All posts by Bhuyansblog(Admin)

Digital Creator and professional Writer

Dear Darling

ଲୁହ କୁ ଲୁଚେଇ ହସିବି କେମିତି ହସ କୁ ଲୁଚେଇ ବଞ୍ଚିବି କେମିତି,
ପ୍ରେମ ବଦଳରେ ପ୍ରେମ ମାଗିବି କେମିତି ଭାଙ୍ଗି ଗଲା ହୃଦୟକୁ ମୁ ଯୋଡ଼ିବି କେମିତି ।।

ବଡ଼ ଅଜବ ଏ ଜୀବନ ଜଞ୍ଜାଳ କିଛି ସତ କିଛି ମିଛ,
କେବେ ସିନ୍ଦୁର ପିନ୍ଧାଇ ସଧବା ସଜାଏ କେବେ ଭାଙ୍ଗିଦିଏ ପାଣିକାଚ॥
ଦୁନିଆ ଆଗରେ ହସିବାକୁ ହୁଏ ଛାତି ତଳେ ରଖି କୋହ,
ମନର କଥାକୁ କା ଆଗେ କହିବି କେହିବି ନିଜର ନୁହଁ ॥

ବଞ୍ଚି ରହିଥାଉ ଜୀବନ ସଂଗ୍ରାମ ଜାରି ରହୁ ଅଭିନୟ,
ବଞ୍ଚିଥ‌ିବା ଯାଏଁ ଖୁସି ବାଣ୍ଟୁଥିବି କାହିଁ ବା ହେବି ଅଥୟ ।।

Your Love

Jitendra Swain

କାକର…



ପାହାନ୍ତି ଶୀତୁଆ ଜଳ କଣିକା ର ସ୍ପର୍ଶ
କୁହୁଡିରେ ତା ମୁଖ ମଣ୍ଡଳ ଧୂସର
କିମିଆ କରୁଛି ତା ନିଆରା ହସ
ମୁହୂର୍ତ୍ତକେ ପାଇଁ ଭାବେ ଯେ
ରାଜା ମୁଁ ଲବଙ୍ଗ ଦ୍ଵିପର …।

ଏ ଭାବନା ବି ଟିକେ ଅଲଗା ପ୍ରକାର
କୁହୁଡି ର ରୂପେଲି ଚାଦର
ପ୍ରଭାତ ଫେରେ ନେଇ ଦିବାକର
କ୍ଷେତରେ ଧାନ ଲହରୀର ସୌନ୍ଦର୍ଯ୍ୟ
ସତରେ ମନ ଲୋଭା,
ଯେମିତି ଫସଲ ସୁନାର
ଏ ଲୋଭନୀୟ ଚିତ୍ରପଟ୍ଟ ପ୍ରକୃତିର…..।

ସରିତା ସ୍ୱାଇଁ
ଶଙ୍କୁରୁ, ଗଞ୍ଜାମ ।।