Category Archives: Special

Smruti Tume Sradhanjali – 186


ହେଲେ କଥାରେ ଅଛି ପରା ରଖେ ହରି ମାରେ କିଏ ??

 ମାରେ ହରି ରଖେ କିଏ ?? 

ତାପରେ ମଣିଷର ଭାଗ୍ୟରେ ଯାହା ଲେଖାହେଇଥିବ ତାହା ହିଁ ହେଇଥାଏ….
(ପଢନ୍ତୁ ଆଗକୁ କଣ ହେଲା …)
କେକ୍ କଟା ସରିବାପରେ ସାଙ୍ଗମାନେ ବାହାରୁଥାନ୍ତି ଘରକୁ ଯିବାପାଇଁ, ଏତିକି ବେଳେ ମାମୁଁ କହୁଥାନ୍ତି ।

ମାମୁଁ:- କୁଆଡେ ବାହାରିଲ ?? ଆଜି ରାତିକ ରହିଯାଅ କାଲି ସକାଳୁ ଯିବ ।

ସବୁ ସାଙ୍ଗମାନେ ବହୁତ ମନାକରିଲା ପରେ,ମାମୁଁ ବି ଆଉ ମନା କରିପାରିଲେନି ।
 ହେଲେ କୁମାର ଆଉ ସନ୍ଧ୍ୟାକୁ ମନା କରୁଥାନ୍ତି । ସେମାନେ ଯାଆନ୍ତୁ ତମେ ଦୁଇଜଣ ରହିଯାଅ ।

କୁମାର ସବୁସାଙ୍ଗମାନଙ୍କୁ କହୁଥାଏ ।

କୁମାର:- ମାମୁଁ ଏତେ କରି କହୁଛନ୍ତି ନରହିଲେ ଖରାପ ଭାବିବେ ତମମାନେ ଯଦି ଯିବ ଯାଅ ମୁଁ ଆଉ ସନ୍ଧ୍ୟା କାଲି ସକାଳେ ଯିବୁ ।

ତାପରେ ସାଙ୍ଗମାନେ ବାହାରିଗଲେ ଏତିକି ବେଳେ କୁମାର ସମୀର ସହ ଦେଖାହେଇଯାଇଥାଏ । 

ସମୀର କହୁଥାଏ….

ଆଗରୁ କଣ Planing ହେଇଥିଲା ଆପଣ ମାନଙ୍କର ମନେ ଅଛି ନା ?? କୁମାରକୁ କହୁଥାଏ …

ସମୀର:-ଯେତେ ଖୁସି ହବା କଥା ହେଇଯା!!  ଆଜି ସେ ସମୟ ଆସିଯାଇଛି ତୋ ସାଙ୍ଗମାନେ ତୋ ସହ ରହିଯାଉଥିଲେ ମୁଁ କିଛି କରିପାରୁନଥିଲି । 

ହେଲେ ଆଜି କିଏ ନାହିଁ ତୁ ଏକୁଟିଆ ହେଇଯାଇଛୁ  , ସନ୍ଧ୍ୟାର ଆଜି Last Day …କେମିତି ଅଟେକେଇବୁ ଅଟକା ।
 ସମୀର ଏତିକି କହି ଚାଲିଯାଇଥାଏ ।

To be continued…….


Promo: (ସନ୍ଧ୍ୟା ଆଉ କୁମାର ମନରେ ଭୟ ଅନୁଭବ ହେଇଛି, ପଢିବା Next Page ରେ…… )

Smruti Tume Sradhanjali – 10



କୁମାର:- ଦେବୀ ଯେ ଗୋଟେ !! କଥା କହିବା ବନ୍ଦ କରି ଦେବୁ ତତେ ମଜା ଲାଗୁଛି ନାହିଁ କି ? Pen ତ ନେଇକି ଗଲା ଆଉ ଫେରିବନି କି ସେ ଜଣା ନାହିଁ ?? ।

ବିକ୍ରମ:-  ଓଃ !! ହଁ ହଁ ତୋ ପେନ ଟା ନେଇଗଲା ପରା ।
(ସେତେବେଳେ ଆଉ ଜଣେ ସାଙ୍ଗ ଆସି Hand shake କଲେ)

ଆକାଶ:- ଆଉ କେମିତି ଅଛ ସମସ୍ତେ ? ଆରେ ଚିହିଁ ପାରୁଛ ନା ନାହିଁ ? ମୁଁ ଆକାଶ , Summerclass  ମିଶିକରି କରୁଥିଲେ ।

କୁମାର:- ହଁ ହଁ ଚିହିଁ ପାରିବୁନି କେମିତି ମିଶିକି କେତେ ମଜା କରୁଥିଲେ । (ବିକ୍ରମ କୁ ଦେଖେଇ କହିଲେ)

ଆକାଶ:- ଏ ମହାଶୟ କିଏ ?

କୁମାର:- ମୋ ସାଙ୍ଗ ବିକ୍ରମ (ଦୁହେଁ Hand Shake କଲେ)

ଆକାଶ:- ଆଉ From ଭରା ସରିଲାଣି , ସମସ୍ତଙ୍କର ??

କୁମାର:- ହଁ ସରିଲାଣି ଯେ ଗୋଟେ ଝିଅ ପେନ ନେଇକି ପଳେଇଛି ହେଲେ ଫେରିନି ତାକୁ ଅପେକ୍ଷା କରିଛି ।

ଆକାଶ:- ମୁଁ ଦେଖିଛି ତମ ପେନ ନେଲାବେଳେ । ଭାରି ଭଲ ଝିଅଟିଏ । ଆମ ଗାଁ ର ଝିଅ ସେ । ମୁଁ ତା ସାଙ୍ଗରେ କଥା ହୋଇ ତମ Pen ମାଗି କି ଆଣିଦେବି 
 ତମେ ଯାଅ ସନ୍ଧ୍ୟା ହେଲାଣି ।

କୁମାର:- ହଉ ଠିକ ଅଛି ତାହାଲେ ଆମେ ଯାଉଛୁ  ।

ଆକାଶ:- OK Bye….

କୁମାର:- Bye….

ବିକ୍ରମ:- Bye….

କିଛି ଦିନ ବିତିଗଲା ଆଉ ସବୁ ସାଙ୍ଗ ମାନେ ମିଶି ଗୋଟିଏ ଜାଗାରେ ଟିଉସନ କଲେ ।

To be continued…….


Promo: ( ଟିଉସନ ମସ୍ତି ଆଉ ନୂଆ ସାଙ୍ଗ ମାନଙ୍କ ବିଷୟରେ ?? ପଢିବା ଆଗାମୀ page ରେ…… )