Love Promise
ଆଜି ପ୍ରୀତି ର ଫୋନ୍ ଆସିଥିଲା । କହିଲା ମୁଁ ଆସନ୍ତା କାଲି ବ୍ରହ୍ମପୁର ରେ ପହଞ୍ଚିବି । ମୋତେ ପିକ୍ ଅପ୍ କରିବାକୁ ଆସିବ ନା ? ବିଚରା ସୁଶାନ୍ତ କେମିତି ଅବା ମନା କରିଥାନ୍ତା। କାରଣ ଗୋଟିଏ ବର୍ଷ ପରେ ପ୍ରଥମ ଥର ପାଇଁ ପ୍ରୀତି ତାକୁ ପିକ ଅପ୍ କରିବାକୁ ଅନୁରୋଧ କହିଛି। ଏତିକି କହୁ କହୁ ସୁଶାନ୍ତ କେତେ କଣ ଭାବି ଦେଲା ଏବଂ ସୁଶାନ୍ତ ଛଟ ପଟ ହେଉଥାଏ, ମୁଁ ପ୍ରୀତି କୁ କଣ ଦେଇ ସ୍ଵାଗତ ଜଣେଇବି ଏବଂ ଗୋପାଳପୁର ବୁଲିବା ପାଇଁ ସେ ମନ ବନେଇଛି ତାହା ପୁଣି ପ୍ରୀତି କୁ ନେଇ । ତା ମନରେ କେତେ ଯେ ପ୍ରଶ୍ନ ଉଙ୍କି ମାରୁଥାଏ। ହଠାତ୍ ମନେ ପଡ଼ିଲା, ହେଇ ସେ ତ ରିତା ପାଖରେ ଗୋଟିଏ ରାତି ରହିକି ଯିବ ବୋଲି କହୁଥିଲା । ରିତା, ସୁଶାନ୍ତ ର ଭଉଣୀ, ମାନେ ତାର ଦାଦା ଙ୍କ ଝିଅ । ରିତା, ପ୍ରୀତି ଆଉ ସୁଶାନ୍ତ ସେମ୍ କ୍ଲାସମେଟ୍ । ଭାଇ ଭଉଣୀ ରହିଗଲେ ବ୍ରହ୍ମପୁର ରେ ପିଜି କରିବା ପାଇଁ ଆଉ ପ୍ରୀତି ଚାଲିଗଲା MCA କରିବାକୁ ଭୁବନେଶ୍ୱର। ଏବେ ଦଶହରା ପୁଣି କୁମାର ପୂର୍ଣ୍ଣିମା ଛୁଟି ପାଇଁ ସେ ଘରକୁ ଆସିବ।
ରିତା ର ଫୋନ୍ ବାଜି ଉଠିଲା। ହଁ ଭାଇ କହ ?? ଆରେ ତୁ ଜାଣିଛୁ ପ୍ରୀତି ଆସୁଛି। ରିତା କହିଲା, ହଁ ଜାଣିଛି, କଣ ହେଲା କି ? ସୁଶାନ୍ତ, ଜାଣିଛୁ ଯଦି ମୋତେ କାହିଁକି କହିନୁ। ରିତା କହିଲା, ସେ ଆସିଲା ପରେ ତତେ କହିବି ବୋଲି ଭାବିଥିଲି । ହଉ ଛାଡ଼, ପ୍ରୀତି କୁ ଏଇଥର ମନ କଥା ଟା କହି ଦେବୀ କି? ରିତା, ଆରେ ଭାଇ ତୁ ଏବେ ପର୍ଯ୍ୟନ୍ତ ତାକୁ ତୋ ମନରୁ ବାହାର କରିନୁ? ଭୁବନେଶ୍ୱର ଯିବା ପୂର୍ବରୁ ତୋତେ ସେ କଣ କହିଥିଲା, ଯେ ମୁଁ ତୁମକୁ ଭାଇ ଭଳି ସମ୍ମାନ ଦିଏ । ପୁଣି କହୁଛୁ ମନ କଥା କହିବୁ। ସୁଶାନ୍ତ, ହଁ ଯେ ଭାଇ ହେଲେ କଣ ହେଲା, ଭାଇ ମାନେ ସେ କଣ ମୋ ନିଜ ରକ୍ତର ଭଉଣୀ କି, ସେ ମୋ ସ୍ତ୍ରୀ ହୋଇ ପାରିବ ତ । ରିତା, ହେଇ ବେଶୀ ଗୁଡ ଆଉ ନ ଖାଇଲେ ଭଲ। ତୁ ପ୍ରଥମେ କୋଉଠି ଚାକିରି କରେ ତାପରେ ପ୍ରୀତି କଥା ଭାବିବୁ।
ଗତ ଗୋଟିଏ ବର୍ଷରେ ପ୍ରୀତି ମଧ୍ୟ ବହୁତ୍ ବଦଳି ଯାଇଛି। କାହିଁକି ନା ସେ ଆଗ ଭଳି ଆଉ କଲ୍ କିମ୍ବା ମେସେଜ ର ରିପ୍ଲାଇ ବହୁତ ଲେଟ ରେ ଦିଏ । ଆଗ ପ୍ରତି ମାସରେ କଲ୍ ଆସୁଥିଲା, ତାପରେ whatsapp ଆଉ ଏବେ କେବଳ Instagram ରେ ହିଁ ମେସେଜ ଆସେ। ସେ ଏବେ ସ୍ମାର୍ଟ ସିଟି ଝିଅ ନା । ତୋ ଭଳିଆ ପୁଅ କୁ ସେ କାହିଁକି ଅବା ପସନ୍ଦ କରିବ। ମୋତେ ଗୋଟିଏ କଥା କହ, ଗତ ଗୋଟିଏ ବର୍ଷ ଭିତରେ, ତୁ ତା ସହ କେତେ ଥର କଥା ହେଇଛୁ। ସୁଶାନ୍ତ କହିଲା, କେବେ ନାହିଁ, ଖାଲି Instagram ରେ ମେସେଜ କରେ । ଆରେ ମୋତେ ମଧ୍ୟ ସେମିତି। ଆଉ ତୁ ଦିବା ସ୍ବପ୍ନ ଦେଖେ ନାହିଁ। ତୁ ଫୋନ୍ ରଖେ ମୁଁ ଟିକେ ୱାଶ ରୁମ୍ ଯିବି। ସୁଶାନ୍ତ, ଆରେ ରହ ଟିକେ। କାଲି ସେ କେତେବେଳେ ଆସିବ ? ରିତା କହିଲା, ମୋତେ ମଧ୍ୟ କହିନି?? ବୋଧେ intercity ରେ ଆସିବ। ସୁଶାନ୍ତ, ମାନେ ୧୦ ଟା ପରେ ପହଞ୍ଚିବ । ଆଉ ଶୁଣ ସେ ମୋତେ କାଲି ପୀକ୍ ଅପ୍ କରିବାକୁ କହିଛି। ରିତା, ଆରେ ୱାହ୍, ବହୁତ୍ ଭଲ କଥା, ମୋର ସ୍କୁଟି ରେ ପେଟ୍ରୋଲ ବଞ୍ଚିଗଲା। ସୁଶାନ୍ତ, ଶୁଣ ନା, ମୁଁ ଚାହୁଁଛି ଯେ ସେ କାଲି ସଂଧ୍ୟା ପର୍ଯ୍ୟନ୍ତ ସେ ମୋ ସହିତ ମାନେ ଆମେ ଗୋପାଳ ପୁର ମିଶି କରି ଯିବୁ ବୋଲି ଭାବିଛି। ରିତା, ଗୋପାଳପୁର ମାନେ ମୁଁ ମଧ୍ୟ ଯିବି। ସୁଶାନ୍ତ, ଆରେ ଚଣ୍ଡୀ ତୋତେ ନ ନେଲେ ମୋ କାମ ହେବନି ମାତ୍ର ତୁ ମୋତେ ହେଲ୍ପ କରିବୁ , ତୁ ମଝିରେ ଡିଷ୍ଟର୍ବ କରିବୁ ନାହିଁ । ରୀତା କହିଲା ମୋତେ କଣ ମିଳିବ ? ସୁଶାନ୍ତ କହିଲା, ଯାହା ଖାଇବୁ, କୋଲ୍ଡ ଡ୍ରିଂକ୍ସ ପିଇବୁ ସବୁ ଦେବୀ ।
ରୀତା କହିଲା, ସେଇଟା ତୁ ନ ଦେଲେ ଆଉ କଣ ମୁଁ ଦେବୀ, ହଉ ଶୁଣ କାଲି ମୋର ସ୍କୂଟି ପେଟ୍ରୋଲ ଟାଙ୍କି ଫୁଲ ରହିବା ଦରକାର ଆଉ କେବଳ କାଲି ନୁହଁ ବୁଲାବୁଲି ସରିଲା ପରେ ମଧ୍ୟ ପୁଣି ଟାଙ୍କି ଫୁଲ୍ କରିକି ଦେବୁ। ସୁଶାନ୍ତ, ହେ ମା ତୁ ଯାହା କହିବୁ କରିବି । ଆଉ ଶୁଣ ନା, କାଲି ରାତିରେ ଆମେ ଟିକେ ଟିକେ ମଦ ପିଇବୁ ମାନେ ବିଅର ପିଇବୁ । ସୁଶାନ୍ତ, ଏ ଚଣ୍ଡୀ, ବିଅର ପିଆ ପିଇ ନାହିଁ । ପ୍ରୀତି ତ ପିଉନି ଆଉ ତୁ କେବେଠୁ ପିଇ ଲୁଣୀ, ରହ ଦାଦା ଙ୍କୁ କହୁଛି । ଆରେ ଭାଇ ସିରିଆସ ହେବା ଦରକାର ନାହିଁ । କୋଲ୍ଡ ଡ୍ରିଂକ୍ସ ଆଣି ଦେବୁ । ଆଉ ରାତି ପାଇଁ ଚିକେନ ପକଡା ଆଉ ରୋଲ । ସୁଶାନ୍ତ କହିଲା , ମୁଁ କହିଲି ନା, ତୁ ଯାହା କହିବୁ ତାହା ମିଳିବ । ରୀତା, ତାହା ହେଲେ ମୋ ଭାଇ କାଲି ତା ମନ କଥା କହିବ ?? ହେଲେ ମୋତେ ଲାଗୁଛି ତୋର ପୁଣି ହୃଦୟ ଭାଙ୍ଗିବ ବୋଧେ । ହଉ ଯାହା ହେବ କାଲି ଦେଖା ଯିବ, ହଉ ରଖ ମୁଁ ଯାଉଛି ୱାଶ ରୂମ, ବାଏ । ଫୋନ କଟ ।
ସୁଶାନ୍ତ କୁ ରାତି ସାରା ନିଦ ନାହିଂ ଖାଲି ସେଇ କଥା ଭାବି ଭାବି ପାହାନ୍ତା ଚାରି ଟା ବେଳେ ଶୋଇଲା ।
ତା ପର ଦିନ ୯.୩୦ ରେ ଫୋନ ବାଜିଲା । ସୁଶାନ୍ତ ଅଧା ନିଦରେ ଫୋନ ଉଠେଇଲା । ସେପଟୁ ଉତ୍ତର ଆସିଲା, ସୁଶାନ୍ତ ତମେ ଶୋଇଛ । ଓଃ ନୋ ମୁଁ ମଧ୍ୟ ତମକୁ କାଲି କହିବାର ଥିଲା। ସରି, ୧୧.୦୦ ରେ ପହଞ୍ଚିବ ବୋଧେ ଟ୍ରେନ ଟିକେ ଲେଟ ଅଛି । ଆସିବ ନା ? ଏତିକି ଶୁଣି । ସୁଶାନ୍ତ ର ନିଦ ହଜିଗଲା । ସେ ହଁ ହଁ , ଆସିବି । ତମେ ଚିନ୍ତା କର ନାହିଁ ମୁଁ ଅପେକ୍ଷା କରିଥିବି । ଫୋନ କଟ୍।
ସୁଶାନ୍ତ ଶୀଘ୍ର ଉଠି ଗାଧୋଇ ରେଡି ହୋଇ ରୀତା କୁ ଫୋନ କରିଲା । ସେ ସେତେବେଳେ ଯାଏଁ ଶୋଇଛି । ଆରେ ଚଣ୍ଡୀ ଉଠେ ଦିନ ୧୦ ଟା ବାଜିଲାଣି । ରୀତା ପଚାରିଲା, ପ୍ରୀତି ଆସିଲା କି ? ଆରେ ତାର ଟ୍ରେନ ଲେଟ ଅଛି । ତୁ ଶୀଘ୍ର ରେଡି ହୁଅ। ମୁଁ ତାକୁ ନେଇକି ଆସିବି ତୁ ନନ୍ଦନ ହୋଟେଲ ରେ ପହଞ୍ଚି ଲାଇନ ଲଗେଇ ରଖି ଥିବୁ । ରୀତା, ଆରେ ଏତେ ଜଲ୍ଦି ଖାଇବା । ସୁଶାନ୍ତ କହିଲା, ଆଉ କଣ ସେ ଭୋକରେ ଥିବ । ତାପରେ ଗୋପାଳ ପୁର ଯିବା ନା ? ରୀତା କହିଲା, ନା ନା ଗୋପାଳ ପୁର ରେ ଖାଇବା । ସୁଶାନ୍ତ କହିଲା, ହଉ ଲୋ ଚଣ୍ଡୀ ତୋ ଇଚ୍ଛା । ତାହା ହେଲେ ରେଡି ହୋଇକି ଶୀଘ୍ର ଗୋପାଳ ପୁର ଜଙ୍କସନ ରେ ମୋତେ ଦେଖା କରିବୁ । ଏତିକି କହି ରଖି ଦେଲା ।
ସୁଶାନ୍ତ ଷ୍ଟେସନ ରେ ପହଞ୍ଚି ପ୍ରୀତି କୁ ପିକ୍ ଅପ୍ କରିଲା, ଗୋଟିଏ ବର୍ଷ ପରେ ପ୍ରୀତି କୁ ଦେଖି ସେ ଯେମିତି ଭାବ ବହୁଳ ହୋଇଗଲା । ଆଉ ତାକୁ ଏମିତି ଅନୁଭବ ହେଉଥାଏ ଯେ ପ୍ରୀତି କୁ ଯାଇ କୁଣ୍ଢେଇ ପକାଏ । କିନ୍ତୁ ହୃଦୟ ଭିତରୁ ଆୱାଜ ଆସିଲା , କଣ୍ଟ୍ରୋଲ… ସୁଶାନ୍ତ କଣ୍ଟ୍ରୋଲ…… । ପ୍ରୀତି ଦେଖିବାକୁ ବହୁତ ସୁନ୍ଦର । କଲେଜ ସମୟରେ ପ୍ରୀତି କୁ ନେଇ ସବୁଠି ଚର୍ଚା ଥିଲା । କିନ୍ତୁ ପ୍ରୀତି କୌଣସି ପୁଅ କୁ ଭାଉ ଦେଉ ନଥାଏ । ସେ ତାର ପଢାରେ ଧ୍ୟାନ ଆଉ ବେଳେବେଳେ ସୁଶାନ୍ତ ଠାରୁ ନୋଟ ଆଉ ବୁକ ପାଇଁ ସାହାଯ୍ୟ ନେଉଥାଏ । । ଆଜି ପ୍ରୀତି ଆସି ତା ଆଡୁ ହାତ ବଢେଇ ହେଣ୍ଡ ସେକ କରିଲା ଆଉ ସ୍ମାଇଲ ଦେଇ କହିଲା କେତେ ହାଣ୍ଡସମ ଲାଗୁଛ। ସୁଶାନ୍ତ ତ ଖୁସି କହିଲେ ନ ସରେ। ପ୍ରୀତି ପଚାରିଲା ଆଉ କେମିତି ଚାଲିଛି ତୁମର ପିଜି ? ସୁଶାନ୍ତ ହଁ କରି କହିଲା । ବହୁତ ଭଲ ଚାଲିଛି । ଚାଲ ଯିବା, ସୁଶାନ୍ତ ମୋତେ ରୀତା ଘରେ ଛାଡି ଆସିବ ? ସୁଶାନ୍ତ ହଁ କରିଦେଲା ଆଉ କିଛି କହି ପାରିଲା ନାହିଁ । ମନେ ମନେ ଭାବିଲା ଆଜି ର ପ୍ଳାନ ବେକାର ହେବ ଲାଗୁଛି ।
ଏତିକି ଭାବି ଭାବି ଲିଫ୍ଟ ପାଖରେ ପହଞ୍ଚିଲେ । ଲିଫ୍ଟ ର ଡୋର ଖୋଲା ହେବା ପରେ ପ୍ରୀତି ପାଟି କରିବା ଷ୍ଟାର୍ଟ କରିଲା । ଆଉ ଲିଫ୍ଟ ଭିତରକୁ ଯାଇ ଜଣକୁ କୁଣ୍ଢେଇ ପକେଇଲା, ସେ ଆଉ କେହି ନୁହଁ ରୀତା ଥିଲା । ହେଲେ ସୁଶାନ୍ତ ଜାଣିନି । ରୀତା କୁ ଦେଖି ତାର ଭାବନା ରେ ଉତ୍ତମ ପରିବର୍ତନ ଦେଖା ଦେଲା । ପୁଣି ଅନୁଭବ ହେଲା ଯେ, ତାହା ହେଲେ ପ୍ଳାନ୍ ଟା ସଫଳ ହେଲା ଭଳି ଲାଗୁଛି। ରୀତା ସୁଶାନ୍ତ କୁ କହିଲା ସରପ୍ରାଇଜ ଟା କେମିତି ଲାଗିଲା ଭାଇ। ସୁଶାନ୍ତ କହିଲା, ତୋ କଥା ମୁଁ ପରେ ବୁଝିବି । ପ୍ରୀତି କହିଲା, ପରେ ମାନେ ତମେ ରୀତା କୁ କଣ କରିବ । ସୁଶାନ୍ତ କହିଲା , ନା ନା , ସେମିତି କିଛି ନାହିଁ । ରୀତା କହିଲା ଏଇଟା ମୋର ପ୍ଳାନ୍ । ଆରେ ଗୋଟିଏ ବର୍ଷ ପରେ ମୋ ବେଷ୍ଟ ଫ୍ରେଣ୍ଡ ଆସୁଛି ଆଉ ମୁଁ ଆସିବି ନାହିଁ, ଏଇଟା କଣ ସମ୍ଭବ । ତିନି ଜଣ ଯାକ ହସିଲେ ।
ଷ୍ଟେସନ ବାହାରକୁ ଆସି ସୁଶାନ୍ତ ରୀତା କୁ ଇସାରା କରିଲା । ରୀତା ପ୍ରୀତି କୁ କହିଲା, ପ୍ରୀତି ଆଜି ନା ଆମେ ତିନି ଜଣ ଯାକ କୁଆଡେ ବୁଲିବାକୁ ଯିବା । କଣ କହୁଛୁ ତୁ ? ପ୍ରୀତି କହିଲା କୁଆଡେ ଯିବା ? ରୀତା ସୁଶାନ୍ତ କୁ ପଚାରିଲା, ଭାଇ କୁଆଡେ ଯିବା ତୁ କହ ? ସୁଶାନ୍ତ କହିଲା, ଗୋପାଳପୁର ଯିବା ? ପ୍ରୀତି କହିଲା ୱାଓ । ଏବେ ନା ପରେ ଯିବା। ରୀତା କହିଲା ଏବେ ଯିବା । ପ୍ରୀତି ମଧ୍ୟ ରାଜି । ହେଲେ ରୀତା ପଚାରିଲା ତୁ ବାଇକ୍ ରେ ବସିବୁ ନା ସ୍କୂଟି ରେ ? ପ୍ରୀତି କନଫିଉଜ ହୋଇଗଲା । କାଳେ ରୀତା ରାଗିବ ବୋଲି ସେ ସ୍କୂଟି ରେ ବସିବ ବୋଲି କହିଲା । କିନ୍ତୁ ରୀତା କହିଲା, ତୁ ମୋ ଭାଇ ର ବାଇକ୍ ରେ ବସି ତମେ ଆଗକୁ ଚାଲ ମୁଁ ତୁମକୁ ହାଇୱେ ରେ ଦେଖା କରିବି । ତୋର ବ୍ୟାଗ ତ ମୋତେ ଘରେ ରଖି ଆସିବାକୁ ପଡିବ ନା ? ପ୍ରୀତି କହିଲା ହଁ ହଁ, ମୁଁ ତ ବ୍ୟାଗ କଥା ଭୁଲି ଯାଇଥିଲି ।
ସୁଶାନ୍ତ ର ମନ ଖୁସ । ରୀତା ବ୍ୟାଗ ଧରି ଗଲା ଏବଂ ଏ ଦୁହେଁ ଗୋପାଳପୁର ଆଡକୁ ଚାଲିଲେ । ହାଇୱେ ରେ ପହଞ୍ଚି ଦୁହେଁ ଅପେକ୍ଷା କରିବାକୁ ଲାଗିଲେ । ପ୍ରୀତି, ଆଉ କଣ ପ୍ଳାନ କରିଛ ଆଗକୁ ? ସୁଶାନ୍ତ କହିଲା, ଏନଇଟି ପରୀକ୍ଷା ଦେବୀ, ଲେକ୍ଚର ପାଇଁ ଟ୍ରାଇ କରିବି ଯଦି ହେଲା ନହଲେ Govt Exam ପାଇଁ ଟ୍ରାଇ କରିବି । ଆଉ ତୁମର କଣ ପ୍ଳାନ ? MCA କରିବା ଭିତରେ Placement ହୋଇଗଲା ତ ଭଲ ନହଲେ ଅନ୍ୟ କିଛି ଉପାୟ ଦେଖିବୀ । ପ୍ରୀତି ପଚାରିଲା ଆଉ ନୂଆ କିଏ ଜିଏଫ କରିଛ ନା ନାହିଂ ? ସୁଶାନ୍ତ ମୁଣ୍ଡ ହଲେଇ ନାହିଁ କରିଲା । ଆଉ ତମର କେହି ? ପ୍ରୀତି କହିଲା ନା, ଏମସିଏ ରେ ବହୁତ ଲାଇନ ମାରନ୍ତି କିନ୍ତୁ ମୋର କେହି ପସନ୍ଦ ଆସୁ ନାହାନ୍ତି । ସୁଶାନ୍ତ କୁ ଏକଥା ଶୁଣି ଟିକେ ଭଲ ଲାଗିଲା । ପୁଣି କଣ ପଚାରିବା ପୂର୍ବରୁ ରୀତା ଆସି ହାଜର ।
ଚାଲ ଯିବା, ସମସ୍ତେ ବାହାରିଲେ । କିନ୍ତୁ ଏଥର ପ୍ରୀତି ସୁଶାନ୍ତ ର ବାଇକ୍ ରେ ବସି ପଡିଲା । ରୀତା ମୋ ସ୍କୂଟି କୁ ଆସେ । ସୁଶାନ୍ତ ରୀତା କୁ ରାଗରେ ଚାହିଁଲା, ରୀତା ମୁରୁକି ହସୁଥାଏ । ପ୍ରୀତି କହିଲା ନା, ଆଜି ପୁରୁଣା ବୟଫ୍ରେଣ୍ଡ ର ବାଇକ୍ ରେ ବସିବା ର ସୁଯୋଗ ମିଳିଛି । ହାତ ଛଡା କରିଲେ ଠିକ୍ ନାହିଁ । କଣ ସୁଶାନ୍ତ ଠିକ କହିଲି ନା ? ସୁଶାନ୍ତ ଲାଜେଇ ଗଲା, କିଛି କହିବାକୁ ତା ପାଖରେ ଉତ୍ତର ନଥିଲା । ରୀତା କହିଲା ଆଗରେ ସ୍ପୀଡ ବ୍ରେକର ତ ନାହିଁ ତଥାପି ଟିକେ ଦୂରେଇ ବସିବୁ ପ୍ରୀତି, ମୋ ଭାଇ ବାଇକ ସ୍ଲୋ ଚଳାଏ ତ ସେଥିପାଇଁ କହୁଥିଲି । ପ୍ରୀତି ହସିଲା । ହଉ ଠିକ୍ ଅଛି । ଗୋପାଳପୁର ରେ ତିନି ଜଣ ପହଞ୍ଚିଲେ । ସମୟ ହୋଇଗଲାଣି ସେଥିପାଇଁ ସମସ୍ତେ ସ୍ଥିର କରିଲେ, ଯେ ପ୍ରଥମେ ଖାଇବା ତା ପରେ ବୁଲିବା । ପାଗ ମେଘୁଆ ଥିଲା । ଅଳ୍ପ ଗରମ ଥିଲା । ଖାଇବା ପରେ ତିନି ଜଣ ଯାକ ଆଇସ୍ କ୍ରିମ ଖାଇ ଖାଇ ବାହାରକୁ ଆସିଲେ ।
ସୁଶାନ୍ତ ଚାହୁଁ ଥିଲା ଯେ ରୀତା ଟିକେ ଦୂରେଇ ରହିଲେ ସୁଶାନ୍ତ ତାର ମନ କଥା କହି ପାରନ୍ତା । ଆଉ ସେମିତି ହିଁ ହେଲା ଟିକେ ଦୂର ଗଲା ପରେ ରୀତା ଗୋଡ ମକଚି ହୋଇ ପଡିବାର ଅଭିନୟ କରିଲା । ରୀତା ଗୋଡ କୁ ଧରି ବସିବା ଦେଖି ପ୍ରୀତି କହିଲା ଆଉ କୁଆଡେ ଯିବା ନାହିଁ । ଆମର ବୁଲିବା ଆରମ୍ଭ ହୋଇନି, ରୀତା ର ଗୋଡ ମୋଡି ହୋଇଗଲା । କିନ୍ତୁ ରୀତା କହିଲା ଆରେ, ମୁଁ ମାସକୁ 10 ଥର ଆସୁଛି । ତୁ ଆଜି ବର୍ଷ ପରେ ଆସିଛୁ ଆଉ ତୁ ତ ଟିକେ ପୂର୍ବରୁ କହୁଥିଲୁ ତୋର ପୁରୁଣା ବୟଫ୍ରେଣ୍ଡ ମିଳିଛି । ତା ସହିତ ବୁଲା ବୁଲି କରି ଆସେ । ମୁଁ ଏଠି ବସି ଇନଷ୍ଟାଗ୍ରାମ ଦେଖୁଛି । ତମେ ବୁଲାବୁଲି ଟିକେ କର । ମୋର ଠିକ୍ ହେଲେ ମୁଁ ଆସିବି । ପ୍ରୀତି କହିଲା, ତୁ ପ୍ଳାନ କରିଲୁ, ତୁ ହିଁ ବୁଲିବୁ ନାହିଁ । ଲାଭ କଣ, ଥାଉ ଆମେ ମଧ୍ୟ ଯିବା ନାହିଁ, କଣ କହୁଛ ସୁଶାନ୍ତ ? ସୁଶାନ୍ତ ଚୁପ୍ ଥାଏ, ସେ ତ ଭାବୁଥାଏ ଓଲଟା । କିନ୍ତୁ ରୀତା କହିଲା ଆରେ ମୁଁ ଆସିବି ତମେ ଅଳ୍ପ ବୁଲାବୁଲି କର ମୋର ଗୋଡ ଠିକ୍ ହେଲେ ମୁଁ ଆସିଯିବୀ ।
ଦୁହେଁ ବାହାରିଲେ ବୁଲିବା ପାଇଁ । ପ୍ରୀତି ତୁମ ଭଉଣୀ ସହିତ ଏବେ ମଧ୍ୟ ଝଗଡା କରୁଛ ନା ନାହିଁ ? ସୁଶାନ୍ତ, ସେଇଟା ଆମର ମାସିକିଆ ହୋଇଯାଇଛି । ମାନେ ମାସେ ଝଗଡା ଆଉ ଗୋଟିଏ ମାସ ଭଲ । ଆଉ କଣ କୁହ, ତୁମ ବିଷୟରେ ? ସୁଶାନ୍ତ କଣ କହିବ କିଛି ଭାବି ପାରୁ ନଥାଏ । କିନ୍ତୁ ସାହସ କରି , ବ୍ୟାଗ ରୁ ଗୋଲାପ ଫୁଲ ଟିକୁ ବାହାର କରି ପ୍ରୀତି କୁ ଦେଇ କହିଲା , ଏଇଟା ତୁମ ପାଇଁ !! ଆଉ ତା ସହିତ ଗୋଟିଏ ବଡ ଚକୋଲେଟ ଟିଏ । ଗୋଲାପ ଫୁଲ କୁ ଦେଖି ପ୍ରୀତି ଯେତିକି ଖୁସି ହେଲା ତା ଠାରୁ 10 ଗୁଣ ଖୁସି ଚକୋଲେଟ ଦେଖି । ସେ ଆଉ କଣ୍ଟ୍ରୋଲ ନ କରି ପାରି ସୁଶାନ୍ତ କୁ କୁଣ୍ଢେଇ ଥେଙ୍କ ୟୁ ବୋଲି କହିଲା । ହେଲେ ପ୍ରୀତି ର କୁଣ୍ଢେଇ ହେବାର ପ୍ରକ୍ରିୟା ପରେ ସୁଶାନ୍ତ ର ହୃଦୟ ସ୍ପନ୍ଦନ ଯେମିତି ବଢିବାକୁ ଲାଗିଲା । ଆଉ କୁଣ୍ଢେଇ ସାରିବା ପରେ ପ୍ରୀତି କୁ ଅନୁଭବ ହେଲା ଯେ ମୁଁ କଣ କରିଦେଲି ।
ପ୍ରୀତି ପୁଣି ସରି ମାଗିଲା । ସୁଶାନ୍ତ କହିଲା, ଇଟ୍ସ ଓକେ ।
ପ୍ରୀତି କହିଲା, ଚକୋଲେଟ ଦେଖିଲେ ମୁଁ ବହୁତ ଖୁସି ହୋଇଯାଏ । ସେଥିପାଇଁ ଏମିତି କରିଦେଲି । କିଛି ଖରାପ ଭାବିଲ କି ? ସୁଶାନ୍ତ କହିଲା , ନା ନା ସେମିତି କିଛି ନାହିଁ । ପ୍ରୀତି ପୁଣି କହିଲା , ଚକୋଲେଟ ପାଇଁ ଥେଙ୍କ ୟୁ ପୁଣିଥରେ । କିନ୍ତୁ ଗୋଲାପ ଦେବାର ଅର୍ଥ ଟା ବୁଝିପାରିଲି ନାହିଁ । ସୁଶାନ୍ତ କହିଲା, ଆସିଲା ବେଳେ ଦେଖିଲି ତ ନେଇ ଆସିଲି, ସେମିତି କିଛି ନାହିଁ । ନା.. ନା.. କିଛି ତ ଭାବି କି ମୋତେ ଦେଲ !! ଏ ଫୁଲ ଟି ତମ ଭଉଣୀ କୁ ମଧ୍ୟ ଦେଇ ପାରିଥାନ୍ତ । ମୋତେ କାହିଁକି ଦେଲ ? ସୁଶାନ୍ତ ପାଖରେ କିଛି ଉତ୍ତର ନଥିଲା । ପ୍ରୀତି କହିଲା, ତଥାପି ଗୋଲାପ ଟି ମଧ୍ୟ ବହୁତ ସୁନ୍ଦର ହୋଇଛି । ସେଥିପାଇଁ ମଧ୍ୟ ଥେଙ୍କ ୟୁ । ସୁଶାନ୍ତ କୁ ଅଳ୍ପ ଖୁସି ଲାଗିଲା । ପ୍ରୀତି ପୁଣି ପଚାରିଲା, ଏବେ ବି ତମେ ମତେ ଭଲ ପାଉଛ ନା କଣ ? ସୁଶାନ୍ତ ପାଖରେ ଉତ୍ତର ନଥିଲା ? ପ୍ରୀତି ପୁଣି ପଚାରିଲା, କୁହ ସୁଶାନ୍ତ ଆଜି ମଧ୍ୟ ତମେ ମୋତେ ଭଲ ପାଅ ନା ? ସୁଶାନ୍ତ , ନା… ହଁ… ନା… ନା… ହଁ… । ପ୍ରୀତି ପଚାରିଲା ହଁ..ନା…ନାହିଁ ? ସୁଶାନ୍ତ କହିଲା, ଜାଣିନୀ ?
ପ୍ରୀତି କହିଲା, ହଉ ଠିକ ଅଛି ? ଏହି ବର୍ଷ ଭିତରେ ମୋ ସହିତ ଗୋଟିଏ ଘଟଣା ଘଟି ଯାଇଛି । କହିବାକୁ ଚାହୁଁ ନଥିଲି କିନ୍ତୁ ତୁମକୁ କହିବା ଠିକ୍ ମନେ କଲି । ଶୁଣିବ ମୋ ଘଟଣା ବିଷୟରେ । ଶୁଶାନ୍ତ ମୁଣ୍ଡ ହଲେଇ ହଁ ମାରିଲା, ଗତ ଚାରି ମାସ ପୂର୍ବେ ରୀତିକ ବୋଲି (ପଶ୍ଚିମ ବଙ୍ଗାଲ) ର ଜଣେ ପୁଅ ମୋ ପଛରେ ପାଗଳ ଭଳି ପଡିଲା । ଏମିତି କି ସେ ପ୍ରତିଦିନ ମୋ ପାଖେ ପାଖେ ରହିବାକୁ ଚେଷ୍ଟା କରିଲା । ତାର ବ୍ୟବହାର ଦେଖି ମୁଁ ବହୁତ ରାଗିଲି । କଲେଜ ରେ ରିପୋର୍ଟ କରିବା ପରେ କଲେଜ ତରଫରୁ ତାକୁ Warning ଦିଆ ଗଲା କିନ୍ତୁ ସେ ମୋତେ ପ୍ରତିଦିନ କଲ୍ ଆଉ ମେସେଜ କରିଲା ଆଉ ଗୋଟିଏ ଦିନ କ୍ଷମା ମାଗିବା ବୋଲି ପାର୍କ କୁ ଡାକି ମୋ ଆଖି ଆଗରେ ତାର ହାତ କାଟି ଦେଲା । ମୁଁ ଚିନ୍ତା ରେ ପଡିଗଲି । କଣ କରିବି କିଛି ଭାବି ପାରିଲି ନାହିଁ । ମୋର ସାଙ୍ଗ ମାନଙ୍କ ଠାରୁ ପରାମର୍ଶ ନେବା ପରେ ସେମାନେ କହିଲେ ତୁ କିଛି ଦିନ ପାଇଁ ଗାଁ କୁ ଚାଲି ଯା, ମୁଁ ଗାଁ କୁ ଆସିଗଲି । ତଥାପି ସେ କଲ୍ କରୁଥିଲା, ମୁଁ ଶେଷରେ ମୋର ନମ୍ବର ବଦଳେଇ ଦେଲି ।
କିନ୍ତୁ 15 ଦିନ ପରେ ଯେବେ ମୁଁ କଲେଜ ଫେରି ଆସିଲି ମୁଁ ଶୁଣିବାକୁ ପାଇଲି ଯେ ସେ ଛୁଟି ଯାଇଥିଲା । ଗାଁ ରେ ସେ ସୁଇସାଇଡ କରିଦେଲା । କଲେଜ ରେ ମୋ ସାଙ୍ଗ ଏବଂ ତାର ସାଙ୍ଗ ମାନେ ମଧ୍ୟ ମୋତେ ଦୋଷ ଦେଲେ । ହେଲେ ଏଠି ମୋର ଭୁଲ୍ କୋଉଠି ରହିଲା ମୁଁ ଜାଣି ପାରିଲି ନାହିଁ । ପଢା ପଢୀ ରେ ବହୁତ ପ୍ରୋବ୍ଳେମ ହେଲା । ସମସ୍ତେ ମୋତେ ଦୋଷ ଯୁକ୍ତ ଚକ୍ଷୁ ରେ ଦେଖୁଥିଲେ। କିନ୍ତୁ ଏବେ ସମସ୍ତେ ଭୁଲି ଗଲେଣି କିନ୍ତୁ ସେ ଘଟଣା ଯୋଗୁଁ ମୁଁ ନିଜକୁ ଦୋଷୀ ମାନୁଛି ।
ସୁଶାନ୍ତ ତୁମେ କୁହ, ତାର ସୁଇସାଇଡ ପଛରେ ମୋର କଣ ଭୁଲ୍ ଥିଲା ? ସୁଶାନ୍ତ କହିଲା, ତମର ଅବା ଭୁଲ୍ କଣ ? ତମେ କାହିଁକି ନିଜକୁ ଦୋଷୀ ମନେ କରୁଛ ? ଏହା ଗୋଟିଏ ସ୍ୱପ୍ନ ବୋଲି ଭାବି ଭୁଲିଯିବା ଭଲ । ତମେ ଯେତେ ଭାବିବ ତୁମେ ସେତେ ଚିନ୍ତାରେ ରହିବ । ପ୍ରୀତି ପଚାରିଲା, ସେଥିପାଇଁ ଆଜି ମୋ ତରଫରୁ ତୁମକୁ ପ୍ରଶ୍ନ ଯେ, କଣ ତମେ ଏବେ ମଧ୍ୟ ମୋତେ ଭଲ ପାଉଛ କି ? ସୁଶାନ୍ତ କଣ କହିବ ଭାବି, ଶେଷରେ ସାହସ କରି କହିଲା ଯେ , ” ହଁ ଭଲ ପାଉଛି” । କିନ୍ତୁ ମୁଁ ଜାଣିଛି ତମେ ମୋର ଭଲ ପାଇବା କୁ ଗ୍ରହଣ କରିବ ନାହିଁ । ପ୍ରୀତି ଅଳ୍ପ ହସି କହିଲା, ତୁମ ଭଉଣୀ ମୋତେ ତୁମ ବିଷୟରେ ସବୁ କହିଛି । ତମେ ଏବେ ମଧ୍ୟ ମୋତେ ଭଲ ପାଅ କିନ୍ତୁ ଏହା ସତ ଯେ ମୁଁ ଗ୍ରହଣ କରିବି ନାହିଁ । କାରଣ ତୁମେ ହେଉଛ ବହୁତ ସରଳ । ମୋ ଭଳି ଘମଣ୍ଡି ଝିଅ କୁ ତମେ ନିଜର କରିବ ବୋଲି କାହିଁକି ସ୍ଵପ୍ନ ଦେଖୁଛ ? ଆଉ ରହିଲା କଥା, ମୁଁ ହେଉଛି ବ୍ରାହ୍ମଣ ଝିଅ, ତୁମେ ଖଣ୍ଡାୟତ । ତୁମ ଜାତିରେ ମୋତେ ସମ୍ମାନ ମିଳିବ ନାହିଁ , ଆଉ ଆମ କୂଳରେ ତୁମକୁ ସମ୍ମାନ ମିଳିବ ନାହିଁ । ଯେଉଁଠି ବାପା ମା ଖୁସି ରହିବେ ନାହିଁ ସେଠି ସମ୍ପର୍କ ଗଢିବା ଅନୁଚିତ ।
ତମର ସବୁ ପ୍ଳାନ ବିଷୟରେ ରୀତା ମୋତେ କହିଛି । ଆଉ ତମ ପ୍ଳାନ ଅନୁସାରେ ମୁଁ ଆଜି ଏଠି ଆସିଛି । ତମେ କଣ ଚିନ୍ତା କରୁଛ କୁହ ? ଆମ ପାଖରେ ବହୁତ ରାସ୍ତା ଅଛି । ଯଦି ତୁମେ କହିବ, ଆମେ ଘର ଛାଡି ବାହାରକୁ ଯାଇ ବିବାହ କରି ରହିବା । ସେଠି ଆମେ ଖୁସିରେ ରହି ପାରିବା ତ ? ସୁଶାନ୍ତ ଚିନ୍ତା ରେ ପଡ଼ିଗଲା। ମୁଁ ତ କେବଳ ଭଲ ପାଇବା କଥା କହିବାକୁ ଆସିଥିଲି, ଏଠି ବିବାହ ପାଇଁ ପ୍ରଶ୍ନ ଉଠିଲାଣି । ସୁଶାନ୍ତ କହିଲା, ମୁଁ ଚିନ୍ତା କରିବି ଆଉ ପରେ ଜଣେଇବି। ପ୍ରୀତି ପଚାରିଲା, ପରେ ଜଣେଇବି ମାନେ ବିବାହ କରିବ କି ନାହିଁ ? ନା ଆଉ କିଛି ?? ସୁଶାନ୍ତ ପୁଣି ଚିନ୍ତାରେ ରହି କହିଲା, ମୁଁ ତ ନିଷ୍ପତ୍ତି ନେଇ ପାରେ କିନ୍ତୁ ମୁଁ ଚାହେଁ, ପ୍ରଥମେ ମୁଁ କିଛି ଗୋଟିଏ ଜବ୍ କରେ ତାପରେ ବିବାହ କରିବା । ପ୍ରୀତି କହିଲା, ମୁଁ ରାଜି ଅଛି କିନ୍ତୁ ମୋତେ ପ୍ରମିସ୍ କରିବାର ଅଛି ।
ଯଦି ପ୍ରମିସ୍ କରିବ ନାହିଁ ତେବେ କାଲି ଆମ ଘରକୁ ନୟାଗଡ଼ ରୁ ଗୋଟିଏ ପୁଅ ଦେଖିବାକୁ ଆସୁଛି। ଆମର ବନ୍ଧୁତା ରହିବ ସିନା କେବେ ମୁଁ ତୁମର ବାନ୍ଧବୀ ହୋଇ ପାରିବି ନାହିଁ । ଯଦି ତୁମେ ହଁ କର ତେବେ ମୁଁ ତାଙ୍କୁ ମନା କରିଦେବି । ତୁମେ ନିଷ୍ପତ୍ତି ନିଅ କଣ କରିବ ଆଉ କଣ ନାହିଁ?? ସୁଶାନ୍ତ କହିଲା, ତୁମେ ଏତେ ଶୀଘ୍ର ମୋତେ ନିଷ୍ପତ୍ତି ନେବାକୁ କହୁଛ । ମୁଁ ଚିନ୍ତା ରେ ପଡ଼ି ଯାଉଛି। ପ୍ରୀତି କହିଲା, ମୋତେ ଭଲ ପାଉଛ ଯଦି ନିଷ୍ପତ୍ତି ନେବା ର ଦାୟିତ୍ଵ ମଧ୍ୟ ତୁମର । ବାପା ମା ଙ୍କୁ ପରେ ବୁଝେଇବା । ତମେ ଯଦି ହଁ କରିବ ମୁଁ ମଧ୍ୟ ମୋ ବାପା ମାଆ ଙ୍କୁ ବୁଝେଇବି। ସୁଶାନ୍ତ ପୁଣି ଚିନ୍ତାରେ ପଡ଼ିଲା। ଏବଂ ଲମ୍ବା ନିଃଶ୍ୱାସ ଟିଏ ନେଇ ଛାଡ଼ି ସେ ଶେଷରେ ହଁ କରିଲା । ହଁ.. ମୁଁ ତୁମକୁ ବିବାହ କରିବି କିନ୍ତୁ ଘରୁ ବାହାରି ଯିବା ନାହିଁ । ରୀତି ରିୱାଜ୍ ଅନୁସାରେ କରିବା। ଯଦି ବାପା ମା ଙ୍କ ଇଚ୍ଛା ରେ ବିବାହ କରିବା ତେବେ ଦୁନିଆ କୁ ଦେଖିବା କଣ ଦରକାର ।
ଏତିକି ଶୁଣି ପ୍ରୀତି ହା ହା କରି ହସି ଉଠିଲା। ମନ ର କଥା କହିବା ପାଇଁ ଚାରି ବର୍ଷ ଲଗେଇ ଦେଲ ଶୁଶାନ୍ତ !! ଆଜି ମୁଁ ତୁମକୁ ଦ୍ଵନ୍ଦ ରେ ପକେଇଲି ବୋଲି ସବୁ ସତ କହିଦେଲେ । ଖୁସି ଲାଗିଲା। ପ୍ରୀତି ସୁଶାନ୍ତ ର ଗାଲକୁ ଚିମୁଟି That’s Like The Real Sushant । ପଛ ପଟୁ ରିତା ଆସି ପହଁଚିଲା। ପଚାରିଲା, କଣ ମନ କଥା କହିଲୁ ନା ନାହିଁ। ଆଉ ମୋ ପାଇଁ ଚକୋଲେଟ୍ କାହିଁ ? ସୁଶାନ୍ତ କହିଲା, ଚଣ୍ଡୀ ତୁ ସବୁ ଜାଣିଛୁ । ହଉ ତୋ କଥା ମୁଁ ପରେ ବୁଝିବି। ଭାଇ ଆଉ ଶୁଣିବୁ । କାଲି କେହି ନୟାଗଡ଼ ରୁ ଆସୁ ନାହାନ୍ତି । ତୋତେ ଚେକ୍ କରିବା ପାଇଁ ଏସବୁ ଗୋଟିଏ ପ୍ଲାନ୍ । ସୁଶାନ୍ତ ଟିକେ ଦୁଃଖୀ ହୋଇଗଲା। ରିତା ପଚାରିଲା, ପୁଣି କଣ ହେଲା ? ସୁଶାନ୍ତ କହିଲା, ଏସବୁ କଥା କଣ ସବୁ ନାଟକ ଆଉ ମିଛ ଥିଲା ?? ପ୍ରୀତି କହିଲା, ମିଛ କେବଳ ନୟାଗଡ଼ କଥା, ଆଉ ବାକି ସବୁ ସତ ।
ତମେ ଯଦି ମୋତେ ଭଲ ପାଉଥିଲ। ଏତେ ଦିନ ହେଲା ଲୁଚେଇ ରଖିଥିଲ କାହିଁକି। ଆଉ ମୁଁ ମଧ୍ୟ ତୁମକୁ ହିଁ ଭଲ ପାଉଥିଲି । ଆଉ ସେଥିପାଇଁ ସେ ରିତେଶ କୁ ଆମ ଦୁହିଁଙ୍କ ଜୀବନରେ ଆସିବା ପାଇଁ ଦେଲି ନାହିଁ । କିନ୍ତୁ ତାର ସୁସାଇଡ ମୋତେ ଅଳ୍ପ କଷ୍ଟ ଦେଲା। କିନ୍ତୁ ମୁଁ ତୁମକୁ ହିଁ ଭଲ ପାଇ ଆସିଛି । ରିତା କହିଲା, ପ୍ରୀତି ଯେବେ ଫୋନ୍ କରେ, ସେ ପ୍ରଥମେ ତୋ କଥା ପଚାରେ ତାପରେ ଆଉ କିଛି। ତୋର ସବୁ ଖବର ତା ପାଖରେ ମୋ ଦ୍ଵାରା ପହଞ୍ଚି ଯାଏ। ସେ ଗୋଟିଏ ବର୍ଷ ଅପେକ୍ଷା କରିଲା କିନ୍ତୁ ତଥାପି ତୁ କହି ପାରିଲୁ ନାହିଁ ।ଆଉ ଆଜି କହିଦେଲୁ । ତୋର ସାହସ କୁ ମଧ୍ୟ ମାନିବାକୁ ପଡ଼ିବ ।ଆଉ ପ୍ରୀତି ତୋ ବିଷୟରେ ତାଙ୍କ ଅଙ୍କଲ ଆଣ୍ଟି ଙ୍କୁ ମଧ୍ୟ କହି ସାରିଛି । କେବଳ ତୋର ନିଷ୍ପତି ଜାଣିବାର ଥିଲା ।
ରିତା ପ୍ରୀତି କୁ କହିଲା, ମୁଁ କହିଥିଲି ନା ମୋ ଭାଇ ପଛଘୁଞ୍ଚା ଦେବ ନାହିଁ। ଆଉ ରହିଲା ଚାକିରି କଥା। ଦେଖ ଯଦି ଚାକିରି ହେଲା ଭଲ ନହେଲେ ଜଣେ ପିଜି ବାଲା ଆଉ ଜଣେ ଏମସିଏ ବାଲା ଚା ଷ୍ଟଲ୍ ଲଗେଇ କି ବେପାର କରିବ। ଏତିକି ଶୁଣି ସମସ୍ତେ ହସିଲେ । କିନ୍ତୁ ସୁଶାନ୍ତ ପଚାରିଲା, ଏ ଚଣ୍ଡୀ ବାପା ବୋଉ ଙ୍କ ବୁଝେଇବା ଦାୟିତ୍ଵ ତୋର। ରିତା କହିଲା, ମୁଁ ଅଛି ନା ଭାଇ, ତୁ କାହିଁକି ଚିନ୍ତା କରୁଛୁ। ମୁଁ ସବୁ ଫିଟ୍ କରିଦେବି।
ତେବେ ରିତା କହିଲା, ପ୍ରୀତି ସେ ଗୋଲାପ ଫୁଲ ଭାଇ କୁ ଦେ । ସେ ଆଜି ଏହି ଗୋପାଳ ପୁର ବେଳାଭୂମି ରେ ତୋତେ ପ୍ରୋପୋଜ୍ କରିବ। ପ୍ରୀତି ଗୋଲାପ ଫୁଲ ଟିକୁ ଦେଲା। ସୁଶାନ୍ତ ପ୍ରୀତି କୁ ପ୍ରପୋଜ୍ କରିଲା। ଆଉ ଦୁହେଁ ଦୁହିଁଙ୍କୁ ହଗ୍ କରିଲେ। ଆଉ ଶପଥ କରିଲେ ଯେ ଅବା ଅଳ୍ପ ଲେଟ ହେବ କିନ୍ତୁ ପାଠ ପଢା ସରିଲେ ଚାକିରି ଯଦି ହେଲା ତେବେ ବିବାହ କରିବା ନହେଲେ ମଧ୍ୟ ବିବାହ କରିବା।
ପ୍ରୀତି : ଲଭ୍ ପ୍ରମିସ୍..
ସୁଶାନ୍ତ : ୟେସ ଲଭ୍ ପ୍ରମିସ୍..
ଦୁହେଁ ଦୁହିଁଙ୍କୁ କହିଲେ…
ତାପରେ ତିନି ଜଣ ଯାକ ଖୁସିରେ ସମୁଦ୍ର ପାଣି ରେ ଓଦା ହୋଇ ମସ୍ତି କରିଲେ । ଆଉ ପୁରା ଦିନ ଟି ବହୁତ୍ ଖୁସିରେ କଟିଲା। ବାକି ସନ୍ଧ୍ୟାରେ ରିତା ଘରେ ପୁଣି ମସ୍ତି ଏବଂ ଏକାଠି ବସି Movie ଦେଖିଲେ ଏବଂ ଚିକେନ ପକଡା ସହିତ cold drinks ର ପେଗ୍ ରେ Evening show ସରିଲା । ତାପରେ ସୁଶାନ୍ତ ପ୍ରିତି କୁ ବିଦାୟ ଜଣେଇ ନିଜ ଘରକୁ ଫେରି ଗଲା ।
ତେବେ ପାଠକ ବନ୍ଧୁ କାହାଣୀ ଟି ଏତିକି ହିଁ ଲେଖା ଯାଇଛି,
ଏବେ ପ୍ରୀତି ଦଶହରା ଛୁଟି ପାଇଁ ଗାଁ କୁ ଆସିଛି, ପ୍ରତିଦିନ ଶୁଶାନ୍ତ ସହିତ ଫୋନ୍ ରେ କଥା ବାର୍ତ୍ତା ଏବଂ ଗାଁ ରେ ତାସ୍ ଖେଳ ଚାଲିଛି ସାଙ୍ଗ ମାନଙ୍କ ସହିତ ଏବଂ ରିତା ମଧ୍ୟ ଆସିଛି । ବାକି ସେ କହିଲେ ପୁଣି ବାକି କାହାଣୀ ଆରମ୍ଭ କରିବା । କିନ୍ତୁ କାହାଣୀ ଟି କେମିତି ଲାଗିଲା କମେଣ୍ଟ ରେ ମାଧ୍ୟମରେ ଜଣେଇବେ ।
ଶେଷ ପର୍ଯ୍ୟନ୍ତ ପଢ଼ି ଥିବାରୁ, ମୋ ପ୍ରିୟ ପାଠକ ବନ୍ଧୁ ସହୃଦୟରୁ ଧନ୍ୟବାଦ ।
ନୀଳମାଧବ ଭୁୟାଁ ଙ୍କ ଦ୍ଵାରା ଲିଖିତ କାହାଣୀ ଟିଏ…
Like this:
Like Loading...