Tag Archives: ମଶା ଓଡ଼ିଆ କବିତା

ମଶା…(Returns)

ଦିନଥିଲା ଟିକେ ଧୁଆଁ ବାଜିଗଲେ
ମଶା ହେଉଥିଲେ ବାୟା।
ହେଲେ ଆଜି କାଲି କିଛି ଫରକ୍ ପଡୁନି
ବଢୁଛି ମଶାଙ୍କ କାୟା ।।

ଦିନରେ କୋଉଠି ଲୁଚିକି ରୁହନ୍ତି
ଦର୍ଶନ ଦିଅନ୍ତି ନାହିଁ ।
ସନ୍ଧ୍ୟା ହୋଇଗଲେ ଆସନ୍ତି ସଭିଁଏ
ରକତ ପିଇବା ପାଇଁ।।

କେତେ ମଶା ଧୂପ, ଅଗରବତୀ
କରୁନାହିଁ ଜମା କାମ ।
ଦିନକୁ ଦିନ ଶକ୍ତ ହୋଇଲେଣି
କେମିତି ଲିଭିବ ନାମ ।।

ଏମିତି ମାରନ୍ତି ଡଙ୍କ ସେମାନଙ୍କ
ସାହିବାଟା ଅସମ୍ଭାଳ ।
ମାରିଲେ ଗୋଟିଏ ଦୁଇଟି ଆସନ୍ତି
ଘରେ ମଶା ମାଳ ମାଳ।।

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ ।