Category Archives: Jitendra Swain

ପ୍ରେମ…

ସତରେ କେତେ ଅଜବ ସେ ପ୍ରେମ…
ଜଣେ ସବୁ କିଛି ସହି ମଧ୍ୟ ପ୍ରେମକୁ ପାଉନି ତ…
ଆଉ ଜଣେ ଛଳନା କରି ମଧ୍ୟ ପ୍ରେମକୁ ପାଇଯାଉଛି ।

କାହା ଅପେକ୍ଷ୍ୟା ରେ ରାତି କଟି ଯାଉଛି ତ…
ଆଉ କିଏ ପ୍ରେମକୁ ପାଇ ମଧ୍ୟ ଖୁସିରେ ନାହିଁ ।

କିଏ ପ୍ରେମ ପାଇଁ ସବୁ କିଛି ଛାଡି ଦେଉଛି ତ…
ଆଉ କିଏ ସବୁ କିଛି ଛାଡ଼ିଲା ପରେ ବି ପ୍ରେମକୁ ପାଉନି। 
             
କିଏ ପ୍ରେମ ପାଇଁ ଟଙ୍କା ଅର୍ଜନ କରୁଛି ତ…
ଆଉ କିଏ ଟଙ୍କା ପାଇଁ ଧୋକା ଦେଉଛି ।

କିଏ ପ୍ରେମକୁ ପାଇ ହସୁଛି ତ…
କିଏ ପୁଣି ପ୍ରେମ ପାଇଁ କାନ୍ଦୁଛି।
            
କିଏ ପ୍ରେମକୁ ନିଜ ଆଖିରେ ଦେଖୁଛି ତ…
ପୁଣି କିଏ ପ୍ରେମକୁ କାହାଣୀ କରି ନିଜ ଡ଼ାୟେରୀ
କବିତା ର ରୂପ ଦେଉଛି।

ସତରେ ବିଚିତ୍ର ଏବଂ ଅନେକ ରୂପ, ରଙ୍ଗ ଏହି ପ୍ରେମର…
                                                 

                     ଜିତେନ୍ଦ୍ର ସ୍ଵାଇଁ
          ॥ ସୋଲଣ୍ଡି, ଗଞ୍ଜାମ ॥

ମୁଁ ପାଗେଳୀ ନୁହେଁ…


ମୁଁ ପାଗେଳୀ ନୁହେଁ
ତଥାପି ଏ ଦୁନିଆ ମୋତେ ପାଗେଳୀ ସଜେଇ ଦେଇଛି,

ମୁଁ ପ୍ରେମର ବିଶ୍ବାସ ରେ ବାନ୍ଧି ହୋଇ
ଲୁହାର ଶିକୁଳି ରେ ବନ୍ଧା ପଡିଛି
ତଥାପି ମୁଁ ଆଜି ଏକାନ୍ତରେ ବସି ଅପେକ୍ଷା କରିଛି
କାଳେ ତୁମେ ଥରେ ଫେରି ଆସିବକି ???

ମୋର ମୁକୁଳା କେଶକୁ ସାଉଁଟି
ଛାତିରେ ଚାପି ଧରି କୋଳେଇ ନେଇ
ମୋ ଦୁଃଖ ଭରା ମରୁଭୂମି ରେ ହସ ର ପାଣି ବୁନ୍ଦାଏ ପାଈଁ
ଯାହାକୁ ନିଜର କରିଥୂଲି
ସେ ଆଜି ଦୁନିଆ ଆଗରେ ମୋତେ ପାଗେଳୀ ସଜେଇ
କାଚର କଣ୍ଢେଇ ଟେ ଧରେଇ ଦେଇଛି !!!

ମୁଁ ପାଗେଳୀ ନୁହେଁ
ତଥାପି ଏ ଦୁନିଆ ମତେ ପାଗେଳୀ ସଜେଇ ଦେଇଛି

ଜିତେନ୍ଦ୍ର ସ୍ୱାଇଁ, ସୋଲଣ୍ଡି, ଗଞ୍ଜାମ ।।