ସେ ଝିଅ ଟିଏ….



ସେ ଏକ ଅବୁଝା କବିତା
ରହସ୍ୟ ମୟୀ ଧାରା
କେବେ ହୁଏ ଶାନ୍ତ ନଦୀ
କେବେ ସାଜେ ନିଆଁ ପରା…!!

ଓଠରେ ତାର ହସର ଫୁଲ,
ହେଲେ ହୃଦୟେ ଲୁହର ସାଗର,
ନିଜେ ଜଳି ସେ ଆଲୋକ ଦିଏ,
ସାଜି ସେହ୍ନ ର ଏକ ଜାଗର….!!

କିଏ କହେ ସେ ଅବଳା?
ସେ ପରା ଶକ୍ତି ର ଏକ ଆଧାର,
ସୃଷ୍ଟିର ସେ ଆଦି ବିନ୍ଦୁ,
ସେ ହିଁ ସଂସାର ର ସାର…..!!

ବାପାଙ୍କର ସେ ଗର୍ଵ ଅଟେ,
ପୁଣି ସେ ଘରର ଲକ୍ଷ୍ମୀ,
ସହିବାରେ ସେ ଧରିତ୍ରୀ ପରି,
ତେଜରେ ସେ ଯେମିତି ରଶ୍ମୀ….!!

ପର ଘରକୁ ଆପଣା କରି,
ସେ ବାଣ୍ଟେ ମମତା ର ଛାୟା,
ବୁଝି ହୁଏନା ସହଜରେ ତାର,
ଏ ବିଚିତ୍ର ମାୟା…!!

ବେଡି ଛିଣ୍ଡାଇ ଉଡ଼ିବା
ସ୍ବପ୍ନ ତାର,
କିନ୍ତୁ ଆକାଶ ଛୁଇଁବା ପାଇଁ
ବାଧା ସାଜନ୍ତି ଆପଣାର….

ସରିତା ସ୍ବାଇଁ
ଶଙ୍କୁରୁ, ଗଞ୍ଜାମ ।

ସନ୍ଦେହୀ ପ୍ରେମିକ

ସନ୍ଦେହୀ ପ୍ରେମିକ ମୁଁ
ସନ୍ଦେହୀ ପ୍ରେମିକ
ସନ୍ଦେହ କରେ ମୁଁ ,,,
ଯେବେ ତୁମେ ହସି ହସି କଥା ହୁଅ କାହା ସହିତ
ଯେବେ ତୁମ ଫୋନ୍ ରେ ବାରମ୍ବାର ନୋଟିଫିକେସନ୍ ଆସେ
ଯେବେ ବାରମ୍ବାର କଲ୍ ପରେ ଫୋନ୍ ଲୁଚେଇ ସାଇଲେଣ୍ଟ କର
ଯେବେ ତୁମେ ମୋ ପ୍ରଶ୍ନ ର ଉତ୍ତର ନ ଦେଇ ଚୁପ୍ ରହିଯାଅ
ମୁଁ ଅଧିକ ସନ୍ଦେହ କରେ…।
ଲୋକେ କହନ୍ତି
ସନ୍ଦେହ ପ୍ରେମକୁ ନଷ୍ଟ କରିଦିଏ,,
କିନ୍ତୁ କିଏ ଜାଣିଛି ନା କିଏ ବୁଝିଛି ?
ତୁମ ପାଇଁ ମୁଁ କେତେ ଯେ ସମୟ ଦେଇଛି
ତାର ହିସାବ ନାହିଁ !!
ତୁମ ପାଇଁ କେତେ ଯେ ମହତ୍ତ୍ଵ ଦିଏ
ତାର ପ୍ରମାଣ ନାହିଁ !!
ଏହା ସନ୍ଦେହ ନୁହଁ ତ ତୁମକୁ ହରେଇବାର ଭୟ ମୋର
ମୋ ସନ୍ଦେହ ତୁମ ଚରିତ୍ର ଉପରେ ନୁହେଁ
ବରଂ ମୋ ଭାଗ୍ୟ ଉପରେ !!!!

ଜୀତେନ୍ଦ୍ର ସ୍ବାଇଁ
ସୋଲଣ୍ଡି, ଗଞ୍ଜାମ ।

Article & Experience.