Tag Archives: #sarita swain kabita

କାକର…



ପାହାନ୍ତି ଶୀତୁଆ ଜଳ କଣିକା ର ସ୍ପର୍ଶ
କୁହୁଡିରେ ତା ମୁଖ ମଣ୍ଡଳ ଧୂସର
କିମିଆ କରୁଛି ତା ନିଆରା ହସ
ମୁହୂର୍ତ୍ତକେ ପାଇଁ ଭାବେ ଯେ
ରାଜା ମୁଁ ଲବଙ୍ଗ ଦ୍ଵିପର …।

ଏ ଭାବନା ବି ଟିକେ ଅଲଗା ପ୍ରକାର
କୁହୁଡି ର ରୂପେଲି ଚାଦର
ପ୍ରଭାତ ଫେରେ ନେଇ ଦିବାକର
କ୍ଷେତରେ ଧାନ ଲହରୀର ସୌନ୍ଦର୍ଯ୍ୟ
ସତରେ ମନ ଲୋଭା,
ଯେମିତି ଫସଲ ସୁନାର
ଏ ଲୋଭନୀୟ ଚିତ୍ରପଟ୍ଟ ପ୍ରକୃତିର…..।

ସରିତା ସ୍ୱାଇଁ
ଶଙ୍କୁରୁ, ଗଞ୍ଜାମ ।।