ମାଟିର ବାସ୍ନା…

ବର୍ଷାର ଶୀତଳ ସ୍ପର୍ଶ
ରକ୍ତରେ ରୋମାଞ୍ଚ ଖେଳାଇଦିଏ
ନିଃଶ୍ୱାସ କୁ ଉଷ୍ମ କରିଦିଏ
ମୁକୁଳା କେଶ ପରି
ବର୍ଷାର ପ୍ରତ୍ୟେକଟି ବିନ୍ଦୁ
ମାଟିର ଆଲିଙ୍ଗନରେ
ଭିଜା ମାଟି ର ବାସ୍ନାରେ
ଫେରି ଆସେ ଗ୍ରୀଷ୍ମ ର ଦାହରେ
ଦହନ ହୋଇଥିବା ଅତୀତ
ପୁଲକି ଉଠେ
ଆଦ୍ୟ ତରୁଣ ବର୍ଷାର ଛୁଆଁରେ ।
ସତ ଶଯ୍ୟାର ନାୟିକା ରୂପେ
ସଜାଇ ଦିଏ ନିଜକୁ
କେବେ ଅନାବିଳ ପ୍ରେମ ବନ୍ୟାରେ ତ
କେବେ ଅଭିମାନର ମରୁଡ଼ିରେ
ସେହି ଭିଜା ମାଟିର ବାସ୍ନା ପାଇଁ
ସେହି ଭିଜା ମାଟିର ବାସ୍ନା ପାଇଁ
ମାଟିର ବାସ୍ନା ପାଇଁ……….

ମନୋଜ କୁମାର ବେହେରା ଙ୍କ ଦ୍ଵାରା ଲିଖିତ…

Leave a Reply

Your email address will not be published. Required fields are marked *