ଆମ ବିଲ୍ଡିଙ୍ଗ ର ଆମ୍ବ ଗଛ….

ଦୁନିଆରେ ବିଭିନ୍ନ ପ୍ରକାର ର ଲୋକ ଦେଖିବାକୁ ପାଇବେ । ତେବେ କିଛି ମାସ ତଳ ର କଥା। ଏମିତି କଥା କହିବା ଠିକ୍ ନୁହଁ । କିନ୍ତୁ ଆଜି ଫ୍ରି ବସିଛି ତ ସେ ଆମ୍ବ ଗଛ କୁ ଦେଖି ମନେ ପଡ଼ିଗଲା ସେଦିନ କଣ ହୋଇଥିବ ଏ ଆମ୍ବ ଗଛ ସହିତ । ଏହି ଗଛ କଥା ଭାବିଲେ ବହୁତ୍ ଦୁଃଖ ଲାଗେ ଏବଂ କାରଣ କିଛି ଲୋକଙ୍କ ର ଖରାପ ପ୍ରଭାବ ଯୋଗୁ ସେ ଗଛ ମଧ୍ୟ ଦୁଃଖୀ ହୋଇ ଯାଇଥିବ ବୋଲି ମୁଁ ଅନୁଭବ କରି ପାରୁଛି । 

ତେବେ ଚାଲନ୍ତୁ ପଢ଼ିବା ଅସଲ କାହାଣୀ ଟି କଣ?

କଥା ରେ ଅଛି ” ଗଛ ଲଗାଏ କିଏ, ଆଉ ଫଳ ଖାଏ କିଏ” ।  ଠିକ୍ ସେହିଭଳି ମୋ ବିଲ୍ଡିଁ ର ର ଆଗରେ ମାନେ ମୋ ରୁମ୍ ର ବାମ ପାଖରେ ଗୋଟିଏ ଆମ୍ବ ଗଛ ଅଛି । ସେ ଆମ୍ବ ଗଛ ର ଶାଖା ମୋ ଝରକା ଆଉ ଛାତ କୁ ଲାଗିଛି । ଏମିତି ରେ ଆମ୍ବ ଖାଇବାକୁ ପୁରା ବିଲ୍ଡିଂ ର ଇଚ୍ଛା । ଆମ ଵିଲ୍ଡିଂ ରେ ଚାରୋଟି ପରିବାର। ଆମ ଘର ଆଗରେ ଗୋଟିଏ ପାଇପ ଲାଇନ୍ ପାଣି ଫାଟି ଯାଇଛି ଯାହା ଫଳରେ ସେଠୁ ପ୍ରତିଦିନ ପାଣି ବାହାରି ଆସେ। ଯାହା ଘର ଆଗରେ ଆମ୍ବ ଗଛ ଅଛି ସେ ଘର ର ସ୍ତ୍ରୀ ଲୋକ ଟି କଣ କରେ କି ପ୍ରତିଦିନ ସେ ପାଣି କୁ ନେଇ ସେ ୧୫ ରୁ ୨୦ ବର୍ଷ ବୟସ ର ଆମ୍ବ ଗଛ ତଳେ ଗୋଟିଏ କିମ୍ବା ଦୁଇଟି ବାଲଟି ପାଣି ଢାଳି ଦିଏ। ବୋଧ ହୁଏ ସେ ଭାବେ ମୁଁ ପାଣି ଦେଉଛି, ମାନେ ସେ ଆମ୍ବ ଗଛ ର ଫଳ କେବଳ ମୁଁ ହିଁ ଖାଇବି। ପୁରୁଣା ଗଛ ଏମିତି ରେ ତାକୁ ପାଣି ର ଆବଶ୍ୟକତା ପଡେ ନାହିଁ । ହଁ ତାହା ଗୋଟିଏ ଇଚ୍ଛା ବୋଲି କୁହା ଯାଇ ପାରିବ। 

ସେ ଗଛରେ ଭଲ ଆମ୍ବ ଆସେ । ଆମ୍ବ ବଉଳ ଆସିଲେ ସମସ୍ତ ଙ୍କ ମନରେ ଗୋଟିଏ ଇଚ୍ଛା ଜାଗ୍ରତ ହୁଏ ଯେ। ଏ ବର୍ଷ ଭଲ ଆମ୍ବ ଖାଇବାକୁ ମିଳିବ । ଗଛ ସାରା ଆମ୍ବ ବଉଳ ରେ ଭର୍ତ୍ତି।  ସମୟ କ୍ରମେ ବଉଳ ରୁ ଆମ୍ବ କଷି ଆଉ ଫଳ ଫଳିବାକୁ ଲାଗିଲା । ଏବଂ ଗୋଟିଏ ଗୋଟିଏ ଫଳ ପ୍ରାୟ ୧୦୦ ଗ୍ରାମ ରୁ ଅଧିକ ହୋଇଗଲା। 

ଏପ୍ରିଲ ମାସ 2023 ପ୍ରଥମ ସପ୍ତାହ ରେ ମୁଁ ମୋ ପରିବାର କୁ ନେଇ ଚେନ୍ନାଇ ରୁ ଗାଁ କୁ ଯିବାକୁ ବାହାରିଲି। କାରଣ ଗାଁ ରେ ଦଣ୍ଡ ଯାତ୍ରା ଅଛି। ଏମିତି ରେ ଦଣ୍ଡ ଯାତ୍ରା ସମୟରେ ମୁଁ ପ୍ରତି ବର୍ଷ ଛୁଟି ଆସେ । ମୁଁ ଭାବିଲି ମୁଁ ଗାଁ କୁ ତ ଯିବି ଆସିଲା ବେଳକୁ ଆଉ ଖାଇବାକୁ ମିଳିବ ନାହିଁ । କାରଣ ଗତ ବର୍ଷ ମଧ୍ୟ ଠିକ୍ ସେମିତି ହୋଇଥିଲା । ଗତ ବର୍ଷ ମୁଁ ଛୁଟି ରୁ ଆସିଲା ବେଳକୁ କେବଳ କେତେ ଆମ୍ବ କଷି ହିଁ ଥିଲା, ଆମ୍ବ ଗୋଟିଏ ମଧ୍ୟ ନଥିଲା । ସେଥିପାଇଁ ଭାବିଲି କିଛି ଆମ୍ବ ନେଇକି ଯିବି । ମୁଁ ମୋ ଛାତକୁ ଲାଗିଥିବା ୫ରୁ ୭ ଟି ଆମ୍ବ ତୋଳି ଆଣି ଛୁଟି ଆସିଲି। ଭାବିଲୁ ରାସ୍ତାରେ ଖାଇବୁ ଆଉ ବାକି ଯଦି ପାଚିବ ତେବେ ମଧ୍ୟ ଖାଇବୁ।  କିନ୍ତୁ ସବୁ ଆମ୍ବ କଞ୍ଚାରେ ହିଁ ଖାଇ ଦେଲୁ।  ଅଧିକ ଆଣିବା ପାଇଁ ଇଚ୍ଛା ମଧ୍ୟ ନଥାଏ।

 ମୋର ସାମ୍ନା  ଘର ବାଲା ମୋ ଛୁଟି ଯିବା ଦେଖି ସେଦିନ ସନ୍ଧ୍ୟାରେ ସେ ମଧ୍ୟ କିଛି ଆମ୍ବ ତୋଳି ଦେଲା । ଆମ୍ବ ପୁରା ପୁରୀ ପାଚି ନଥିଲା କିନ୍ତୁ କଞ୍ଚା ଆମ୍ବ ମଧ୍ୟ ମିଠା ଲାଗୁଥାଏ।  ଆମ ଦୁଇ ଜଣ ତୋଳିବା ଦେଖି ଯାହା ଘର ସାମ୍ନାରେ ଆମ୍ବ ଗଛ ଅଛି ସେ ମଧ୍ୟ କିଛି ତୋଳି ଦେଲା। ତଥାପି ଆମ୍ବ ସରି ନାହିଁ । ମୁଁ ଉପର ରୁମ୍ ରେ ରହେ । ମୋର ତଳେ ରହୁଥିବା ରୁମ୍ ବାଲା ସେ ବାହାରକୁ ଯାଇ ଥାଏ । ସେ ସେଦିନ ସଂଧ୍ୟା ରେ ପହଞ୍ଚେ।  

ତା ପର ଦିନ । ଯାହା ଘର ଆଗରେ ଆମ୍ବ ଗଛ ଅଛି ଏବଂ ମୋ ରୁମ୍ ର ତଳ ବାଲା ଏବଂ ଆମ ପାଖ ବିଲଡିଂ ର ଆଉ ଜଣେ ରୁମ୍ ବାଲା । ଏହି ତିନି ଜଣ ଗୋଟିଏ ରାଜ୍ୟର। ସେମାନେ ବହୁତ୍ କ୍ଲୋଜ ଏବଂ ମିଶି କଥା ହୁଅନ୍ତି ଏବଂ ତଳେ ବସି ଖଟି କରନ୍ତି। ସେମାନେ ସେଦିନ କଣ କଥା ହେଲେ କେଜାଣି । ତିନି ଜଣ ଯାକ ସ୍ତ୍ରୀ ରାଗରେ ଗୋଟିଏ ଲମ୍ବା ଲମ୍ବା ଲାଠି ଆଣି ଗଛ ସାରା ସବୁ ଆମ୍ବ, ଆମ୍ବ କଷି ଏବଂ ଆମ୍ବ ବଉଳ କୁ ରାଗରେ ପିଟି ଝଡେ଼ଇ ବାକୁ ଲାଗିଲେ । ସେ ତିନି ଜଣ ରାଗରେ କଣ କଣ କଣ କହି ଯାଉଥିଲେ ଏବଂ ଠିକ୍ ଅଧ ଘଣ୍ଟାରେ ପୁରା ଗଛ କୁ ସଫା କରିଦେଲେ । ମାନେ ଗୋଟିଏ ଆମ୍ବ, ନା ଆମ୍ବ କଷି ନା ଆମ୍ବ ବଉଳ ରହିଲା। ସବୁ ଝଡେଇ ଦେଲେ । 

ହେଲେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି । ଯଦି ଆମ୍ବ ଗଛ ଟିଏ ଲାଗିଛି ଫଳ ସମସ୍ତେ ଖାଇବେ ନା ?? ଯଦି ସମସ୍ତେ ଅଳ୍ପ ଅଳ୍ପ ଆମ୍ବ ନେଲେ ତଥାପି ସେ ଗଛ ରେ ୨୦୦-୩୦୦ ଏବଂ ତା ଠାରୁ ଅଧିକ ଆମ୍ବ ବାକି ଥିଲା । ମାତ୍ର ସେମାନଙ୍କ ଖରାପ ଚିନ୍ତାଧାରା ଏତେ ଉଗ୍ର ରୂପ ନେଲା ଯେ ତିନି ଜଣ ମିଶି ସବୁ ତକ ଆମ୍ବ ଝଡ଼େଇ ଦେଲେ । 

Advertisements

ମୋ ସାମ୍ନା ରୁମ୍ ବାଲା ମୋତେ କଲ୍ କରି ସବୁ କଥା କହିଲା । ଯେ ତିନି ଜଣ ଯାକ ସ୍ତ୍ରୀ ମିଶି ଏମିତି କରିଲେ।  ମୋତେ ଶୁଣି ରାଗ ହେଲା କିନ୍ତୁ କଣ କହିବି।  ଯଦି ଆମ୍ବ ଖାଇବାକୁ ଇଚ୍ଛା ଥିଲା ତେବେ ଆଉ କିଛି ଦିନ ରହି ଯାଇ ଥାନ୍ତ।  ଆମ୍ବ ପାଚି ଯାଇଥାନ୍ତା।  ଆରାମ ରେ ଖାଇ ଥାନ୍ତ । କିନ୍ତୁ ସେମାନଙ୍କ ଚିନ୍ତା ଧାରା ଏତେ ଖରାପ ହୋଇଗଲା ଯେ ସବୁ ତକ ଝଡେଇ ଦେଲେ । ହଁ ଯଦି ଆମ୍ବ ଖାଇବାର ଥିଲା କେବଳ ସବୁ ତକ ଆମ୍ବ ତୋଳି ଦେଇ ଥାନ୍ତ । କିନ୍ତୁ ସବୁତକ ଝଡେଇ ଦେଇ ସେମାନେ ଏହା ସାବ୍ୟସ୍ତ କରିଲେ ଯେ ନା ଆମେ ଖାଇବୁ ନା ଆଉ କାହାକୁ ଖାଇବାକୁ ଦେବୁ । କେତେ ଖରାପ ଚିନ୍ତାଧାରା ସେମାନଙ୍କ ର । 

ପରେ ମୋ ସାମ୍ନା ରୁମ୍ ବାଲା କହିଲା ଯେ କିଛି ଆମ୍ବ ରଖିଲେ ଆଉ ଛୋଟ ଛୋଟ ଆମ୍ବ ହାରାହାରି ୧୦୦୦ ରୁ ଅଧିକ ଥିଲା ସବୁତକ କଚରା ଗାଡ଼ି ରେ ଫୋପାଡି ଦେଲେ ।

ଏଠି ମୁଁ ଭାବିଲି। ବୋଧ ହୁଏ ମୁଁ ୭ ଟି ଆମ୍ବ ତୋଳି ଭୁଲ କରି ଦେଲି ବୋଧେ । କିନ୍ତୁ ସେମାନେ ଏଇଟା ଜାଣିବା କଥା ଯେ ବାକି ବଞ୍ଚି ଯାଇଥିବା ସବୁ ଆମ୍ବ ସେମାନେ ହିଁ ଖାଇଥାନ୍ତେ। 

ସେଥିପାଇଁ ରାଗରେ ନିଆ ଯାଉଥିବା ନିର୍ଣ୍ଣୟ ବହୁତ୍ ଖରାପ ପରିଣାମ ହୋଇ ଥାଏ।  

ମୁଁ ଛୁଟି ରୁ ଆସିଲି । ଗଛ କୁ ଦେଖି ଭାରି ଦୁଃଖ ଲାଗିଲା । ଏମିତି ରେ ମୋର ଆମ୍ବ ପ୍ରତି ଏତେ ଲୋଭ ନାହିଁ ଏବଂ ଆମ ଘର ଲୋକେ ଆମ୍ବ ବହୁତ୍ କମ୍ ଖାଆନ୍ତି କିନ୍ତୁ ସେମାନଙ୍କ କୃତ୍ୟ କୁ ଆଜି ମଧ୍ୟ ଭାବି ରାଗ ମଧ୍ୟ ଲାଗୁଛି ଏବଂ ହସ ମଧ୍ୟ ଲାଗୁଛି । ସତରେ ଏମିତି ମଧ୍ୟ ଲୋକ ଏହି ଦୁନିଆରେ ଅଛନ୍ତି । 

ସତରେ ସମୟ ର ବିଡମ୍ବନା ଦେଖନ୍ତୁ ଏବଂ ମଜା କଥା ଟିଏ ମଧ୍ୟ ଯେ ଯେଉଁ ଆମ୍ବ ଗଛ ର ଆମ୍ବ ପାଇଁ  ସେମାନଙ୍କ ଏମିତି କାର୍ଯ୍ୟ କରିଥିଲେ । ଆଜି ଆମ ବିଲ୍ଡିଂ ର ସେହି ଦୁଇ ଜଣ ହିଁ ନାହାନ୍ତି । ଆଉ କୋଉ ସହର କୁ Transfer ହୋଇ ଗଲେଣି ।

ତେବେ କିଛି ଦିନ ତଳ ର ଏହି କାହାଣୀ ଟି ଆପଣଙ୍କୁ କେମିତି ଲାଗିଲା । କମେଣ୍ଟ କରିବାକୁ ଭୁଲିବେ ନାହିଁ। 

ଧନ୍ୟବାଦ। 

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

2 thoughts on “ଆମ ବିଲ୍ଡିଙ୍ଗ ର ଆମ୍ବ ଗଛ….”

  1. ଏଠି ସବୁ କ୍ଷଣ ସ୍ଥାୟି, ମୋର ବୋଲି ଯାହା କହୁ ସେ ଦିନେ ପର ହୋଇ ଯିବ ଖାଲି କର୍ମ ଫଳ ହିଁ ସାଥିରେ ଯିବ ।ତେଣୁ ଉଚିତ କର୍ମ କରିବା ଦରକାର।

Leave a Reply

Your email address will not be published. Required fields are marked *