଙ୍କ
ସାହିବାଟା ଅସମ୍ଭାଳ ।
ମାରିଲେ ଗୋଟିଏ ଦୁଇଟି ଆସନ୍ତି
ଘରେ ମଶା ମାଳ ମାଳ।।

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ ।

ମଶା



ମଶା ବୋଲି ନାମ ମୋର ମୁଁ ଯମ ଦେବତା
ରଜନୀର କାଳ ସର୍ପ ଲୋକ ପାଇଁ ଚିନ୍ତା…୧

ପ୍ରତିଷେଧକ ମୋ ପାଇଁ ଯେତେ ବି ପ୍ରସ୍ତୁତ
ବୃଥା ଚେଷ୍ଟା ସବୁକିଛି ନ କରେ କେ କ୍ଷେତ…୨

ମନୁଷ୍ୟର ରକ୍ତ ନିତି ପିଇ ଥାଏ ମୁହିଁ
ମୋ ଡଙ୍କ ଆଘାତ କିଏ ପାରନ୍ତିନି ସହି…୩

ରାତ୍ର ହେଲେ ସର୍ପ ପରି ଗର୍ଜନ ମୁଁ ଛାଡେ
ପ୍ରଭାତେ ପ୍ରାଣ ବିକଳେ ମୂଷା ପରି ଦୌଡେ…୪

କିଏ କିଣେ ମଶା ବତି କିଏ ଗୁଡ୍ ନାଇଟ୍
ମଶା ବ୍ୟାଟ୍ କିଏ କିଣି କରିଥାନ୍ତି ଫାଇଟ୍…୫

ଅକାମିଆ ସବୁକିଛି ନୁହେଁ ଜମା କାମ
ଆମେ କଣ ଜଣେ ଅଛୁ ମିଟାଇବ ନାମ…୬

ଅସଂଖ୍ୟ ମୋ ଜାତି ଭାଇ ସମଗ୍ର ବିଶ୍ୱରେ
ଆମ ଜନ୍ମ ପରା ତୁମ ନାଳ ନର୍ଦ୍ଦମାରେ…୭

ସବୁ ଜାଣି ତୁମେ କେବେ ନୁହଁ ସଚେତନା
ନିଜ ଘର ଚତୁପାର୍ଶ୍ୱେ ଫିଙ୍ଗ ଆବର୍ଜନା…୮

ପରିଷ୍କାର ପରିଚ୍ଛନ୍ନ ରଖ ଯଦି ଘର
ତେବେ ହିଁ ସୁରକ୍ଷିତ ରହିବ ହେ ନର…୯

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ ।