Smruti Tume Sradhanjali (A true Story ) Page-59

ନାନୀ:- ଏତେ ଲାଜ କାଇଁ କରୁଛୁ ବା ତମେ ଦୁଇ ଜଣ ରାଧା କୃଷ୍ଣଙ୍କ ଯୋଡି ଭଳିଆ ଲାଗୁଛ । 

ହଉ ଆଉ ତୁ କେତେବେଳେ ଆସିଲୁ ଟିଉସନ ରୁ ଆଉ କେତେବେଳେ ରୋଷେଇ କରିକି ଖାଇବାକୁ ଦେଇସାରିଲୁଣି ।

ସନ୍ଧ୍ୟା:- ନାଇମ ନାନୀ ମୁଁ କିଛି କରିନି, ମୁଁ ତ ସଜେଇ ହଉ ହଉ ଟାଇମ ହେଇଯାଉଛି  । 

ମୁଁ କେତେବେଳେ ରୋଷେଇ କରିବି ।

ମୋ ଶାଢ଼ୀ ପିନ୍ଧା କେମିତି ହେଇଛି ?? କୁମାର ପିନ୍ଧେଇ ଦେଇଛନ୍ତି ।

ନାନୀ:- ସତରେ ନା କଣ ? 

ତୁ କେତେ ଭାଗ୍ୟବତୀ ତୋତେ କୁମାର ଭଳି ପୁଅଟେ ମିଳିଛି ।

ସନ୍ଧ୍ୟା ଆଉ ତା ନାନୀ ସବୁକଥାବାର୍ତ୍ତା ହୁଅନ୍ତି, ଦୁଇଜଣ ପୁରା ସାଙ୍ଗ ଭଳି ମିଶନ୍ତି । ଏପଟେ କୁମାର ଆସିଯାଇଥାଏ ।

କୁମାର:- ମୋ ବିଷୟରେ କଣ କଥାବାର୍ତ୍ତା ଚାଲିଛି ।

ସନ୍ଧ୍ୟା:- ତମେ ସବୁ ଶୁଣିଦେଲ ନା କଣ ??

ନାନୀ:- ହଉ ସେଥିରେ କଣ ହେଲା ଆମ ଭିତରେ ହିଁ ତ କଥା ଅଛି ନା । 

ତା ଛଡ଼ା ସନ୍ଧ୍ୟା ପିଲାବେଳୁ ମତେ ତାର ସବୁ ସୁଖ ଦୁଃଖ ମୋ ସହ ବାଣ୍ଟି। ଆଉ ଏ କଥା କେମିତି ଲୁଚେଇଥାନ୍ତା ଯେ ??

କୁମାର:-ଠିକ ଅଛି ଚଳିବ କିଛି କଥା ନାହିଁ । ହଉ ନାନୀ ଆସ ଖାଇବା, ମୁଁ ରୋଷେଇ କରିଛି ।

ସନ୍ଧ୍ୟା:- ହଁ ନାନୀ ଆସ ତମ ଯୋଇଁପୁଅ ରୋଷେଇ କରିଛନ୍ତି । କହିବ କେମିତି ହେଇଛି ।

To be continued…….


Promo: ( ଆଉ କିଛି କଥାବାର୍ତ୍ତା ନାନୀ ଆଉ ସନ୍ଧ୍ୟା ଙ୍କ ମଧ୍ୟରେ,  ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-59



Follow My Pages:- 

Thanks….

Smruti Tume Sradhanjali (A true Story ) Page-58


ଦୁହେଁ ଦୁହିଁଙ୍କୁ ଖୁଆଇ ଦେଉଥାନ୍ତି ହଠାତ୍ ଜଣେ ପଡୋଶୀ ଘର ନାନୀ ଆସିଯାଇଥାନ୍ତି ।

ସନ୍ଧ୍ୟା:- କଣ ହେଲା ନାନୀ କଣ କାମ ଥିଲା କି ??

ନାନୀ:- ତୋ ବୋଉ ନାହିଁ କି ? କାଇଁ ଦେଖାଯାଉନାହାନ୍ତି । ଆଛା ଏ ପୁଅ କିଏ ??

ସନ୍ଧ୍ୟା:- ଇଏ ହେଉଛନ୍ତି ମୋ ସାଙ୍ଗ ବହୁତ ମଜା କରନ୍ତି ।

କୁମାର:- ନାନୀ ନମସ୍କାର ନାଇମ ମୁଁ ୟାଙ୍କ ସାଙ୍ଗ ନୁହେଁ ମୁଁ ୟାଙ୍କର ସିଏ ହେବି !!!

ନାନୀ:- ସତରେ ନା କଣ ?? ସତେରେ ତମେ ବହୁତ ମଜା କରୁଛ ।

କୁମାର:- ହଁ ମ ନାନୀ, ବେଳେବେଳେ ଏମିତି ମଜା କରିଦିଏ ।

ନାନୀ:- ହଉ ତମେ ଏବେ କୁଆଡେ ଯିବ ନା କଣ ?? ପୁରା ସେଟିଙ୍ଗ ଉପରେ ବାହାରିଛ ।

କୁମାର:- କଲେଜ ଯିବାପାଇଁ ବାହାରିଛୁ ।

ନାନୀ:- ହୋଲିରେ ବାହାରିଛ ଯିବାପାଇଁ ?? ଦେଖିକି ଯିବ କିଏ ରଙ୍ଗ ଫୋପଡା – ଫୋପାଡି କରିବ ।

କୁମାର:- ହଉ ନାନୀ ଠିକ ଅଛି ।

ନାନୀ:- ସନ୍ଧ୍ୟା ଟିକେ ଶୁଣିଲୁ ।

ସନ୍ଧ୍ୟା:- କଣ ହେଲା ନାନୀ କଣ କାମଥିଲା କି ??

ନାନୀ:- ଶୁଣ ଇଏ କଣ ସେଇ ପିଲା !!! ତୁ ଯାହା କଥା କହୁଥିଲୁ ।

ସନ୍ଧ୍ୟା:- ହଁ ନାନୀ ଇଏ ହେଉଛନ୍ତି କୁମାର !! ଯାହା କଥା ତମକୁ କହୁଥିଲି ।

ନାନୀ:- ବହୁତ ଭଲ ପିଲା ଭଳି ଲାଗୁଚି ସତରେ ତମ ଯୋଡି ପୁରା ମସ୍ତ ହବ ।

ସନ୍ଧ୍ୟା:- ତମେ ବି ନାନୀ କଣ ଯେ କୁହ ।

To be continued…….


Promo: ( ପଡୋଶୀ ଘର ନାନୀ ଆଉ ସନ୍ଧ୍ୟା କୁମାର ବିଷୟରେ କଥା ହୁଅନ୍ତି, ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-58



Follow My Pages:- 

Thanks….

Smruti Tume Sradhanjali (A true Story ) Page-57

ସନ୍ଧ୍ୟା:- କୁମାର ତମକୁ ଶାଢ଼ୀ ପିନ୍ଧା କେମିତି ଆସିଲା ।

କୁମାର:- ସେ କଥା କଣ କି ମୁଁ କୃଷ୍ଣନୀଳା ନାଚରେ କୃଷ୍ଣ ରୋଲ କରୁଥିଲି ତ ଆମ ନାଚରେ ଯଷୋଧା ମା ବି ଥାଏ ନା । ଆଉ ମୋ ଭାଇ ଯଷୋଧା ମା ଅଭିନୟ କରୁଥିଲା । 

ତାକୁ ଶାଢ଼ୀ ପିନ୍ଧେଇବାକୁ ଝିଅମାନେ ଆସୁଥିଲେ ବାସ୍ ସେଠୁ ଶିଖିଯାଇଛି ।

ସନ୍ଧ୍ୟା:- ହଉ ଏବେ ଦିଅ ମୁଁ କୁଞ୍ଚ ମାରିଦଉଛି ।

କୁମାର:- ଆଛା ଶାଢ଼ୀ ପିନ୍ଧେଇବି ମୁଁ କୁଞ୍ଚ ମାରିବ ତମେ । ବହୁତ ଚାଲାକ ନାହିଁ । ମୁଁ ହିଁ ମାରିବି ।

ସନ୍ଧ୍ୟା:- No  Chance ତମେ ବୁଝୁନ କଣ ଯେ ମୋତେ କୁତୁ କୁତୁ ଲାଗୁଛି ।

କୁମାର:- Just Feel it… କେମିତି ଲାଗିବ ଦେଖିବ ।

ସନ୍ଧ୍ୟା:- କୁମାର ଥାଉ ଥାଉ ସେତିକି, ବେଶି ରୋମାଣ୍ଟିକ ହୁଅନି , ଚାଲ କଲେଜ ଯିବା ଟାଇମ ହେଲାଣି ।

କୁମାର:- ଆଉ ଟିକେ ରୁହ ମତେ ଆଉ ଟିକେ ଗେଲ କରିବାକୁ ଦିଅ ।

ସନ୍ଧ୍ୟା:- ସେତିକି ଗେଲ କର ଚାଲ ଯିବା ଦୁଷ୍ଟ କୋଉଠି କାର । ଚାଲ ଭୋକ ବି ହେଲାଣି ।

କୁମାର:- Ok Ok ଚାଲ ମୁଁ ତମକୁ ଖୁଆଇ ଦେବି ହେଲା ।

ସନ୍ଧ୍ୟା:- ମୁଁ ବି ତମକୁ ଖୁଆଇ ଦେବି ।

(କୁମାର ଖାଇବା ବାଢିବାକୁ ଯାଏ)

କୁମାର:- ମୋର ବାସ୍ ଏତିକି, ତମର କେତେ ନବ କୁହ ।


ସନ୍ଧ୍ୟା:- କେତେ କଣ ଯେ, ଗୋଟେ ପ୍ଲେଟ ରେ ଆଣ ଆମେ ଦୁଇ ତ ଏକ ପ୍ଲେଟ କାହିଁକି ଦୁଇଟା ହେବ ଯେ ।

କୁମାର:- Okay ଗୋଟେ ପ୍ଲେଟ ହେଲା । ହଉ ଏବେ ମୁହଁ ଖୋଲ ।

To be continued…….


Promo: ( ପଡୋଶୀ ଘର ନାନୀ କୁମାର କୁ ତାରିଫ କରେ,  ପଢିବା next page ରେ…… )

           
କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-57



Follow My Pages:- 


Thanks….