Category Archives: #kids story

ବିଲେଇ ଆକାଶରେ ଉଡୁଛି



ଗୋଟିଏ ରାଜ୍ୟ ରେ ଜଣେ ରାଜା ଥିଲେ । ତାଙ୍କୁ ଗପ ଶୁଣିବାକୁ ଭାରି ଭଲ ଲାଗେ । ସେ ନିଜ ରାଜ୍ୟ ରେ ଘୋଷଣା କରିଲେ ଯେ ଯିଏ ରାଜାଙ୍କୁ ଭଲ ଗପ କହି ମନ ମୋହିତ କରି ପାରିବ, ରାଜା ନିଜ କନ୍ୟା ସହ ତାଙ୍କୁ ବିବାହ କରାଇବେ। ସାରା ରାଜ୍ୟ ର ଲୋକ ଏହି ଘୋଷଣାକୁ ଶୁଣି ଗପ କହିବା ପାଇଁ ଅଭ୍ୟାସ କରିଲେ ।

ସ୍ୱାଧୀନ ବୋଲି ଗୋଟିଏ ପିଲା ଥିଲା । ସେ ବହୁତ୍ ଗରିବ, ଖାଇବାକୁ ମଧ୍ୟ ତା ପାଖରେ କିଛି ନଥିଲା । ସେ ଆଉ ତାର ଦୁଇ ବୁଢା ବାବା, ମାଆ ଥିଲେ । ବାବା ଥିଲେ ଜଣେ ଅନ୍ଧ ଏବଂ ମାଆ ଅପଙ୍ଗ। ସେମାନଙ୍କ ପାଇଁ ସେ ସମୟରେ ଔଷଧ ମଧ୍ୟ କିଣି ପାରୁ ନଥିଲା । ରାଜା ଙ୍କର ଏହି ଘୋଷଣା ଯେମିତି ସ୍ୱାଧୀନ ପାଇଁ ଗୋଟେ ବଡ଼ ସୁଯୋଗ ଥିଲା । ଯେ ସେ ରାଜ ଦରବାର ରେ ଥରେ ପହଞ୍ଚି ପାରିବ ତ। ନିଜ ବାବା ଓ ମାଆ କୁ ଗରିବ ସ୍ଥିତି ରୁ ବାହାର କରିବା ପାଇଁ ସେ ଥରେ ଚେଷ୍ଟା କରି ପାରିବ ଭାବି ବାହାରିଲା ଦରବାର ଅଭିମୁଖେ ।

ସେ ରାଜା ଙ୍କ ଦରବାର କୁ ଯାଇ ନାମ ଲେଖାଇ ଆସିଲା ଏବଂ ସେ ଗପ କହିବ । ସେ ସିନା ନିଜ ପରିବାର ପାଇଁ ଯାଇଛି କିନ୍ତୁ ସେ କଣ ଗପ କହିବ, କିଛି ଜାଣି ନଥିଲା । ଗୋଟିଏ ଦିନ ପରେ ରାଜା ଙ୍କୁ ଗପ ଶୁଣାଇବ, ପୁରା ଦିନ ସେ ଭାବିଲା । ପ୍ରତି ଦିନ ଦଶ ଜଣ ଲେଖାଏଁ ଲୋକ ଗପ କହୁଥିଲେ। ସେ ରାଜ ଦରବାର ରେ କେବଳ ଜଣେ ହିଁ ଛୋଟ ପିଲା ଗପ କହିବାକୁ ଆସିଥିଲା। ଯେଉଁ ଦିନ ସ୍ଵାଧୀନ ଗପ କହିବ ତାର ପୂର୍ବ ଦିନ ଗପ ର ନାମ କହିବାକୁ ପଡେ । ସ୍ୱାଧୀନ ଭାବି ଭାବି ଗପର ନାମ କହିଦେଲା ” ବିଲେଇ ଆକାଶରେ ଉଡୁଛି” । ଏହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ । ସବୁ ଲୋକ ଭାବିଲେ ଏମିତି ମଧ୍ୟ ଗପ ଅଛି ? ତାହା ପୁଣି ” ବିଲେଇ ଆକାଶରେ ଉଡୁଛି”। ଏହା ଏକ ଅଦ୍ଭୁତ ଗପ ହୋଇଥିବ । ଗପର ନାମ ଶୁଣି ରାଜା ମଧ୍ୟ ଆଗ୍ରହୀ ହେଲେ।

ପର ଦିନ ରାଜ ଦରବାର ରେ ନିଜ ରାଜ୍ୟ ସହ ପଡୋଶୀ ରାଜ୍ୟ ର ଲୋକ ମଧ୍ୟ ଗପ ଶୁଣିବାକୁ ଆସିଥିଲେ। ରାଜ ଦରବାର ରେ ସ୍ବାଧିନ କୁ ଦେଖି କିଛି ଲୋକ ବୁଟୁର ବାଟୁର ହୋଇ ହସି ହସି କଥା ହେଲେ ଯେ ” ଏ ଛୋଟ ପିଲାଟି କଣ ଗପ କହିବ ? ଆଉ ସେ ପୁଣି ରାଜ କନ୍ୟା କୁ ବିବାହ କରିବ ??? ଆଉ ଏମିତି ବହୁତ୍ କିଛି କଥା ହେଉଥିଲେ । ରାଜା ଓ ରାଜକନ୍ୟା ଏବଂ ଅନ୍ୟ ଲୋକ ସବୁ ରାଜା ଙ୍କ ଦରବାର ରେ ଉପସ୍ଥିତ ହେଲେ। ସମସ୍ତେ ଗପ ଶୁଣିବା ପାଇଁ ଅପେକ୍ଷା କରିଥିଲେ । ସ୍ୱାଧୀନ ବହୁତ୍ ଲୋକଙ୍କୁ ଦେଖି ତା ମନରେ ଭୟ ଜାତ ହେଲା । ପୁଣି ନିଜ ବାପା ଓ ମାଆଙ୍କ କଥା ଭାବି, ମନରେ ସାହସ ବାନ୍ଧି, ନ ଡରି ଗପ କହିବା ଆରମ୍ଭ କଲା।

ଗୋଟିଏ ଛୋଟ ବ୍ରାହ୍ମଣ ପରିବାର ରେ ଗୋଟିଏ ଧଳା ବିଲେଇ ଟିଏ ଥିଲା । ସେ ସେହି ପରିବାର ଜଣେ ସଦସ୍ୟ ହୋଇ ଯାଇଥିଲା । ପ୍ରତ୍ୟେକ ସଦସ୍ୟ ତାକୁ ଖୁସିରେ ” ରାଣୀ ” ଡାକୁଥିଲେ । ଦିନେ ଗୋଟିଏ କୁକୁର ତା ପଛରେ ପଡିଗଲା । ବାରି ପଟୁ ଗୋଡ଼ାଇ ଗୋଡ଼ାଇ ଆଣି ଦାଣ୍ଡ ରେ ପହଞ୍ଚିଲା । ସେ କୁକୁର ତାକୁ ଚୋବାଇ ମାରିବାକୁ ଚେଷ୍ଟା କରୁଥିଲା । ଭାଗ୍ୟ ବଶତଃ ସେ କୁକୁର ହାବୁଡ଼ରେ ପଡିଗଲା ଏବଂ ବିଲେଇ କୁ କୁକୁର ଏମିତି ଚୋବାଈଲା ଯେ ବିଲେଇ ଦେହରୁ ପ୍ରାଣ ଉଡିଗଲା । ମରିଗଲା ପରେ କୁକୁର ଆଉ କଣ କରିଥାନ୍ତା ଯେ ସେ ଯେତେବେଳେ ଜାଣିଲା ଯେ ବିଲେଇ ମରିଗଲା । ସେ ପ୍ରାଣ ବିକଳରେ ଧାଇଁ ପଳେଇ ଗଲା । ଏମିତି ରେ କୁକୁର ବିଲେଇ ଶତ୍ରୁତା ବହୁ କାଳରୁ ଅଛି । କିଛି ସମୟ ପରେ ସେ ଘର ଲୋକ ରାଣୀ କୁ ଖୋଜିବାକୁ ଲାଗିଲେ। ଶେଷରେ ସେ ଘର ର ସାନ ପୁଅ କୁନା ଆସି ଦେଖିଲା ଯେ ରାଣୀ କୁ କେହି ଚୋବେଇ ମାରି ଦେଇଛି। ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ବିକଳା ମନରେ ସମସ୍ତେ କାନ୍ଦିଲେ ଏବଂ ବ୍ରାହ୍ମଣ ପରିବାର ଯୋଗୁ ପରିବାର ଲୋକେ କହିଲେ। କୁନା, ତୁ ସେ ବିଲେଇ କୁ ନେଇ ପାଖ ପଡିଆ ରେ ଗାତ ଖୋଳି ପୋତି ଦେବୁ । ଏବଂ ପାଖ ପୋଖରୀ ରେ ଗାଧୋଇ ଆସି ଯିବୁ। କୁନା ମଧ୍ୟ ସେମିତି କରିଲା କିନ୍ତୁ କୁନା ମନରେ ଭୟ ଥିଲା ଯେ କାଳେ ରାଣୀ ବିଲେଇ ର ଭୂତ ଆସି ତାକୁ ଡରେଇବ ନାହିଁ ତ ? ସେ ଅଳ୍ପ ପୋତି, ଗାଧୋଇ ଘରକୁ ଧାଇଁ ଆସିଲା।

ରାତିରେ ବିଲୁଆ ମାନେ ବିଲେଇ ପୋତି ଥିବା ସ୍ଥାନରେ ପହଞ୍ଚି ତାର ସବୁ ମାଂସ ଖାଇ ସାରି କେବଳ ବିଲେଇ ର ଚମଡା ଟି ପଡ଼ି ଥାଏ । ରାତି ପାହି ସକାଳ ହେଲା। କୁନା ଦାନ୍ତ ଘଷିବା ପାଇଁ ଦାଣ୍ଡ ରେ ଆସି ବସିଲା। ସେ ମନେ ମନେ ଭାବିଲା । ସେ ବିଲେଇ ପୋତି ଥିବା ଜାଗାରେ ପହଞ୍ଚିଲା । ଦେଖିଲା ସେଠି ତ ମାଟି ଖୋଳା ଯାଇଛି ଏବଂ ବିଲେଇ ନାହିଁ । କୁନା ମନରେ ପୁଣି ଭୟ ଜାତ ହେଲା । ସେ ଡର ରେ ଥରିବାକୁ ଲାଗିଲା । ସେ ଭାବିଲା ଯେ ଲୋକେ କୁହନ୍ତି ମାଟି ରେ ପୋତି ଦେଲେ କିଛି ପ୍ରାଣୀ ବଞ୍ଚି ଯାଆନ୍ତି । ବୋଧ ହୁଏ ବିଲେଇ ବଞ୍ଚି ଯାଇଥିବ ନହେଲେ ସେ ଭୂତ ହୋଇ ବୁଲୁ ଥିବ ଭାବି ଆକାଶ କୁ ଯେତେବେଳେ ଅନେଇଛି ହଠାତ୍ ବିଲେଇ ଉଡ଼ି ଉଡ଼ି ଯେମିତି ତା ପାଖକୁ ଆସୁଛି । ସେ ଭାବିଲା ବିଲେଇ ସତରେ ଭୂତ ହୋଇ ଯାଇଛି ଏବଂ ସେ ମୋତେ ମାରିବାକୁ ଆସୁଛି । ସେ ସେଠୁ ବଡ ପାଟିରେ ଚିତ୍କାର କରି ଆସିଲା ଯେ ଭୂତ… ଭୂତ… ଭୁତ… ” ବିଲେଇ ଆକାଶରେ ଉଡୁଛି ” ” ବିଲେଇ ଆକାଶରେ ଉଡୁଛି ” ରେ ଏମିତି କହି ନିଜ ଘରକୁ ଦଉଡ଼ି ଗଲା ଏବଂ ମା କୋଳରେ ଯାଇ ଲୁଚି ବସିଲା । ମା ପଚାରିଲେ କଣ ହେଲା ବାବୁ । କୁନା ଥରି ଥରି କହିଲା, ମା ମା ବିଲେଇ ଭୂତ ଆଉ ସେ ଆକାଶରେ ଉଡୁଛି । ମା ହସି ହସି କହିଲେ, ବାବୁ ରେ ଭୁତ ବୋଲି ଦୁନିଆରେ କିଛି ନାହିଁ । ଆମ ମନରେ ଥିବା ଭୟ ଆମକୁ ବିଭିନ୍ନ ରୂପ କୁ ଆମ ଆଖି ଆଗରେ ରଖି ତାକୁ ଭୁତ ର ରୂପ ଦିଅନ୍ତି । କୁନା କହିଲା ନାହିଁ ମା, ପ୍ରକୃତରେ ଭୁତ ଥିଲା । ଚାଲନ୍ତୁ ଦେଖିବେ । ତାପରେ କୁନା, ତାର ମା ଏବଂ ବାପା ମିଶି ସେ ପଡିଆ କୁ ଗଲେ । ସେଠି ଦେଖିଲେ , ବିଲେଇ ର ଚମଡା ଟି ପଡ଼ି ଥାଏ । ଉପରକୁ ଦେଖିଲେ କିଛି ଚିଲ ଉପରେ ଉଡୁ ଥାଆନ୍ତି । ଏବେ କୁନା ର ମା ବୁଝିଗଲା । କୁନା କୁ ବୁଝେଇ କହିଲେ । ପ୍ରକୃତରେ ବିଲେଇ ଭାବି ଚିଲ ତାକୁ ଉଠେଇ ନେଲା । କିନ୍ତୁ ଅନ୍ୟ ଚିଲ ସହିତ ଝଗଡ଼ା ରେ ସେ ତାଙ୍କ ପଞ୍ଝା ରୁ ଖସି ଆସିଲା । ଚମଡା ତ ହାଲୁକା ସେଥିପାଇଁ ସେ ତଳକୁ ଖସିବା ସମୟରେ ଦୋଳାୟମାନ ହୋଇ ତଳକୁ ଆସିଲା ଏବଂ ତୁମେ ତାକୁ ଦେଖି ତୁମକୁ ଉଡିବା ଭଳି ଅନୁଭବ ହୋଇ ଥିବ । କୁନା, ମା କୁ ଚାହିଁ କହିଲା, ମା ହଁ ସେମିତି ହୋଇ ଥାଇ ପାରେ କାରଣ ଦୁଇଟି ଚିଲ ଏକା ଥରକେ ମୋ ଆଡକୁ ସେତେବେଳେ ଉଡ଼ି ଆସୁଥିଲେ । କୁନା ପୁଣି ପଚାରିଲା ଯେ ବିଲେଇ ର ହାଡ ମାଂସ ସବୁ କୁଆଡେ ଗଲା ? ମା କହିଲେ ରାତିରେ ବିଲୁଆ ମାନେ ଆସି ଖାଇ ଯାଇଥିବେ। କୁନା ମୁଣ୍ଡ ହଲେଇ କହିଲା ହଁ ହଁ ଠିକ୍ କଥା । ତାପରେ କୁନା ପୁଣି ସେ ବିଲେଇ ଚମଡା କୁ ନେଇ ତାକୁ ଅଧିକ ଗଭୀର ଗାତ ଖୋଳି ତାକୁ ପୋତି ଆସିଲା ଏବଂ କହିଲା ସତରେ ମା, ମୁଁ ଗତ କାଲି ଠାରୁ ବିଲେଇ ଭୁତ ବୋଲି ଭାବୁଥିଲି ସେଥିପାଇଁ ମୋତେ ଭୁତ ବୋଲି ଅନୁଭବ ହେଲା । ଏବେ ମୁଁ ବିଲକୁଲ ଭାବିବି ନାହିଁ । ଏବଂ ସମସ୍ତେ ଘରକୁ ଫେରିଲେ ।

ଏତିକି କହି ସ୍ଵାଧୀନ ପ୍ରଣାମ କରି , ଗପ ଟି ସରିଲା ମହାରାଜ । କହି ମୁଣ୍ଡିଆ ଟିଏ ମାରିଲା। ଏତିକି ପରେ ପୁରା ରାଜ ଦରବାର ତାଳି ରେ କମ୍ପି ଉଠିଲା । ଏମିତି ତାଳି ଆଗରୁ କେବେ ଶୁଣା ଯାଇ ନଥିଲା । ସ୍ବାଧିନ ର ଗପ ରେ ମୁଗ୍ଧ ହୋଇ ରାଜା ନିଜ ସିଂହାସନ ରୁ ଉଠି ଆସି ସ୍ବାଧିନ କୁ ସାବାସ ଜଣାଇଲେ। ଏବଂ କହିଲେ ତୁମେ କୋଉଠୁ ସିଖିଛ । ସ୍ବାଧିନ କହିଲା, ମହାରାଜ ମୁଁ ବେଳେବେଳେ କାହାଣୀ ପଢ଼େ ଆଉ ଲେଖେ ମଧ୍ୟ । ରାଜା ପୁଣି ଖୁସି ହେଲେ ଏବଂ ନିଜ ଗଳା ରୁ ମୋତି ମାଳି ଟିଏ ବାହାର କରି ସ୍ବାଧିନ ଗଳା ରେ ପିନ୍ଧେଇ ଦେଇ କହିଲେ। ତୁମ କଥାରେ ମୁଁ ବହୁତ୍ ଖୁସି କିନ୍ତୁ ମୋର ସର୍ତ୍ତ ଅନୁଯାୟୀ ମୁଁ ତୁମ ଗପ ରେ ଖୁସି ହେଲି କିନ୍ତୁ ତୁମ ବୟସ ଠାରୁ ଏବଂ ମୋର ପୁତ୍ରି ର ବୟସ 15 ବର୍ଷ ଅଧିକ ହେବ । ସ୍ବାଧିନ ଅଳ୍ପ ହସି କହିଲା, ମହାରାଜ ମୋତେ ଏହି ରାଜ ଦରବାର ରେ କହିବାକୁ ସୁଯୋଗ ମିଳିଲା ତା ଠାରୁ ବଡ ଉପହାର ଆଉ କଣ ହୋଇ ପାରେ। ରାଜା କହିଲେ, ତେବେ ମୋ ସର୍ତ୍ତ ପ୍ରକାରେ ତୁମେ ଯୋଗ୍ୟ ବର ପାତ୍ର ହେବା ପାଇଁ ତୁମକୁ 15 ବର୍ଷ ସମୟ ଲାଗିବ ଏବଂ ମୋର ପୂତ୍ରି କୁ ମୁଁ 15 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରେଇ ପାରିବି ନାହିଁ । ସ୍ବାଧିନ କହିଲା, ମହାରାଜ ମୁଁ ଏଥି ଆପଣଙ୍କ ପୁତ୍ରୀ କୁ ବିବାହ ଲାଳସା ରେ ଆସି ନଥିଲି । ଯଦିଓ ତୁମେ ମୋ ଗପ ରେ ମୁଗ୍ଧ ଅନୁଭବ କରିଛ ଏବଂ ତୁମେ ସର୍ତ୍ତ କୁ ଭାଙ୍ଗ କରିବା ପାଇଁ ଚାହୁଁ ନାହଁ ତେବେ ବିବାହ ବଦଳରେ ମୋତେ କିଛି ଉପହାର ଦେଲେ ମୁଁ ଖୁସି ହୁଅନ୍ତି। ରାଜା ପଚାରିଲେ କୁହ ସ୍ବାଧିନ ତୁମର ଆଉ କି ଉପହାର ଦରକାର ? ସ୍ବାଧିନ କହିଲା, ମହାରାଜ ମୋର ବୃଦ୍ଧା ବାପା ମା ସେମାନଙ୍କ ପାଇଁ ମୁଁ ଦୁଇ ବେଳା ଖାଇବା ଯୋଗାଡ କରି ପାରୁନି ଏବଂ ତାଙ୍କ ପାଇଁ ଔଷଧ ର ବ୍ୟବସ୍ଥା କରି ପାରୁନି। ଯଦି ସେତିକି କରି ଦିଅନ୍ତି ତେବେ ଆପଣଙ୍କ ବହୁତ୍ ଉପକାର ହୁଅନ୍ତା । ରାଜା ସଙ୍ଗେ ସଙ୍ଗେ ଦରବାର ର ବୈଦ୍ୟ ଙ୍କୁ ଏବଂ କିଛି ଦୂତ କୁ ପଠେଇ କହିଲେ । ଏବେ ସଙ୍ଗେ ସଙ୍ଗେ ସ୍ବାଧିନ ଙ୍କ ବାପା ମା ଙ୍କୁ ରାଜ ଦରବାର ର ବୈଦ୍ୟ ଶାଳାରେ ଚିକିତ୍ସା ଆରମ୍ଭ କରା ଯାଉ ଏବଂ ସ୍ବାଧିନ ଙ୍କୁ ଆମ ପାଠ୍ୟ ଶାଳାରେ ତାଙ୍କୁ ଶିକ୍ଷକ ରୂପରେ ପଦାର୍ପଣ କରାଯାଉ । ରାଜା ଙ୍କ ଏତିକି କଥା ପରେ ପୁଣି ରାଜ ଦରବାର ତାଳି ରେ କମ୍ପି ଉଠିଲା ଏବଂ ରାଜା ଙ୍କ କଥା ଅନୁଯାଇ ଠିକ୍ ସେମିତି ପାଳନ ହେଲା ।

ପୂଜା ସ୍ୱାଇଁ (ଲେଖିକା)
ସୋଲଣ୍ଡି , ଗଞ୍ଜାମ ।

ଏଠି ଆପଣଙ୍କ ଲେଖା ପଠେଇ ପାରିବେ 👇👇👇

Dogs or Cats??

Dogs or cats?

A little story, a dog and a cat live in the same building, but they do not close each other and always fight about everything, if anything touch the dog so cat complaint to dad(House owner). dad know about his reason of fight but they don’t sleep each other they sleep at single place and cuddle type like Tom and Jerry. Dad bring two because dad loves both. But they fight all day or night but they loved very much each other. One day they fight each other and a beautiful vase broken by their fight. After broken they fear and how to tell to dad and what ?

At evening dad came and see the vase is broken. Dad call them, both are stand with head down mode. But dad didn’t anger on him and dad said , why are you fear I m not angry upon you if you fight each other so my valuable items broken one by one. If you’re satisfied then I m not angry. Both are feeling shame and came to dad and licking dad’s hand. Dad taking both and hugged tight. Then both are decided we are live happily but don’t fight each other.

On or further they don’t fight each other and live very happily. Both are show kindness by using their unique talents to help each other.