କୁମାର:- ସତରେ ନା କଣ ?? Thank You !! ଜଲଦି ରେଡି ହୁଅ ରୋଷେଇ ହେଇଗଲଣି ।
ସନ୍ଧ୍ୟା:- ହଁ ବାବା ସରିଲାଣି ଖାଲି ଶାଢ଼ୀ ଟା ପିନ୍ଧୁଛି ।
କୁମାର:- ସନ୍ଧ୍ୟା ମୁଁ କଣ କହୁଛି କି ?? ମୁଁ ଆସିବି କି ? ଶାଢ଼ୀ ପିନ୍ଧେଇବାରେ ସାହାଯ୍ୟ କରିଦେବି ।
ସନ୍ଧ୍ୟା:- ଥାଉ ଥାଉ ବାହାଦୁରୀ ମାରନି, ଶାଢ଼ୀ ପୁଣି ତମେ ପିନ୍ଧେଇବ !!
କୁମାର ଆସିଯାଇଥାଏ ସନ୍ଧ୍ୟା ପାଖକୁ ।
ଏଇ ଦୁଷ୍ଟ ଯାଅ ବାହାରକୁ ମୁଁ ଶାଢ଼ୀ ପିନ୍ଧୁଛି ପରା ।
କୁମାର:- ଏତେ ଲାଜ କାହିଁକି କରୁଛ ବା ?? ଏଠି ଆଉ କିଏ ନାହାନ୍ତି । ତା ଛଡ଼ା ମୋ ଆଗରେ କଣ ଲାଜ ଯେ ??
ଏମିତିରେ ବି ବାହାଘର ପରେ ମୁଁ ହିଁ ଶାଢ଼ୀ ପିନ୍ଧେଇ ଦେବି ନା ???
ସନ୍ଧ୍ୟା:-ହଁ ହଉ, ଏବେ ବାହାଘର ହେଇନି , ବାହାଘର ପରେ ପିନ୍ଧେଇ ଦେବ ଏବେ ଯାଅ ।
ସନ୍ଧ୍ୟା ମନେ ମନେ ଭାବୁଥାଏ, ମତେ ତ ଶାଢ଼ୀ ପିନ୍ଧା ଆସେ ସେ କୁଞ୍ଚ କରିବାର ଆସେନି ବୋଉ କି ଖୁଡି ଥିଲେ ପିନ୍ଧେଇ ଦେଇଥାନ୍ତେ ।
ଶୁଣ କୁମାର ତମକୁ ସତରେ ଶାଢ଼ୀ ପିନ୍ଧେଇବାର ଆସେ ??
କୁମାର:- ଆଉ କଣ ମୁଁ ଖାଲିରେ କହୁଛି ନା କଣ ?? ତମେ ତ ମିଛ ଭାବୁଛ । ମୁଁ ଜାଣେ ତମକୁ ଶାଢ଼ୀ ପିନ୍ଧା ଭଲସେ ଆସେନି ।
ସନ୍ଧ୍ୟା:- କେମିତି ଜାଣିଲ ??
କୁମାର:- ଆରେ ଜାଣିବିନି କେମିତି ତମେ ପରା ସେତେବେଳୁ ଶାଢ଼ୀକୁ ଧରିକି ଅଛ । ହଉ ଛାଡ଼ ମୁଁ ପିନ୍ଧେଇ ଦଉଛି ।
Promo: ( ସନ୍ଧ୍ୟା ଆଉ କୁମାର ର ରୋମାଣ୍ଟିକ କଥା, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-56
Thanks….
Like this:
Like Loading...
କୁମାର:- କଣ ହେଇଛି ସନ୍ଧ୍ୟା ବ୍ୟସ୍ତ ଜଣାପଡୁଛ ??
ସନ୍ଧ୍ୟା:- କିଛି ନାହିଁ ଦାଦା ଖୁଡି କି ବୋଉ ନାହାନ୍ତି ରୋଷେଇ ବି ହେଇନି , କଣ କରିବା ଯେ ।
ମୁଁ ବି ରେଡି ହେଇନି ଏତେ ସବୁ କାମ କେମିତି କରିବି । ପୁଣି କଲେଜ ଯିବାକୁ ପଡ଼ିବ ।
କୁମାର:- ଶୁଣିଲ ଏଠିକି ଆସ, Don’t Worry Darling May hun naa ଏତେ ବ୍ୟସ୍ତ କଣ ପାଇଁ ।
ସନ୍ଧ୍ୟା:- ହଁ ଭାରି ଫୁଟାଣି ମାରି କହିଦେଲ କଣ ନା May hun naa କଣ ଟା କରିପାରିବ କହିଲ ।
କୁମାର:- ତମେ ମୋ ପାଖରେ ଥିଲେ ମୁଁ ସବୁକିଛି କରିପାରିବି ।
ଶୁଣ ତମେ ଯାଅ ରେଡି ହୁଅ ମୁଁ ରୋଷେଇ କରିଦଉଛି । କାହିଁକିନା ତମେ ଝିଅ ମାନେ ରେଡି ହେବାକୁ ପୁରା ଦିନ ଲାଗିଯିବ ନା , ଯାଅ ଜଲଦି ।
ଶୁଣ ଶୁଣ କଣ ରୋଷେଇ କରିବି କହିକି ଯାଅ ….
ସନ୍ଧ୍ୟା:- ସବୁ ଜିନିଷ କିଚେନରେ ଅଛି ତମକୁ ଯାହା ଭଲ ଲାଗିବ କରିଦିଅ । ଆମେ ଦୁଇଜଣ ହିଁ ଖାଇବା ନା ?
କୁମାର:- ନାହିଁ ସମସ୍ତଙ୍କ ପାଇଁ ବନେଇବି ।
ସନ୍ଧ୍ୟା:- ହଉ ବାବା ଠିକ ଅଛି, ଯାଅ ମୁଁ ବି ଯାଉଛି ରେଡି ହେବି ।
ତାପରେ କୁମାର ଚାଲିଲା କିଚେନ ଭିତରକୁ ଆଉ କିଛି ସମୟପରେ ପଲଉ ର ବାସ୍ନା ଆସୁଥାଏ। ବଢିଆ ବାସ୍ନା ହେଉଥାଏ ।
କୁମାର କଣ ରୋଷେଇ କରୁଛ କି ବଢିଆ ବାସ୍ନା ହଉଛି ।
Promo: ( କୁମାର ସନ୍ଧ୍ୟା କୁ ଶାଢ଼ୀ ପିନ୍ଧେଇ ବାରେ ସାହଯ୍ୟ କରେ, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-55
Follow me:-
Thanks….
Like this:
Like Loading...
ସନ୍ଧ୍ୟା:- ମୋର କିଛି ଦରକାର ନାହିଁ, ତମେ ମିଳିଯାଇଛ ମୋତେ ସବୁକିଛି ମିଳିଯାଇଛି ।
ମୋର ଯଦି କିଛି ଦରକାର, ତାହା ହେଉଛି ମୁଁ ମରିବା ପର୍ଯ୍ୟନ୍ତ ମୋ ସାଙ୍ଗରେ ଥାଅ ।
ବହୁତ ଇମୋସନାଲ ହେଇଯାଇଥିଲା ସନ୍ଧ୍ୟା ଆଉ ଆଖିରେ ଲୁହ ଆସିଯାଇଥିଲା ।
କୁମାର:- ଇଏ କଣ ବାୟାଣୀ ମୋତେ ମରିବା କଥା ଜମା କହିବନି, ଏମିତି କଣ କହୁଛ ଯେ ତମ ଆଖିରେ ଲୁହ ଦେଖିଲେ ମୋତେ ଭଲ ଲାଗେନି ।
ମୋ ଆଗରେ କେବେ ବି କାନ୍ଦିବନି, ଏବେ ଟିକେ ହସିଦିଅ… Please ହସିଦିଅ …. ହସିଦିଅ ।
ବାସ୍ ସବୁବେଳେ ଏମିତି ହସୁଥାଅ ଆଉ ମୁଁ ଏମିତି ଦେଖୁଥିବି ।
ସତରେ ମୁଁ ତମକୁ ଯେବେଠୁ ପାଇଛି ସାରା ଦୁନିଆ ପାଇ ଯାଇଛି । ମୋ ଠାରୁ ତମକୁ କେବେ ଅଲଗା ହେବାକୁ ଦେବିନି ।
ସନ୍ଧ୍ୟା:- ହଉ ଚାଲ ଆମ ଘରକୁ ଯିବା ସେଠୁ କଲେଜ ଯିବା ।
କୁମାର:- ପୁଣି ତମ ଘରକୁ ଯିବାକୁ ପଡ଼ିବ ।
ସନ୍ଧ୍ୟା:- ଆଉ ସାର୍ଟ ପେଣ୍ଟ କଣ ରାସ୍ତାରେ ପିନ୍ଧିକି ଯିବ ନା କଣ ?? ଚାଲ ଯିବା ଟାଇମ ହେଲାଣି ପରା, ଭୋକ ହେଲାଣି ଜଲଦି ଚାଲ ।
କୁମାର:- ହଉ ବାବା ଚାଲ ।
ଦୁହେଁ ଚାଲିଲେ ସନ୍ଧ୍ୟା ଘରକୁ, ସନ୍ଧ୍ୟାର ଭାଇ ଭଉଣି ସ୍କୁଲ ପଳେଇଛନ୍ତି ।
ଦାଦା ଖୁଡି Bank କାମରେ ଯାଇଛନ୍ତି ।
ଜେଜେ ବାବା, ଜେଜେ ମା ଝିଅ ଘରକୁ ପଳେଇଛନ୍ତି ବୁଲିବାକୁ । ଘରେ କେହିବି ନାହାନ୍ତି ।
ସନ୍ଧ୍ୟା ଯେତେବେଳେ ଘରକୁ ଗଲା ଦେଖିଲା ଘରେ କେହିବି ନାହାନ୍ତି । ଦେଖିଲା ବେଳକୁ ରୋଷେଇ ବି ହେଇନି କଣ କରିବ ବୁଝିପାରୁନଥିଲା ।
Promo: ( କୁମାର ସନ୍ଧ୍ୟା ଙ୍କ ଘରେ ରୋଷେଇ କରେ, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-54
Thanks….
Like this:
Like Loading...
Story, Poem, Article & Experience.