Category Archives: story

ଚିଚି…

(ଏହି କାହାଣୀ ଟି ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ । ଦୟାକରି କେହି ଦେହକୁ ନେବେ ନାହିଁ । )

ଫଟୋ ଷ୍ଟୁଡିଓ କଥା ହେଉଥିବାବେଳେ ପଛପଟୁ,,, ଆରେ ଦୀପକ ?? ତୁ କେବେ ଆସିଲୁ ମୁମ୍ବାଇ ରୁ ? ସେ ଥିଲା ବିନାୟକ । +2 ରୁ ଆରମ୍ଭ କରି +3 ଶେଷ ବର୍ଷ ପର୍ଯ୍ୟନ୍ତ ଘନିଷ୍ଠ ବନ୍ଧୁତ୍ୱ ଥିଲା ସେମାନଙ୍କ ମଧ୍ୟରେ। +3 ପରେ ଯିଏ ଯୁଆଡେ ଏବଂ ତୃତୀୟ ନମ୍ବର୍ ରେ ଆଉ ଗୋଟେ ବନ୍ଧୁ ଥିଲା ରାକେଶ (ରାକା ବାୟା) ।

ବିନାୟକ ଆରେ ଆସିବୁ ବୋଲି ତ କହି ନଥିଲୁ, ଆଜି ହଠାତ୍।  

ଦୀପକ : ଆରେ କାମ ବନ୍ଦ ଥିଲା ନା ସେଥିପାଇଁ ଆସିଗଲି । କାଲି ସକାଳେ ଭଉଣୀ ର ସ୍କୁଲ ରେ ପାସ୍ ଫଟୋ ଦରକାର ଥିଲା ତ, ତାର ଗୋଟିଏ ଫଟୋ ଆଣି ସେଥିରୁ ଆଉ ଦଶ ଟା ଫଟୋ କରୁଥିଲି । 

ହଉ କାମ ହେଲା ନା ନାହିଁ । ନା ପରା, କମ୍ପ୍ୟୁଟର ରେ କାମ ହୋଇ ଯାଇଥିଲା ଖାଲି ପ୍ରିଣ୍ଟ ବାକି ଥିଲା ଠିକ୍ ସେତିକିବେଳେ ଲାଇଟ୍ ଚାଲିଗଲା । ଅପେକ୍ଷା କରିଛି।  ହଉ ଚାଲ ଚିକେନ ପକଡା ଟିକେ ଖାଇବା ଆଉ ସେଠି ଦେଖ୍ !!!

ଦୀପକ : ଆରେ ରାକା ବାୟା, ତୁ ହେଲେ ଆସିଛୁ ?? ରାକେଶ, ଆବେ ତୁ ଯଦି ଏମିତି ଡାକିବୁ ତେବେ ମୁଁ ଚାଲିଲି । ବିନାୟକ ହଉ ଛାଡ଼ ଚାଲ ପକଡା ଖାଇବା !! 

ରାକେଶ: ପକଡ଼ା… ଚାଲ ଚାଲ ଏଥିରେ ଡେରି କଣ !!

ଦୀପକ : ଆଉ କହ ତୋର କନଷ୍ଟ୍ରକ୍ସନ ଚାକିରି କେମିତି ଚାଲିଛି ??

ବିନାୟକ : ତୋର ଯେମିତି ଆମର ମଧ୍ୟ ସେମିତି, ବର୍ଷା ଟାଇମ୍, ସବୁ କାମ ବନ୍ଦ ରେ। ତୋର କମ୍ପାନୀ ଚାଲିଛି କି ? ନା ନା same to same ।

ଦୀପକ : ଆମର କଲେଜ ଲାଇଫ୍ କେତେ ମଜା ଥିଲା ନା ??

ରାକେଶ : ହଁ ୟାର, ଭାରି ମନେ ପଡୁଚି ସେ ଦିନ ଗୁଡ଼ିକ।  

ବିନାୟକ : ହଁ ୟାର, ଗୋଟିଏ ରୁମ୍ ରେ ଜାଗା ହେଉ ନଥିଲା ତଥାପି ସେ ରୁମ୍ ରେ ତିନି ଜଣ ରହୁଥିଲେ ନା ?? ହଁ ୟାର, 

ଦୀପକ: ଆରେ ରାକେଶ ଥରେ ବେଡ୍ ରେ ଚିଚି…କରିଦେଇଥିଲା ମନେ ପଡୁଛି ?? ଏକଥା ଶୁଣି ସମସ୍ତେ ହସିଲେ।  

ରାକେଶ : ହଁ ୟାର୍ , ମୋତେ ଲାଗିଲା, ମୁଁ ପଡିଆ ରେ ଚିଚି… କରୁଛି ମାତ୍ର ତାହା ଥିଲା ସ୍ବପ୍ନ । ସେଦିନ ରାତିରେ ତମେ ଦୁଇ ଜଣ ଯାକ ମୋତେ ଏତେ ଗାଳି କରିଥିଲ ଯେ, ମୋର ଏବେ ମଧ୍ୟ ମନେ ଅଛି ରେ। 

ଦୀପକ : ହଉ ସେଦିନ ର ଗାଳି ପାଇଁ ଆଜି Sorry ମାଗୁଛି।  ହଉ ଭୁଲି ଯାଆ। 

ବିନାୟକ : ଆଉ ଠାକୁରାଣୀ ଯାତ୍ରା ର ରାମ ଦୋଳି କଥା ???

ଦୀପକ :  ଛି ଛି, କଣ ବେ.. କହି ଦେଲୁ। ସେଦିନ ସେ ଚିଚି… ଆମ ଦେହ ସାରା ହୋଇ ଯାଇଥିଲା ନା । ସେ ଦୁଇ ଜଣ ଆମ ପାଖ ଝୁଲା ରେ ବସିଥିଲେ ।  

ରାକେଶ : ସେ ସ୍ତ୍ରୀ ଲୋକ ଦୁଇଟା ମଧ୍ୟ କଣ କରିଥାନ୍ତେ କହ,  ସେମାନେ ତ କହିଲେ ଭାଇ ରଖିଦିଅ । ସେଠି ତମେ ଦୁହେଁ କହିଲ, ନା. ନା..ଭାଇ ରଖ ନାହିଁ।  ଅଧିକ Speed କର । ଆଉ ଅଧିକ Speed ଯୋଗୁଁ ତାଙ୍କର ଡର ରେ ଚିଚି… ବାହାରି ପଡ଼ିଲା । ଆଉ କଣ କରିଥାନ୍ତେ ସେମାନେ । ସେ ଟ୍ରିପ ରେ ଯେତିକି ଲୋକ ବସିଥିଲେ ସମସ୍ତଙ୍କ ଉପରେ ପଡିଥିଲା, ଚିଚି… ।

ବିନାୟକ : ହେଲେ ତୁ ଚାଖିଛୁ ରାକା ବାୟା ???? ନା ବେ, ମୁଁ କାହିଁକି ଚାଖିବି!! ସମସ୍ତେ ହସିବାକୁ ଲାଗିଲେ । 

ରାକେଶ : ସେଦିନ ର ଗୋଟିଏ ସତ କଥା ଟିଏ ମୁଁ ଲୁଚେଇ ରଖିଛି ରେ, ଲାଜ ତ ଲାଗୁଛି, କହିବି କି ?? 

ଦୀପକ : କହ କହ , 

ରାକେଶ : କହିବି ତ !! ପକ୍କା…

ବିନାୟକ : ଜଲ୍ଦୀ କହ, (ଭାଇ ଆଉ ଗୋଟିଏ ପକଡ଼ା ପ୍ଲେଟ ଟେ ଦିଅ, କାହାଣୀ ବାକି ଅଛି) । 

ରାକେଶ : ରାମ ଦୋଳି ପରେ ତ ସିଧା ରୁମ୍ କୁ ଆସିଲେ କେତେ ଇଚ୍ଛା ଥିଲା ନା ସେଦିନ ମଥୁରା କେକ୍ ଆଉ ବିରୀୟାନି ଖାଇବା ବୋଲି। କେତେ କଣ ଭାବିଥିଲେ, କିଛି ଖାଇ ପାରିଲେ ନାହିଁ । 

ବିନାୟକ : ସେଇଟା ଆମେ ଜାଣିଛୁ, ଆଉ କଣ ଥିଲା କହ ? 

ରାକେଶ : ରାମ ଦୋଳି ପୂର୍ବରୁ ଆମେ ବ୍ରେକ ଡାନ୍ସ ରେ ବସିଥିଲେ ନା । 

ଦୀପକ : ହଁ ସେଠି ତ ତୋର ଅବସ୍ଥା ଖରାପ ହୋଇ ଯାଇଥିଲା, ପାଟିରୁ ଲାଳ ସବୁ ଆମ ଉପରେ ଆସି ପଡିଥିଲା ଆଉ ତୋର ମୁଣ୍ଡ ବୁଲା ବାହାରି ପଡ଼ିଲା ।

ରାକେଶ : ସେଇଟା ତ ହୋଇଥିଲା ଆଉ ଦୁଇଟି ଜିନିଷ ମଧ୍ୟ ହୋଇଥିଲା । 

ବିନାୟକ : କଣ ରେ ??

ରାକେଶ : କେହି ରାଗିବନି ନା, ଜାଣିଛ ସେଠି ମୋର ମଧ୍ୟ ଡରରେ ଚିଚି… ସହିତ ପାଣିଆ ଝାଡ଼ା ଟିକେ ବାହାରି ଯାଇଥିଲା। 

ଦୀପକ : ଛି ଛି….. , ଛି ଛି……..

ନେ ରେ ଭାଇ ପକଡା ଆଉ ଖାଇବିନି । ଆଉ ତୁ ସତରେ ବାୟା ଟା, ତୋତେ ଯିଏ ନାଁ ଦେଇଛି, ଭାବି ଚିନ୍ତି ଦେଇଛି । 

ବିନାୟକ : ବ୍ରେକ ଡାନ୍ସ ପରେ ସେଥିପାଇଁ କହୁଥିଲୁ ଯେ, ଚାଲ ଯିବା ମୋର ପେଟ ଗୁଳୁଗୁଳି ହେଲାଣି, ଆବେ ତୁ କଲେଜ ପିଲା ହେଇକି ଡର ରେ ତୋର ଝାଡ଼ା ବାହାରି ପଡୁଛି।  ଲାଜ ଟିକେ ଲାଗିଲାନି। 

ରାକେଶ : ଲାଜ କଣ ? ହେଇତ ଗଲା… 

(ଟିକେ ସମୟ ପରେ ସମସ୍ତେ ହୋ ହୋ ହୋଇ ହସିବାକୁ ଲାଗିଲେ।  )

ବିନାୟକ : ଡରରେ ବହୁତ୍ କିଛି ହୋଇ ଯାଏ ମାତ୍ର ତୋର ଭଳିଆ ଝାଡ଼ା ବାହାରିବ ନାହିଁ ରେ,  

ସମସ୍ତେ ପୁଣି ହସିଲେ… ପକଡା ଦୋକାନୀ ବାଲା ପଚାରିଲା, ଭାଇ କଣ ହେଲା,ଏତେ ଜୋର୍ ରେ ହସୁଛ ଯେ, 

ଦୀପକ : ନାହିଁ ଭାଇ ତମେ ବୁଝିବ ନାହିଁ, ଯିଏ ଏହି କାହାଣୀ କୁ ଏବେ ପଢୁଛି ସେ ତ ନିଶ୍ଚୟ ବୁଝି ଯାଇଥିବ। 

ବିନାୟକ : ଭାଇ କାହାଣୀ ତ ସରିଲା, ରେଟ୍ କେତେ ହେଲା କୁହ ??

ଦୀପକ : ମୁଁ ମଧ୍ୟ ଆସୁଛି ରେ ଭାଇ ମାନେ,  ହେଇ ଷ୍ଟୁଡିଓ ବାଲା ମଧ୍ୟ ଫୋନ୍ କରିଲା, ବୋଧେ ହୋଇଗଲା । 

ତାପରେ ଦୀପକ ନିଜ ବାଇକ୍ ରେ ଆଉ ବିନାୟକ ଆଉ ରାକେଶ ଅନ୍ୟ ଏକ ବାଇକ୍ ରେ।

ବାଇକ୍ ରେ ବସିଲା ପରେ ବିନାୟକ ରାକେଶ କୁ କହୁଛି , ତୁ ମୋ ଠାରୁ ଛାଡ଼ି କରି ବସ୍, ଗନ୍ଧିଆ କୋଉଠି କାର….

ତେବେ ସମୟ ସମୟ ର କଥା, ଏହି କାହାଣୀ ମଧ୍ୟ ତିନି ସାଙ୍ଗ ର କାହାଣୀ । ସେମାନେ ଦୀର୍ଘ 5 ବର୍ଷ ପରେ ଦେଖା ହୋଇଥିଲେ । ସମୟ ସନ୍ଧ୍ୟାରେ ଦେଖା ହୋଇ ଏତିକି କଥା ହୋଇ ପୁଣି ଫେରିଗଲେ । ଜୀବନରେ ବହୁତ୍ ଲୋକ ସହିତ ବହୁତ୍ କିଛି ହୋଇ ଯାଏ କେହି କହି ପାରେ ତ କେହି ଲୁଚେଇ ରଖେ । ଯେମିତି ରାକା ବାୟା କହିଦେଲା । ତାର ଜୀବନରେ ଘଟିଥିବା କିଛି ସମୟ କୁ ବର୍ତ୍ତମାନ ରେ କହିବାକୁ ଚେଷ୍ଟା କରିଲା । ଠିକ୍ ସେମିତି ଆପଣ ମଧ୍ୟ ମୋତେ ପଠେଇ ପାରନ୍ତି।  ଏହି ସାଇଟ୍ ରେ ଗୋଟିଏ ଲିଙ୍କ୍ ଅଛି ସେ ଲିଙ୍କ୍ ମାଧ୍ୟମରେ ମୋତେ ପଠାନ୍ତୁ ମୁଁ ଆପଣଙ୍କ କାହାଣୀକୁ ସେୟାର କରିବି । 

ତେବେ, କାହାଣୀ ଟି ଏତିକି ହିଁ ଥିଲା ବନ୍ଧୁ ମାନେ, ଭଲ ଲାଗିଛି ଯଦି କମେଣ୍ଟ ଗୋଟିଏ କରିଦେବେ ଏବଂ ନିଜ ବନ୍ଧୁ ମାନଙ୍କୁ ମଧ୍ୟ ଏହି ଲିଙ୍କ୍ ଟିକୁ ସେୟାର କରିଦେବେ । ସେ ମଧ୍ୟ ଟିକେ ପଢ଼ି ହସନ୍ତୁ…

ଧନ୍ୟବାଦ

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ….

Homework

ସେଦିନ ଗୋବିନ୍ଦ ଆଜ୍ଞା ଙ୍କ ଟିଉସନ ରେ ସଂଧ୍ୟା ରେ ସମସ୍ତଙ୍କୁ ପ୍ରବଳ ମାଡ଼ । କେତେଟା ବାଡି ଭାଙ୍ଗିଛି ତାର ହିସାବ ନାହିଁ। କେତେ ପିଲା ଭାବିଲେ ଯେ କାଲି ଠାରୁ ଆଉ ଟିଉସନ ଆସିବି ନାହିଁ । କିନ୍ତୁ ଗୋବିନ୍ଦ ଆଜ୍ଞା ଆଉ କାଶୀନାଥ ଆଜ୍ଞା ଙ୍କ ନୀତି ଏକ ସମାନ। ଯଦି ପିଲା ନ ଆସିଲା। ତେବେ ଆଜ୍ଞା ଙ୍କ ସହିତ ଦୁଇଟି ପିଲା ଯିବେ ଯେମିତି ସେ ଦୁଇଟି ପିଲା , ଆସି ନଥିବା ପିଲା କୁ ଟେକି ଆଣି ପାରୁଥିବେ। କିନ୍ତୁ ଏହି କାହାଣୀ ରେ ସେମିତି କିଛି ନାହିଁ ବିଷୟ ଟିକେ ଅଲଗା, କାଶୀନାଥ ଆଜ୍ଞା ଙ୍କ ବିଷୟରେ ଅନ୍ୟ ଏକ କାହାଣୀରେ ପୁଣି କେବେ ପଢ଼ିବା ବର୍ତ୍ତମାନ ପଢ଼ିବା ଗୋବିନ୍ଦ ଆଜ୍ଞା ଙ୍କ କଥା ।

ଟିଉସନ ରେ ପ୍ରତିଦିନ ଲେଖା ଦିଆଯାଏ ମାନେ ହୋମୱର୍କ । ଘରୁ ଲେଖି ଆଣିବାକୁ ପଡେ ଆଉ ମୁଁ ଥିଲି ତଣ୍ଡିପ ଗୋଷ୍ଠୀ ରୁ । ସିଲଟରେ ଖଡ଼ି ଦ୍ଵାରା ଛୋଟ ଛୋଟ କରି ଲେଖିବାକୁ ପଡୁଥିଲା। ମୋ କ୍ଲାସ ର ସମସ୍ତଙ୍କୁ କୁହା ଯାଇଥିଲା । ଆ’ କାର ଠାରୁ ଆରମ୍ଭ କରି ଔ’ କାର ପର୍ଯ୍ୟନ୍ତ ଲେଖି ଆଣିବାର ଥିଲା । ମୁଁ ଏତେ ତଣ୍ଡିପ ଯେ ଟିଉସନ ଯିବା ପୂର୍ବରୁ ହିଁ ଲେଖେ । ତାହା ପୁଣି ଘଣ୍ଟାଏ ପୂର୍ବରୁ ।

ହେଲେ ଭାଗ୍ୟ ର ବିଡମ୍ବନା। ସେଦିନ ସକାଳେ ଘରେ ଛୋଟ ମାଛ ଅଣା ଯାଇଥିଲା । ତାହା ପୁଣି ସହଦେବ ଦାଦା ଆଣି ଦେଇ ଯାଇଥିଲେ । ବୋଉ କଣ କରିଲେ ଯେ ସେ ଛୋଟ ମାଛ ଗୁଡିକୁ ଦୁଇ ଭାଗ କରିଦେଲେ। ଗୋଟିଏ ଭାଗ ତରକାରୀ ହେଲା ଆଉ ଅନ୍ୟ ଭାଗ ଟିକୁ ଭାଜି କରି ରଖା ଗଲା କାରଣ ତାକୁ ସଂଧ୍ୟାରେ  ତରକାରୀ ହେବ । ଘରେ ଭାଇ ଭଉଣୀ ଏବଂ ବୋଉ, ଆମେ ତିନି ଜଣ ମାତ୍ର ସେଦିନ ମୋ ଭଉଣୀ ଯାଇଥାଏ ମାମୁଁ ଘରକୁ । ବୋଉ ତରକାରୀ କରିବା ପରେ ବୋଉ ଙ୍କୁ  ପଡୋଶୀ ଘର ଖୁଡି କିଛି କାମ ପାଇଁ ଡାକିଲେ । ବୋଉ ମୋତେ କହିଲେ ଯେ ମୁଁ ଖୁଡ଼ି ଘରକୁ ଯାଉଛି , ଘଂଟାଏ ଲାଗିବ । ଆସିଲେ ଦୁହେଁ ଖାଇବା। କିନ୍ତୁ ମାଛ କୁ ଦେଖୁଥିବୁ ବିଲେଇ ଖାଇଦେବ। 

ଏତିକି କହି ଚାଲିଗଲେ। ଛୁଟି ଯୋଗୁ ସ୍କୁଲ ବନ୍ଦ ଥିଲା । ବୋଉ ଗଲା ପରେ ମୋର ମନ ଟା ଟିଭି ରେ ଲାଗିଗଲା । ଟିଭି ଲଗେଇ ଦେଖିଲି । ସେପଟେ ବାରି କବାଟ ଖୋଲା ଅଛି ଆଉ ମୁଁ ବାରି କବାଟ ସିଧା ଟିଭି ଆଗରେ ଗୋଟିଏ ଚେୟାର ପକେଇ ଟିଭି ଦେଖୁଥାଏ ଆଉ ବେଳେବେଳେ ବାରି ପଟକୁ ଦେଖୁଥାଏ କାରଣ ବିଲେଇ କାଳେ ଆସିଯିବ । ଟିଭି ଦେଖୁ ଦେଖୁ ମୋତେ କେତେବେଳେ ନିଦ ଆସି ଯାଇଛି ମୁଁ ଜାଣିନି ।

ହଠାତ୍ ମୋ ନିଦ ଭାଙ୍ଗିଲା ଦେଖିଲି ମୋ ସାମ୍ନାରେ ବୋଉ ଠିଆ ହୋଇଛନ୍ତି । ହାତରେ ଗୋଟିଏ ବାଡ଼ି, ଚାଇଁ କରି ମୋ ହାତକୁ ଗୋଟିଏ ବାଜିଲା, ବୋଉ କୁ ପଚାରିଲି କଣ ହେଲା ମୋତେ କାହିଁକି ମାରୁଛ ? ବୋଉ କହିଲେ ଚାଲ ସେ ଘରକୁ ଦେଖିବୁ ତା ପରେ ମୋତେ ପଚାରିବୁ , ମନେ ପଡିଗଲା ମାଛ ତରକାରୀ କଥା ମୁଣ୍ଡରେ ହାତ ଦେଲି । ଦୌଡ଼ି ଗଲି ରୋଷେଇ ଘରକୁ ଦେଖିଲା ବେଳକୁ ତରକାରୀ କଡେଇ ରେ ଗୋଟିଏ ମଧ୍ୟ ମାଛ ନାହିଁ ଖାଲି ସେତିକି ନୁହଁ । କଣ୍ଟା ରେ ଓହଳି ଥିବା ପଲିଥିନ ଭିତରେ ରଖା ଯାଇଥିବା ଭଜା ମାଛ ମଧ୍ୟ ନାହିଁ । ବୋଉ କୁ ଚାହିଁଲି । ଆଉ ଗୋଟିଏ ପାହାର ପଡିଲା ମୋ ଉପରେ, କାନ୍ଦ ବାହାରିଲା ନାହିଁ କାରଣ ଭୁଲ ହୋଇଛି ପରା, ମନ ଭିତରେ କାନ୍ଦି ଦେଲି ଆଉ ପାଟି ଚୁପ୍ । ବୋଉ ରାଗରେ କହିଲେ ଏବେ ଖାଲି ଭାତ ଖାଇବୁ । ଆଉ ସେମିତି ହିଁ ହେଲା ସେଦିନ ଆଚାର ଆଉ ଲୁଣ ମରିଚ ସହିତ ପିଆଜ ଖାଇଲୁ । ଖାଇବା ସମୟରେ ବୋଉ ର ରାଗ ଚେହେରା ମୋତେ ଏବେ ମଧ୍ୟ ମନେ ପଡ଼ିଯାଏ ।

ଏତିକି ଥିଲା ଦିନ ବେଳ ର କଥା । ମାଛ ର ମାଡ଼ ସରିଲା ଏବେ ସଂଧ୍ୟା ମାଡ଼ ବାକି ଅଛି । ସଂଧ୍ୟା ଛଅ ଟା ରେ ଟିଉସନ ଅଛି । ନିଦ ଭାଙ୍ଗିଲା ଚାରି ଟାରେ ଏପଟ ସେପଟ ହେଉ ହେଉ ପାଞ୍ଚଟା ବାଜିଲା । ମନେ ପଡିଗଲା ଯେ ହୋମୱର୍କ କରିବାର ଅଛି, ମୁଁ ବାରି ପିଣ୍ଡା ରେ ଲେଖିବାକୁ ବସିଲି । ଲେଖା ମଧ୍ୟ ସରିଲା । ଠିକ୍ ସେତିକି ବେଳେ ସେ ଚୋର ବିଲେଇ ଆମ ଘରକୁ ଆସିବାକୁ ଲାଗିଲା । ସେ ବିଲେଇ ଆମ ସାହିର ସମସ୍ତଙ୍କ ଘରକୁ ଯାଏ ଆଉ ତାକୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି ମଧ୍ୟ । ଦିନ ବେଳର ମାଡ଼ କଥା ମନେ ପଡିଗଲା, ଆରେ ଏଇ ବିଲେଇ ଯୋଗୁ ଆଜି ମୁଁ ମାଡ଼ ଖାଇଛି ତେବେ ୟାକୁ ପାନେ ଦେବାକୁ ପଡିବ ଭାବି ହାତରେ ସିଲଟ ଟା ଥିଲା ତା ଉପରକୁ ଫୋପାଡ଼ି ଦେଲି । ଆଉ ତାପରେ କଣ ହେବ ?? ବିଲେଇ କୁ ତ ବାଜିଲା ନାହିଁ ମୋ ସିଲଟ ଯାଇ ସିଧା ପଡିଲା ଡ୍ରେନ ଭିତରେ ( ଘରୁ ପାଣି ଆସି ଜମା ହେଉଥିବା ଗୋଟିଏ ଗାତରେ ) । ମୋ ମୁଣ୍ଡ ପୁଣି ଖରାପ । ବିଲେଇ ତ ଗଲା ହେଲେ ମୋ ହୋମୱର୍କ ମଧ୍ୟ ଗଲା (ପୁଣି ଟେନ୍ସନ ) ହୋମୱର୍କ ସବୁ ଲିଭି ଯାଇଥିଲା । କଷ୍ଟ ଲାଗିଲା, ସେପଟେ ଟିଉସନ ମାଡ଼ କଥା ଭାବି ଦୁଇ ଧାର ଲୁହ ଆସିଗଲା ମଧ୍ୟ । ମୋ ଦୁଃଖ ଏବେ କିଏ ଶୁଣିବ ? ଆଉ କାହାକୁ ଅବା କହିବି । ପାଞ୍ଚ ମିନିଟ୍ ବାକି ଅଛି ଟିଉସନ ଆରମ୍ଭ ହେବାକୁ, ଏବେ ଚାହିଁଲେ ମଧ୍ୟ ଲେଖି ହେବନି । ସିଲଟ କୁ ଆଣିଲି ପ୍ରାୟ ପାଞ୍ଚ ଥର ସାବୁନ ଲଗେଇ ଧୋଇଲି। ଗୋଟିଏ ବୋଲି ସିଲଟ ତାକୁ ଫୋପାଡ଼ି ପାରିବି ନାହିଁ । ମାତ୍ର ଅଳ୍ପ ଅଳ୍ପ ଗନ୍ଧ ବାହାରୁ ଥିଲା ମଧ୍ୟ…

ଉପାୟ ଶୂନ୍ୟ ଟିଉସନ ସେମିତି ଗଲି । ଟିଉସନ ରେ ସିଲଟ ପକେଇବାକୁ ପଡେ ମାତ୍ର ମୁଁ ଲେଖିନି ପକେଇବି କଣ । ସେମିତି ବସିଥାଏ । ଗୋବିନ୍ଦ ଆଜ୍ଞା କାହାକୁ ପଚାରିବା ପୂର୍ବରୁ ମୋତେ ପଚାରିଲେ ସନ୍ତୋଷ ତୁମର ସିଲଟ କାହିଁକି ରଖି ନାହଁ। ଏତିକି ପ୍ରଶ୍ନରେ ମୋ ଆଖିରୁ ପୁଣି ଲୁହ ବାହାରି ଗଲା । ଦିନରେ ମାଡ଼ ପଡିଥିଲା ଆଉ ଏବେ ପୁଣି ମାଡ଼ ହେବ ଏତିକି ଭାବି ଭାବି ମୋ ଲୁହ ବାହାରି ଗଲା ।  ଗୋବିନ୍ଦ ଆଜ୍ଞା କହିଲେ ମୁଁ ଜାଣିଛି ତମେ ଆଜି ଲେଖି ନାହଁ ନା । ମୁଁ ମୁଣ୍ଡ ହଲେଇ ହଁ କରିଲି। ଗୋବିନ୍ଦ ଆଜ୍ଞା ମୋତେ ପାଖକୁ ଆଣି ଡାକି ବସେଇଲେ ଆଉ କାହଁକି ଲେଖିନ ? ବୋଲି ପଚାରିବା ପରେ ମୁଁ ସକାଳ ଠାରୁ ଆରମ୍ଭ କରି ଘରେ ଘଟିଥିବା ସବୁ ଘଟଣା କୁ ସତ ସତ କହିଲି, ବାକି ସବୁ ପିଲା ମାନେ ମୋ କାହାଣୀ କୁ ମନ ଧ୍ୟାନ ଦେଇ ଶୁଣୁ ଥିଲେ, ଯେମିତି ମୁଁ ବୁଢ଼ୀ ଅସୁରୁଣୀ ର ଗପ କହୁଥିଲି… ଆଉ ଶେଷରେ ଯେତେବେଳେ ସିଲଟ ଡ୍ରେନ ର ପଡିବା କଥା ଶୁଣିବା ପରେ ଗୋବିନ୍ଦ ଆଜ୍ଞା ସହିତ ସବୁ ପିଲା ହସିବାକୁ ଲାଗିଲେ । ମୋତେ ସେତେବେଳେ ଅଳ୍ପ ଲାଜ ଲାଗିଲା । 

ଗୋବିନ୍ଦ ଆଜ୍ଞା କହିଲେ ହଉ ଯାହା ହେଲା ତ ହେଲା, ଏବେ ଯିଏ ନ ଲେଖିକି ଆଣିଛି ସେ ତ ମାଡ଼ ଖାଇବ, ମୁଁ ମନେ ମନେ ସେୟା ହିଁ ଭାବୁଥିଲି, ଆଉ ତାହା ଗୋବିନ୍ଦ ଆଜ୍ଞା ମଧ୍ୟ କହିଦେଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ମାନେ ଗୋବିନ୍ଦ ଆଜ୍ଞା କହିଲେ ଯେ ସନ୍ତୋଷ ଆଜି ତମେ ସବୁ ସତ ସତ କହିଦେଲ ସେଥିପାଇଁ ତମକୁ ମାଡ଼ ବାଜିବ ନାହିଁ ମାତ୍ର ତମେ ଏବେ ସଙ୍ଗେ ସଙ୍ଗେ ସବୁ ହୋମୱର୍କ୍ ଏଠି ଲେଖି ମୋତେ ଦେଖାଇବ । ମୁଁ ପୁରା ଖୁସି, ଆଉ ବାକି ପିଲା ମାନେ ମୋ ଉପରେ ଜଳିବାକୁ ଲାଗିଲେ ।

ସେଦିନ ସେମାନେ ଅଧିକ ମାଡ଼ ଖାଇଲେ ଯେଉଁମାନେ ଲେଖି ଆଣି ନଥିଲେ । ସେମାନେ ମଧ୍ୟ କିଛି କିଛି ବାହାନା କରିବାକୁ ଲାଗିଲେ କିନ୍ତୁ ସବୁ ମିଛ ଥିଲା ଆଉ ତାପରେ ଆରମ୍ଭ ହୋଇଗଲା ନିର୍ଦ୍ଧୁମ ମାଡ଼ ର କାର୍ଯ୍ୟକ୍ରମ । ଯେଉଁମାନେ ସେଦିନ ମାଡ଼ ଖାଇଲେ ସେ ସାଙ୍ଗ ମାନେ ମୋ ବିରୁଦ୍ଧରେ କେତେ କଣ ଭାବିଲେ । ମୋତେ କିଛି ଦିନ ପାଇଁ ଅଲଗା ରହିବାକୁ ପଡ଼ିଲା, ସବୁ କଥା ରେ ମୋତେ ଅଣଦେଖା କରା ଯାଉଥିଲା । କିନ୍ତୁ କିଛି ଦିନ ପରେ ସବୁ ଠିକ୍ ହୋଇଗଲା । (ଏଇଟା ପିଲା ଦିନେ ସମସ୍ତଙ୍କ ସହିତ ହୋଇଛି ନା ନାହିଁ ମୁଁ ଜାଣିନି କିନ୍ତୁ ଆମ ବ୍ୟାଚ୍ ର କୋଉ ପିଲା ଯଦି କଣ ଖରପ କରିଲା ତାକୁ ସାଙ୍ଗ ଗୋଷ୍ଠୀ ରୁ କିଛି ଦିନ ପାଇଁ ବାଛନ୍ଦ କରାଯାଉଥିଲା ) ମାତ୍ର ଗୋଟିଏ ଚମତ୍କାର ହୋଇଗଲା ସେଦିନ , କଣ ହେଲା କେଜାଣି ସେଦିନ ଗୋବିନ୍ଦ ଆଜ୍ଞା ମୋ କଥା ଶୁଣି ବହୁତ୍ ଖୁସି ହୋଇଗଲେ ଆଉ ମୁଁ ସବୁ ସତ ସତ କହିଥିବାରୁ ସେ ମୋତେ ବିଶ୍ୱାସ କରିଲେ ଏବଂ ମୋତେ ସମସ୍ତଙ୍କ ଆଗରେ ଗୋଟିଏ ଉଦାହରଣ ସଜେଇ ଦେଇ କହିଲେ ଯେ ଦେଖ ସେ ହୋମୱର୍କ କରିନି ମାତ୍ର ସବୁ ସତ ସତ କହିଥିବାରୁ ତାକୁ ଏମିତି ସୁଯୋଗ ଦିଆଗଲା । 

ସେଦିନ ସବୁଠୁ ବଡ଼ ଉପଲବ୍ଧି ହୋଇଥିଲା ଯେ ସେଦିନ ଠାରୁ ମୁଁ ଗୋବିନ୍ଦ ଆଜ୍ଞା ଙ୍କ ପ୍ରିୟ ଛାତ୍ର ହୋଇ ଯାଇଥିଲି । ଯଦି କେବେ କେବେ ମୁଁ ମିଛ କହେ ତେବେ ମଧ୍ୟ ଗୋବିନ୍ଦ ଆଜ୍ଞା ତାକୁ ସତ ବୋଲି ଭାବୁଥିଲେ । ସେ ବିଶ୍ୱାସ ରେ ସେ ମୋତେ ସଦାବେଳେ ତାଙ୍କ ପାଖରେ ବସିବାକୁ ସୁଯୋଗ ମଧ୍ୟ ଦେଇଥିଲେ । 

ତେବେ ଏତିକି ଥିଲା, ଗଳ୍ପ ଟି, ଆଶା କରୁଛି, ନିଜର ପିଲା ଦିନ କଥା ମଧ୍ୟ ମନେ ପଡ଼ି ଯାଇଥିବ । ଦୁଃଖ କରନି । ଯଦି କିଛି ଅଛି ମୋତେ କୁହ , ତୁମ ପିଲା ଦିନ କାଠ ମଧ୍ୟ ଏଠି ଲେଖି ଦେବା । ହଁ ପିଲା ଦିନ କଥା ଆଜି ମଧ୍ୟ ଅମର ହୋଇ ରହି ଯାଇଛି । ଆଉ

ଆଜି ମଧ୍ୟ ମନେ ପଡେ ସେ ପିଲା ଦିନ ର କିଛି ମୁହୁର୍ତ । କିନ୍ତୁ ଭାଗ୍ୟ ର ବିଡମ୍ବନା ଯେ ଆଜି ଗୋବିନ୍ଦ ଆଜ୍ଞା ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ କଥା ଗୁଡିକ ଆଜି ମଧ୍ୟ ମନେ ପଡ଼ିଯାଏ ଏବଂ ତାଙ୍କ ଶ୍ରଦ୍ଧାଞ୍ଜଳିର ସମର୍ପଣ  ରୂପରେ ତାଙ୍କ ପାଇଁ ଦୁଇ ଧାର ଲୁହ ବହିଯାଏ  । 

।।ଧନ୍ୟବାଦ ।।

ନୀଳମାଧଵ ଭୂୟାଁ ଙ୍କ ଦ୍ୱାରା ଲିଖିତ……..