ହେ ଗଜାନନ




ଆସିଛନ୍ତି ଆମ ଗଣେଶ ବାବା
ଚାଲ ଭାଇ ତାଙ୍କୁ ପୂଜା କରିବା..

ସାଥେ ଆସିଛନ୍ତି ମୂଷିକ ରାଜା
ଖେଳିବା ତା ସାଥେ କରିବା ମଜା..

ଖସା ଲଡୁ ତାଙ୍କ ଭାରି ସରାଗ
ଶ୍ରୀଫଳ ନେଇଣ କରିବା ଭୋଗ..

ତାଙ୍କ ପାଇଁ ସଜା ପୂଜା ମଣ୍ଡପ
ବସାଇବା ଦେଇ ଚନ୍ଦନ ଧୂପ..

ଯେସନେ ପ୍ରଭାତେ ଦେବତା ସୂର୍ଯ୍ୟ
ଦେବା ଦେବୀ ମଧ୍ୟେ ସେ ଅଗ୍ର ପୂଜ୍ୟ..

ବିଦ୍ୟା ଦାତା ପ୍ରଭୁ ହେ ଗଜାନନ
ବିଘ୍ନ ବିନାଶକ ଶିବ ନନ୍ଦନ..

ତୁମରି ଆଶିଷ କରୁଣା ପାଇ
ଜୀବନର ନର୍କ ଯାଏ ମୁଁ ଡେଇଁ..

ଅଜ୍ଞାନ କୁ ଦିଅ ଜ୍ଞାନ ଆଲୋକ
ଦୂର ହୋଇ ଯାଉ ଜୀବନୁ ଶୋକ..

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ

ରିନା…ଶେଷ

ପଞ୍ଚମ ଭାଗ କୁ ପଢନ୍ତୁ

ଠିକ୍ ଏତିକିବେଳେ ହ୍ବିଲ ଚେୟାର ରେ ବସିଥିବା ରାଜୁ, ରିନା ର ହାତକୁ ଧରି କହିଲା, ତମେ କୁଆଡେ ଯାଉଛ । ତୁମେ କୁଆଡେ ଯିବା ଦରକାର ନାହିଁ ଏବଂ ମାମା..! ମୁଁ ମଧ୍ୟ ତୁମ ଘରକୁ ଯିବାକୁ ଚାହୁଁନି। ମୁଁ ସେଠି ରହିବି ଯେଉଁଠି ରିନା ରହୁଛି। ତୁମକୁ ଛୋଟ ଜାତି ବୋଲି ଅସୁବିଧା ହୋଇପାରେ, ତୁମର ମାନ ସମ୍ମାନ ହାନି ହେବ ବୋଲି ତୁମକୁ ଡର ଅଛି ନା ?? ମୁଁ ତୁମ ସମ୍ପତି ରୁ ଟଙ୍କା ଟିଏ ମଧ୍ୟ ଆଶା କରେନି । ଯେଉଁଠି ବାପା ଙ୍କୁ ସମ୍ମାନ ନାହିଁ ଏଵଂ ସେଠି ପୁଅ ର ଅଧିକାର ଉପରେ ସମସ୍ୟା ଉତ୍ପନ୍ନ କରା ଯାଉଛି । ସେ ଘରେ ମୁଁ ରହିବାକୁ ତିଳେ ମାତ୍ର ଇଚ୍ଛା ନାହିଁ ଏବଂ ମୁଁ କହିବାକୁ ଚାହୁଁନି କିନ୍ତୁ ଏବେ କହିବାକୁ ବାଧ୍ୟ । ଯେ ତୁମେ ମଧ୍ୟ ବାପାଙ୍କୁ ଟଙ୍କା ଲୋଭରେ କେବଳ ମ୍ୟାରେଜ୍ କରିଛ। ଆଉ ତୁମେ ମଧ୍ୟ ସେ ପରିବାର ରୁ ଆସିଛ ଯାହାକି ଏହି ପରିବାର ଠାରୁ ଛୋଟ ବୋଲି କୁହାଯାଏ। ଏତିକି ଶୁଣି ମଧୁ ଆଖିରେ ଲୁହ ଆସିଗଲା। ବିଶୁ ବାବୁ , ରାଜୁ କୁ ଚୁପ୍ କରିବାକୁ କହିଲେ ଏବଂ କହିଲେ । ରାଜୁ, ତୁ ଯାହା ଚାହୁଁଛୁ ମୁଁ ତାହା କରିବାକୁ ରାଜି ଅଛି । ତୁ ରିନା ସହିତ ରହିବାକୁ ଚାହୁଁଛୁ ନା । ତୁ ତା ସହିତ ଖୁସିରେ ରହିବୁ। ମୋ ଭଳି ସାରା ଜୀବନ ଖିଚ୍ ଖିଚ୍ ଶୁଣିବା ଅପେକ୍ଷା ଯିଏ ତୋତେ ମନ ଦେଇ ଭଲ ପାଇଛି ତୁ ତା ସହିତ ବହୁତ୍ ଖୁସିରେ ରହିବୁ ଏବଂ ତୋ ମା ମୋ ଜିବନରେ କେବଳ ଟଙ୍କା ପାଇଁ ଆସିଥିଲା ନା ସେ ଟଙ୍କା ଦେଖେ ଭଲ ସମ୍ପର୍କ ଦେଖେ ନାହିଁ। ତେବେ ତୁ ଯାହା କରିବାକୁ ଚାହୁଁଛୁ କର। ମୁଁ ତୋ ସହିତ ଅଛି ଏବଂ ଏହି ସମ୍ପତି ରୁ ତୋତେ କେହି ବଞ୍ଚିତ କରି ପାରିବ ନାହିଁ। ଏତିକି ଶୁଣି ମଧୁ ପାଖରେ ଉତ୍ତର ନଥିଲା। ସେ କଣ କହିବ କିଛି ଭାବି ପାରିଲା ନାହିଁ। ସେ ଚୁପ୍ ଚାପ୍ ପଛକୁ ଫେରି ବାହାରକୁ ଆସି କାର୍ ରେ ବସି ଘରକୁ ଫେରିଗଲା।

ବିଶୁ ବାବୁ, ରିନା କୁ କହିଲେ । ତମେ ଏହି ସହର ଛାଡ଼ି କୁଆଡେ ଯିବ ନାହିଁ ଏବଂ ତୁମେ ଏହି ଘର ର ବୋହୂ ହେବ। ତୁମେ ଡରିବା ଦରକାର ନାହିଁ। ମୁଁ ତୁମ ସହିତ ଅଛି । ତୁମର ପଢା ସରିଲା ପରେ ତୁମେ ଦୁଇ ଜଣ ଏହି କମ୍ପାନୀ ର ସବୁ ଦାୟିତ୍ଵ ବୁଝିବ। ସେଥିପାଇଁ ତୁମେ କଲେଜ୍ ଯିବା ଆସିବା କର । ତୁମେ ରାଜୁ ର ମା କଥା କିଛି ଧରିବ ନାହିଁ । ସମୟ ଆସିଲେ ସବୁ ଠିକ୍ ହୋଇଯିବ। ବିଶୁ ବାବୁ ରିନା କୁ କହିଲେ ତୁମେ ଏବେ ଘରକୁ ଚାଲି ଯାଅ। ଏମିତି କଥା ପରେ ତୁମର କାମ ପ୍ରତି ମନ ଲାଗିବ ନାହିଁ। ତାପରେ ରାଜୁ, ରିନା କୁ ବାଏ କହି ଘରକୁ ଫେରିଗଲା।

ରାଜୁ ଏବଂ ବିଶୁ ବାବୁ ମଧ୍ୟ ଘରକୁ ଫେରିଗଲେ। ସେଠି ରାଜୁ ର ମା, ସୋଫା ଉପରେ ବସି ଲୁହ ଗଡେଇ ବସିଛନ୍ତି । ବିଶୁ ବାବୁ କୁ ଦେଖିବା ପରେ ସେ ବିଶୁ ବାବୁ ପାଖକୁ ଆସି ହାତ ଯୋଡ଼ି କହିଲେ । ମୋତେ କ୍ଷମା କରିଦେବ। ସତରେ ମୁଁ ଟଙ୍କା ଲୋଭ ରେ ଏତେ ଅନ୍ଧ ହୋଇ ଯାଇଛି ଯେ ମୋତେ କଣ ଭଲ, ଆଉ କଣ ଖରାପ ଜଣା ପଡ଼େ ନାହିଁ। ଆଜି ଯେତେବେଳେ ମୋ ଅସଲ ଚେହେରା ମୋ ପୁଅ ଜାଣି ପାରିଛି ତେବେ ମୁଁ ମା ର ସମ୍ମାନ ପାଇବା ଯୋଗ୍ୟ ନୁହଁ । ମୁଁ ମୋ ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ଚାହୁଁଛି। ତୁମେ ମୋତେ କ୍ଷମା କରିବ। ମୁଁ ଏହି ଘର ଛାଡ଼ି ମୋ ଗାଁ କୁ ଫେରି ଯିବି । ଏତିକି ବେଳେ ୱିଲ ଚେୟାର ରୁ ଅଳ୍ପ ଉଠିବାକୁ ଚେଷ୍ଟା କରି ରାଜୁ ଠିଆ ହେଲା। ରାଜୁ ଠିଆ ହେବା ର ଦେଖି ସମସ୍ତଙ୍କ ମୁଖରେ ପୁଣି ଖୁସି ର ଝଲକ ଦେଖିବାକୁ ମିଳିଲା। ରାଜୁ ପାଖରେ ଥିବା ଖମ୍ବ କୁ ଧରି ଠିଆ ହୋଇ କହିଲା । ମା ତୁମେ ଘର ଛାଡ଼ି ଯିବା ଦରକାର ନାହିଁ। ମୁଁ ଏହି ଘର ଛାଡ଼ି ଚାଲି ଯାଉଛି। ରାଜୁ ର ମା ଆସି ରାଜୁ କୁଣ୍ଢେଇ ହୋଇ କହିଲେ । ବାବୁ ରେ ତୋତେ ମୁଁ ହରେଇବା ପାଇଁ ଚାହୁଁ ନାହିଁ। ମୁଁ ମୋ ଭୁଲ ପାଇଁ ଅନୁତାପ କରି ସାରିଲିଣି। ତୁ ଏବଂ ରିନା ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଅ। ତୁମେ ଦୁହେଁ ଖୁସିରେ ରହିବ। ପାରିବୁ ଯଦି ମୋତେ କ୍ଷମା କରି ଦେବୁ। ବିଶୁ ବାବୁ କହିଲେ । କିଏ କୁଆଡେ ଯିବ ନାହିଁ । ତମେ ନିଜ ଭୁଲ୍ ବୁଝି ସାରିଲଣି ତେବେ ଏହି ଘର ଛାଡ଼ି ଯିବା ଦରକାର ନାହିଁ । ଆମେ ଏତେ ବଡ କମ୍ପାନୀ ଠିଆ କରିଛନ୍ତି କେବଳ ଆମ ପୁଅର ଖୁସି ପାଇଁ । ତାର ଖୁସି ରେ ଆମେ ଖୁସି। ଏବଂ ସେ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛି କେବଳ ରିନା ପାଇଁ। ତାପରେ ରାଜୁ ର ମା ଆସି ରାଜୁ କୁ କୁଣ୍ଢେଇ ହୋଇ କହିଲା । ବାବୁ ରେ ମୋତେ କ୍ଷମା କରି ଦେବୁ। ମୁଁ ଭୁଲ ବୁଝିଥିଲି। ଜୀବନରେ ସମ୍ପର୍କ ଏବଂ ଭଲ ପାଇବା ର ମହତ୍ତ୍ଵ ତୋ ଠାରୁ ଶିଖିବାକୁ ପାଇଲି । ସତରେ ତୁ ମୋ ସୁନା ପୁଅ ଟିଏ । ରିନା ଭଳି ଝିଅ ଏ ଘର ର ବୋହୂ ହେବ। ମୁଁ ସବୁଠୁ ବଡ ଖୁସି ହେବି। ଏତିକି ଶୁଣି ଘରେ ଖୁସିର ପରିବେଶ ଗଢି ଉଠିଲା ଏବଂ ରାଜୁ ର ମା ରିନା କୁ ଫୋନ୍ କରି ଘରକୁ ଡାକିଲେ। ସେଠି ରାଜୁ ର ମା । ରିନା କୁ କ୍ଷମା ମାଗିଲା । ରିନା , ଆଣ୍ଟୀ ର ହାତକୁ ଧରି କହିଲା । ନାହିଁ ଆଣ୍ଟୀ ତମେ କ୍ଷମା ମାଗିଲେ ମୁଁ ଦୋଷୀ ହୋଇଯିବି। ତାପରେ ରିନା କୁ କୁଣ୍ଢେଇ କହିଲେ ତୁ ମୋ ସୁନା ବୋହୁ ଟିଏ।

ବିଶୁ ବାବୁ କହିଲେ, ତେବେ ଏଠି ତ ସମସ୍ତେ ଅଛନ୍ତି ତେବେ ବାହାଘର ଟା ମଧ୍ୟ ଶୀଘ୍ର କରି ଦେବା। ରାଜୁ : ନା ବାପା, ଆମର ପାଠ ପଢା ସରିବା ପରେ ଆମେ ବିବାହ କରିବୁ। ରିନା ଚୁପ୍ ଥିଲା । ରାଜୁ : ହେଲେ, ରିନା କୁ କଣ କମ୍ପାନୀ ଯିବାକୁ ପଡିବ ନା କଣ ? ବିଶୁ ବାବୁ : ସେ ଏବେ ମୋ ଘର ର ବୋହୂ ହେବ । ସେ ଯଦି ଚାହୁଁଛି ଆସିବ ତେବେ ଭଲ କଥା ନହେଲେ କିଛି ଦିନ ପରେ ସେ ମୋ ଚେୟାର ରେ ତ ନିଶ୍ଚୟ ବସିବ। ଏତିକି କଥା ଶୁଣି ସମସ୍ତେ ପୁଣି ହସିବାକୁ ଲାଗିଲେ। ରିନା : ନା , ଅଙ୍କଲ ମୁଁ ଆଗରୁ ଯେମିତି ଆସୁଥିଲି ସେମିତି ଆସିବି। ରାଜୁ : ହଁ ହଁ ବାପା, ଠିକ୍ ମୋର ମଧ୍ୟ ଟାଇମ୍ ପାସ୍ ହୋଇଯିବ । ରିନା ଅଳ୍ପ ରାଗ ଭରା ଆଖିରେ ରାଜୁ କୁ ଦେଖୁଥାଏ ଏବଂ ପରେ ହସି ଦେଲା ।

ଏହି କାହାଣୀ ଟି ଏତିକି ରେ ରଖିବା କାରଣ ଏହା ପରେ ରିନା ଏବଂ ରାଜୁ ର ପାଠ ପଢା ସରିବା ପରେ ଦୁହିଁଙ୍କ ବାହାଘର ବହୁତ୍ ଧୁମ୍ ଧାମ୍ ରେ ହେଲା ଏବଂ ତାଙ୍କର ନୂତନ ଜିବନରେ ନବ ଦିଗନ୍ତ ର ଆରମ୍ଭ ହେଲା ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବାକୁ ଅନୁରୋଧ।