All posts by Bhuyansblog(Admin)

Digital Creator and professional Writer

Bye Bye 2025

ଦେଖୁ ଦେଖୁ ବର୍ଷ ଟି ସରି ଆସିଲା ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା.

ଏ ବର୍ଷ କାହା ଜୀବନରେ ଖୁସି ଭରିଦେଲା ତ ଆଉ କାହା ଜୀବନରେ ଦୁଃଖ.
କାହା ମୁଁହରେ ହସ ଦେଲା ତ ପୁଣି ଆଉ କାହା ଆଖିରେ ଲୁହ…. 💫🥀

ସେଇ ମାନଙ୍କ ମଧ୍ୟରୁ ମୁଁ ଜଣେ କହିବାକୁ ଗଲେ ଏ ବର୍ଷ ମୋର ବହୁତ ଖରାପ ରେ କଟିଲା…

ଏ ବର୍ଷ ମୋ ମୁଖରେ ହସ ଠାରୁ ଅଧିକା ମୋ ଆଖିରେ ଦୁଃଖର ନଦୀ ବହି ଯାଇଛି…

ଏ ବର୍ଷ ଅଜଣା ଲୋକ ତ ଆପଣାର ହୋଇଗଲେ କିନ୍ତୁ ନିଜର ଲୋକ ପର ହୋଇଗଲେ..।

ଜାଣିନି କେଉଁଠି କଣ ଭୁଲ କରିଦେଇଛି ନିଜ ଲୋକ ମାନଙ୍କୁ ଆପଣାର କରିବାରେ,,,

ସମସ୍ତଙ୍କ ଏତେ ପାଖରେ ଥାଇ  ମଧ୍ୟ ଲାଗୁଛି ଯେମିତି ବହୁତ ଦୂରରେ ଅଛି କିନ୍ତୁ ଏତେ ସବୁ ପରେ ବି ମୁଁ ଯଦି କାହାକୁ କଷ୍ଟ ଦେଇଥିବି ଦୟାକରି କ୍ଷମା କରିଦେବେ…

ଭଗବାନଙ୍କ ନିକଟରେ ମୋର ଏତିକି ପ୍ରାଥନା ଯେ ଆଗାମୀ ନୂତନ ବର୍ଷରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ…

       ॥ ଜୟ ଜଗନ୍ନାଥ  ॥

ଜିତେନ୍ଦ୍ର ସ୍ୱାଇଁ,

ସୋଲଣ୍ଡି, ଗଞ୍ଜାମ ।।

ପ୍ରେମ…

ସତରେ କେତେ ଅଜବ ସେ ପ୍ରେମ…
ଜଣେ ସବୁ କିଛି ସହି ମଧ୍ୟ ପ୍ରେମକୁ ପାଉନି ତ…
ଆଉ ଜଣେ ଛଳନା କରି ମଧ୍ୟ ପ୍ରେମକୁ ପାଇଯାଉଛି ।

କାହା ଅପେକ୍ଷ୍ୟା ରେ ରାତି କଟି ଯାଉଛି ତ…
ଆଉ କିଏ ପ୍ରେମକୁ ପାଇ ମଧ୍ୟ ଖୁସିରେ ନାହିଁ ।

କିଏ ପ୍ରେମ ପାଇଁ ସବୁ କିଛି ଛାଡି ଦେଉଛି ତ…
ଆଉ କିଏ ସବୁ କିଛି ଛାଡ଼ିଲା ପରେ ବି ପ୍ରେମକୁ ପାଉନି। 
             
କିଏ ପ୍ରେମ ପାଇଁ ଟଙ୍କା ଅର୍ଜନ କରୁଛି ତ…
ଆଉ କିଏ ଟଙ୍କା ପାଇଁ ଧୋକା ଦେଉଛି ।

କିଏ ପ୍ରେମକୁ ପାଇ ହସୁଛି ତ…
କିଏ ପୁଣି ପ୍ରେମ ପାଇଁ କାନ୍ଦୁଛି।
            
କିଏ ପ୍ରେମକୁ ନିଜ ଆଖିରେ ଦେଖୁଛି ତ…
ପୁଣି କିଏ ପ୍ରେମକୁ କାହାଣୀ କରି ନିଜ ଡ଼ାୟେରୀ
କବିତା ର ରୂପ ଦେଉଛି।

ସତରେ ବିଚିତ୍ର ଏବଂ ଅନେକ ରୂପ, ରଙ୍ଗ ଏହି ପ୍ରେମର…
                                                 

                     ଜିତେନ୍ଦ୍ର ସ୍ଵାଇଁ
          ॥ ସୋଲଣ୍ଡି, ଗଞ୍ଜାମ ॥