ବୃକ୍ଷ ଛେଦନ ର ପାପ…

ଓଡ଼ିଆ କବିତା

ଦିନକୁ ଦିନ ବଢ଼ିତ ଗଲାଣି
           ସୂର୍ଯ୍ୟ ଦେବଙ୍କର ତାପ,
ସମଗ୍ର ଜଗତ ଭୋଗୁଅଛି ଆଜି
           ବୃକ୍ଷ ଛେଦନ ର ପାପ…

ବୈଶାଖ ଓ ଜ୍ୟେଷ୍ଠ ଏ ଗ୍ରୀଷ୍ମ ଋତୁରେ
          ସହି ନ ହୁଅଇ ଜ୍ଵାଳା,
ଧରଣୀ ଦେବୀ କି ରୁଷ୍ଠ ହୋଇଛନ୍ତି
          ଜଳୁଛି ପର୍ବତ ମାଳା…

ନଦୀ ଠାରୁ ନାଳ ସୁଖିତ ଗଲାଣି
         ନାହିଁ ତ ବୁନ୍ଦାଏ ଜଳ,
ଦିବାକର କ୍ରୋଧେ ଫାଟି ତ ପଡ଼ିଛି
          ଧରଣୀ ମାଆ ର କୋଳ…

ଅଂଶୁଘାତେ ଲୋକ ହାରିଲେଣି ପ୍ରାଣ
          ତଥାପି ନୁହେଁ ଚେତନା,
ବାରମ୍ବାର ବୃକ୍ଷ ଛେଦନ କରନ୍ତି
          ପାଆନ୍ତି ବହୁ ଯାତନା…

ଅମ୍ଳଜାନ ସ୍ତର କମୁଅଛି ବୋଲି
          ପଡୁଛି ଗାମା କିରଣ,
ବୃକ୍ଷ କୁ ରୋପଣ ନ କରିବେ ଯଦି
           ଲଭିବେ ନୀତି ମରଣ…

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ।

Leave a Reply

Your email address will not be published. Required fields are marked *