ଶେଷ ବିସର୍ଜନ (୩)

ଦ୍ଵିତୀୟ ପୃଷ୍ଠା କୁ କ୍ଲିକ୍ କରି ପଢ଼ନ୍ତୁ



ହେଲେ ମୁଁ ସିନା ବୁଝି ଯିବି ହେଲେ ଏ ମା ର ମନ କୁ କିଏ ବୁଝେଇବ ଯିଏ ତାକୁ ଦଶ ମାସ ଦଶ ଦିନ ଗର୍ଭରେ ରଖି ନାନା ଦିଅ ଦେବତାଙ୍କୁ ପୂଜା କରି ପାଇଥିଲା । ମୁଁ ଆଉ ସାଙ୍ଗ ମାନେ ପୁଣି ଖୋଜିବାକୁ ଲାଗିଲୁ । କେତେ ସାଙ୍ଗ ଖୋଜି ଖୋଜି କିଲୋମିଟର ରୁ ଅଧିକ ପାଣି ରେ ପାଣିରେ ଆଗକୁ ଗଲେ ହେଲେ ମଧ୍ଯ କିଛି ଖବର ପାଇଲେ ନାହିଁ । ମୁଁ ଏବଂ ଆମ ଗ୍ରୁପ୍ ର ଆଉ ୪ ଜଣ ସାଙ୍ଗ ସେହି ନଦୀ କୂଳରେ ବସି ରହିଲୁ। ସେଠି ରାଘବ ର ବାପା ମଧ୍ୟ ମୋ ପାଖେ ବସି ରହିଲେ ଯେମିତି ରାଘବ ର ଫେରନ୍ତା ବାଟ କୁ ଅନେଇ ବସିଥିଲୁ। ମନରେ ବିଶ୍ୱାସ ଥିଲା ଯେ ସେ ତ ଆଉ ନାହିଁ ଆଉ ଯଦି ଥାଆନ୍ତା ତେବେ ମୋତେ ଆସି କୁଣ୍ଢେଇ କୁହନ୍ତା ଆରେ ମୋର କିଛି ହେବନି ବୋଲି କିନ୍ତୁ ମୋର ତାହା ସ୍ବପ୍ନ ଥିଲା।

ରାତି ୧୨ ଟା ରୁ ସକାଳ ୬ ଟା କେମିତି ବାଜିଗଲା ସମୟ ଜଣା ପଡିଲା ନାହିଁ। ଅଗ୍ନିଶମ ବିଭାଗ ପୁଣି ଆସି ପହଁଚିଲେ। ସେ ପୁଣି ଖୋଜିବାକୁ ଲାଗିଲେ । ପୁଣି ଚାଲିଲା ଖୋଜିବା ପ୍ରକ୍ରିୟା । ସମସ୍ତେ ନିରୁପାୟ ହେଲୁ। ପୋଲିସ ବାବୁ ସକାଳୁ ଆସି ପଚରା ଉଚରା ଆରମ୍ଭ କରିଦେଲେ। ସମସ୍ତ ସାଙ୍ଗ ଉପରେ ପୋଲିସ ଯେମିତି ସନ୍ଦେହ ଚକ୍ଷୁରେ ଦେଖିଥାନ୍ତି । ଘରେ ପହଞ୍ଚି ତାଙ୍କ ମା ଙ୍କୁ ପଚାରିବା ପରେ ସେ କହିଲେ ଯେ ଏହି ରାହୁଲ ହିଁ ମୋ ପୁଅ କୁ ମାରି ଦେଇଛି । ତାକୁ ହାଜତ କୁ ନିଅ। କଡ଼ା ରୁ କଡ଼ା ଦଣ୍ଡ ତାକୁ ଦିଅ, କହି ପୁଣି କାନ୍ଦିବାକୁ ଲାଗିଲେ । ପୋଲିସ ମଧ୍ୟ ରାଘବ ର ମା ଦୁଃଖରେ ଏମିତି କହୁଛନ୍ତି ବୋଲି ଜାଣି ତାଙ୍କ ଆଖି ଆଗରେ ମୋତେ ଗାଡ଼ିରେ ବସି ପୋଲିସ ଷ୍ଟେସନ ଆସିବାକୁ କହିଲେ । କିନ୍ତୁ ରାଘବ ର ବାପା ମନା କରିଲେ ଯେ ରାହୁଲ ର କିଛି ଭୁଲ ନାହିଁ । ସେ ନିଜେ ମଦ ପିଇ ବିସର୍ଜନ ପାଇଁ ଯାଇଥିଲା। ପୋଲିସ ତଥାପି କିଛି ପଚରା ଉଚରା ପାଇଁ ମୋତେ ଏବଂ ରାଘବ ର ବାପା ଙ୍କୁ ନେଇ ପହଞ୍ଚିଲେ। ପୋଲିସ ଷ୍ଟେସନ ରେ କେବଳ ଆମେ ଦୁହେଁ ନଥିଲୁ, ଆମ ସାହି ର ସହ ସହ ଲୋକ ଆସି ପହଁଚିଲେ। ଯେ ରାହୁଲ ର ଭୁଲ ନାହିଁ ବୋଲି କହିବାକୁ। କିନ୍ତୁ ପୋଲିସ କହିଲେ। ମୁଁ ଜାଣେ ରାହୁଲ ର ଭୁଲ ନାହିଁ କିନ୍ତୁ ମୋତେ ଅଳ୍ପ ଇନଭେଷ୍ଟିଗେସନ ତ କରିବାକୁ ହେବ ଏବଂ ଏହି ଇନଭେଷ୍ଟିଗେସନ ରେ ମୋତେ ରାହୁଲ ସାହାଯ୍ୟ କରି ପାରିବ ସେଥିପାଇଁ ତାକୁ ଏଠି ଅଣା ଯାଇଛି । ଏତିକି ଶୁଣି ଗାଁ ଲୋକ ଙ୍କ ପାଟି ତୁଣ୍ଡ କମି ବାରେ ଲାଗିଲା। ମୋତେ ପୋଲିସ ଯାହା ଯାହା ପଚାରିଲେ ମୁଁ ସବୁ ସତ ସତ କହିଲି ଏବଂ ପ୍ରାୟ ଅଧ ଘଣ୍ଟାଏ ପରେ ଆମ ଦୁଇ ଜଣଙ୍କୁ ପୋଲିସ୍ ବାବୁ ରାଘବ ନିଖୋଜ ବୋଲି ରିପୋର୍ଟ ଲେଖି ଆମକୁ ଛାଡ଼ିଦେଲେ ।

ସେ ଘଟଣା ର ଠିକ୍ ଦୁଇ ଦିନ ପରେ ସେଠୁ ପାଞ୍ଚ କିଲୋମିଟର ଦୂରରେ ନଦୀ କୂଳରେ ଥିବା ରାମଚନ୍ଦ୍ର ପୁର ଗାଁ ର ଲୋକ ଟିଏ ଆସି କହିଲା ଯେ ଗୋଟିଏ ୨୦ ରୁ ୨୫ ବର୍ଷ ବୟସ ହେବ ଗୋଟିଏ ଯୁବକ ନଦୀ ପଠାରେ ଲାଗିଛି । ଏକଥା ଶୁଣି ପ୍ରଥମେ ମୁଁ ଏବଂ ରାଘବ ର ବାପା ପୋଲିସ ଷ୍ଟେସନ୍ ଗଲୁ ସେଠୁ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ର ଅଫିସର ସହିତ ନଦୀ ପଠାରେ ପହଞ୍ଚିଲୁ। ମୋ ଛାତି ଭିତରଟା ଖାଲି ଜୋର ରେ ଧକ୍ ଧକ୍ ହେଉଥାଏ। ସଭିଏଁ ସେ ଜାଗା ରେ ପହଞ୍ଚିଲୁ । ବହୁତ ଭିଡ ଥାଏ। ଭିଡ ଭିତରକୁ ଯାଇ ଯାହା ଦେଖିଲି ମୋର ଆଖି ଲିଭିଗଲା। ସେ ଦୃଶ୍ୟ ମୋ ଆଖି ପଟଳରେ ସାରା ଜୀବନ ପାଇଁ ଛବି ହୋଇ ରହିଗଲା । ସେଠି ପଡିଥିଲା ରାଘବର ଶବ । ଶରୀର ର ୮୦ ପ୍ରତିଶତ ଫୁଲି ଯାଇଛି । କିଛି କିଛି ଜାଗାରେ କିଛି ଆଘାତ ଲାଗି ସେଠୁ କିଛି ମାଂସ ବାହାରି ଯାଇଛି । ଯେମିତି କି କୋଉ ମାଛ ଖାଇଲା ଭଳି ଚିହ୍ନ ଥିଲା । ମୁଖରେ ହସ ସ୍ବରୂପ ଏବଂ ଗୋଟିଏ ହାତରେ ଥିଲା ଗଣେଶଙ୍କ ଶୁଣ୍ଢ ଟିଏ । ତା ମୃତ ଦେହ କୁ ଦେଖି ମୁଁ ପାଗଳ ସ୍ବରୂପ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି । ପ୍ରକୃତରେ ସେ ସମୟ ଟା ମୋ ପାଇଁ ଧର୍ଯ୍ୟହିନ ହୋଇ ପଡ଼ିଲା । ମୋ ପାଦ ତଳୁ ମାଟି ଖସିଗଲା। ଯେମିତି ମୁଁ ଅଚେତ୍ ହେବାକୁ ଲାଗିଲି। ରାଘବ କହେ ତୁ ମୋର ସାହସୀ ପିଲା ଟା ରେ। କିନ୍ତୁ ତାର ମୃତ ଦେହ ଦେଖି ମୋର ସାହସ ମାଟିରେ ଲୋଟି ପଡ଼ିଲା। ମୁଁ ଅଚେତ୍ ହୋଇ ପଡିଲି। ମୋତେ ପାଣି ଛିଟା ମାରି ହୋସ ରେ ଅଣା ଗଲା। ପୋଲିସ କହିଲା, ମୃତ ଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯିବ। କିନ୍ତୁ ରାଘବ ର ବାପା ଏଠି ପୂର୍ଣ୍ଣ ରୂପେ ମନା କରିଲେ ଯେ ମୁଁ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେବାକୁ ଚାହୁଁ ନାହିଁ । ତାପରେ ପୋଲିସ କାଗଜରେ ଦସ୍ତଖତ କରି ଶବକୁ ରାଘବର ଘରେ ଆଣି ପହଞ୍ଚାଇ ଦେଲେ। ରାଘବର ମା’ ର ରାଗ ମୋ ଉପରେ ଥାଏ। ସେ ମୋତେ ଯେମିତି କଡ଼ା ନଜର ରେ ଦେଖୁଥିଲେ ଏବଂ କାନ୍ଦି କାନ୍ଦି କେତେ କଣ ଅଭିଶାପ ଦେଇ ଚାଲିଥିଲେ ।

ପରେ ରାଘବର ଶବ ସତ୍କାର କରାଗଲା । ସମସ୍ତେ ଚାଲିଗଲେ ହେଲେ ମୁଁ ସେମିତି ଠିଆ ହୋଇଥାଏ ତା ଜଳନ୍ତା ଶବ ପାଖରେ । ଆଖିରୁ ଲୁହ ନଦୀର ସୁଅ ଭଳି ଝରି ଯାଉଥାଏ। ସାରା ଜୀବନ ପାଖେ ପାଖେ ରହିବ ବୋଲି କଥା ଦେଇଥିଲା ହେଲେ ସେ ଯେମିତି ଦିନେ କହିଥିଲା ସେମିତି ସେହି ଶବ୍ଦ ଗୁଡ଼ିକ ମୋ କାନରେ ଗୁଞ୍ଜରୀ ଉଠୁଥିଲା ଯେ “ସାଙ୍ଗ ରେ ମରିବି ତ ତୋ ଆଖି ଆଗରେ ହିଁ ମରିବି ” ଆଉ ସେମିତି ହିଁ ହେଲା । ଆଉ ମୁଁ ଜାଣି ପାରିଲିନି ଯେ ମୁଁ ଯାହାକୁ ଅଧିକ ଭଲ ପାଉଥିଲି ଏବଂ ମୁଁ ଯାହାକୁ ମୋ ର ଆତ୍ମା ର ଦର୍ଜା ଦେଇଥିଲି ସେ ଏମିତି ଏକ ଅଙ୍ଗେ ନିଭା କାହାଣୀ ସଜେଇ ମୋ ସହିତ ଛଳ କରି ଚାଲିଯିବ ବୋଲି । ସତରେ ବଡ଼ ନିଃସ୍ଵାର୍ଥ ପର ଥିଲା ମୋ ରାଘବ। ଏ ଇର୍ଷାମୟ ଦୁନିଆରେ ମୋତେ ଏକା କରି ସବୁଦିନ ପାଇଁ ଚାଲିଗଲା । ଦେଖୁ ଦେଖୁ ପାଞ୍ଚ ବର୍ଷ ବିତିଗଲା ଏବଂ ମୁଁ ପ୍ରତିଦିନ ସନ୍ଧ୍ୟା ହେଲେ ସେ ନଦୀ କୂଳକୁ ଯାଏ । ଆଉ ପାଗଳ ପରି ତା ଫେରିବା ବାଟକୁ ଚାହିଁ ବସେ । ଏପଟ ସେପଟ ଖୋଜି ବୁଲେ । ପୁଣି ଆଣ୍ଠୁମାଡି ବସି ଭୋ ଭୋ ହୋଇ କାନ୍ଦିବାକୁ ଲାଗେ । ଆଉ ଠିକ୍ ସେତିକି ବେଳେ କଣ ହୁଏ ଜାଣିଛ???
ମୋତେ ଏମିତି ଲାଗେ ଯେ ରାଘବ ମୋ କାନ ପାଖକୁ ଆସି କହି ଦିଏ ” ଏ ସାଙ୍ଗ ତୁ ଡରନି ରେ, ମୁଁ ଶୀଘ୍ର ଆସିବି,,, ଆରେ କହ ? ଗଣେଶଙ୍କ ଠାରୁ ତୋ ପାଇଁ କଣ ଆଣିଦେବି? ଗଣେଶ ଙ୍କ ଶୁଣ୍ଢ ନା ଆଉ କିଛି……….”।

Advertisements

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ……

ଗୋଳାବନ୍ଧ, ଗଞ୍ଜାମ ।



କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ । ରହିଲି ସାଙ୍ଗ ମାନେ।

9 thoughts on “ଶେଷ ବିସର୍ଜନ (୩)”

  1. ବନ୍ଧୁତାରେ ଭରା ଦୁଃଖଦ କାହାଣୀଟି ହୃଦୟସ୍ପର୍ଶୀ ହୋଇଛି ।

    1. ଧନ୍ୟବାଦ ପ୍ରଦିପ ଭାଇ ଏମିତି ଭଲ ପାଇବା ମିଳୁଥାଏ ।🙏🙏

  2. क्या यह सच में हुआ है या यह एक सिर्फ कहानी है ??

  3. क्या यह सच में हुआ है या सिर्फ एक कहानी है ???

Leave a Reply

Your email address will not be published. Required fields are marked *