
ବହୁତ୍ ପାଠକ ବନ୍ଧୁ ମାନଙ୍କ ଅନୁରୋଧ ରେ କିଛି ଭୂତ 👻💀 ଗଳ୍ପ ଏହି ସାଇଟ୍ ରେ ପୋଷ୍ଟ ହେବାକୁ ଯାଉଛି। ଏହା ସମ୍ପୂର୍ଣ୍ଣ କାଳ୍ପନିକ। ଏଥିରେ କୌଣସି ସତ୍ୟତା ନାହିଁ। କେବଳ ମନୋରଞ୍ଜନ ଭିତ୍ତିକ ଅଟେ। ଛୋଟ ପିଲା ମାନେ 👶 ଏବଂ ଯେଉଁ ମାନେ ଭୂତ 💀 କୁ ଅଧିକ ଡରନ୍ତି ସେମାନେ ଏହି ଗଳ୍ପ❌ କୁ ନ ପଢିବାକୁ ଲେଖକ ଅନୁରୋଧ 🙏 କରୁଛନ୍ତି।
ରାତି ପାଖାପାଖି 🕦୧୧ ଟା ହେବ। ଆଲୋକ ଚିକେନ ହାଣ୍ଡି କୁ ଅନେଇ ବସିଥାଏ । ଚିକେନ ବସିଲାଣି କୋଉ ଅଧ ଘଣ୍ଟାଏ ହେଲା। । ଲକ୍ଷ୍ମଣ, ସୁକାନ୍ତ ଏବଂ ବୁଲୁ ମୋବାଇଲ୍ 📱 ଧରି ବସିଛନ୍ତି । କାରଣ ସେମାନେ କୁଣିଆ । ହଷ୍ଟେଲ ସାଙ୍ଗ ନା ? ଭୁବନେଶ୍ୱର ରୁ ଆସିଛନ୍ତି। । ସେପଟେ ରାକେଶ ଆସି ପହଁଚିଲା। କହିବାକୁ ଲାଗିଲା । ତମର ଆଜି ଚିକେନ ହେବ ନା କାଲିକି ହେବ ?? ମୋତେ ଲାଗୁଛି ଆଜି ରାତି ୨ଟା କରିଦେବ।
ଲକ୍ଷ୍ମଣ କହିଲା, ତୋର ତ Birthday 🎂, ତୁ ଚିନ୍ତା କରିବା ଦରକାର ନାହିଁ। Cake କଟିବା ପୂର୍ବରୁ ସବୁ ହୋଇଯିବ। ଆରେ କାର୍ତ୍ତିକ କାହିଁକି ଆସିନି?? ଲକ୍ଷ୍ମଣ, କହିଲା ଆରେ ତାର🤧 ଦେହ ଭଲ ନାହିଁ। ସେ ଆସିବ ନାହିଁ । ରାକେଶ କହିଲା ତେବେ ଆଜି Cake 🧁 ମଧ୍ୟ କଟିବ ନାହିଁ। ସେ ମଧ୍ୟରୁ ସୁକାନ୍ତ କହିଲା, କଣ ପାଗଳ ଭଳି ହେଉଛୁ।
ରାକେଶ କହିଲା, ନା ସେ ଏଠିକି ଆସିବ ନହେଲେ, ତା ଘରେ cake🧁 କଟିବ। ସମସ୍ତେ ବଡ ବଡ କରି ରାକେଶ କୁ ଅନେଇ🤨 ରହିଲେ। ହେଲେ ସେ ପାର୍ଟି ଦେଉଛି। ଯଦି ରାକେଶ ର କଥା ନ ମାନିବା, ତେବେ Cake🧁 ଆଉ chicken🍗 ସବୁ ନେଇ ବାହାରେ ଫୋପାଡି ଦେବ। ଆଲୋକ କହିଲା, ମୋର ମନରେ ଗୋଟିଏ ଆଇଡିଆ ଆସୁଛି କହିବି କି ?
ସମସ୍ତେ ପଚାରିଲେ, କହ ?? ଆଲୋକ କହିଲା। chicken🍗 ତ ହୋଇଯିବ। 🕛 ୧୨ ଟା ପୂର୍ବରୁ ଆମେ ସମସ୍ତେ ଚିକେନ ଆଉ cake 🧁ନେଇ କାର୍ତ୍ତିକ ଘରେ ପହଞ୍ଚି ଯିବା। ତା ଘରେ celebration 🎊🎉କରିବା କଣ କହୁଛ ?
ସମସ୍ତେ ମୁଣ୍ଡ ହଲେଇ ହଁ କରିଦେଲେ। ସବୁ ହେଲା, ଚିକେନ ହାଣ୍ଡି ଏବଂ ଭାତ ଏବଂ କେକ କୁ ଧରି ସମସ୍ତେ ବାହାରିଲେ କାର୍ତ୍ତିକ ଘରକୁ। ଆର ଗାଁ ରେ କାର୍ତ୍ତିକ ର ଘର। ରାସ୍ତା ରେ ପଡେ ଖୁଣ୍ଟା ବରଗଛ🌳 ଟିଏ ମାନେ ବିଜୁଳି ମାରିବା ⚡ ଯୋଗୁ ଅଧା ଜଳି ଯାଇଛି କୋଉ ୨୦ ବର୍ଷ ହେଲା । ବଡ ମାନେ କୁହନ୍ତି କି ସେ ବରଗଛ ରେ କୋଉ ଭୂତ 💀ରହେ । ଶନିବାର ଦିନ ସେ ରାତି ରେ ବୁଲେ । ଶନିବାର ରାତିରେ ଯଦି କେହି ଯିବା ଆସିବା କରେ ତେବେ ତାକୁ ହଇରାଣ କରେ। ଆଉ ଯଦି ଆମିଷ🍗 ଜିନିଷ କିଛି ନେଉଥିବ ତେବେ ସେଠୀ ଯଦି ନ ଦେଇ କରି ଯିବ ତେବେ ସେ ଆମିଷ 🍗ଖରାପ ହୋଇଯିବ ନହେଲେ କିଛି ଅଘଟଣ ହୋଇଯିବ। ଏସବୁ ଆଲୋକ ଭାବି ଭାବି ବାଇକ୍ 🏍️ଚଳାଉ ଥାଏ । ପଛରେ ବସିଛି ରାକେଶ ଚିକେନ ହାଣ୍ଡି କୁ ଧରି ଥାଏ। ଆଲୋକ କହିଲା, ଚିକେନ ଟିକେ ଚାମଚ୍ ରେ ବାହାର କରି ସେ ବର ଗଛ ପାଖରେ ପକେଇ ଦବୁ ରେ। ରାକେଶ ପଚାରିଲା କଣ ପାଇଁ ? ଆଲୋକ କହିଲା, ଆରେ କୁହନ୍ତି ଭୂତକୁ💀 ଦିଆଯାଏ ଆଉ ଆଜି ଏମିତି ରେ ଶନିବାର। ରାକେଶ କହିଲା, ତୁ ଶୀଘ୍ର ବାଇକ୍🏍️ ଚଲା ଭାଇ। ତୋର ବେଶୀ ରଙ୍ଗ !!! ଏତିକି କହୁ କହୁ ହଠାତ୍ ଗୋଟିଏ ଶବ୍ଦ ଶୁଣା ଗଲା ତାହା ପୁଣି ଗୋଟିଏ ଛୋଟ ପିଲା 👶କାନ୍ଦିଲା ଭଳି 😭। ରାକେଶ କୁ ଛାଡ଼ି ସମସ୍ତଙ୍କ ମନରେ ଭୟ ଜାତ ହେଲା😱 ।
ଖୁଣ୍ଟା ବରଗଛ ପାଖେଇ ଆସିଲା🌳 । ବୁଲୁ ଲକ୍ଷ୍ମଣ ଆଉ ସୁକାନ୍ତ ଗୋଟିଏ ବାଇକ୍🏍️ ରେ ବସିଥାନ୍ତି। ସେମାନେ ଆଗରେ ଥିଲେ। ଏମିତି ଶବ୍ଦ 🔊ଶୁଣି ସୁକାନ୍ତ ବାଇକ୍ 🏍️କୁ ବହୁତ୍ ସ୍ପିଡ୍ ରେ ଚଲେଇ ଆଗକୁ ବଢିଲା । ଆଲୋକ ର ମଧ୍ୟ ଡରରେ ସ୍ପିଡ କରିବାକୁ ଲାଗିଲା । କିନ୍ତୁ ଭାଗ୍ୟ ଏତେ ଖରାପ ଯେ ଖୁଣ୍ଟା ବରଗଛ ପାର ହେବାର ୧୦ ହାତ ହୋଇଛି ବାଇକ୍ ଟି ଧକ୍ ଧକ୍ ହୋଇ ବନ୍ଦ ହୋଇଗଲା। ରାକେଶ ହଠାତ୍ ପାଟି କରି କହିଲା ଏ…..👻💀 ତାପରେ ସେ ଚୁପ୍ 🤫ହୋଇଗଲା, ଏପଟେ ରାକେଶ ର ପାଟି ଏବଂ ବରଗଛ ପାଇଁ ଆଲୋକ ଡର 😱ବଢ଼ିବାକୁ ଲାଗିଲା। ସେ କିକ୍ ମାରି ଚାଲିଲା । ମାତ୍ର ଷ୍ଟାର୍ଟ ହେବାର ନାମ ନେଲା ନାହିଁ। ଆଲୋକ ଭାବୁ ଥାଏ ଏପଟେ ମୋର ପଛ ପଟ ଡରରେ କମ୍ପି ବାକୁ ଲାଗିଲାଣି ମାତ୍ର ରାକେଶ ଚୁପ୍ 🤫ଥାଏ। ସେପଟେ ସେ ତିନି ଜଣ ଗୋଟିଏ ସ୍ପୀଡ ରେ ସିଧା କାର୍ତ୍ତିକ ଘରେ।
ଆଲୋକ ଶେଷରେ କହିଲା, ଗାଡିରୁ ଓହ୍ଲା ରେ ଭାଇ। ରାକେଶ ଚୁପ୍ ଚାପ୍ ଓହ୍ଲାଇ ଗଲା। ଆଲୋକ ଭାବିଲା କିଛି କହୁନି କଣ ୟେ? ମୋବାଇଲ୍ ଟର୍ଚ୍ଚ 📱🔦ମଧ୍ୟ ଜଳାଉନି । କଣ ହେଇଗଲା ୟାକୁ? ଏପଟେ ମୋର ପଛ ପଟ ତିନି ଟଙ୍କା ଆଠ ଅଣା ହେଲାଣି ୟାକୁ କିଛି ଫରକ୍ ପଡୁନି।
ଟର୍ଚ୍ଚ 🔦ଲଗେଇ ଦେଖିଲା ବେଳକୁ !!!
ରାକେଶ ବଡ଼ ବଡ଼👹 ଆଖିରେ ଅନେଇ ରହି ଚିକେନ ହାଣ୍ଡି ସେମିତି ଧରି ଠିଆ ହୋଇ ରହିଲା। ତାକୁ ଦେଖି ଆଲୋକ ର ଡର😱 ଆଉ ଟିକେ ବଢ଼ିଗଲା। ପାଖକୁ ଆସି କହିଲା। ଆବେ ଚୁପ୍🤫 ରହନା, ଶଳା କିଛି କହ !! ଲାଗୁଛି ପେଟ୍ରୋଲ ⛽ନାହିଁ ବୋଧେ। ରାକେଶ ପୁଣି ଚୁପ୍ । ଆଲୋକ ଟର୍ଚ୍ଚ 🔦ମାରି ଦେଖିଲା ବେଳକୁ ରାକେଶ ଦାନ୍ତ ଦେଖାଇ ସ୍ମାଇଲ 😁ଦେଉଛି । ଆଲୋକ ର ଚେହେରା ରେ ଗୋଟିଏ ସେକେଣ୍ଡ ଝାଳ😥 ବାହାରି ଗଲା ରଙ୍ଗ ପଡ଼ିଗଲା। ହଠାତ୍ ରାକେଶ ର ଡିଜିଟାଲ ଘଣ୍ଟା🕛 ରେ ଟୁନ୍ କରି ଗୋଟିଏ ଶବ୍ଦ ବାଜିଲା। ଆଲୋକ ଜାଣିଗଲା ଯେ ରାତି ୧୨ ଟା ବାଜିଗଲା।
ସେପଟେ ଅନେଇ କହିଲା ଆବେ ସୁକାନ୍ତ ,ବୁଲୁ ଆରେ ଶୀଘ୍ର ଆସ । ଏ କଣ ଏଠି ହସି ହସି ମୋତେ ଡରାଉଛି👹। ସଙ୍ଗେ ସଙ୍ଗେ କଲ୍ କରିଲା ବେଳକୁ ଟର୍ଚ୍ଚ 🔦ଲାଇଟ୍ ପୁଣି ବନ୍ଦ ହୋଇଗଲା। ଆଲୋକ ର ପୁଣି ଏତେ ଭୟ😱 ହୋଇଗଲା ଯେ। ସେ ସାଙ୍ଗ ବୋଲି ଛାଡ଼ି ଯାଇ ପାରୁନି ଆଉ କଲ୍ କରୀକି ଡାକି ପାରୁନି।
ହଠାତ୍ ରାକେଶ ଟିକେ ବୁଢ଼ା👴🗣️ କଣ୍ଠରେ କହିବାକୁ ଲାଗିଲା ଯେ ” ମୋତେ ତମେ ମାନେ ଖାଇବାକୁ 🍲 ନ ଦେଇ କେମିତି ଯାଉଥିଲ ?? ଆଜି ତମ ମାନଙ୍କ ଜନ୍ମ ଦିନ 🎂ମୁଁ ଏଠି ପାଳିବି।” ଏତିକି ଶୁଣୁ ଶୁଣୁ ଆଲୋକ ଚିତ୍କାର କରି ପଛ ମୁହାଁ କରି🏃♂️ ଦୌଡ଼ିବାକୁ ଲାଗିଲା। ରାକେଶ ସେଠୀ ରୋଡ ଉପରେ ଚିକେନ ଧରି ବସିଗଲା। ଆଉ ଚାମଚ ରୁ ଚିକେନ ବାହାର କରି ରୋଡ ଉପରେ ବାଢ଼ିବାକୁ ଲାଗିଲା। ହେଲେ ପ୍ରକୃତରେ ଏସବୁ ରାକେଶ କରୁ ନଥିଲା । ତାକୁ କେହି ଜଣେ କରାଉ ଥିଲା💀। ଅନ୍ଧାର ରେ ଚିକେନ ବାଢ଼ି ସାରି କହିଲା। ତୋ ସାଙ୍ଗ କୁ କହିବି ଭାତ ମଧ୍ୟ ନେଇ କରି ଆସିବ। ସମସ୍ତେ ମିଶି କରି ଖାଇବା। ଆଲୋକ ଦୌଡୁଥାଏ ମାତ୍ର ତାକୁ ଏମିତି ଅନୁଭବ ହେଉଥିଲା । ତାକୁ ପଛପଟୁ କେହି ଜଣେ ଟାଣି ରଖିଛି। ତଥାପି ସେ ବହୁ କଷ୍ଟରେ ୧୦୦ ମିଟର ପାଖାପାଖି ଆସି ଗଲାଣି ।
ସେପଟେ ସେ ତିନି ଜଣ କିଛି ସମୟ ଅପେକ୍ଷା କରିଲେ ତାପରେ ବୁଲୁ କହିଲା । ଆରେ ଯଦି ରାକେଶ ର ଆଜି ପୁଣି ସେଇଟା ହେଲା କି ?? ସୁକାନ୍ତ ପଚାରିଲା ? କୋଉଟା ? ଆଉ କଣ ହୋଇ ଥାଇ ପରେ ପେଟ୍ରୋଲ ସରିଯାଇଥିବ। ଆଉ ପେଟ୍ରୋଲ ସରିଲେ ଗଡ଼େଇ ଗଡ଼େଇ ଆଣିବ । ସୁକାନ୍ତ କାର୍ତ୍ତିକ ର ବାଇକ୍ ରୁ ଗୋଟିଏ ⛽ଲିଟର ପେଟ୍ରୋଲ ବାହାର କରି ଦୁଇଟି ବାଇକ୍ ରେ ବୁଲୁ, ଲକ୍ଷ୍ମଣ ଆଉ ସୁକାନ୍ତ ଆସିଲେ।
ହେଲେ ଆଲୋକ କୁ ଯେତେବେଳେ ସେମାନେ ଦେଖିଲେ ସେ ଖାଲି ଥରୁ ଥାଏ। କହିଲା ଭୁ. ଭୁ. ଭୁ. ଭୂତ.. 💀💀💀। ଲକ୍ଷ୍ମଣ ସାହସୀ। କୋଉ ଭୂତ ବେ। ଅଣ୍ଡିରା ଭୂତ ନା ମାଈ ଭୂତ? ସେ ରାକେଶ କାହିଁ? କୁଆଡେ ଗଲା ? ଆଲୋକ ଧଇଁ ସଇଁ ହୋଇ କହିଲା, ଆରେ ତା ଦେହରେ ଭୂତ ପଶିଛି। ସେ ଖୁଣ୍ଟା ବରଗଛ ରୋଡ ଉପରେ ବସିଛି । ଆଉ ଗାଡ଼ି🏍️ ? ଆଲୋକ କହିଲା ? ଆରେ ଗାଡି ବନ୍ଦ ହୋଇଗଲା। ଏତିକି ଶୁଣି ବୁଲୁ କହିଲା। ମୁଁ ଯିବିନି ରେ ଭାଇ। ତମେ ମାନେ ଯାଅ। ଲକ୍ଷ୍ମଣ କହିଲା । ତୁ ଏକା ଏଠି ଠିଆ ହୋଇ ରହି ଥାଆ । ଆମେ ଆସୁଛୁ !! ବୁଲୁ କହିଲା, ଭାଇ ରେ ଯିବାନି ?? ଲକ୍ଷ୍ମଣ କହିଲା, ଆରେ ସେ ସେଠୀ ଏକୁଟିଆ ଅଛି କଣ ହୋଇଛି, ତା କଥା ଦେଖିବା, ଗୋଟିଏ ଲେଖାଏଁ ବାଡି ଧର। ଆଲୋକ କହିଲା। ମୁଁ ମଧ୍ୟ ଯିବିନି । ଲକ୍ଷ୍ମଣ ପୁଣି ଥରେ କହିଲା। କେଡେ ବେକାରିଆ ଟା ରେ ତୁ । ଆଜି ତାର Birthday ଆଉ ରାତି ୧୨ ଟା ବାଜି ଲାଣି। ଆଉ ତୁ ତାକୁ ଭୂତ କହି ଏକୁଟିଆ ଛାଡି ଆସିଛୁ ?
ପ୍ରଥମେ ତୋତେ ପିଟିବାକୁ ଇଚ୍ଛା ହେଉଛି ତାପରେ ସେ ଭୂତ କୁ ପିଟିବି । ସମସ୍ତେ ଚାଲ ଦେଖିବା। କେହି ଡରିବ ନାହିଁ । ମୁଁ ଅଛି ତମ ସହିତ। ତାପରେ ସମସ୍ତେ ରାକେଶ କୁ ଆଣିବା ପାଇଁ ବାହାରିଲେ ।
ବରଗଛ ପୂର୍ବରୁ ଯାଇ ଦେଖିଲା ବେଳକୁ ରାକେଶ ନାହିଁ । କେବଳ ଚିକେନ ହାଣ୍ଡି ଟା ରୋଡ ଉପରେ ରଖା ହୋଇଛି ମାତ୍ର ରାକେଶ ନାହିଁ । ସେଠୀ ବାଇକ୍ ର ହେଡ ଲାଇଟ୍ ପକେଇ ଦେଖିଲା ବେଳକୁ ବରଗଛ ତଳେ ବସି ମୁରୁକି ମୁରୁକି 👹 ହସୁଛି । ସେ ଦୃଶ୍ୟ ଦେଖି ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଲା। ଲକ୍ଷ୍ମଣ ତ ପୁର୍ବରୁ କହିଥିଲା କିନ୍ତୁ ଏବେ ରାକେଶ ପାଖକୁ ଯିବା ପାଇଁ ତାର ସାହସ ହେଲା ନାହିଁ ।
ବହୁ କଷ୍ଟରେ ଲକ୍ଷ୍ମଣ ଆଗରେ ବାକି ସବୁ ପଛରେ ଆସିଲେ । ଅନ୍ଧାର ରାତି, ସମସ୍ତ ଙ୍କ ମନରେ ଭୟ। ଲକ୍ଷ୍ମଣ ପଚାରିଲା ରାକେଶ ? ଏତିକି ଶୁଣି ହଠାତ୍ ରାକେଶ ସଙ୍ଗେ ସଙ୍ଗେ ସମସ୍ତଙ୍କ ଆଡ଼କୁ ବଡ ବଡ👺 ଆଖି କରି କହିଲା । କୋଉ ରାକେଶ ?? ମୁଁ ତ ମିନୁ ଦିଦି 🧟 !!! ତମେ ମୋତେ ଜାଣିନ ପରା? ଆଛା ତମେ ମାନେ ମଧ୍ୟ ବୁଲିବାକୁ ଆସିଛ ବୋଧେ ? ଏତିକି ଶୁଣି ସମସ୍ତଙ୍କର ଡରରେ ଝାଳ ବୋହିଗଲା। ସମସ୍ତଙ୍କ ଗୋଡ ଥରୁଥାଏ । ତଥାପି କେହି ପଛକୁ ପାଦ ନେବାକୁ ଚେଷ୍ଟା କରି ପାରୁ ନଥିଲେ । ରାକେଶ ଭିତରେ ଥିବା ମିନୁ ଦିଦି କହିଲା ହଉ ତମେ ଏଠି ବସ ମୁଁ ତମ ମାନଙ୍କୁ ମୋ କାହାଣୀ କହିବି ?? ଏତିକି ଶୁଣୁ ଶୁଣୁ ବୁଲୁ ର ପ୍ୟାଣ୍ଟ୍ ଓଦା ହୋଇଗଲା। ସମସ୍ତେ ଥରି ବାକୁ ଲାଗିଲେ। ଲକ୍ଷ୍ମଣ ବଡ ଧର୍ଯ୍ୟ ର ସହ ହନୁମାନ ଚାଳିଶା 🧾ପାଠ କରିବାକୁ ଚେଷ୍ଟା କରିଲା । କିନ୍ତୁ ତାର ପାଟିରୁ ମନ୍ତ୍ର ହିଁ ପାଠ ହେଉ ନଥିଲା ।
ସେଠୀ ସମସ୍ତେ ପରସ୍ପର ର ହାତକୁ ଜୋର ରେ ଧରିଥାନ୍ତି । ଆଲୋକ ସାହସ କରି କହିଲା, ଚାଲ ରାକେଶ ଶିଘ୍ର ଉଠ୍। ସେପଟୁ ଚିତ୍କାର କରି ଉତ୍ତର ଆସିଲା ମୁଁ ମିନୁ ଦିଦି !!! ମୋତେ ତମେ ମାନେ ଆଜି ଚିକେନ ଖାଇବାକୁ ନ ଦେଇ କେମିତି ଯାଉଥିଲ ?
ଏତିକି ଶୁଣି ସମସ୍ତେ ଗାଡ଼ି🏍️ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ଗାଡି ଷ୍ଟାର୍ଟ କରିବାକୁ ଲାଗିଲେ, ମାତ୍ର ଷ୍ଟାର୍ଟ ହେବାର ନାମ ନେଉ ନଥାଏ। ପରେ ଚାରି ଜଣ ଯାକ ଗାଡି ଛାଡ଼ି କାର୍ତ୍ତିକ ର ଗାଁ ଆଡକୁ ଦୌଡିବାକୁ ଲାଗିଲେ। ହେଲେ ଗୋଟିଏ କିଲୋମିଟର ବାଟ ତାଙ୍କୁ ଦଉଡ଼ି ଆସିବାକୁ ୩୦ ମିନିଟ ଲାଗିଗଲା। ତାଙ୍କୁ ଏମିତି ଅନୁଭବ ହେଉଥିଲା ଯେ ତାଙ୍କୁ ପଛପଟୁ କେହି ଜଣେ ଟାଣି ରଖୁଛି । ବହୁ ଚେଷ୍ଟା ପରେ କାର୍ତ୍ତିକ ପାଖରେ ଆସି ପହଞ୍ଚିଲେ। କାର୍ତ୍ତିକ 🚪ଘରୁ ବାହାରି ଆସି ଦେଖିଲା ଚାରି ଜଣ ଯାକ ଝାଳ ରେ ଗାଧେଇ ଧଇଁସଇଁ ହୋଇ କହିଲେ। ଭାଇ ରେ ରାକେଶ ଦେହରେ ଭୂତ ଅଛି 💀। ସେ କହୁଛି ମୁଁ ମିନୁ ଦିଦି🧟 !!!!
କାର୍ତ୍ତିକ ର ମନେ ପଡ଼ିଗଲା। ପ୍ରାୟ ପାଞ୍ଚ ମାସ ତଳେ ସେ ବରଗଛ ର ଓହଳ ରେ ଗୋଟିଏ ଝିଅ ର ଶବ ଝୁଲିଥିଲା। ଅନ୍ୟ କେଉଁ ଜିଲ୍ଲାର ମାତ୍ର ସେ ପାଖ ଗାଁ ର ସ୍କୁଲ ରେ ଚାକିରି କରୁଥିଲେ। କିନ୍ତୁ ଆଗକୁ କଣ ହେଲା ଆଉ କିଏ ଜାଣିନି ? ଏବଂ ଅନ୍ୟ ଗାଁ ର ବୋଲି ଲୋକେ ସେ ଘଟଣା ର ଖବର ନେବାକୁ ମଧ୍ୟ ଚେଷ୍ଟା କରି ନଥିଲେ। ଶୁଣିବାକୁ ମିଳିଥିଲା ଯେ ତାକୁ କିଏ ବଳାତ୍କାର କରିଥିଲା। 👮♂️ପୋଲିସ୍ ଆସି ଥରେ ପଚରା ଉଚରା କରିଥିଲା ମାତ୍ର କିଛି ନ ଜଣା ପଡ଼ିବାରୁ ପରେ ତାଙ୍କ ଘର ଲୋକଙ୍କୁ ଶବ ବ୍ୟବଚ୍ଛେଦ ହୋଇଥିବା ମୃତ ଦେହକୁ ଦିଆ ଯାଇଥିଲା।
ଏହି ଘଟଣା ବିଷୟରେ କେବଳ ରାକେଶ ଆଉ କାର୍ତ୍ତିକ ଜାଣିଥିଲେ । ଆଲୋକ ମଧ୍ୟ ଅଳ୍ପ ଜାଣିଥିଲା ମାତ୍ର ସେତେବେଳେ ସେ କଲିକତା ତାର ଭଉଣୀ ପାଖକୁ ଯାଇଥିଲା କିନ୍ତୁ ଏହି ଚାରି ଜଣ ଏହି ଘଟଣା ବିଷୟରେ କିଛି ଜାଣି ନାହାନ୍ତି । ସମସ୍ତେ କୁହନ୍ତି ଯେ ଶନିବାର ଏବଂ ମଙ୍ଗଳ ବାର ରାତିରେ ସେ ଝିଅ 👻ଧଳା ଲୁଗା ପିନ୍ଧି ଏହି ରାସ୍ତା ରେ ଠିଆ ହୁଏ। ଯିଏ ଏହି ରାସ୍ତା ଦେଇ ଯାଆନ୍ତି ତାଙ୍କୁ ଡରାଇ ଥାଏ। ମାତ୍ର ହଠାତ୍ ରାକେଶ ଦେହରେ ଆସିବାର କାରଣ କାର୍ତ୍ତିକ ବୁଝିପାରିଲା ନାହିଁ ।
ସେ ସାଙ୍ଗମାନଙ୍କ ଠାରୁ ଘଟଣା ବିଷୟରେ ପଚାରି ତାଙ୍କୁ ଘରକୁ ଆଣିଲା । କାର୍ତ୍ତିକ ର ଲେଖାରେ ବଡ ବାପା ଜଣେ କାଳୀ ଉପାସକ । ଲୋକେ ତାଙ୍କୁ ସାମଲ ବାବା ଡାକନ୍ତି। ମାନେ ଗାଁ ରେ କାହାର କିଛି ଝାଡ଼ ଫୁଙ୍କ ଦରକାର ପଡିଲେ ସେ ସବୁ କିଛି ର ସମାଧାନ କରନ୍ତି। ଠକ୍ ଠକ୍ କବାଟ ବାଡେଇବା ପରେ। ସାମଲ ବାବା କବାଟ ଖୋଲିଲେ । କାର୍ତ୍ତିକ, ବଡ ବାପା ତୁମର ସାହାଯ୍ୟ ଦରକାର। ସେପଟୁ , ଆରେ ତୁ ଧଇଁ ସଇଁ କାହିଁକି ହେଉଛୁ। ବଡ ବାପା ମୋ ସାଙ୍ଗ ଦେହରେ ଭୂତ ପଶିଛି 💀। ଆପଣ କିଛି କରନ୍ତୁ। ସାମଲ ବାବା ସମୟ ନଷ୍ଟ ନ କରି। କାର୍ତ୍ତିକ ସହିତ ଆଉ ପାଞ୍ଚ ଛଅ ଜଣ ପଡୋଶୀ ଲୋକଙ୍କୁ ଧରି ବରଗଛ ଠାରୁ 20 ମିଟର ଦୂରରେ ଟର୍ଚ୍ଚ 🔦ପକେଇ ଦେଖିଲା ବେଳକୁ। ରାସ୍ତା ଉପରେ ଚିକେନ ହାଣ୍ଡି। ମାତ୍ର ରାକେଶ ବରଗଛ 🌳ତଳେ ଚକା ମୁଣ୍ଡା ପକେଇ ମୁରୁକି ମୁରୁକି ହସୁଥାଏ।
ସାମଲ ବାବା କପଡା 🛍️ ବ୍ୟାଗ୍ ରୁ ପାଉଁଶ ଭଳି କିଛି ଜିନିଷ ସମସ୍ତଙ୍କୁ ଦେଲେ ଏବଂ ସମସ୍ତେ ଧୀରେ ଧୀରେ ଆଗକୁ ବଢ଼ିଲେ। ହେଲେ 10 ମିଟର ପୂର୍ବରୁ ରାକେଶ ଭିତରେ ଥିବା ମିନୁ ଦିଦି କହିଲା। ସାମଲ ବାବା ମୋର ଶତ୍ରୁ କିଏ ତୁମ ଭଲ ଭାବେ ଜାଣିଛ । ସାମଲ ବାବା ପଚାରିଲେ । କଣ ଚାହୁଁଛୁ ଆଉ ତୋତେ କିଏ ଦରକାର ? ସମସ୍ତେ ସାମଲ ବାବା କୁ ଅନେଇ ରହିଲେ। ସାମଲ ବାବା ପୁଣି ପାଦ ଆଗକୁ ବଢ଼େଇଲେ। ସେପଟୁ ପୁଣି ଥରେ ରାଗରେ ଉତ୍ତର ଦେଲା। ସାମଲ ବାବା ତୋ ପାଖରେ ଯାହା ଅଛି ତାର ତୁ ପ୍ରୟୋଗ କରିବୁ ଏବଂ ମୋ ପାଖକୁ ଆସିବାକୁ ଚେଷ୍ଟା କରିବୁ ତେବେ ଏହି ଟୋକା ର ଜୀବନ ନେଇଯିବି। ସାମଲ ବାବା ଅଟକି ଗଲେ। ଖୋଲି କରି କହ କଣ ଚାହୁଁଛୁ? ସେପଟୁ ପୁଣି ରାଗରେ ଉତ୍ତର ଦେଲା ଯେ ତୋ ପୁଅ 👨👦ମୋତେ ଦରକାର ? ତୋ ପୁଅ ଆସିଲେ ସେ ଦୁଇ ଜଣ ରାକ୍ଷସ ମଧ୍ୟ ଆପେ ଆପେ ଆସିଯିବେ। ସେଦିନ ଘଟଣା ପର ଠାରୁ ତୋ ପୁଅ କୁ ମୁଁ ବହୁତ୍ ଅପେକ୍ଷା କରିଲି କିନ୍ତୁ ଆଉ ନୁହଁ । ମୋର ଆତ୍ମା ଶାନ୍ତି ସେତେବେଳେ ହେବ ଯେବେ ମୋତେ ନ୍ୟାୟ ମିଳିବ।
କାର୍ତ୍ତିକ ପଚାରିଲା, ବଡ ବାପା, ସାଗର ଭାଇ କଣ କରିଛି ? ସେପଟୁ ପୁଣି ରାକେଶ ଦେହରେ ଥିବା ମିନୁ ଦିଦି ଉତ୍ତର ଦେଲା ଯେ ସେ କିଛି କରିନି କିନ୍ତୁ ସବୁ ର ମୂଳ କାରଣ ସିଏ ? ସବୁ ସତ ସତ କହ ସାମଲ ବାବା ? ନହେଲେ ମୁଁ ଏହି ଟୋକା ର ଜୀବନ ନେବାକୁ ପଛେଇବି ନାହିଁ । ସାମଲ ବାବା ଚୁପ୍ ରହିଲେ। କାର୍ତ୍ତିକ ପଚାରିବାକୁ ଲାଗିଲା, ବାପା କଣ ହୋଇଛି, ସେ ସାଗର ଭାଇ ର ନାମ କାହିଁକି ନେଉଛି।
ସାମଲ ବାବା, ଉତ୍ତର ଦେବାକୁ ଲାଗିଲେ ସେ ସବୁ ଜାଣିଛି, ଅସଲି ଦୋଷୀ ସାଗର ନୁହଁ , ଦୋଷୀ ତ ସେମାନେ ତାର ମୁମ୍ବାଇ ରୁ ଆସିଥିବା ସାଙ୍ଗ ଦୁଇ ଜଣ।
ଚାଲନ୍ତୁ ଜାଣିବା ଗତ ୫ ମାସ ତଳ ର ଘଟଣା…..
(ସାଗର ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ମୁମ୍ବାଇ ରେ ରହେ । ସେ ଦୁଇ ଦିନ ପାଇଁ ତା ଦୁଇଟି ସାଙ୍ଗ ସହିତ ଗାଁ କୁ ବୁଲିବାକୁ ଆସିଥିଲେ। ବୁଲିବା ପାଇଁ କାର୍ତ୍ତିକ ଦୁଇଟି 🏍️ବାଇକ୍ ର ମଧ୍ୟ ଯୋଗାଡ କରିଥିଲା। ଆସିବା ପର ଦିନ ଦୁହେଁ ବାଇକ୍ ଧରି ପାଖ ନଦୀ🏞️ କୂଳକୁ ଗାଧେଇବା ପାଇଁ ଯାଇଥିଲେ ଆସିଲା ବେଳକୁ ଦେଖିଲେ ଗୋଟିଏ ସୁନ୍ଦର 👩 ଝିଅ ଟିଏ ଶାଢ଼ୀ ପିନ୍ଧି ସ୍କୁଟି ରେ ସ୍କୁଲ ଯାଉଥାଏ । ସାଗର ର ଦୁଇ ସାଙ୍ଗ ସେ ଝିଅ କୁ ଦେଖି ଯେମିତି ପାଗଳ ହୋଇଗଲେ। ସମୟ ନଷ୍ଟ ନ କରି ସେମାନେ ସ୍କୁଟି ଆଗରେ ବାଇକ୍ ରଖି ତାକୁ ତାର ନାମ ପଚାରିବାକୁ ଚେଷ୍ଟା କରିଲେ। ସେ ମଧ୍ୟ ଧୀର ସ୍ୱର ରେ ଉତ୍ତର ଦେଲା ଯେ ମୁଁ ମୃଣାଳିନୀ (ମିନୁ)। ସେ ପୁଣି ପଚାରିଲେ କିଛି ବ୍ୟବସ୍ଥା ହେବ କି ? ମିନୁ କହିଲା ମୁଁ କିଛି ବୁଝି ପାରିଲିନି । ସେପଟେ ସାଗର କହୁଥାଏ । ଭାଇ ସେ ଆମ ଆର ଗାଁ ର ସ୍କୁଲ ଶିକ୍ଷୟତ୍ରୀ। ତାକୁ କାହିଁକି ହଇରାଣ କରୁଛ । ସେ ସାଙ୍ଗ ମାନଙ୍କ ଭିତରୁ ଜଣେ କହିଲା। ଆରେ ଚୁପ୍ କରନା, ଆମେ କଥା ହେଉଛୁ ନା। ଏତିକି ପରେ ମିନୁ ଯିବାକୁ ବାହାରୁଥିଲା। ପୁଣି ସେମାନେ ରାସ୍ତା ଅଟକେଇ ତାର ନମ୍ବର 📱ମାଗିବା ପାଇଁ ଚେଷ୍ଟା କରିଲେ । ମିନୁ ଏଥର ରାଗି ଯାଇ କହିଲା। ଲୋଫର୍ ଭଳି କାହିଁକି ହେଉଛ। ଦେଖିବାକୁ ତ ଠିକ୍ ଅଛ ମାତ୍ର ତୁମର ବ୍ୟବହାର ବହୁତ୍ ଖରାପ୍। ଏତିକି କହି ସେ ସ୍କୁଲ କୁ ଚାଲିଗଲା । କିନ୍ତୁ ସେମାନେ ସେଇ ଭୁଲ ପୁଣି କରିଲେ। ପୁଣି ସନ୍ଧ୍ୟାରେ ସାଗର କୁ ନ ଜଣେଇ ତାର ଯିବା ରାସ୍ତାରେ ଅଟକେଇ ତାକୁ କହିଲେ । ମିନୁ ଦିଦି ଆପଣ ବହୁତ୍ ସୁନ୍ଦର୍ । ଆମେ ତମକୁ ଦେଖି ପାଗଳ ହୋଇ ଯାଇଛୁ। ଆପଣ ତ ରୁମ୍ ରେ ଏକା ରହୁଛନ୍ତି ନା? ଆମକୁ ମଧ୍ୟ ଡାକନ୍ତୁ ନା ? ଏତିକି ଶୁଣି ମିନୁ🥿 ଚପଲ୍ ଉଠେଇ ମାରିବା ପାଇଁ କହିଲା। ସେମାନେ କହିଲେ ଚପଲ୍ ଉଠେଇ ମାରିଲେ କଣ ହେବ ଆମକୁ ପରା ଭଲ 💘 ପାଇବା ଦରକାର। ଏତିକି କହି ହସି ହସି ସେମାନେ ବାଇକ୍ ରେ ଚାଲିଗଲେ। ସେପଟେ ମିନୁ ଦିଦି ଭାବିଲା। ହଁ ଲୋଫର୍ ଗୁଡ଼ିକ କୋଉଠୁ ଆସିଛନ୍ତି । ଏହି କଥା କୁ ସେ ଏତେ ଗମ୍ଭୀର ଭାବରେ ନ ନେଇ ସେ କାହାକୁ ନ ଜଣାଇ ଚୁପ୍ ଚାପ୍ ରହିଲା।
ସେଦିନ ରାତିରେ ସାଗର ସେମାନଙ୍କୁ ବୁଝାଇଲା ଯେ ଭାଇ ଏଇଟା ଆମର ଗାଁ । ଯଦି ଲୋକେ ଜାଣିବେ ତୁମ ଦୁହିଁଙ୍କୁ ତ ମାଡ଼ ମାରିବେ ଏବଂ ମୋତେ ମଧ୍ୟ ଅପମାନ କରିବେ। କିନ୍ତୁ ସେମାନେ ଶୁଣିବାକୁ ନାରାଜ। ହସରେ ଉଡେଇ ଦେଲେ ଆରେ ଏମିତି ଝିଅ ଆମେ କେତେ ଦେଖିଛୁ ମୁମ୍ବାଇ ରେ। ଗୋଟିଏ ଚୁଟକି ରେ ପଟି ଯାଆନ୍ତି। ପଇସା ଥିଲେ ସବୁ ଦଉଡ଼ି ଆସିବେ। ସାଗର କହିଲା। ଭାଇ ମାନେ ଗାଁ ରେ ପଇସା ଚାଲେ ନାହିଁ ଏଠି ଇଜ୍ଜତ ବହୁତ୍ ଗୁରୁତ୍ଵ ପୂର୍ଣ୍ଣ। ଆଉ ଯଦି ସେ ମିନୁ ଦିଦି ସେମିତି ଝିଅ ହୋଇ ଥାଆନ୍ତା ତେବେ ତୁମକୁ ସେ ନିଶ୍ଚୟ କିଛି ଈଶାରା ଦେଇଥାନ୍ତା । ଯଦି ସେ ରାଗୁଛି ଅର୍ଥାତ୍ ତାର ଇଚ୍ଛା ନାହିଁ । ଆଉ ଗୋଟିଏ ଦିନ ଅଛି ଭଲ ରେ ବୁଲା ବୁଲି କରିବା ଆଉ ତା ପର ଦିନ ଚାଲିଯିବା। ମୁଁ ଚାହୁଁ ନାହିଁ ଯେ ସେମିତି କିଛି ସମସ୍ୟା ହେଉ।
ଏତିକି କହି ସେଦିନ ତ ବିତିଗଲା କିନ୍ତୁ ତାର ସାଙ୍ଗ ଦୁଇଟି ର ମନ ମିନୁ ଦିଦି ପାଖରେ । ତା ପର ଦିନ ଦିନରେ ବୁଲା ବୁଲି କରି ଆସିବା ପରେ ସନ୍ଧ୍ୟାରେ ତିନି ସାଙ୍ଗ ମଦ ପିଇବାକୁ ବସିଲେ କାରଣ ତା ପର ଦିନ ସକାଳେ ୯ଟା ରେ ✈️ ଫ୍ଲାଇଟ୍ ଅଛି ମୁମ୍ବାଇ ପାଇଁ । ରାତିରେ ପ୍ରାୟ ୧୨ ଟା ବାଜିଲାଣି ସମସ୍ତେ ମଦ ପିଇବାରେ ଲାଗିଛନ୍ତି। ସାଗର ଅଳ୍ପ ପିଇଲେ ତାକୁ ନିଶା ଧରେ । ମାତ୍ର ଏହି ଦୁଇ ସାଙ୍ଗ ଘୋଡ଼ା ମଦୁଆ। କେତେ ପିଇଲେ ମଧ୍ୟ ନିଶା ହୁଏ ନାହିଁ । ସାଗର କୁ ନିଶା ହୋଇଗଲା ସେ ଅଳ୍ପ ଖାଇ ଶୋଇଗଲା । ସାଗର ଶୋଇଗଲା ପରେ ଏହି ଦୁଇ ସାଙ୍ଗ ଙ୍କ ମନରେ ରାକ୍ଷସ ରୂପ ଜାତ ହେଲା । ସେମାନେ ଗାଡି ଧରି ବାହାରିଲେ ମିନୁ ଦିଦି ଘର ଆଡ଼କୁ। ମିନୁ ଦିଦି ଭଡ଼ା ଘରେ ରହେ । ଯେଉଁ ଘରେ ରହେ ସେହି ଘର ମାଲିକ କିଛି ଦିନ ପାଇଁ ବାହାରକୁ ଯାଇଥାଏ ଏବଂ ତାର ଘର ଗାଁ ର ଶେଷରେ ଥାଏ।
ମିନୁ କବାଟ ଖୋଲି ଦେଖିଲା ବେଳକୁ ଏହି ଦୁଇ ଜଣ । ସେ ପାଟି କରିବାକୁ ଚେଷ୍ଟା କରିଲା କିନ୍ତୁ ମିନୁ ର ମୁଁହ କୁ ବନ୍ଦ କରି ତାକୁ ବାନ୍ଧି ଦୁହେଁ ବଳାତ୍କାର କରିବାକୁ ଲାଗିଲେ। ମିନୁ ଅସହାୟ ହୋଇ ପଡ଼ିଲା। ଦୁହିଁ ଙ୍କ କବଳରୁ ବଞ୍ଚି ପାରିଲା ନାହିଁ । ବାରମ୍ବାର ବଳାତ୍କାର ସ୍ଵତ୍ୱେ ସେ ବେହୋସ୍ ହୋଇ ପଡ଼ିଲା। ଏମାନେ ଭାବିଲେ ମିନୁ ମରିଗଲା। ସେମାନେ ତାର ଘର ବନ୍ଦ କରି ତାକୁ ନେଇ ଆସିଲେ। ରାସ୍ତା ରେ ଥିବା ବରଗଛ ପାଖରେ ତାକୁ ଫାଶୀ ରେ ଝୁଲେଇ ଦେଲେ। ମିନୁ କୁ ଯେତେବେଳେ ଫାଶୀ ରେ ଝୁଲାଇ ଦେଲେ ସେତେବେଳେ ତାର ପୁଣି ହୋସ୍ ଆସିଲା। ସେମାନେ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ତାକୁ ଓହ୍ଲାଇ ପୁଣି ତାର ତଣ୍ଟି କୁ ଚିପି ମାରିଦେଲେ। ଦୁହେଁ ରାତିରେ ଘରକୁ ଆସିଲେ। ସେ ପର୍ଯ୍ୟନ୍ତ ସାଗର ଗାଢ଼ ନିଦରେ ଶୋଇଥାଏ। ସେ ଦୁହେଁ ମଧ୍ୟ ଚୁପ୍ ଚାପ୍ ଶୋଇଗଲେ।
ସକାଳେ ତିନି ଜଣ ଉଠି ମୁମ୍ବାଇ ଯିବା ପାଇଁ ବାହାରିଲେ। ରାସ୍ତାରେ ସେମାନେ ମିନୁ ର ଶବ କୁ ଦେଖିଲେ । କିନ୍ତୁ କିଛି ନ ଜାଣିଲା ପରି ସାଗର କୁ ପ୍ରଶ୍ନ କରିଲେ। ଆରେ ଆମେ ଏହି ଝିଅ କୁ ହିଁ ସେଦିନ ନାମ ପଚାରୁଥିଲେ ନା? ସାଗର ମନରେ ଅଳ୍ପ ପ୍ରଶ୍ନ ଉଙ୍କି ମାରିଲା ମାତ୍ର ସେ ଭାବିଲା ରାତିରେ ତ ଆମେ ସମସ୍ତେ ମଦ ପିଇ ଶୋଇଥିଲୁ। ତେବେ କିଏ କାହିଁକି ଯିବ ଏତିକି ଭାବି କାଳେ ବିଳମ୍ୱ ହୋଇଯିବ ଭାବି ସେମାନେ ସେହି ସ୍ଥାନରୁ ବାହାରିଗଲେ ମୁମ୍ବାଇ ପାଇଁ।
କିଛି ଦିନ ପରେ କଥାରେ କଥାରେ ତାର ସାଙ୍ଗମାନେ ସାଗର କୁ ମିନୁ ଦିଦି ର ବଳାତ୍କାର ଏବଂ ହତ୍ୟା ବିଷୟରେ କହିଲା। ସାଗର ନିଜକୁ ଦୋଷୀ ମନେ କଲା ଏବଂ ନିଜ ବାପା କୁ ମଧ୍ୟ ଏହି ଘଟଣା ବିଷୟରେ କହିଥିଲା ମାତ୍ର ସେ 🤫ଚୁପ୍ ରହିବାକୁ ନିଜ ପୁଅ କୁ ଆଦେଶ ଦେଲେ। ଏବଂ ସେ ଘଟଣା ଟି ଯେମିତି ଶାନ୍ତ ପଡ଼ିଗଲା )
……
ଏବଂ ସେଦିନ ଠାରୁ ମିନୁ ଦିଦି ର 💀ଅତୃପ୍ତ ଆତ୍ମା ସେହି ବରଗଛ ରେ ରହିଗଲା ଏବଂ ସେ ସେହି ଦୁଇ ସାଙ୍ଗ କୁ ଖୋଜି ବୁଲୁଥାଏ। ମିନୁ ର ଆତ୍ମା ଥରେ ସାଗର କୁ ରାକେଶ ସହିତ ଯିବା 🏍️ବେଳେ ଦେଖିଥିଲା କିନ୍ତୁ ତାର ଆତ୍ମା ର ଶକ୍ତି କେବଳ 🌃ରାତିରେ ହିଁ ଅଧିକ ଥାଏ ସେଥିପାଇଁ ସେ ସାଗର କୁ ନିଜର ବର୍ଷିଭୂତ କରି ପାରି ନଥିଲା । କିନ୍ତୁ ଆଜି ରାତିରେ ରାକେଶ କୁ ନିଜର ବର୍ଶିଭୂତ କରିବାରେ ସେ ସଫଳ ହେଲା ଏବଂ ତା ଦ୍ଵାରା ତାର ପୁରୁଣା ପ୍ରତିଶୋଧ ନେବା ପାଇଁ ସେ ରାକେଶ ର ଦେହର ଆଶ୍ରୟ ନେଲା।
ଏତିକି କହୁ କହୁ ପୁଣି ରାକେଶ ଦେହରୁ ମିନୁ ପାଟି କରି କହିଲା ତୋର ଯଦି କାହାଣୀ କହିବା ସରି ଯାଇଥିବ ତେବେ ମୋର ଦୋଷୀ ମାନଙ୍କୁ ଶୀଘ୍ର ଡକେଇ ଆଣେ, ନହେଲେ ଏହି ଗାଁ ର ଗୋଟିଏ ଗୋଟିଏ ଲୋକ ର ଜୀବନ ନେବି। ସାମଲ ବାବା ହାତ ଯୋଡ଼ି କହିଲା ଏଥିରେ ମୋ ପୁଅ ର କିଛି ଦୋଷ ନାହିଁ। ରାକେଶ ଦେହରୁ ରୁ ମିନୁ କହି ଉଠିଲା ଯେ ତୁ ଆଉ ତୋ ପୁଅ ମଧ୍ୟ ମୋ ଘଟଣା କୁ ଲୁଚେଇ ରଖିଥିଲ ତେବେ ତୁମ ମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳିବା ଦରକାର। କିନ୍ତୁ ମୋତେ ସେ ଦୁଇ ଜଣ ପ୍ରଥମେ ଦରକାର !!!
କାର୍ତ୍ତିକ ସଙ୍ଗେ ସଙ୍ଗେ ପୋଲିସ୍ କୁ ଫୋନ୍ କରି ଘଟଣା ସ୍ଥଳ କୁ ଡାକିଲା । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯାହା ଶୁଣିଲା ତାହା ଶୁଣି ପୋଲିସ୍ ମଧ୍ୟ ଆଶ୍ଚର୍ୟ୍ଯ ହୋଇଗଲେ । ପୋଲିସ୍ ମିନୁ ଦିଦି କୁ ପ୍ରତିଶ୍ରୁତି ଦେଇ କହିଲେ ଯେ ଆମେ ସେ ଦୁଇ ଜଣ କୁ ନିଶ୍ଚୟ ଗିରଫ କରି ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବୁ ଏବଂ ପୋଲିସ ସାମଲ ବାବୁ କୁ ଗିରଫ କରି ମୁମ୍ବାଇ ପୋଲିସ୍ କୁ ସାଗର ଏବଂ ତାର ଦୁଇ ସାଙ୍ଗ ବିଷୟରେ ଖବର ଦେଲେ। ମୁମ୍ବାଇ ପୋଲିସ ମଧ୍ୟ ଏହି ଘଟଣା ର ତଦନ୍ତ ଆରମ୍ଭ କରି ସାଗର ସହିତ ଦୁଇ ସାଙ୍ଗ କୁ ଗିରଫ କରି ଆଣିଲା।
ସକାଳ ୬ ଟା ରେ ରାକେଶ ବେହୋସ୍ ହୋଇ ପଡ଼ିଲା । ତାକୁ ତାର ସାଙ୍ଗ ମାନେ ଏବଂ କିଛି ଗାଁ ଲୋକ ଆସି ତାକୁ ଘରକୁ ନେଇଗଲେ । ପାଣି ଛିଟା ମାରିବା ପରେ ତାର ଚେତା ଫେରିଲା। କିନ୍ତୁ ସେ ଚୁପ୍ ଥିଲା । ଏମିତି ଲାଗୁଥିଲା ଯେ ତା ଦେହରେ ମିନୁ ଦିଦି ଏବେ ପର୍ଯ୍ୟନ୍ତ ଅଛି। ସେଦିନ ସନ୍ଧ୍ୟା ୫ଟା ରେ ପୋଲିସ ସାଗର ଆଉ ତାର ଦୁଇ ସାଙ୍ଗ କୁ ପୋଲିସ୍ ଷ୍ଟେସନ କୁ ଆଣିଲା। ସେଠୀ ସେମାନେ ଭୁଲ କରିଥିବା ସବୁ ସତ କଥା ମାନିଲେ। ତାଙ୍କୁ କୋର୍ଟ ଚାଲାଣ କରାଗଲା। କୋର୍ଟ ଆଦେଶ ଦେଲା ଯେ ସାଗର ଏବଂ ସାମଲ ବାବା କୁ ୧୦ ବର୍ଷ କାରାବାସ ସହିତ ଜରିମାନା ଦେବାକୁ ପଡ଼ିବ ଏବଂ ସେ ଦୁଇ ଜଣଙ୍କୁ ଆଗାମୀ ମାସରେ ତାରିଖ ଧାର୍ଯ୍ୟ କରି ଫାଶୀ ଦିଆଯିବ।
ଏତିକି କଥା ରାକେଶ କାନରେ ପଡ଼ିବା ପରେ ସତେ ଯେମିତି ତାର ଦେହରେ ଉତ୍ତମ ପରିବର୍ତ୍ତନ ଆସିଲା। ଲାଗିଲା ଯେମିତି ରାକେଶ ଦେହରୁ ମିନୁ ଦିଦି ଛାଡ଼ି ଚାଲିଗଲା।
ସେଦିନ ଠାରୁ ସେହି ରାସ୍ତାରେ ରାତି ୮ ଟା ପରେ ଯାତାୟାତ ବନ୍ଦ ରହିଛି । ଆଶା ଅଛି ଯେ ସେ ଦୁଇ ଜଣଙ୍କୁ ଯେଉଁ ଦିନ ମୃତ୍ୟୁ ଦଣ୍ଡ ଦିଆଯିବ ସେଦିନ ମିନୁ ଦିଦି ର ଆତ୍ମା କୁ ଶାନ୍ତି ମିଳିବ। ତେବେ ଚାରି ଜଣ ଅପରାଧୀ ଏବେ ଜେଲ ରେ ଅଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମିନୁ ଦିଦି ନ୍ୟାୟ ପାଇବା ଆଶାରେ ସେ ଖୁଣ୍ଟା ବରଗଛ ରେ ଅତୃପ୍ତ ଆତ୍ମା ରୂପରେ ଏବେ ପର୍ଯ୍ୟନ୍ତ ଆଶ୍ରୟ ନେଇ ରହିଛି ।
ରାକେଶ ପୁଣି ଥରେ ପୋଲିସ୍ କୁ ଗତ ରାତିର ସ୍ବପ୍ନ ବିଷୟରେ କହିଲା ଯେ ମୋ ସ୍ବପ୍ନ ରେ ମିନୁ ଦିଦି ପୁଣି ଥରେ ଆସି କହିଲା ଯେ, ଯଦିଓ ସେ ଦୁଇ ଜଣଙ୍କୁ ମୃତ୍ୟୁ ଦଣ୍ଡ ନ ମିଳେ ତେବେ ମୁଁ ପୁଣି ଆସିବି…….
ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ………
